ସରକାରୀ ଜମି ଜବରଦଖଲ

ରୂପ୍‌ସା, ୨୦।୯(ଡି.ଏନ୍‌.ଏ.)- ବାଲେଶ୍ୱର ସଦର ବ୍ଲକ ଆଙ୍କୋ ପଞ୍ଚାୟତ ଅନ୍ତର୍ଗତ ପଦ୍ମପୋଖରୀ ଆଡ଼ିରେ ଜବରଦଖଲ ନେଇ ଉତ୍ତେଜନା ଲାଗି ରହିଛି। ସ୍ଥାନୀୟ ଲୋକେ ଏହି ସରକାରୀ ଜମିରେ ଖୁଣ୍ଟ ପୋତି ନିଜ ଦଖଲରେ ଘର ନିର୍ମାଣ ପାଇଁ ମସୁଧା କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପଞ୍ଚାୟତର ଏହି ବିଶାଳ ପୋଖରୀ ହତ୍‌ପିଣ୍ଡ ସଦୃଶ। ପୋଖରୀର ଦକ୍ଷିଣପାର୍ଶ୍ୱରେ ରହିଛି ଶ୍ମଶାନ। ଉତ୍ତରପଶ୍ଚିମ ପଟେ ରହିଛି ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। ପୂର୍ବପାର୍ଶ୍ୱରେ ପଦ୍ମକିଶୋର ମହାଦେବ ମନ୍ଦିର। ଏହାଛଡ଼ା ପଶ୍ଚିମ-ଉତ୍ତର କୋଣରେ ଖୋଦ୍‌ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ। ଉତ୍ତରପଟେ ଗ୍ରାମର ଯୁବକଙ୍କୁ ନେଇ ଗଢ଼ି ଉଠିଥିବା ଏକ କ୍ଲବର ଅଫିସ୍‌ ଗୃହ।
ରାବଣପୋଡ଼ି ଉତ୍ସବରେ ପୋଖରୀ ଚତୁଃପାର୍ଶ୍ୱରେ ହଜାରରୁ ଊର୍ଦ୍ଧ୍ୱ ମହିଳାପୁରୁଷ ସମବେତ ହୋଇଥାନ୍ତି। ଜବରଦଖଲ ଯୋଗୁ ପୋଖରୀର ସୌନ୍ଦର୍ଯ୍ୟ ନଷ୍ଟ ସାଙ୍ଗକୁ ଶ୍ମଶାନ ଯିବା ରାସ୍ତା ମଧ୍ୟ ଅବରୋଧ ହେଉଥିବା ଦେଖିବାକୁ ମିଳିଛି। ଶ୍ମଶାନ ଯିବା ରାସ୍ତାରେ ଜଣେ ବ୍ୟକ୍ତି ସରକାରୀ ଜାଗାରେ ଜବରଦସ୍ତ ଇଟାକାନ୍ଥ ଦେଇ ଦୋକାନଘର ନିର୍ମାଣ କରିଥିବା ଯୋଗୁ ଏଭଳି ପରିସ୍ଥିତି ଉପୁଜିଛି। ଏବେ ପୋଖରୀର ପଶ୍ଚିମପଟରେ ଥିବା ମେଡିକାଲ ଯିବା ରାସ୍ତାପାର୍ଶ୍ୱ ବହୁ ଜାଗାରେ ଖୁଣ୍ଟ ପୋତାଯାଇ ବାଡ଼ କରାଯାଇଛି। ରାଜସ୍ବ ନିରୀକ୍ଷକଙ୍କ ଅଫିସକୁ ଲାଗି ରହିଥିବା ଗୋଚର, ରକ୍ଷିତ ଓ ଅନାବାଦୀ କିସମର ସରକାରୀ ଜାଗା ଜବରଦଖଲକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ପ୍ରଶାସନର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜନସାଧାରଣ ତଥା ଅଞ୍ଚଳବାସୀ ସମୂହଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ଜବରଦଖଲ ଉଚ୍ଛେଦ ଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରା ନ ଗଲେ ଜୋର୍‌ଦାର ଆନ୍ଦୋଳନ ହେବ ବୋଲି ସାମାଜିକ କର୍ମୀ ଜୟକୃଷ୍ଣ ବେହେରା, ୱାର୍ଡ଼ସଭ୍ୟା ରଞ୍ଜୁଲତା ହାତୀ, ନିରୁପମା ପାଣିଗ୍ରାହୀ, ୱାର୍ଡ଼ସଭ୍ୟ ଗିରୀଶ ବେହେରାଙ୍କ ସମେତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଆର୍‌ଆଇ ପୂର୍ଣ୍ଣଚନ୍ଦ୍ର ମଲିକଙ୍କୁ ପଚରାଯିବାରୁ ୧୮ଜଣଙ୍କ ନାମରେ ସରକାରୀ ଜମି ଅବରୋଧ ମାମଲା ରୁଜୁ ହୋଇଛି। ସେମାନଙ୍କୁ ଜାଗା ଛାଡ଼ିବା ପାଇଁ ବିଭାଗ ପକ୍ଷରୁ ନୋଟିସ ମଧ୍ୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପାନ୍ତ ଗ୍ରାମରେ ପହଞ୍ଚିଲେ କଳାହାଣ୍ଡି ଜିଲାପାଳ, କନ୍ଦାଗୁଡା-କେନ୍ଦୁଗୁଡାର ହେବ ବିକାଶ

ଥୁଆମୂଳ ରାମପୁର, ୨୫।୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ କନ୍ଦାଗୁଡା,…

ନିର୍ବାଚନ ପୂର୍ବରୁ ଇରାନକୁ ନେଇ ନେତାନ୍ୟାହୁଙ୍କ ଚେତାବନୀ,’ପରମାଣୁ ବିପଦ…’

ନୂଆଦିଲ୍ଲୀ, ୨୫।୧୦: ଇରାନର ପରମାଣୁ ଅସ୍ତ୍ର ହାସଲ ଉଦ୍ୟମକୁ ଇସ୍ରାଏଲର ଅସ୍ତିତ୍ୱ ପ୍ରତି ବଡ଼ ବିପଦ ବୋଲି ଦର୍ଶାଇଛନ୍ତି ଲେଖକ ୟୁଭାଲ ବ୍ଲୁମବର୍ଗ । ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଦିଗପହଣ୍ଡିରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହୋତ୍ସବ, ଚଳଚଞ୍ଚଳ ଅଞ୍ଚଳ କଲୋନୀ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ନିଳାଦ୍ରୀ ବିହାର ପ୍ରଥମ ଲେନରେ ପ୍ରତିବର୍ଷ ଭଳି ଚଳିତବର୍ଷ ଧର୍ମୀୟ ଭାବନା, ଭକ୍ତି ଓ ଆଧ୍ୟାତ୍ମିକ…

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…

ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବ…

ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ଉତ୍ସବ ମୁଖର

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ସହର ଉତ୍ସବ ମୁଖର ହୋଇଉଠିଛି। ରବିବାର ଭଞ୍ଜନଗର ସହରର ବିଭିନ୍ନ ସ୍ଥାନ ସମେତ ସହରତଳି ଅଞ୍ଚଳ…

ଧାର ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ: ଜେଲ ଗଲେ ବାପ-ପୁଅ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଏକ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଜି. ଆପ୍ପା ରାଓ ଏବଂ ତାଙ୍କ ପୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?