ବାଲେଶ୍ୱର

ପଞ୍ଚାୟତ କାର୍ଯ୍ୟାଳୟରେ ତାଲା: ଫେରିଗଲେ ତଦନ୍ତକାରୀ ଅଧିକାରୀ

ଖଇରା, ୨୩।୧୧(ଡି.ଏନ.ଏ.)-ଖଇରା ବ୍ଲକ ଗରସଙ୍ଗ ପଞ୍ଚାୟତରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଏହାର ତଦନ୍ତ ପାଇଁ ଆସିଥିବା ତଦନ୍ତକାରୀ ଅଧିକାରୀ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ। ହେଲେ କାର୍ଯ୍ୟାଳୟରେ ତାଲା ପଡିଥିବାରୁ ଅଧିକାରୀମାନେ ନିରାଶ ହୋଇ ଫେରିଥିଲେ। ଅନିୟମିତତା ନେଇ…

ବିଳମ୍ବରେ ଆସିଲା ତରକାରି: ଲୁଣ ଲଗାଇ ଭାତ ଖାଇଲେ ଛାତ୍ରୀଛାତ୍ର

ସଜନାଗଡ଼, ୨୩।୧୧(ଡି.ଏନ.ଏ.)-ରାଜ୍ୟ ସରକାର ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ଲାଗି ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରିଛନ୍ତି। ଏପରିକି ବିଦ୍ୟାଳୟରେ ରୋଷେଇ ହେଲେ ଶିକ୍ଷାଦାନରେ ବାଧା ଉପୁଜିବା ଆଶଙ୍କା କରାଯାଇ ବାହାରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲା ନୀଳଗିରି…

ଜାତୀୟ ଶିକ୍ଷାନୀତି ପ୍ରତ୍ୟାହାର ଦାବିରେ ବିକ୍ଷୋଭ

ବାଲେଶ୍ୱର ଅଫିସ, ୨୨।୧୧-ପ୍ରାକ୍‌ ବିଦ୍ୟାଳୟ ଶିଶୁମାନଙ୍କ ପୁଷ୍ଟିହୀନତା ଦୂରୀକରଣ, ଗର୍ଭବତୀ ଓ ପ୍ରସୂତିଙ୍କର ପୁଷ୍ଟିହୀନତା ଦୂରୀକରଣ ଓ ପ୍ରସୂତିକାଳୀନ ମୃତ୍ୟୁହାର ହ୍ରାସ କରିବାର ଗୁରୁଦାୟିତ୍ୱ ବହନ କରିଆସିଥିବା ଆଇସିଡିଏସ୍‌କୁ ବନ୍ଦ କରିବା ପାଇଁ ଜାତୀୟ ଶିକ୍ଷାନୀତି-୨୦୧୯ରେ ପ୍ରସ୍ତାବ ରହିଥିବାରୁ ବାଲେଶ୍ୱର ଜିଲା…

ଋଣ ଦେବା ନାଁରେ ୧.୪୦ଲକ୍ଷ ହଡ଼ପ: ଥାନାର ଦ୍ୱାରସ୍ଥ ହେଲେ ମହିଳା

ରୂପ୍‌ସା, ୨୨।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଥାନା ଆଘିରିଆ ଗ୍ରାମରେ ଋଣ ଦେବା ନାମରେ ଏକ ଫାଇନାନ୍ସ ସଂସ୍ଥାର ଅଧିକାରୀ ୧ଲକ୍ଷ ୪୦ହଜାର ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଠକେଇର ଶିକାର ହୋଇଥିବା…

ଦୁର୍ଘଟଣାରୁ ବର୍ତ୍ତିଲା ଦୁରନ୍ତ ଏକ୍ସପ୍ରେସ

ରୂପସା,୨୨।୧୧(ଡି.ଏନ୍‌.ଏ.): ଦକ୍ଷିଣ-ପୂର୍ବ ରେଳପଥର ଖଡଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲା ରୂପ୍‌ସା ରେଳଜଙ୍କଶନରେ ଶୁକ୍ରବାର ଅଭାବନୀୟ ଘଟଣା ଘଟିଛି। ଅପ୍‌ଲାଇନ୍‌ରେ ଯାଉଥିବା ହାଓ୍ବଡା-ଯଶବନ୍ତପୁର ଦୂରନ୍ତ ଏକ୍ସପ୍ରେସ ଟ୍ରେନ୍‌ ରୂପ୍‌ସା ପ୍ଲାଟ୍‌ଫର୍ମ(୧ନଂ) ଅତିକ୍ରମ କରୁଥିବା ବେଳେ ରେଳଲାଇନ୍‌ରେ ଥିବା ସିଲପଟ ସହ ଧକ୍କା…

ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ: ଗଣମାଧ୍ୟମର ସହାୟତା ନେଲେ ପରିବାର ଲୋକେ

ବାଲେଶ୍ୱର ଅଫିସ, ୨୨।୧୧-ବାଲେଶ୍ୱର ଜିଲା ସୋର ରଘୁନାଥପୁର ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାକେନ୍ଦ୍ରର ଛାତ୍ରୀନିବାସରେ ରହି ପାଠ ପଢୁଥିବା ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଉକ୍ତ ବିଦ୍ୟାଳୟର ୪ଜଣ ଛାତ୍ର ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ସୋର ଥାନାରେ…

ସରିଲା ସୀମାନ୍ତ ମହୋତ୍ସବ: ‘ଯୁବପିଢି ଚାକିରି ପଛରେ ନ ଗୋଡାଇ ସ୍ବାବଲମ୍ବୀ ହୁଅ’

ରେମୁଣା, ୨୨ା୧୧(ଡି.ଏନ.ଏ.)-ବିଜୁ ପଟ୍ଟନାୟକ ସ୍ମୃତି କମିଟି, ସୀମାନ୍ତ ମହୋତ୍ସବ କମିଟି ଓ ଯାତ୍ରା କମିଟିର ମିଳିତ ଆନୁକୂଲ୍ୟରେ ବାଲେଶ୍ୱର ମୟୂରଭଞ୍ଜ ସୀମାନ୍ତ ଦୁର୍ଗାଦେବୀ ରାଉତୁରାପୁରଠାରେ ଚାଲିଥିବା ୪ଦିନିଆ ସୀମାନ୍ତ ମହୋତ୍ସବ, ବୋଇତ ବନ୍ଦାଣ ଓ ଗଜାସୁରପୋଡ଼ି ବୁଧବାର ରାତିରେ ଉଦଯାପିତ ହୋଇଯାଇଛି।…

ବର୍ଷକରେ ୬ ବିଡିଓଙ୍କ ବଦଳି: ବ୍ଲକରେ ଉନ୍ନୟନ କାମ ବାଧାପ୍ରାପ୍ତ

ବାହାନଗା, ୨୨।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକରେ ବିଚିତ୍ର ନୀତି ଦେଖିବାକୁ ମିଳିଛି ା ୨୦୧୮-୨୦୧୯ ବର୍ଷକ ମଧ୍ୟରେ ୬ଜଣ ବିଡିଓ ଆସିଲେଣି। ତେବେ କେହି ସ୍ଥାୟୀ ଭାବେ ରହୁ ନ ଥିବାରୁ ଉନ୍ନୟନ କାମରେ ବାଧା ସୃଷ୍ଟି ହେଉଛି। ୨୦୧୨ ଅଗଷ୍ଟ…

ଋଣ ଦେବା ନାଁରେ ଅର୍ଥ ହଡ଼ପ ଅଭିଯୋଗ

ରୂପ୍‌ସା, ୨୧।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଥାନା ହାତିଆଡ଼ିହା ଗ୍ରାମବାସୀଙ୍କୁ ଋଣ ଯୋଗାଇ ଦେବା ନାଁରେ ‘ଅନ୍ନପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌’ ସଂସ୍ଥା ଅର୍ଥ ହଡପ କରିଥିବା ଅଭିଯୋଗ ହୋଇଛି। ସଂସ୍ଥାର ଶାଖା ପରିଚାଳକ ବିଜୟ କୁମାର ନାୟକ ଓ ଡେଭେଲପମେଣ୍ଟ…

ନିମ୍ନମାନର ଓପିଡ଼ି ଗୃହ ନିର୍ମାଣ ଘଟଣା: ଅଭିଯୋଗ ପରେ ମରାମତି ଆରମ୍ଭ

ରୂପ୍‌ସା, ୨୧।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ଓପିଡ଼ି (ଆଉଟ୍‌ଡୋର ପେସେଣ୍ଟ ଡିପାର୍ଟମେଣ୍ଟ) ଗୃହର ମରାମତି କାର୍ଯ୍ୟ ଗୁରୁବାର ଆରମ୍ଭ ହୋଇଛି। ସ୍ଥାନୀୟ ସଚେତନ ନାଗରିକ ଏହି ଗୃହ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ କରିବା ପରେ…

ଭଣ୍ଡାରିପୋଖରୀ ସ୍ବାସ୍ଥ୍ୟକେନ୍ଦ୍ରରେ କାୟାକଳ୍ପ ଟିମ୍‌

ଭଣ୍ଡାରିପୋଖରୀ, ୨୧।୧୧ (ଡି.ଏନ.ଏ.)- ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୁରୁବାର ଅପରାହ୍ନରେ କାୟାକଳ୍ପ ଟିମ୍‌ ଗସ୍ତ କରି ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ କାର୍ଯ୍ୟ ତଦାରଖ କରିଛନ୍ତି। ଭୁବନେଶ୍ୱର ଟିମ୍‌ ସଦସ୍ୟ ଡ. ଅଞ୍ଜନା ପଣ୍ଡା, ତୃପ୍ତି ମିଶ୍ର, ଭଦ୍ରକରୁ ଡିପିଏମ୍‌ ସରିତା ମହାପାତ୍ର, ଡିଏମ୍‌ଆର୍‌ସିଏଚ୍‌…

ପିଏକ୍ସଇର ବାର୍ଷିକ ସ୍ଥାପନା ଦିବସ ସମାରୋହ: କମଳାକାନ୍ତ ଶ୍ରେଷ୍ଠ ବୈଜ୍ଞାନିକ, ବନମାଳୀ ଶ୍ରେଷ୍ଠ ପ୍ରୁଫ୍‌ ମ୍ୟାନ୍‌ ଭାବେ ପୁରସ୍କୃତ

ବାଲେଶ୍ୱର ଅଫିସ,୨୧।୧୧- ବାଲେଶ୍ୱର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ପ୍ରତିଷ୍ଠାନ ପିଏକ୍ସଇ (ପ୍ରୁଫ୍‌ ଆଣ୍ଡ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିଶମେଣ୍ଟ) (ପ୍ରମାଣ ତଥା ପ୍ରାୟୋଗିକ ସ୍ଥାପନା)ର ୧୨୫ତମ ବାର୍ଷିକ ସ୍ଥାପନା ଦିବସ ବୁଧବାର ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଡିଆର୍‌ଡିଓ (ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପ୍‌ମେଣ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri