ମଧ୍ୟାହ୍ନଭୋଜନ ଦିଗହରା: ଭାତ ବଦଳରେ ମିଳିଲା ବିସ୍କୁଟ

ସଜନାଗଡ଼, ୪।୧୨(ଡି.ଏନ.ଏ.)-ରାଜ୍ୟ ସରକାର ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନଙ୍କ ଲାଗି ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରିଛନ୍ତି। ଏପରିକି ବିଦ୍ୟାଳୟର ରୋଷେଇ ହେଲେ ଶିକ୍ଷାଦାନରେ ବାଧା ଉପୁଜିବା ଆଶଙ୍କା କରି ଏକ ମାସ ହେବ ବାହାରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲା ନୀଳଗିରି ଏନ୍‌ଏସିରେ ୧୮ଗୋଟି ବିଦ୍ୟାଳୟକୁ ସେରଗଡ଼ସ୍ଥିତ କିଚେନ ସେଣ୍ଟରରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ମାତ୍ର ସରକାରଙ୍କର ଏହି ଯୋଜନା ଦିଗହରା ହେଉଥିବାର ଦେଖିବାକୁ ମିଳିଛି। ମଧ୍ୟାହ୍ନ ଭୋଜନରେ ଭାତ ବଦଳରେ ପୂର୍ବରୁ ମୁଢ଼ି ମିଳୁଥିବାର ଅଭିଯୋଗ ହେଉଥିଲା ବେଳେ ମଙ୍ଗଳବାର ଛାତ୍ରୀଛାତ୍ରମାନେ ବିସ୍କୁଟ ଖାଇଥିବା ନଜରକୁ ଆସିଛି।
ନୀଳଗିରି ଏନ୍‌ଏସି ୯ନଂ. ୱାର୍ଡ଼ରେ କାହାଳିଆ ଗ୍ରାମର ବଂଶୀଧର ନୋଡ଼ାଲ ସ୍କୁଲରେ କିଛିଦିନ ପୂର୍ବରୁ ତରକାରୀ ବହୁ ବିଳମ୍ବରେ ଆସିବାରୁ ଛାତ୍ରୀଛାତ୍ରମାନେ ଲୁଣ ଲଗାଇ ଭାତ ଖାଇଥିଲେ। ଏହି ଘଟଣା ମନରୁ ନ ଯାଉଣୁ ମଙ୍ଗଳବାର ନୀଳଗିରି ଏନ୍‌ଏସି ୧୦ନଂ. ୱାର୍ଡ଼ର ଥିବା ତଳକାହାଳିଆ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଭାତ ବଦଳରେ ବିସ୍କୁଟ ଖାଇଥିବା ଜଣାପଡିଛି। ସୋମବାର ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାସ୍କର ପଣ୍ଡା ୫୦ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନଭୋଜନ ପାଇଁ ଏସ୍‌ଏମଏସ୍‌ ପଠାଇଥିଲେ। ମଙ୍ଗଳବାର ସମ୍ପୃକ୍ତ ଭେଣ୍ଡର ୧୦ ଜଣ ପିଲାଙ୍କ ପାଇଁ ମଧ୍ୟାହ୍ନଭୋଜନ ଆଣିଥିବା ବେଳେ ଅବଶିଷ୍ଟ ୪୦ଜଣ ଛାତ୍ରୀଛାତ୍ର ଉପାସରେ ରହିବା ନେଇ ପ୍ରଧାନଶିକ୍ଷକ ସଙ୍ଗେ ସଙ୍ଗେ ସ୍କୁଲର ଚେୟାରମ୍ୟାନଙ୍କୁ ଡକାଇଥିଲେ। ପରେ ବହୁ ଅଭିଭାବକ ସ୍କୁଲରେ ପହଞ୍ଚତ୍ ଏପରି ଅବ୍ୟବସ୍ଥାକୁ ନିନ୍ଦା କରିବା ସହିତ ଉକ୍ତ ରନ୍ଧାଖାଦ୍ୟ ଯୋଜନା ସମ୍ପୂର୍ଣ୍ଣ ଦିଗହରା ଯୋଜନା ବୋଲି ପ୍ରକାଶ କରିଥିଲେ। ପରେ ଭେଣ୍ଡରଜଣକ ୫ଟଙ୍କିଆ ବିସ୍କୁଟ ପିଲାଙ୍କୁ ଦେଇଥିବା ଦେଖିବାକୁ ମିଳିଛି। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏହି ଘଟଣା ଜାଣିବା ପରେ ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ନୀଳଗିରି ବିଇଓ ଭଗୀରଥ ଗିରି ଘଟଣାର ତଦନ୍ତ କରି ରିପୋର୍ଟ ବାଲେଶ୍ୱର ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିଥିବାର ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗା ବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଘିଅପଡା,୨୦।୪ ( ଶ୍ରୀକାନ୍ତ ସାହୁ): ଶନିବାର ସକାଳ ୮ ଘଣ୍ଟା ସମୟରେ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୌଡଦଇ ନିକଟରେ ଏକଯୁବକଙ୍କ ରକ୍ତାକ୍ତ ମୃତଦେହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri