ଦୌଡ଼କୁଦ,ସଫ୍ଟବଲ ପ୍ରତିଯୋଗିତା ଉଦ୍ଯାପିତ: ଦୁଲା, ଶୁଭଶ୍ରୀ, ଅଭି ଓ ଯମୁନା ଚାମ୍ପିୟନ
ବାଲେଶ୍ୱର ଅଫିସ,୧୨।୧୧- ବାଲେଶ୍ୱର ଖ୍ରୀଷ୍ଟିଆନ୍ ହାଇସ୍କୁଲ ଖେଳ ପଡ଼ିଆରେ ସୋମବାର ଅପରାହ୍ନରେ ୬୫ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଦୌଡ଼କୁଦ (ଆଥ୍ଲେଟିକ୍ସ) ସଫ୍ଟବଲ ପ୍ରତିଯୋଗିତା ଉଦ୍ଯାପିତ ହୋଇଛି। ଷ୍ଟେଟ୍ ସ୍କୁଲ୍ସ ସ୍ପୋର୍ଟସ ଆସୋସିଏଶନ୍, ଭୁବନେଶ୍ୱର ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନ ଏବଂ…
ଜୋନ୍ସ୍ତରୀୟ କଳା ଉତ୍ସବ: ଭାଗ ନେଲେ ୫ ଜିଲାର ଛାତ୍ରୀଛାତ୍ର ଓ ଗାଇଡ୍ ଶିକ୍ଷକ
ବାଲେଶ୍ୱର ଅଫିସ,୧୨।୧୧- ବାଲେଶ୍ୱର ସହର ସ୍ଥିତ ମିଶନ ବାଳିକା ବିଦ୍ୟାଳୟ ପରିସରରେ ଜୋନ୍ସ୍ତରୀୟ କଳା ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଅନୁଗୋଳ ଆଦି ୫ ଜିଲାର ଛାତ୍ରୀଛାତ୍ର ଓ ଗାଇଡ୍ ଶିକ୍ଷକମାନେ ଏଥିରେ ଅଂଶଗ୍ରହଣ…
କ୍ଷତିପୂରଣ ଦାବିରେ ଚାଷୀଙ୍କ ଆନ୍ଦୋଳନ
ଖଇରା,୧୨।୧୧(ଡି.ଏନ.ଏ.)- ବୁଲ୍ବୁଲ୍ ବାତ୍ୟା ପ୍ରଭାବରେ ଧାନ ଓ ପନିପରିବା ଆଦି ଫସଲ କ୍ଷତିଗ୍ରସ୍ତ ହୋଇଥିବାରୁ ତୁରନ୍ତ କ୍ଷୟକ୍ଷତି ଆଳନ କରି ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ସକାଶେ ଦାବି କରି ଶତାଧିକ ଚାଷୀ ସୋମବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବାଲେଶ୍ୱର ଜିଲା…
ଭାଗୀଦାରିରେ ଲୋକଙ୍କୁ ମିଳି ପାରିବ ନ୍ୟାୟୋଚିତ ସେବା
ଜଳେଶ୍ୱର,୧୨।୧୧(ଡି.ଏନ.ଏ.)-ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ଭାଗୀଦାରିରେ ସମସ୍ତ ଉନ୍ନୟନ କାର୍ଯ୍ୟ ସୂଚାରୁ ରୂପେ ହୋଇପାରିବ ବୋଲି କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି।…
ସଂକଟରେ କାଠ ଶିଳ୍ପ: ଚିନ୍ତାରେ ଶ୍ରମିକ ପରିବାର
ବାଲେଶ୍ୱର ଅଫିସ,୧୨।୧୧- ବାଲେଶ୍ୱର ଜିଲାର କାଠ ଶିଳ୍ପ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ଥିବା ବିଭିନ୍ନ ବର୍ଗର ୧୨ଶହରୁ ଊର୍ଦ୍ଧ୍ୱ ଶ୍ରମିକ ପରିବାର କାମଧନ୍ଦା ହରାଇ ସଙ୍କଟରେ ପଡ଼ିଛନ୍ତି। ରୋଜଗାର ନ ଥିବାରୁ ଆର୍ଥିକ ଦୁତ୍ଃସ୍ଥିତି ମଧ୍ୟରେ ସେମାନେ…
ବାତ୍ୟା କ୍ଷୟକ୍ଷତି ସମୀକ୍ଷା କଲେ ବିଧାୟକ
ଭୋଗରାଇ, ୧୧ା୧୧(ଡି.ଏନ.ଏ.)-ସାମୁଦ୍ରିକ ଝଡ଼ ‘ବୁଲବୁଲ ଶୁକ୍ରବାରଠାରୁ ଶନିବାର ରାତି ପର୍ଯ୍ୟନ୍ତ ବାଲେଶ୍ୱର ଉପକୂଳବାସୀଙ୍କ ଆଖିରୁ ନିଦ ଉଡ଼ାଇ ଦେଇଥିଲା। ଶନିବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପବନର ବେଗ ବଢ଼ୁଥିବା ବେଳେ ଅବିଶ୍ରାନ୍ତ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଥିଲା। ବାତ୍ୟାରେ ଉତ୍ତର ବାଲେଶ୍ୱରର…
ବିବାହିତା ମହିଳା ନିଖୋଜ; ସାଇଣ୍ଟିଫିକ୍ ଟିମ୍ ନେଇ ତଦନ୍ତ କଲା ପୋଲିସ
ବାହାନଗା,୧୧ା୧୧(ଡି.ଏନ.ଏ.)-ଜଣେ ବିବାହିତା ମହିଳା ନିଖୋଜ ହେବା ଘଟଣା ନେଇ ତାଙ୍କ ବାପା ବାଲେଶ୍ୱର ଜିଲା ସୋର ଥାନାରେ ଗତ ୭ ତାରିଖରେ ଅଭିଯୋଗ କରିଥିଲେ। ସେହିଦିନ ପୋଲିସ ଘଟଣାର ତଦନ୍ତ କରିବା ବେଳେ ଏହି ମହିଳାଙ୍କ ଶାଶୁଘର କାନ୍ଥରେ ରକ୍ତଛିଟା ପଡିଥିବା…
ଚାଷଜମି ବୁଲି ଦେଖିଲେ ମନ୍ତ୍ରୀ
ଖଇରା,୧୧।୧୧(ଡି.ଏନ.ଏ.)- ବାତ୍ୟା ବୁଲ୍ବୁଲ୍ ପ୍ରଭାବରେ ଖଇରା ବ୍ଲକର ୮୦ଭାଗ ଧାନ ପାଣିରେ ବୁଡିରହିଛି ା ପାଚିଲା ଧାନରେ ବର୍ଷା ମାଡ଼ ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି। ଚାଷୀଙ୍କର ଏଭଳି ଦୁଃସମୟରେ ସେମାନଙ୍କୁ ଭେଟି ଆଶ୍ୱାସନା ଦେଇଛନ୍ତି ସ୍ଥାନୀୟ ବିଧାୟକ ତଥା ପର୍ଯ୍ୟଟନ…
ଜନ୍ମଦିନରେ ବିଭିନ୍ନ ମହଲରୁ କେନ୍ଦ୍ରମନ୍ତ୍ରୀ ପ୍ରତାପଙ୍କୁ ଶୁଭେଚ୍ଛା; ବୃଦ୍ଧାଶ୍ରମର ଅନ୍ତେବାସୀ କଲେ ଆଶୀର୍ବାଦ
ବାଲେଶ୍ୱର ଅଫିସ, ୧୧।୧୧-ଭାରତର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ୬୪ତମ ଜନ୍ମଦିନ ବାଲେଶ୍ୱର ଜିଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି। ବିଭିନ୍ନ ମହଲରୁ ତାଙ୍କୁ…
ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାରେ ବସ୍ ଦୁର୍ଘଟଣାଗ୍ରସ୍ତ: ୧୩ ଗୁରୁତର
ଜଳେଶ୍ୱର,୧୦।୧୧(ଡି.ଏନ୍.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତା ନାମ୍ପୋଠାରେ ରବିବାର ଏକ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବସ୍ଟି ଚନ୍ଦନେଶ୍ୱରରୁ ଜଳେଶ୍ୱର ଅଭିମୁଖେ ଯାଉଥିବା…
ଓଡ଼ିଶା ରାଜ୍ୟ ସ୍କୁଲସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ସ୍ଥଗିତ
ବାଲେଶ୍ୱର ଅଫିସ, ୧୦।୧୧-ବାଲେଶ୍ୱର ପରମିଟ୍ ପଡ଼ିଆରେ ଗତ ୭ତାରିଖ ଗୁରୁବାରରୁ ଉଦ୍ଘାଟିତ ହୋଇଥିବା ଓଡ଼ିଶା ରାଜ୍ୟ ୬୫ତମ ବିଦ୍ୟାଳୟ ସମୂହ ଦୌଡ଼କୁଦ ଓ ସଫ୍ଟବଲ ପ୍ରତିଯୋଗିତା ‘ବୁଲ୍ବୁଲ୍’ ପ୍ରଭାବରେ ଶନିବାର ସ୍ଥଗିତ ରହିଛି। ଏହି ପ୍ରତିଯୋଗିତା ଗୁରୁବାର ପୂର୍ବାହ୍ନରେ ଆରମ୍ଭ ହୋଇଥିଲା।…
ଝାଉଁ ଜଙ୍ଗଲ ଧରାଶାୟୀ
ଭୋଗରାଇ, ୧୦।୧୧(ଡି.ଏନ.ଏ.)-ସାମୁଦ୍ରିକ ଝଡ଼ ‘ବୁଲ୍ବୁଲ୍’ ବାଲେଶ୍ୱର ଉପକୂଳରେ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ଶନିବାର ସକାଳଠୁ ତୁହାକୁ ତୁହା ଅବିଶ୍ରାନ୍ତ ବର୍ଷା ସହ ବତାଶର ବେଗ ବଢ଼ିଛି। ଘଣ୍ଟାକୁ ୮୦ରୁ ୧୦୦ କି.ମି. ବେଗରେ ପବନ ବୋହିବାରୁ ବହୁ ନଡ଼ା ଛପର…
Archives


