ବାଲେଶ୍ୱର

ଲକ୍‌ଡାଉନ୍‌କୁ ନେଇ ଗୁଜବ ପ୍ରଚାର କରି ଯୁବକ ଗିରଫ

ବାଲେଶ୍ୱର ଅଫିସ, ୩୧।୩-ଲକ୍‌ଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସବୁ ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ ଏବଂ ବାଇକ୍‌ରେ ବାହାରେ ବୁଲୁଥିବା ବ୍ୟକ୍ତିଙ୍କ ଗାଡ଼ି ଜବତ କରିବା ପାଇଁ ବାଲେଶ୍ୱର ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଏକ…

ଖୋଲିଲା ପଞ୍ଚାୟତସ୍ତରୀୟ ଟିଏମ୍‌ସି ସେଣ୍ଟର

ରସାଳପୁର,୩୧।୩(ଡି.ଏନ୍‌.ଏ.)-ମହାମାରୀ କରୋନାକୁ ନେଇ ଏବେ ସାରା ବିଶ୍ୱ ଆତଙ୍କିତ। ଏଭଳି ପରିସ୍ଥିତିରେ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଉଦ୍ୟମ ଜାରି ରଖିବା ସହିତ ସମାଜରେ ତୃଣମୂଳସ୍ତରରେ ଲୋକମାନେ ଯେଭଳି କମ୍‌ କ୍ଷତିଗ୍ରସ୍ତ ହେବେ…

କରୋନା ସମ୍ପର୍କରେ ସଚେତନ କଲା ‘ସ୍ବଚ୍ଛ ଭାରତ ଅଭିଯାନ’

ବାହାନଗା, ୩୧ା୩(ଡି.ଏନ.ଏ.)-କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସାମାଜିକ ସଙ୍ଗଠନ ଆଗେଇ ଆସିଛନ୍ତି। କେତେକ ସଙ୍ଗଠନ ସଚେତନତାର ବାର୍ତ୍ତା ବାଣ୍ଟୁଥିବା ବେଳେ କେତେକ ସ୍ବଚ୍ଛତା ପ୍ରତି ଗୁରୁତ୍ୱ ଦେଇଛନ୍ତି। ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁରଠାରେ ଥିବା ସ୍ବଚ୍ଛ…

ମହିଳା ଗୋଷ୍ଠୀ ଖୋଲିଲେ ଖୁଚୁରା ବିକ୍ରୟ କେନ୍ଦ୍ର

ଖଇରା, ୩୧ା୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବଜାରରେ ଖାଉଟିମାନଙ୍କୁ ସୁଲଭ ମୂଲ୍ୟରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ମହିଳା ଗୋଷ୍ଠୀ ଅଣ୍ଟା ଭିଡିଛି। ଖଇରାର ସଞ୍ଚୟିକା ପଞ୍ଚାୟତସ୍ତରୀୟ ମହିଳା ମହାସଂଘ ଅଧୀନ ଭାଗବତ ଗୋସେଇଁ ମହିଳା ମଣ୍ଡଳର ସଦସ୍ୟାମାନେ ସୋମବାର…

୨୧ ଦିନିଆ ଅନ୍‌ଲାଇନ୍‌ ପାଠପଢ଼ା କ୍ୟାମ୍ପ

ବାଲେଶ୍ୱର ଅଫିସ,୩୦।୩- ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଛାତ୍ରୀଛାତ୍ରଙ୍କ ପାଠ ପଢ଼ା ଆପାତତଃ ଠପ୍‌ ହୋଇଯାଇଛି। ଲକ୍‌ଡାଉନ୍‌ ବେଳେ ଘରେ ବସି ଦିନ ବିତାଉଥିବା ଛାତ୍ରୀଛାତ୍ରଙ୍କୁ ଶିକ୍ଷାରେ ମନୋନିବେଶ ପାଇଁ କଳାସଂସ୍କୃତି ଅନୁଷ୍ଠାନ ‘ନାଚ୍‌’ ପକ୍ଷରୁ…

କରୋନା କଟକଣା: ଗାଁ ମୁଣ୍ଡରେ ଲକ୍ଷ୍ମଣରେଖା ଟାଣିଲେ ଗ୍ରାମବାସୀ

ବଲାଙ୍ଗୀର ଅଫିସ,୩୦।୩: ବଲାଙ୍ଗୀର ସହର ଶୂନ୍‌ଶାନ ଥିବା ବେଳେ ଧୀରେ ଧୀରେ ଗ୍ରାମାଞ୍ଚଳର ଲୋକେ ସଚେତନ ହେବାରେ ଲାଗିଛନ୍ତି। ବାହାର ଲୋକଙ୍କୁ ଗାଁ ଭିତରକୁ ପ୍ରବେଶ ନ କରାଇ ଦେବା ପାଇଁ ଗାଁ ମୁଣ୍ଡରେ ଲକ୍ଷ୍ମଣରେଖା ଟାଣିଛନ୍ତି। ଏପରିକି ଜରୁରୀ ଥିଲେ…

ହାଟ ବନ୍ଦ କଲେ ବିଡିଓ

ଖଇରା, ୩୦।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଲୋକଙ୍କ ଗହଳି ହେଉଥିବା ଅଭିଯୋଗ ହେବା ପରେ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ଏହାକୁ ନିୟନ୍ତ୍ରଣ କରିବା ଲାଗି ରାସ୍ତାକୁ ଓହ୍ଲାଇଛନ୍ତି। ସେ ଖଇରା ବ୍ଲକର ଖଇରା, ଡୁଙ୍ଗୁରା, ଗଣ୍ଡିବେଡ,…

ବିବାହର ୪ ମାସ ପରେ ନବବଧୂଙ୍କୁ ହତ୍ୟା

ବାହାନଗା, ୩୦ା୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ସଦର ବ୍ଲକ ରସାଳପୁର ପଞ୍ଚାୟତ ଶାସଙ୍ଗ ଗ୍ରାମରେ ବିବାହର ୪ ମାସ ପରେ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ସଦର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ହେବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇ ନ ଥିବାରୁ…

ରାଜପଥ ପାର୍ଶ୍ୱରେ ଖୋଲିବ ଢାବା, ଗ୍ୟାରେଜ: ନିର୍ଦ୍ଦେଶ ଦେଲା ଜିଲା ପ୍ରଶାସନ

ବାଲେଶ୍ୱର ଅଫିସ, ୨୯।୩-କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶବ୍ୟାପୀ ଲକଡାଉନ ଘୋଷଣା କରାଯାଇଛି। ଏହାକୁ ନଜରରେ ରଖି ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ସୁବିଧା ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଇଛି । ରାଜ୍ୟ ବାହାରୁ ଆସୁଥିବା ମାଲବାହୀ ଗାଡିଗୁଡ଼ିକର…

କରୋନା କଟକଣା ବେଳେ ଚାଲିଛି ଜୁଆଖେଳ: ଧରାପଡିଲେ ୪

ରୂପ୍‌ସା, ୨୯।୩(ଡି.ଏନ.ଏ.)-କରୋନା କଟକଣା ସତ୍ତ୍ୱେ ବାଲେଶ୍ୱର ଜିଲା ରୂପ୍‌ସା ଥାନା ଲଛମନଖୁଣ୍ଟା ଅଞ୍ଚଳରେ ଗାଁ ପୋଖରୀ ହୁଡ଼ାରେ ଅବାଧରେ ଜୁଆ ଖେଳ ଚାଲିଥିବା ଅଭିଯୋଗ ହୋଇଥିଲା। ଶନିବାର ରାତିରେ ପୋଲିସ ଚଢ଼ାଉ କରି ଜୁଆ ଆଡ୍ଡାରୁ ୪ଜଣଙ୍କୁ ଗିରଫ କରିବା ସହ…

ମାସକର ଦରମା ଦେଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର ଅଫିସ/ଖଇରା/ଭଦ୍ରକ ଅଫିସ, ୨୯।୩(ଡି.ଏନ.ଏ.)-କରୋନା ମୁକାବିଲା ଲାଗି ଆର୍ଥତ୍କ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିବେଦନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ…

ବଡ଼ବଡିଆଙ୍କୁ ଛାଡ଼,ଛୋଟ ବ୍ୟବସାୟୀଙ୍କୁ ମାଡ଼

ଖଇରା, ୨୯।୩(ଡି.ଏନ.ଏ.)-ଏବେ କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି । ଖଇରା ସମେତ ବିଭିନ୍ନ ବଜାରରେ ଦୋକାନ ବଜାର ବନ୍ଦ ଥିବା ନେଇ ବାହାରୁ ଦୃଷ୍ଟି ଗୋଚର ହେଉଥିଲେ ହେଁ ଭିତର ପରିସ୍ଥିତି କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?