ସାମାଜିକ ଦୂରତା ରକ୍ଷା କରି ରକ୍ତ ସଂଗ୍ରହ କଲେ ବ୍ଲଡ଼ ବ୍ୟାଙ୍କ କର୍ମଚାରୀ

ବାଲେଶ୍ୱର ଅଫିସ ୪।୪: ବିଶ୍ୱ ମହାମାରୀ କରୋନା ପାଇଁ ସମଗ୍ର ଦେଶରେ ଚାଲିଥିବା ଲକ ଡାଉନ ସମୟରେ ରକ୍ତଦାନ ଶିବିର ପାଇଁ ଅନୁମତି ନ ଥିବା ବେଳେ ସମଗ୍ର ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଛି । ଏପରି ପରିସ୍ଥିତିରେ ବାଲେଶ୍ଵରର ଏକ ସାମାଜିକ ସଙ୍ଗଠନକୁ ଜିଲା ପ୍ରଶାସନ ଏବଂ ଜିଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ରକ୍ତ ସଂଗ୍ରହ ପାଇଁ ଅନୁମତି ମିଳିଥିଲା । ଲକ୍ ଡାଉନ୍ ସମୟରେ କରୋନା ସଂକ୍ରମଣ ନ ହେବା ପାଇଁ ସାମାଜିକ ଦୂରତାକୁ ବଳବତ୍ତର ରଖି ପ୍ରତିଦିନ ସର୍ବାଧିକ ୩୦ ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ଆଦେଶ ଦିଆଯାଇଥିଲା । ସଙ୍ଗଠନର ମେଡିକାଲ କୋଅଡିନେଟର୍ ଉଦୟ ଭାନୁ ନାୟକଙ୍କ ତତ୍ତ୍ୱାବଧାନରେ ରେମୁଣା ବ୍ଲକର ମହାରାଜପୁର ପାଞ୍ଚାୟତ ମହାରାଜପୁର ଅଙ୍ଗନବାଡି କେନ୍ଦ୍ର-୧ରେ ଉକ୍ତ ଶିବିର ଶନିବାର ଅନୁଷ୍ଠିତ ହୋଇଥିଲା। ଗ୍ରାମର ବରିଷ୍ଠ ବ୍ୟକ୍ତି ରବିନ୍ଦ୍ର ମହାପାତ୍ର ଉକ୍ତ ଶିବିରକୁ ଉଦଘାଟନ କରିଥିଲେ। ସଙ୍ଗଠନ ପକ୍ଷରୁ ପ୍ରଥମେ ସାବୁନ ଦ୍ୱାରା ଭଲ ଭାବରେ ହାତ ଧୋଇବା ପାଇଁ ଦିଆଯିବା ପରେ ସାନିଟାଇଜରରେ ହାତ ସଫା କରିବା ପାଇଁ ଦିଆଯାଇଥିଲା।ସେହିପରି ସାମାଜିକ ଦୂରତା ରକ୍ଷା କରାଯିବାର ବ୍ୟବସ୍ଥା କରାଯାଇଥିଲା। ପରେ ବ୍ଲଡ ବ୍ୟାଙ୍କ ପକ୍ଷରୁ ଆସିଥିବା କର୍ମଚାରୀ ସାମାଜିକ ଦୂରତା ରକ୍ଷା କରି ରକ୍ତଦାତାମାନଙ୍କଠାରୁ ରକ୍ତ ସଂଗ୍ରହ କରିଥିଲେ। ଉକ୍ତ ଶିବିରରେ ୩୧ ଜଣ ରକ୍ତଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

ରାତିରେ ହେଲା ସ୍ବାମୀ-ସ୍ତ୍ରୀ ପାଟିତୁଣ୍ଡ: ସକାଳୁ ମିଳିଲା…

ଲାଞ୍ଜିଗଡ, ୩୧।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଭାଟଗୁଡ଼ା ଗ୍ରାମରେ ଏକ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତ୍ୟୁର…

ଝିଆରୀଙ୍କୁ ଲିଫ୍ଟ ଦେଇ ବଳାତ୍କାର ଉଦ୍ୟମ କଲେ ଦାଦା: ବାନ୍ଧିଲା ପୋଲିସ

ପାଟଣା,୩୧।୮(ବୀର କିଶୋର ଦାଶ): ଯୁକ୍ତ୨ ପଢୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସମ୍ପର୍କୀୟ ଦାଦା ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସୋମବାର ପାଟଣା ପୋଲିସ ଦାଦାଙ୍କୁ…

୧୩୭ ଅଭିଯୋଗ ଶୁଣିଲେ ଅଧିକାରୀ: ଖୁବଶୀଘ୍ର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସଭାଗୃହ ପରିସରରେ ସୋମବାର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି…

ଭଞ୍ଜନଗର ସହରର ବିକାଶ ଉପରେ ଗୁରୁତ୍ୱ: ବିଧାୟକ କହିଲେ, ମିଳିତ ପ୍ରୟାସ ଆବଶ୍ୟକ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ମ୍ୟୁନିସିପାଲିଟି ପକ୍ଷରୁ ସୋମବାର ସ୍ବାୟତ୍ତ ଶାସନ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ…

ସୁପୋଷିତ ଓଡ଼ିଶା ମିଶନ ପ୍ରଶିକ୍ଷଣ: ଶିଶୁ ପୋଷଣ ଉପରେ ଗୁରୁତ୍ୱାରୋପ

ଦାରିଙ୍ଗବାଡି,୩୧।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଋଷିମାଳ ଡିଗ୍ରୀ କଲେଜରେ ସୋମବାର ସୁପୋଷିତ ଓଡ଼ିଶା ମିଶନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri