ଗଣେଶ ପୂଜା ଭୋଜି ଖାଇ ୨୫ ଛାତ୍ରୀଛାତ୍ର ଅସୁସ୍ଥ
ନୀଳଗିରି,୩ା୯(ସ୍ବ.ପ୍ର.): ବାଲେଶ୍ୱର ଜିଲା ଔପଦା ବ୍ଲକ ବାଉଁଶବଣିଆ ପ୍ରାଥମିକ ସ୍କୁଲରେ ଗଣେଶ ପୂଜା ଭୋଜି ଖାଇ ୨୫ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ଚିକିତ୍ସା ଲାଗି ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ଗଣେଶ ପୂଜା ଦିନ ସ୍କୁଲରେ ଭୋଜି…
ଜାଲରେ ପଡ଼ିଲା ଯୁବତୀଙ୍କ ମୃତଦେହ
ବାଲିଆପାଳ/ଲଙ୍ଗଳେଶ୍ୱର, ୩ା୯(ସ୍ବ.ପ୍ର./ଡି.ଏନ.ଏ.): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅଧୀନ ଜାମକୁଣ୍ଡା ପଞ୍ଚାୟତ ବଡ଼ତାଳପଦା ଗ୍ରାମ ଦେଇ ପ୍ରବାହିତ ଖାଳରୁ ଶୁକ୍ରବାର ମାଛ ଧରିବା ପାଇଁ ବସାଯାଇଥିବା ଜାଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ପରିଚୟ ମିଳି ନ ଥିବା…
ପଡ଼ିଆ ପଡ଼ିଛି ଚାଷଜମି
ବନ୍ତ, ୩ା୯(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକର ବହୁ ଚାଷଜମି ଧାନ ତଳି ଅଭାବରୁ ପଡ଼ିଆ ପଡ଼ିଛି। ସରକାରୀ ବିହନ ଗଜା ନ ହେବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସେମାନେ ଅଭିଯୋଗ କରୁଛନ୍ତି। ପ୍ରକାଶ ଯେ, ଏହି ବ୍ଲକର ମୋଟ…
ସହର ୩ ଘଣ୍ଟା ଜାମ୍
ବାଲେଶ୍ୱର ଅଫିସ,୨।୯: ବାଲେଶ୍ୱର ସହରରେ ଶ୍ରୀଗଣେଶଙ୍କ ପୂଜା ଅବସରରେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ଟ୍ରାଫିକ୍ ନିୟନ୍ତ୍ରଣ ପଦକ୍ଷେପ ସମ୍ପୂର୍ଣ୍ଣ ଫେଲ୍ ମାରିଥିଲା। ସହର ପ୍ରତ୍ୟେକ ଛକରେ ଟ୍ରାଫିକ୍ ଜାମ୍ ପରିସ୍ଥିତି ଦେଖାଦେଇଥିଲା। ପ୍ରାୟ ସନ୍ଧ୍ୟା ୭ଟାରୁ ରାତି୧୦ଟା ପର୍ଯ୍ୟନ୍ତ ବାଇକ୍ ଓ…
ଧୀରେନ ବିୱାଇଜେଡି ବାଲେଶ୍ୱର ଜୋନ୍ ଗଣମାଧ୍ୟମ ସାଧାରଣ ସମ୍ପାଦକ
ବାଲେଶ୍ୱର ଅଫିସ, ୧।୯: ବିଜୁ ଯୁବ ଜନତା ଦଳ (ବିୱାଇଜେଡି) ପକ୍ଷରୁ ବାଲେଶ୍ୱର ଜୋନ୍ର ବିଭିନ୍ନ ପଦପଦବୀ ପାଇଁ ସାଙ୍ଗଠନିକ ଭାବେ ଘୋଷଣା କରାଯାଇଛି। ଗଣମାଧ୍ୟମ ସାଧାରଣ ସମ୍ପାଦକ ଭାବେ ଧୀରେନ ନାୟକଙ୍କ ନାମ ବିଜେଡିର ବାଲେଶ୍ୱର ଜୋନ ସଭାପତି ଜୟରାମ…
ସରକାରୀ ଜମିରୁ ୧୨ ପରିବାରଙ୍କୁ ଉଚ୍ଛେଦ ନୋଟିସ
ସିମୁଳିଆ, ୩୧।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ସଦରମହକୁମା ମାର୍କୋଣାର ନୀଳକଣ୍ଠେଶ୍ୱର ମନ୍ଦିର ପୋଖରୀଆଡ଼ିକୁ ଲାଗି ବସବାସ କରୁଥିବା ୧୨ ପରିବାରକୁ ଉଚ୍ଛେଦ କରିବା ପାଇଁ ପ୍ରଶାସନ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ବାରମ୍ବାର ନୋଟିସ୍ ପରେ ମଧ୍ୟ ବସ୍ତିବାସିନ୍ଦା ଏହି…
ମଦ ଦୋକାନ ପୋଡ଼ିଦେଲେ
ବାହାନଗା,୩୦ା୮(ଡି.ଏନ.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ନଇଛଣପୁର ଗ୍ରାମରେ ଖୋଲାଯାଇଥିବା ବିୟର ବାର୍ ଓ ମଦ ଦୋକାନ ସମେତ ମାଲିକଙ୍କ ଏକ କାର୍କୁ ରବିବାର ରାତିରେ କେହି ନିଅଁା ଲଗାଇ ପୋଡ଼ି ଦେଇଛି। ଏହି ଘଟଣାରେ ପୋଲିସ ୬ଜଣ ଗ୍ରାମବାସୀଙ୍କୁ…
କୋର୍ଟ ପରିସର ପାଲଟିଲା ରଣକ୍ଷେତ୍ର
ବାଲେଶ୍ୱର ଅଫିସ,୩୦।୮:ବାଲେଶ୍ୱର ଫାମିଲି କୋର୍ଟକୁ ଛାଡ଼ପତ୍ର ପାଇଁ ଆସିଥିବା ଏକ ଦମ୍ପତି ସୋମବାର ମାରପିଟ ଲାଗିବା ଚର୍ଚ୍ଚାର ବିଷୟ ପାଲଟିଛି। ଉଭୟେ ସାମ୍ନାସାମ୍ନି ହେବା ପରେ ଯୁକ୍ତିତର୍କ ଓ ଟଣାଓଟରା ହେବାରୁ କୋର୍ଟ ପରିସର କିଛି ସମୟ ରଣକ୍ଷେତ୍ର ପାଲଟିଥିଲ। ଆଇନଜୀବୀଙ୍କ…
ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଅଭିଯୁକ୍ତ ଗିରଫ
ବାହାନଗା,୨୯ା୮(ଡି.ଏନ.ଏ.)- ବାହାନଗା ବ୍ଲକ ସାହାସପୁର ଗ୍ରାମର ଜଣେ ଯୁବକଙ୍କ ମରଣାନ୍ତକ ଆକ୍ରମଣରେ ଅନ୍ୟଜଣେ ଯୁବକ ଗୁରୁତର ହୋଇଛନ୍ତି। ଏନେଇ ଗୋପାଳପୁର ଫାଣ୍ଡି ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ପୂର୍ଣ୍ଣଚନ୍ଦ୍ର ନାୟକ। ରବିବାର…
ନାବାଳିକାଙ୍କୁୁ ଅସଦାଚରଣ ମାମଲା: ଦୋଷୀଙ୍କୁ ୩ ବର୍ଷ ଜେଲ୍
ବାଲେଶ୍ୱର ଅଫିସ,୨୯।୮- ବାଲେଶ୍ୱର ଜିଲା ସ୍ବତନ୍ତ୍ର ପୋକ୍ସୋ ଅଦାଲତରେ ସୋମବାର ଏକ ନାବାଳିକା ଅସଦାଚରଣ ମାମଲାର ରାୟ ପ୍ରକାଶ ପାଇଛି। ଜଜ୍ ରଞ୍ଜନ କୁମାର ସୂତାର ଏହାର ବିଚାର କରି ଅଭିଯୁକ୍ତଙ୍କୁ ୩ବର୍ଷ ଜେଲ ସହ ୪ହଜାର ଟଙ୍କା ଜରିମାନାରେ ଦଣ୍ଡିତ…
ସୁବର୍ଣ୍ଣରେଖା ବନ୍ୟା ପରେ ଖସୁଛି ଅତଡ଼ା
ଜଳେଶ୍ୱର, ୨୯ା୮(ଡି.ଏନ.ଏ.): ସୁବର୍ଣ୍ଣରେଖା ବନ୍ୟା ପରେ ବିଭିନ୍ନ ସ୍ଥାନରେ ନଦୀକୂଳରେ ଅତଡା ଖସିବାରେ ଲାଗିଛି। ଫଳରେ ତଟକୂଳବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଆଗାମୀ ଦିନରେ ଏସବୁର ସ୍ଥାୟୀ ପ୍ରତିକାର ନ କଲେ ପରିସ୍ଥିତି ଅଧିକ ଜଟିଳ ହେବାର ଆଶଙ୍କା ରହିଛି। ଓଡିଶା…
ନମ୍ବର ପ୍ଲେଟ ଖୋଲି ମୋରମ ଚୋରାଚାଲାଣ
ଜଳେଶ୍ୱର, ୨୯ା୮(ଡି.ଏନ.ଏ.): ଜଳେଶ୍ୱର ବ୍ଲକ ରାଇବଣିଆର ବିଭିନ୍ନ ଜଙ୍ଗଲ ଅଞ୍ଚଳରୁ ପଶ୍ଚିମବଙ୍ଗକୁ ବ୍ୟାପକ ମୋରମ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ମୋରମ ଖନନ ଓ ପରିବହନ ପାଇଁ କେତେକ ସରକାରୀ କଟକଣା ଥିଲାବେଳେ କେତେକ ର଼୍ୟାକେଟ ଖୁଲମଖୁଲା ଚାଲାଣ କରୁଥିବା କେତେକ…
Archives


