ଦୋଷୀଙ୍କୁ ୨୦ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ, ୨୮।୯: ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ମଙ୍ଗଳବାର ବାଲେଶ୍ୱର ଜିଲା ସ୍ବତନ୍ତ୍ର ପୋକ୍‌ସୋ ଅଦାଲତ ବିଚାରପତି ରଞ୍ଜନ କୁମାର ସୂତାର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦ବର୍ଷ ଜେଲ ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ଆଦେଶ ଦିଆଯାଇଛି। ଜରିମାନା ଅନାଦେୟ ଆଉ ୨ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି। ଏଥିସହିତ ପୀଡ଼ିତାଙ୍କୁ ୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ପାଇଁ ଜିଲା ଲିଗାଲ ଆଇନ୍‌ ସେବା ପ୍ରାଧିକରଣକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
୨୦୧୯ ସେପ୍ଟେମ୍ବର ୧୭ ତାରିଖରେ ବାଲେଶ୍ୱର ଜିଲା ସିଂଲା ଥାନା ଅଞ୍ଚଳର ୪ ବର୍ଷୀୟା ନାବାଳିକାଙ୍କୁ ସଞ୍ଜୟ ଦାସ (୪୨) ନାମକ ବ୍ୟକ୍ତି ପିଇବା ପାଇଁ ପାଣି ମାଗିଥିଲେ। ନାବାଳିକା ଜଣକ ପାଣି ଆଣି ଦେବା ସମୟରେ ସଞ୍ଜୟ ଏହାର ସୁଯୋଗ ନେଇ ତାଙ୍କୁ ଘର ଭିତରକୁ ନେଇ ବଳାତ୍କାର କରିଥିଲେ। ଏ ସମ୍ପର୍କରେ ନାବାଳିକା ଜଣକ କାନ୍ଦି କାନ୍ଦି ତାଙ୍କ ମା’ଙ୍କୁ କହିଥିଲେ। ଏନେଇ ଗ୍ରାମରେ ବୈଠକ ବସିଥିଲା। ନାବାଳିକାଙ୍କୁ ନେଇ ପରିବାର ଲୋକେ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ। ଏନେଇ ନାବାଳିକାଙ୍କ ପରିବାର ଲୋକେ ସଞ୍ଜୟଙ୍କୁ ପଚାରିବାରୁ ସେ ଓଲଟା ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ। ପରେ ନାବାଳିକାଙ୍କ ପରିବାର ଲୋକେ ସିଂଲା ଥାନାରେ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ମାମଲା ବାଲେଶ୍ୱର ପୋକ୍‌ସୋ କୋର୍ଟରେ ବିଚାରଧୀନ ଥିବା ବେଳେ ମଙ୍ଗଳବାର ରାୟ ପ୍ରକାଶ ପାଇଛି। ୧୨ ଜଣ ସାକ୍ଷ୍ୟ ଓ ୧୪ ଦଲିଲ ଦସ୍ତାବିଜକୁ ଭିତ୍ତି କରି ଜଜ୍‌ ଉପରୋକ୍ତ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମକଦ୍ଦମାକୁ ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ବାତିଲ ଦାବିରେ ଛାତ୍ରୀଛାତ୍ରଙ୍କ ଧାରଣା

ଢେଙ୍କାନାଳ ଅଫିସ,୧୭।୨: ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ବୁଧବାର ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀଛାତ୍ରମାନେ ୫ମ ସେମିଷ୍ଟର ପରୀକ୍ଷା ବାତିଲ ଦାବିରେ ଧାରଣା ଦେଇଥିଲେ। ଛାତ୍ରୀଛାତ୍ରମାନେ...

ଏବିଭିପି ପକ୍ଷରୁ ଭିସୁଟରେ ର଼୍ୟାଗିଂର ପ୍ରତିବାଦ

ଭବାନୀପାଟଣା,୨୫।୮(ଡି.ଏନ.ଏ.) ସମ୍ବଲପୁର ଜିଲା ବୁର୍ଲା ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍‌)ରେ ର଼୍ୟାଗିଂକୁ ଏବିଭିପି ପକ୍ଷରୁ ଶନିବାର ପ୍ରତିବାଦ କରାଯାଇଛି। ଭବାନୀପାଟଣାସ୍ଥିତ ସ୍ଥାନୀୟ କଲେଜ ଛକ ଏବଂ...

ୟୁକ୍ରେନ୍‌ରୁ ଫେରିଲେ କୋରାପୁଟ ଜିଲାର ୧୦ ଛାତ୍ରୀଛାତ୍ର

କୋରାପୁଟ,୯।୩(ସ୍ବ.ପ୍ର): ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଥିବାବେଳେ ସେଠାରେ ପାଠ ପଢୁଥିବା କୋରାପୁଟର ୧୦ ଜଣ ଛାତ୍ରୀଛାତ୍ର ଫେରୁଥିବା ଜଣାଯାଇଛି ା ବର୍ତ୍ତମାନ...

ଅକାମୀ ହୋଇଛି ଓଡ଼ିଶାର ଏକମାତ୍ର ଇଏସ୍‌ଟି ସେଲ୍‌

ବ୍ରହ୍ମପୁର ଅଫିସ,୧୮ା୨ – ଛାତ୍ରୀଛାତ୍ରଙ୍କ ଗବେଷଣାଗତ ବିକାଶ ଏବଂ ରୋଜଗାର ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ଭାରତ ସରକାରଙ୍କ ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ଗଞ୍ଜାମ ପୁଇଁତୋଳାର ଭୂପେଶ

ଗଞ୍ଜାମ,୧୨ା୯(ଡି.ଏନ.ଏ.): ଗଞ୍ଜାମ ଜିଲା ପୁଇଁତୋଳା ଗ୍ରାମର ଭୂପେଶ କୁମାର ପଲାଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ୨୦୦ ବୈଷୟିକ ପ୍ରମାଣପତ୍ର ପାଇ ୨୦୨୧ ପାଇଁ ଇଣ୍ଡିଆ...

ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା: ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ ତଦନ୍ତ

ସୋରଡ଼ା,୨୧ା୧(ଡି.ଏନ୍‌.ଏ.)- ବଡ଼ଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟାର ପ୍ରତିକାର ନେଇ ସରପଞ୍ଚ ସାରଦା ସବର ଜିଲା ସିଡିଏମ୍‌ଓଙ୍କ ପାଖକୁ ଏକ ଅଭିଯୋଗ ପତ୍ର ଲେଖିଥିଲେ।...

ବିଇଓଙ୍କ ହସ୍ତକ୍ଷେପ ପରେ ହଟିଲା ଧାରଣା

ଭଣ୍ଡାରିପୋଖରୀ,୧୮।୧୨(ଡି.ଏନ.ଏ.): ଭଣ୍ଡାରିପୋଖରୀ ବ୍ଲକ ଜଗନ୍ନାଥପ୍ରସାଦ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କ ଡେପୁଟେଶନ ବାତିଲ ଦାବିରେ ଗତ ଶନିବାରଠାରୁ ୫ ଦିନ ଧରି ତାଲା ପଡ଼ି...

୫ ବର୍ଷ ଧରି ଶୁଣୁନି ଜିଲା ପ୍ରଶାସନ: ସହାୟତାରୁ ବଞ୍ଚିତ ଦିବ୍ୟାଙ୍ଗ ଦେବରାଜ

ଗୋପ, ୧୫।୯(ଡି.ଏନ୍‌.ଏ.): ଗୋପ ବ୍ଲକ୍‌ ଅଧୀନ ଜଙ୍ଗଲବୋରି ପଞ୍ଚାୟତସ୍ଥିତ ମଧୁବନ ଗ୍ରାମର ଦିବ୍ୟାଙ୍ଗ ଦେବରାଜ ସାହୁ ୫ବର୍ଷ ଧରି ମୋଟରଚାଳିତ ଟ୍ରାଇସାଇକେଲ ପାଇଁ ଆବେଦନ କରି...

Advertisement
Archives

Model This Week