ଗାଁ ଶ୍ମଶାନରେ ଜାଗା ମିଳିଲାନି

ଜଳେଶ୍ୱର, ୨।୧୦(ଡି.ଏନ.ଏ.):  ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅଧୀନ ଏକ ଗାଁରେ ଜଣେ ପରିବାର ଦୀର୍ଘବର୍ଷ ଧରି ରହିଆସୁଥିବା ବେଳେ ସାପ କାମୁଡାରେ ଜଣଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ସେ ସ୍ଥାୟୀ ବାସିନ୍ଦା ହୋଇ ନ ଥିବାରୁ ଗ୍ରାମବାସୀ ଶ୍ମଶାନରେ ସକତ୍ାର କରିବାକୁ ଦେଇ ନ ଥିବା ଅଭିଯୋଗ ହୋଇଛି। ଦୀର୍ଘ ୧୮ଘଣ୍ଟା ପରେ ସୁବର୍ଣ୍ଣରେଖା ନଦୀକୂଳରେ ଶବ ସକତ୍ାର ହୋଇଥିବା ଜଣାଯାଇଛି।
ଚମାରଗାଁ ପଞ୍ଚାୟତ ଚାଫଲା ଗାଁରେ ହରିଜନ ଶ୍ରେଣୀର ରାମଚନ୍ଦ୍ର ମହାଲଙ୍କ ପରିବାର ପ୍ରାୟ ୧୫ବର୍ଷ ଧରି ବାସ କରିଆସୁଥିଲେ। ତାଙ୍କ ପୁଅ ସୁରେନ୍ଦ୍ର ମାହାଲ (୪୬) ଗତ ୨୯ ତାରିଖ ରାତିରେ ଘରେ ଶୋଇଥିବା ବେଳେ ତାଙ୍କୁ ଏକ ସାପ କାମୁଡି ଦେଇଥିଲା। ପରିବାର ଲୋକେ ଭୋର ସମୟରେ ଜଳେଶ୍ୱର ଜିକେ ଭଟ୍ଟର ହସ୍‌ପିଟାଲକୁ ଚିକିତ୍ସା ଲାଗି ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେମାନେ ଗାଁରେ ସ୍ଥାୟୀ ବାସିନ୍ଦା ହୋଇ ନ ଥିବାରୁ ଗାଁ ଶ୍ମଶାନରେ ସକତ୍ାର କରିବାକୁ ଗ୍ରାମବାସୀ ମନା କରିଦେଇଥିଲେ। ମୃତ୍ୟୁର କାରଣ ଜାଣିବା ପାଇଁ ଗ୍ରାମବାସୀ ଶବ ବ୍ୟବଚ୍ଛେଦ ଲାଗି ହସ୍‌ପିଟାଲକୁ ପୁଣି ପଠାଇଥିଲେ। ସନ୍ଧ୍ୟା ପୂର୍ବରୁ ଶବ ବ୍ୟବଚ୍ଛେଦ ହୋଇ ଗାଁରେ ପହଞ୍ଚିଥିଲେ ହେଁ ଗ୍ରାମବାସୀ ଗାଁ ଶ୍ମଶାନରେ ସକତ୍ାର କରାଇ ଦେଇ ନ ଥିଲେ। ପରିବାର ଲୋକେ ମୃତଦେହକୁ ରାସ୍ତା ଉପରେ ରଖି ଦୀର୍ଘ ସମୟ ଧରି ପ୍ରତିବାଦ କରିଥିଲେ। ଖବର ପାଇ ରାଇବଣିଆ ପୋଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରି ନ ଥିଲା। ଶେଷରେ ମଧ୍ୟରାତ୍ରୀରେ ପରିବାର ପକ୍ଷରୁ ମୃତଦେହକୁ ନେଇ ସୁବର୍ଣ୍ଣରେଖା ନଦୀକୂଳ ଶିଖରପୁର ଘାଟରେ ସକତ୍ାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri