ଘରେ ପଶି ବୁଲାଇଲେ କଳାକନା, ନେଇଗଲେ ଝିଅ ବାହାଘର ପାଇଁ ଥିବା ଅଳଙ୍କାର
ଖଇରା,୯।୯(ଡି.ଏନ୍.ଏ.): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ଗୋଳିହା ଗ୍ରାମର ୨ଟି ପରିବାରୁ ଚୋରି ହୋଇଛି। ଗ୍ରାମର ମହେଶ୍ବର ନାୟକ ଓ ତାଙ୍କ ଭାଇ ଉଦୟ ନାୟକଙ୍କ ସପରିବାର ଘରେ ନ ଥିବା ବେଳେ ଏହାର ସୁଯୋଗ ନେଇ ଚୋର କଳାକନା…
ସଜେଇ ହେଉଛି ଉଦୟପୁର-ତାଳସାରୀ
ଭୋଗରାଇ,୯ା୯: ନୂଆ ରୂପରେ ସଜେଇ ହେଉଛି ବାଲେଶ୍ୱର ଜିଲାର ବେଳାଭୂମି ଉଦୟପୁର-ତାଳସାରୀ। ଦୀର୍ଘବର୍ଷ ଧରି ଦୃଷ୍ଟି ଆଢୁଆଳରେ ରହିଯାଇଥିବା ଏହି ବେଳାଭୂମିକୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ରାଜ୍ୟ ସରକାର ତତ୍ପର ହୋଇପଡ଼ିଛନ୍ତି। ଦୁବାଇ ଭଳି ସୌନ୍ଦର୍ଯ୍ୟକରଣ କରାଯିବା ସହ…
ମଶାଣି ସାଥୀ ସୁଶାନ୍ତ
ରୂପସା,୯ା୯: ପେସାରେ ଜଣେ ବାଇକ୍ ମେକାନିକ। ହେଲେ ସମସ୍ତେ ତାଙ୍କୁ ମଶାଣି ସାଥୀ ଭାବେ ଜାଣନ୍ତି। ଶବଦାହ ଲାଗି କେହି ତାଙ୍କୁ ଡାକନ୍ତୁ ବା ନ ଡାକନ୍ତୁ ସେ ସବୁକାମ ଛାଡ଼ି ମଶାଣିରେ ପହଞ୍ଚିଯାନ୍ତି। ସେହି ସମୟରେ ଯାହା କିଛି ଖର୍ଚ୍ଚ…
କ୍ୟୁଆର-ଏସ୍ଏଏମ୍ର ସଫଳ ପରୀକ୍ଷଣ
ବାଲେଶ୍ୱର ଅଫିସ, ୯।୯:ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଆଇଟିଆର୍ରୁ ଗୁରୁବାର ପୂର୍ବାହ୍ନରେ କ୍ୟୁଆର୍-ଏସ୍ଏଏମ୍(କ୍ୱିକ୍ ରିଆକ୍ସନ୍-ସର୍ଫେସ୍ ଟୁ ଏୟାର ମିଶାଇଲ୍) କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି। ଭାରତୀୟ ସେନା ଦ୍ୱାରା ମୂଲ୍ୟାଙ୍କନ ପରୀକ୍ଷଣର ଏକ ଅଂଶ ଭାବରେ ଏହି ବିମାନ ପରୀକ୍ଷା କରାଯାଇଥିବା ଡିଆରଡିଓ…
ବରଦାୟିନୀ ମା’ ଭଗବତୀ: ଯିଏ ଯେମିତି ଭାବେ ମା’ଙ୍କୁ ଡାକେ…
ଖଇରା, ୮ା୯: ବାଲେଶ୍ୱର ଜିଲା ଖଇରା ବ୍ଲକ ବରଦା ଅଞ୍ଚଳର ଆରାଧ୍ୟା ଦେବୀ ମା’ ଭଗବତୀ। ଭଦ୍ରକ ମୋଟେଲ ଛକରୁ କାଉପୁର ରାସ୍ତା ଦେଇ ଯିବା ବେଳେ ବାଟରେ ପଡେ। ବାଲେଶ୍ୱର ଜିଲା ଗରସଙ୍ଗ ଅନ୍ତରା ବଜାର ଦେଇ ମଧ୍ୟ ବରଦା…
ଚୋରା ଚାଲାଣ ବେଳେ ୮୭ କଇଁଛ ଉଦ୍ଧାର, ଜଣେ ଗିରଫ
ବାଲେଶ୍ୱର ଅଫିସ,୭ା୯: ବାଲେଶ୍ୱର ଜିଲା ଜଳେଶ୍ୱର ବନ ବିଭାଗ ପକ୍ଷରୁ ୮୭ଟି କଇଁଛ ଉଦ୍ଧାର ହୋଇଛି। ସୂଚନାନୁଯାୟୀ, ୬୦ ନମ୍ବର ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗକୁ କଇଁଛ ଚୋରା ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇବା ପରେ ମଙ୍ଗଳବାର ବିଳମ୍ବିତ…
କ୍ଷୟକ୍ଷତି ରିପୋର୍ଟ ଜିଲା ପ୍ରଶାସନକୁ ହସ୍ତାନ୍ତର
ଜଳେଶ୍ୱର, ୭।୯(ଡି.ଏନ.ଏ.): ସୁବର୍ଣ୍ଣରେଖା ବନ୍ୟା କ୍ଷୟକ୍ଷତିର ସମ୍ପୂର୍ଣ୍ଣ ରିପୋର୍ଟ ଜିଲା ପ୍ରଶାସନକୁ ହସ୍ତାନ୍ତର ହୋଇଛି। ଏଥିରେ ଆପଦକାଳୀନ ସହାୟତା ଲାଗି ୨୦ କୋଟି ଟଙ୍କା ମଗାଯାଇଥିବା ପ୍ରାଥମିକ ସ୍ତରରେ ଜଣାଯାଇଛି। ବର୍ଷା ଓ ବନ୍ୟା ଯୋଗୁ କ୍ଷୟକ୍ଷତି ରିପୋର୍ଟ ବ୍ଲକ ପ୍ରଶାସନ…
ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲା ଭାଜପା: ବନ୍ୟା କ୍ଷୟକ୍ଷତି ତାଲିକାରୁ ସଦର ବ୍ଲକ ବାଦ୍
ବାଲେଶ୍ୱର ଅଫିସ, ୭।୯: ବନ୍ୟା କ୍ଷୟକ୍ଷତି ତାଲିକାରୁ ବାଲେଶ୍ୱର ଜିଲା ସଦର ବ୍ଲକ ବାଦ୍ ପଡିଛି। ଜିଲା ପ୍ରଶାସନର ଏଭଳି ଅବହେଳା ପ୍ରତିବାଦରେ ଜିଲା ସ୍କୁଲ ନିକଟସ୍ଥ ସଦର ଭାଜପା କାର୍ଯ୍ୟାଳୟରେ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀ କରାଯାଇ ରାଜ୍ୟ ସରକାରଙ୍କୁ…
ଟଙ୍କାଛପା କାଗଜ କାରଖାନା ଲାଗି ସ୍ଥିତି ଅନୁଧ୍ୟାନ
ବାଲେଶ୍ୱର ଅଫିସ, ୭।୯: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ପକ୍ଷରୁ ବାଲେଶ୍ୱର ଜିଲାରେ ଟଙ୍କାଛପା କାଗଜ କାରଖାନା ସ୍ଥାପନ ଲାଗି ନିଷ୍ପତ୍ତି ହେବା ପରେ ଅଧିକାରୀମାନଙ୍କ ପକ୍ଷରୁ ବାରମ୍ବାର ଜମି ସର୍ବେକ୍ଷଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ପୂର୍ବାହ୍ନରେ ଆର୍ବିଆଇର ୩ଜଣିଆ…
ଗୁରୁଙ୍କ ଆଶୀର୍ବାଦ ନେଲେ ଏମ୍ପି
ନୀଳଗିରି, ୬।୯(ସ୍ବ.ପ୍ର.)-ପବିତ୍ର ଗୁରୁଦିବସ ଅବସରରେ ସୋମବାର ବାଲେଶ୍ୱର ଏମ୍ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କ ଶିକ୍ଷକ ତ୍ରିଲୋଚନ ସାହୁଙ୍କ ଘରକୁ ଯାଇ ଆଶୀର୍ବାଦ ନେଇଛନ୍ତି। ନୀଳଗିରି ଏନ୍ଏସି ଅଧୀନ ବାଲିଗୋହିରୀସ୍ଥିତ ବାସଭବନକୁ ଯାଇ ଏମ୍ପି ଗୁରୁଙ୍କ ସ୍ବାସ୍ଥ୍ୟବସ୍ଥା…
ପେସା ଶିକ୍ଷକତା, ନିଶା ପୁସ୍ତକ ରଚନା
ଭୋଗରାଇ,୫ା୯:ଛାତ୍ରଜୀବନରୁ ଆର୍ଥିକ ସଙ୍କଟ ଓ ସଂଘର୍ଷ ମଧ୍ୟରେ ଆଗକୁ ବଢ଼ିବାର ସଂକଳ୍ପ ନେଇଥିବା ନିଆରା ଶିକ୍ଷକ ହେଉଛନ୍ତି ସନ୍ତୋଷ କୁମାର ପାତ୍ର। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ନସ୍କରପୁର ଗ୍ରାମରେ ତାଙ୍କର ଘର। ତାଙ୍କ ମା’ ଶାରଦା ମଣି ଓ…
ଭିତରେ ଛାତ୍ରୀଛାତ୍ର, ବାହାରେ ଶିକ୍ଷୟିତ୍ରୀଶିକ୍ଷକ
ଭୋଗରାଇ, ୪।୯(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ନାଛିନ୍ଦା ଉନ୍ନୀତ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ବଦଳି ପ୍ରତିବାଦରେ ଶୁକ୍ରବାରଠାରୁ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ଦ୍ୱାରା ଚାଲିଆସୁଥିବା ଆନ୍ଦୋଳନ ଜାରି ରହିଛି। ଶନିବାର ଛାତ୍ରୀଛାତ୍ର ସ୍କୁଲଗେଟ୍ର ମୁଖ୍ୟ ଫାଟକ ଖୋଲି ଶ୍ରେଣୀ…
Archives


