ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କଲା ଭାଜପା: ବନ୍ୟା କ୍ଷୟକ୍ଷତି ତାଲିକାରୁ ସଦର ବ୍ଲକ ବାଦ୍‌

ବାଲେଶ୍ୱର ଅଫିସ, ୭।୯: ବନ୍ୟା କ୍ଷୟକ୍ଷତି ତାଲିକାରୁ ବାଲେଶ୍ୱର ଜିଲା ସଦର ବ୍ଲକ ବାଦ୍‌ ପଡିଛି। ଜିଲା ପ୍ରଶାସନର ଏଭଳି ଅବହେଳା ପ୍ରତିବାଦରେ ଜିଲା ସ୍କୁଲ ନିକଟସ୍ଥ ସଦର ଭାଜପା କାର୍ଯ୍ୟାଳୟରେ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀ କରାଯାଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରାଯାଇଛି। ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ମାନସ କୁମାର ଦତ୍ତ ବନ୍ୟା ପରିଚାଳନାରେ ଅବ୍ୟବସ୍ଥା ତଥା ବୁଢାବଳଙ୍ଗ, ଜଳକା ନଦୀରେ ବନ୍ୟା କାରଣରୁ ସଦର ବ୍ଲକ ଅଞ୍ଚଳର ବହୁ ପଞ୍ଚାୟତରେ ବନ୍ୟା ପରିସ୍ଥିତି ଦେଖାଦେଇଥିଲା। ହଜାର ହଜାର ଏକର ଚାଷଜମି ନଷ୍ଟ ହେବା ସହ ମାଛ ଚାଷ, ଘରଦ୍ୱାର, ରାସ୍ତାଘାଟ ନଷ୍ଟ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ଏହି ବ୍ଲକରେ କ୍ଷୟକ୍ଷତି ଆକଳନ ନ କରି ବାଦ୍‌ ଦିଆଯାଇଥିବାରୁ ଅସନ୍ତୋଷ ଦେଖାଦେଇଛି।
ଗତ ଅଗଷ୍ଟ ଶେଷ ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ଉପକୂଳ ଉତ୍ତରଓଡ଼ିଶାରେ ୪/୫ ଦିନ ଧରି ପ୍ରବଳ ବର୍ଷା ହେବା ଫଳରେ ବୁଢ଼ାବଳଙ୍ଗ, ସୋନ, ଗଙ୍ଗାହାର, ଜଳକା ତଥା ସୁବର୍ଣ୍ଣରେଖା ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିଥିଲା। ଫଳରେ ଧାନ ଚାଷ କ୍ଷତି ହୋଇଥିଲା। ବାଲେଶ୍ୱର ଜିଲା ସଦର ବ୍ଲକର ଶ୍ରୀରାମପୁର, ରସଲପୁର, କୁରାଢ଼ିହା, କସିପଦା, ଆଙ୍କୋ, ହଳଦୀପଦା, ସାର୍ଥା, ପଞ୍ଚୁପଡ଼ା, ନଗ୍ରମ, ଓଲନ୍ଦା ସାରଗଁା, ବୁଅଁାଳ, ଓଡ଼ଙ୍ଗୀ, ସିନ୍ଧିଆ, ବଇଞ୍ଚା, ଛାନୁଆ ଆଦି ପଞ୍ଚାୟତରେ ଜଳକା ଓ ବୁଢାବଳଙ୍ଗ ନଦୀରେ ବନ୍ୟା ଯୋଗୁ ଚାଷ ଜମିରେ ୭ରୁ ୮ ଦିନ ଧରି ପାଣି ବୁଡ଼ି ରହିଥିଲା। ଫଳରେ ହଜାର ହଜାର ହେକ୍ଟର ଜମିରେ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା। କୃଷି ବିଭାଗ ଓ ରାଜସ୍ବ ବିଭାଗର ମିଳିତ ତଦନ୍ତ ରିପୋର୍ଟ ହସ୍ତଗତ ହେଲା ପରେ ଓଡ଼ିଶା ସରକାର ବସ୍ତା, ବାଲିଆପାଳ, ଭୋଗରାଇ, ଜଳେଶ୍ୱର ବ୍ଲକରେ ପାଖାପାଖି ୮ ହଜାର ହେକ୍ଟର ଜମିରେ ଚାଷ ନଷ୍ଟ ହୋଇଥିବାର ଘୋଷଣା କରିଥିବା ବେଳେ ସଦର ବ୍ଲକକୁ ଏଥିରେ ସାମିଲ ନ କରିବା କ୍ଷତିଗ୍ରସ୍ତ ଚାଷୀକୁଳକୁ ନିରାଶ କରିଛି। ଖବରଦାତା ସମ୍ମିଳନୀରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର ଓ ଗୌରାଙ୍ଗ ଦାସ, ପୂର୍ବତନ ଜିଲା ଉପସଭାପତି ଗଙ୍ଗାଧର ରାଉତ, ଜିଲା ପରିଷଦ ସଭ୍ୟ ଗୟାଧର ବେହେରା, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ବାଇଁ, ସରପଞ୍ଚ ରବିନାରାୟଣ ପ୍ରଧାନ, ମଣ୍ଡଳ ସଭାପତି ବିଜୟ ଦାସ, ମଣ୍ଡଳ ପ୍ରଭାରୀ ଲୋକନାଥ ଭୂୟଁା ଓ ମଣ୍ଡଳ ସାଧାରଣ ସମ୍ପାଦକ ଅନନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ବିଜେଡିର ବଢୁଛି ବଳ: ଦଳରେ ସାମିଲ ହେଲେ ଅନେକ କଂଗ୍ରେସ-ଭାଜପା କର୍ମୀ

ଦାରିଙ୍ଗବାଡି, ୧୮।୪ (ଅରୁଣ ସାହୁ): ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଦିନକୁ ଦିନ ବଳ ବୃଦ୍ଧି ହେବାରେ ଲାଗିଛି। ଗତ ସପ୍ତାହରେ ଦାରିଙ୍ଗବାଡିଠାରେ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ଅଙ୍ଗଦାନ କରିଥିବା ମହିଳାଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ବିଭିନ୍ନ ସମୟରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ବିଶେଷ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାନ୍ତି, ଯାହାକି...

ମୁଁ ମୁଖ୍ୟମନ୍ତ୍ରୀଙ୍କ ସୈନିକ, ଦଳର ସ୍ବାର୍ଥ ଲାଗି ଲଢ଼ିବି: ରୋହିତ  

ସମ୍ବଲପୁର,୧୮।୪:  ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୁର୍ବରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଛିଡା କରାଯାଇଥିଲା। ହେଲେ ବୁଧବାର ଘୋଷିତ ୫ମ ସୂଚୀରେ ପ୍ରସନ୍ନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri