ବରଦାୟିନୀ ମା’ ଭଗବତୀ: ଯିଏ ଯେମିତି ଭାବେ ମା’ଙ୍କୁ ଡାକେ…

ଖଇରା, ୮ା୯: ବାଲେଶ୍ୱର ଜିଲା ଖଇରା ବ୍ଲକ ବରଦା ଅଞ୍ଚଳର ଆରାଧ୍ୟା ଦେବୀ ମା’ ଭଗବତୀ। ଭଦ୍ରକ ମୋଟେଲ ଛକରୁ କାଉପୁର ରାସ୍ତା ଦେଇ ଯିବା ବେଳେ ବାଟରେ ପଡେ। ବାଲେଶ୍ୱର ଜିଲା ଗରସଙ୍ଗ ଅନ୍ତରା ବଜାର ଦେଇ ମଧ୍ୟ ବରଦା ଯିବାକୁ ରାସ୍ତା ରହିଛି। ବାଲେଶ୍ୱର ଭଦ୍ରକ ଦୁଇ ଜିଲା ସୀମାନ୍ତରେ ଅବସ୍ଥିତ ଏହି ପ୍ରାଚୀନ ପୀଠର ଅନେକ କିମ୍ବଦନ୍ତୀ ରହିଛି। ପ୍ରତ୍ୟକ୍ଷଦେବୀ ଭାବେ ଭକ୍ତଙ୍କ ମନ କଥା ଜାଣି ବର ଦେଉଥିବା ନେଇ ବିଶ୍ୱାସ ରହିଛି।

ମା’ ଭଗବତୀଙ୍କ ନାମରୁ ଗ୍ରାମର ନାମ ବରଦା ହୋଇଛି। ଏହି ମନ୍ଦିର ୫ଶହ ବର୍ଷ ତଳର ପୁରୁଣା ବୋଲି ସ୍ଥାନୀୟ ବାସିନ୍ଦା ଦାବି କରନ୍ତି । ପ୍ରବାଦ ଅନୁଯାୟୀ ଷୋଡଶ ଶତାବ୍ଦୀରେ କଳାପାହାଡ ବଙ୍ଗରୁ ଆସି ଓଡିଶାରେ ତାଣ୍ଡବ ଲୀଳା ଘଟାଇ ବିଭିନ୍ନ ମନ୍ଦିର ତଥା ଦେବୀଦେବତାଙ୍କ ମୂର୍ତ୍ତୀ ଭାଙ୍ଗୁଥିବା ବେଳେ ବରଦାର ମା’ ଭଗବତୀ ପୀଠକୁ ଆସି ମା’ଙ୍କ ମୂର୍ତ୍ତୀରୁ ନାକ ଛେଦନ କରିଥିଲେ। ଏବେ ମଧ୍ୟ ମା’ଙ୍କ ମୂର୍ତ୍ତୀ ନାକରେ କଟାଦାଗ ଥିବା ଦେଖିବାକୁ ମିଳେ । ଏଠାକାର ସ୍ବତନ୍ତ୍ରତା ହେଉଛି ମନ୍ଦିରରେ କୌଣସି ବଳି ପଡେନାହିଁ ଏବଂ ମା’ ପରମ ବୈଷ୍ଣବୀ ଭାବେ ପୂଜା ପାଇଥାନ୍ତି। କଳା ମୁଗୁନି ପଥରରେ ନିର୍ମିତ ହୋଇଥିବା ମା’ଙ୍କ ମୂର୍ତ୍ତି ଓ ପୁରୁଣା କଳା କାରିଗରିରେ ତିଆରି ମନ୍ଦିରରୁ ଏହା କେତେ ପୁରୁଣା ଅନୁମାନ କରାଯାଇପାରେ। ଯିଏ ଯେମିତି ଭାବେ ଅସୁବିଧାରେ ପଡି ମା’ଙ୍କୁ ଡାକେ ମା’ ନିଶ୍ଚୟ ତାର ମାନସିକ ପୂରଣ କରିଥାନ୍ତି ବୋଲି ପୂଜକ କାର୍ତ୍ତିକ ଚନ୍ଦ୍ର ବାରିକ କହିଥାନ୍ତି। ବୁଢାବାପା ଧିନ୍ଦେଇ, ବାପା ମଦନମୋହନଙ୍କ ପରେ ସେ ୪୦ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ପୂଜା କରୁଛନ୍ତି ା ହଜାର ହଜାର ଭକ୍ତଙ୍କ ମାନସିକ ପୂରଣ ହୋଇପାରୁଥିବା ନେଇ ସେ କହିଛନ୍ତି ।

ମୁଖ୍ୟପର୍ବ ଭାବେ ପଣା ସଂକ୍ରାନ୍ତି ପାଖାପାଖି ୧୫ଦିନ ଧରି ଚାଲିଥାଏ। ବାଲେଶ୍ୱର ଓ ଭଦ୍ରକ ଜିଲାର ବିଭିନ୍ନ ଅଞ୍ଚଳରୁ ସହସ୍ରାଧିକ ଭକ୍ତ ଯୋଗ ଦେଇଥାନ୍ତି। ମାନସିକଧାରୀ ଶତାଧିକ ଭକ୍ତ ଦେହରେ କଣ୍ଟାଫୋଡି ଉଡା ପାଟୁଆ ପର୍ବରେ ସାମିଲ ହୋଇଥାନ୍ତି ।

ସ୍ଥାନୀୟ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସଂସ୍କୃତିମନ୍ତ୍ରୀ ଥିବା ବେଳେ ଲୋକଙ୍କ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି ଏହାର ନିର୍ମାଣ କରାଯାଇଛି। ଏବେ ନିକଟରେ ରୂପାନ୍ତରଣ କାର୍ଯ୍ୟ ପାଇଁ ବିଧାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ପାଇଁ ନକ୍ସା ପ୍ରସ୍ତୁତ କରାଯିବା ସହ ଶିଳାନ୍ୟାସ କାମ ମଧ୍ୟ ଶେଷ ହୋଇଛି ।  ମା’ ଙ୍କର ବିଭିନ୍ନ ଯାନିଯାତ୍ରା ପାଇଁ ପଞ୍ଚାୟତ ତରଫରୁ ଏକ କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ସ୍ଥାନୀୟ ସରପଞ୍ଚ ପରୀକ୍ଷିତ ମହାପାତ୍ର କହିଛନ୍ତି ା ମା’ଙ୍କର ମହିମା ଅନେକ। କେବଳ ମଫସଲ ଅଞ୍ଚଳରେ ଥିବାରୁ ମନ୍ଦିର ସମ୍ପର୍କରେ ଲୋକ ଜାଣି ପାରୁ ନ ଥିବା ଗ୍ରାମର ପୁରୁଖା ବ୍ୟକ୍ତି ବ୍ରଜକିଶୋର ମହାନ୍ତି କହିଛନ୍ତି।

ଉତ୍କଳବନ୍ଧୁ ପଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri