ବରଦାୟିନୀ ମା’ ଭଗବତୀ: ଯିଏ ଯେମିତି ଭାବେ ମା’ଙ୍କୁ ଡାକେ…

ଖଇରା, ୮ା୯: ବାଲେଶ୍ୱର ଜିଲା ଖଇରା ବ୍ଲକ ବରଦା ଅଞ୍ଚଳର ଆରାଧ୍ୟା ଦେବୀ ମା’ ଭଗବତୀ। ଭଦ୍ରକ ମୋଟେଲ ଛକରୁ କାଉପୁର ରାସ୍ତା ଦେଇ ଯିବା ବେଳେ ବାଟରେ ପଡେ। ବାଲେଶ୍ୱର ଜିଲା ଗରସଙ୍ଗ ଅନ୍ତରା ବଜାର ଦେଇ ମଧ୍ୟ ବରଦା ଯିବାକୁ ରାସ୍ତା ରହିଛି। ବାଲେଶ୍ୱର ଭଦ୍ରକ ଦୁଇ ଜିଲା ସୀମାନ୍ତରେ ଅବସ୍ଥିତ ଏହି ପ୍ରାଚୀନ ପୀଠର ଅନେକ କିମ୍ବଦନ୍ତୀ ରହିଛି। ପ୍ରତ୍ୟକ୍ଷଦେବୀ ଭାବେ ଭକ୍ତଙ୍କ ମନ କଥା ଜାଣି ବର ଦେଉଥିବା ନେଇ ବିଶ୍ୱାସ ରହିଛି।

ମା’ ଭଗବତୀଙ୍କ ନାମରୁ ଗ୍ରାମର ନାମ ବରଦା ହୋଇଛି। ଏହି ମନ୍ଦିର ୫ଶହ ବର୍ଷ ତଳର ପୁରୁଣା ବୋଲି ସ୍ଥାନୀୟ ବାସିନ୍ଦା ଦାବି କରନ୍ତି । ପ୍ରବାଦ ଅନୁଯାୟୀ ଷୋଡଶ ଶତାବ୍ଦୀରେ କଳାପାହାଡ ବଙ୍ଗରୁ ଆସି ଓଡିଶାରେ ତାଣ୍ଡବ ଲୀଳା ଘଟାଇ ବିଭିନ୍ନ ମନ୍ଦିର ତଥା ଦେବୀଦେବତାଙ୍କ ମୂର୍ତ୍ତୀ ଭାଙ୍ଗୁଥିବା ବେଳେ ବରଦାର ମା’ ଭଗବତୀ ପୀଠକୁ ଆସି ମା’ଙ୍କ ମୂର୍ତ୍ତୀରୁ ନାକ ଛେଦନ କରିଥିଲେ। ଏବେ ମଧ୍ୟ ମା’ଙ୍କ ମୂର୍ତ୍ତୀ ନାକରେ କଟାଦାଗ ଥିବା ଦେଖିବାକୁ ମିଳେ । ଏଠାକାର ସ୍ବତନ୍ତ୍ରତା ହେଉଛି ମନ୍ଦିରରେ କୌଣସି ବଳି ପଡେନାହିଁ ଏବଂ ମା’ ପରମ ବୈଷ୍ଣବୀ ଭାବେ ପୂଜା ପାଇଥାନ୍ତି। କଳା ମୁଗୁନି ପଥରରେ ନିର୍ମିତ ହୋଇଥିବା ମା’ଙ୍କ ମୂର୍ତ୍ତି ଓ ପୁରୁଣା କଳା କାରିଗରିରେ ତିଆରି ମନ୍ଦିରରୁ ଏହା କେତେ ପୁରୁଣା ଅନୁମାନ କରାଯାଇପାରେ। ଯିଏ ଯେମିତି ଭାବେ ଅସୁବିଧାରେ ପଡି ମା’ଙ୍କୁ ଡାକେ ମା’ ନିଶ୍ଚୟ ତାର ମାନସିକ ପୂରଣ କରିଥାନ୍ତି ବୋଲି ପୂଜକ କାର୍ତ୍ତିକ ଚନ୍ଦ୍ର ବାରିକ କହିଥାନ୍ତି। ବୁଢାବାପା ଧିନ୍ଦେଇ, ବାପା ମଦନମୋହନଙ୍କ ପରେ ସେ ୪୦ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ପୂଜା କରୁଛନ୍ତି ା ହଜାର ହଜାର ଭକ୍ତଙ୍କ ମାନସିକ ପୂରଣ ହୋଇପାରୁଥିବା ନେଇ ସେ କହିଛନ୍ତି ।

ମୁଖ୍ୟପର୍ବ ଭାବେ ପଣା ସଂକ୍ରାନ୍ତି ପାଖାପାଖି ୧୫ଦିନ ଧରି ଚାଲିଥାଏ। ବାଲେଶ୍ୱର ଓ ଭଦ୍ରକ ଜିଲାର ବିଭିନ୍ନ ଅଞ୍ଚଳରୁ ସହସ୍ରାଧିକ ଭକ୍ତ ଯୋଗ ଦେଇଥାନ୍ତି। ମାନସିକଧାରୀ ଶତାଧିକ ଭକ୍ତ ଦେହରେ କଣ୍ଟାଫୋଡି ଉଡା ପାଟୁଆ ପର୍ବରେ ସାମିଲ ହୋଇଥାନ୍ତି ।

ସ୍ଥାନୀୟ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସଂସ୍କୃତିମନ୍ତ୍ରୀ ଥିବା ବେଳେ ଲୋକଙ୍କ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି ଏହାର ନିର୍ମାଣ କରାଯାଇଛି। ଏବେ ନିକଟରେ ରୂପାନ୍ତରଣ କାର୍ଯ୍ୟ ପାଇଁ ବିଧାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ପାଇଁ ନକ୍ସା ପ୍ରସ୍ତୁତ କରାଯିବା ସହ ଶିଳାନ୍ୟାସ କାମ ମଧ୍ୟ ଶେଷ ହୋଇଛି ।  ମା’ ଙ୍କର ବିଭିନ୍ନ ଯାନିଯାତ୍ରା ପାଇଁ ପଞ୍ଚାୟତ ତରଫରୁ ଏକ କଲ୍ୟାଣମଣ୍ଡପ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ସ୍ଥାନୀୟ ସରପଞ୍ଚ ପରୀକ୍ଷିତ ମହାପାତ୍ର କହିଛନ୍ତି ା ମା’ଙ୍କର ମହିମା ଅନେକ। କେବଳ ମଫସଲ ଅଞ୍ଚଳରେ ଥିବାରୁ ମନ୍ଦିର ସମ୍ପର୍କରେ ଲୋକ ଜାଣି ପାରୁ ନ ଥିବା ଗ୍ରାମର ପୁରୁଖା ବ୍ୟକ୍ତି ବ୍ରଜକିଶୋର ମହାନ୍ତି କହିଛନ୍ତି।

ଉତ୍କଳବନ୍ଧୁ ପଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri