ଅନୁଗୋଳ

ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ

ଅନୁଗୋଳ ଅଫିସ,୧୦।୫ ଅନୁଗୋଳ ଜିଲାରେ ବିଦ୍ୟୁତ୍‌ କାଟ ଓ ପାନୀୟ ଜଳ ସମସ୍ୟା ସହ ଡିଏମ୍‌ଏଫ୍‌ରେ ହୋଇଥିବା ବ୍ୟାପକ ଦୁର୍ନୀତି ବିରୋଧରେ ଭାଜପା ଆନ୍ଦୋଳନକୁ ଓହ୍ଲାଇବ। ଏ ସମ୍ପର୍କରେ ସୋମବାର ଜିଲା ଭାଜପା କାର୍ଯ୍ୟାଳୟଠାରେ ଜିଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ…

ଗଛମୂଳରୁ ୩ ଦିନର ଶିଶୁକନ୍ୟା ଉଦ୍ଧାର

ବନ୍ତଳା,୯।୫(ଡି.ଏନ.ଏ.): ବିଶ୍ୱ ମାତୃ ଦିବସରେ ମମତା ଭୁଲିଗଲେ ମା’। ୩ ଦିନର ଶିଶୁକନ୍ୟାଙ୍କୁ ଏକ ଗଛମୂଳେ ଛାଡ଼ି କେହି କୁମାରୀ ମା’ ପଳାଇଯିବା ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମରେ ରବିବାର ଚର୍ଚ୍ଚାର ବିଷୟ ହୋଇଛି। ଶିଶୁଟିର କାନ୍ଦ ଶୁଣି କେତେଜଣ…

ରାତି ନ ପାହୁଣୁ ଲମ୍ବୁଛି ଧାଡ଼ି

ବଇଣ୍ଡା,୯।୫: ପ୍ରତିବର୍ଷ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବହୁ ପୂର୍ବରୁ ପ୍ରସ୍ତୁତି ବୈଠକ ବସୁଛି। ବିଶେଷକରି ଗ୍ରାମାଞ୍ଚଳର ପାନୀୟ ଜଳ ଆବଶ୍ୟକତା ମେଣ୍ଟାଇବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଉଛି। ତୁରନ୍ତ ଅଚଳ ନଳକୂଅ ମରାମତି ଓ ଆବଶ୍ୟକସ୍ଥଳେ ନୂତନ ଖନନ ନିମନ୍ତେ ନିର୍ଦ୍ଦେଶ…

ଶପିଂ ମଲ୍‌ରେ ଅଗ୍ନି ନିରାପତ୍ତା ଯାଞ୍ଚ

ଅନୁଗୋଳ ଅଫିସ,୯।୫: ଅନୁଗୋଳ ଜିଲା ଅଗ୍ନିଶମ ଅଧିକାରୀଙ୍କ ନେତୃତ୍ୱରେ ଏକ ଦଳ ରବିବାର ସହରରେ ଥିବା ବିଭିନ୍ନ ଶପିଂ ମଲ୍‌ରେ ଅଗ୍ନି ନିରାପତ୍ତା ଏବଂ ନିରାପତ୍ତା ନିୟମ ସମ୍ପର୍କରେ ଯାଞ୍ଚ କରିଛନ୍ତି। ଏହି ଦଳ ଷ୍ଟାଇଲ ବଜାର, ହୁଲୁରିସିଙ୍ଗାରେ ଥିବା ରିଲାଏନ୍ସ ସ୍ମାର୍ଟ…

ନ୍ୟାୟ ମାଗିଲେ ଛେଳିଆ କ୍ଷତିଗ୍ରସ୍ତ

କଣିହାଁ, ୮।୫(ଡି.ଏନ୍‌.ଏ.): ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ଦ୍ୱାରା କ୍ଷତିଗ୍ରସ୍ତ ଅନୁଗୋଳ ଜିଲା କଣିହାଁ ବ୍ଲକର ଛେଳିଆ ଗ୍ରାମବାସୀ ହକ୍‌ର ଲଢ଼େଇକୁ ଜୋର୍‌ଦାର କରିଛନ୍ତି। ନ୍ୟାଯ୍ୟ ଦାବିରେ ଶନିବାର ସକାଳ ୬ଟାରୁ ସେମାନେ ଏମ୍‌ସିଏଲ୍‌ କଣିହାଁ ଟାଇମ୍‌ ଅଫିସ୍‌ ସମ୍ମୁଖରେ ସମୂହ ଧାରଣାରେ…

କାର୍ଯ୍ୟକ୍ଷମ ହୋଇପାରୁନି ଉପଖଣ୍ଡ ମାତୃ ଶିଶୁ ଭବନ

ପାଲଲହଡା, ୮।୫(ଡି.ଏନ.ଏ.): ପାଲଲହଡା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପରିସରରେ ନିର୍ମାଣ ହେଉଥିବା ୩୦ ଶଯ୍ୟା ବିଶିଷ୍ଟ ମାତୃ ଏବଂ ଶିଶୁ ଭବନ କାର୍ଯ୍ୟ ଶେଷ ହେଉ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ବର୍ଷକ ମଧ୍ୟରେ କାର୍ଯ୍ୟ ସାରିବାକୁ ଠିକା ସଂସ୍ଥା ଚୁକ୍ତି କରିଥିବା…

ବଡ଼ଦାଣ୍ଡସାହି ରାସ୍ତା ନବୀକରଣ ଦାବି

ଆଠମଲ୍ଲିକ,୮।୫(ଡି.ଏନ.ଏ.): ଚଳିତବର୍ଷ ରଥଯାତ୍ରା ପୂର୍ବରୁ ଆଠମଲ୍ଲିକ ସହରସ୍ଥିତ ବଡ଼ଦାଣ୍ଡର ନବୀକରଣ କରିବାକୁ ସାଧାରଣରେ ଦାବି ହେଉଛି। ଦୀର୍ଘଦିନ ହେବ ଏହି ରାସ୍ତା ମରାମତି କରାଯାଇ ନାହିଁ। ପାନୀୟ ଜଳ ଯୋଗାଣ ପାଇଁ ରାସ୍ତା ଖୋଳି ପାଇପ ପକାଇବା କାରଣରୁ ଖାଲଖମା ସୃଷ୍ଟି ହୋଇଛି।…

ଆର୍ମି ପରୀକ୍ଷା ହେଉ ନ ଥିବାରୁ ଅସନ୍ତୋଷ

ଅନୁଗୋଳ ଅଫିସ, ୮।୫: ଆର୍ମି ନିଯୁକ୍ତି ମେଳାରେ ଯୋଗଦେଇ ଶାରୀରିକ ଓ ଡାକ୍ତରୀ ପରୀକ୍ଷାରେ କୃତକାର୍ଯ୍ୟ ହେଲେ। କିନ୍ତୁ ଲିଖିତ ପରୀକ୍ଷା ଏଯାଏ ହେଉ ନ ଥିବାରୁ ଅନୁଗୋଳର ୧୧୮ ଆଶାୟୀ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବୟସ ଗଡ଼ିଯାଉଥିବାରୁ ତୁରନ୍ତ ପରୀକ୍ଷା…

୧୩ରେ ୧୨ ଘଣ୍ଟିଆ ତାଳଚେର ବନ୍ଦ

ତାଳଚେର, ୮।୫(ନି.ପ୍ର.): ତାଳଚେର ମେଡିକାଲ କଲେଜକୁ ସରକାରୀସ୍ତରରେ ତୁରନ୍ତ କାର୍ଯ୍ୟକ୍ଷମ କରିବା ଦାବିରେ ଆସନ୍ତା ୧୩ ତାରିଖରେ ତାଳଚେରରେ ବନ୍ଦ ପାଳନ କରାଯିବ। ଶନିବାର ତାଳଚେର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ତରଫରୁ ସ୍ଥାନୀୟ ଡେରା ଶିବ ମନ୍ଦିର ପରିସରରେ ଅନୁଷ୍ଠିତ…

ସମସ୍ୟାରେ ରାମଦେଓ ସ୍ମାର୍ଟ ସ୍କୁଲ

ବଇଣ୍ଡା,୮।୫: ଗୁଣାତ୍ମକ ଶିକ୍ଷାରେ ଯେପରି ଭିତ୍ତିଭୂମି ବାଧକ ନ ହେବ ସେଥିପାଇଁ ଶିକ୍ଷାନୁଷ୍ଠାନକୁ ସ୍ମାର୍ଟ କରାଗଲା। ବିଦ୍ୟାଳୟ ପିଛା ବହୁ ଲକ୍ଷ ଟଙ୍କା ବ୍ୟୟ ହେଲା। କିନ୍ତୁ ଶିକ୍ଷକ ଅଭାବ ସମସ୍ୟା ଏବେ ସ୍ମାର୍ଟ ସ୍କୁଲ ଉଦ୍ଦେଶ୍ୟ ପୂରଣରେ ବାଧକ ସାଜିଛି। ଅନୁଗୋଳ…

କମ୍ପାନୀ କର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ୱ

ଅନୁଗୋଳ ଅଫିସ, ୭ା୫ ଅନୁଗୋଳ ଜିଲାର ବିଭିନ୍ନ କଳକାରଖାନାରେ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା, ସ୍ବାସ୍ଥ୍ୟସେବା ସୁବିଧା ଏବଂ କମ୍ପାନୀ ପକ୍ଷରୁ ନିଆଯାଇଥିବା ଜନମଙ୍ଗଳ କାର୍ଯ୍ୟର ସମୀକ୍ଷା କରିଛନ୍ତି ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ଏ ନେଇ ଶୁକ୍ରବାର ଜିଲା କାର୍ଯ୍ୟାଳୟ ସମ୍ମିଳନୀ…

ଗାନ୍ଧୀ ଭବନ ହେଉ ନ ଥିବାରୁ କ୍ଷୋଭ

ଅନୁଗୋଳ ଅଫିସ, ୭ା୫ ଅନୁଗୋଳ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ବାଜି ରାଉତ ଛାତ୍ରାବାସ ଏବଂ ରାଷ୍ଟ୍ରୀୟ ଯୁବା ସଙ୍ଗଠନ ପକ୍ଷରୁ ଶୁକ୍ରବାର ଗାନ୍ଧିଜୀଙ୍କ ଅନୁଗୋଳ ଆଗମନର ୮୮ତମ ସ୍ମୃତି ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ବସ୍‌ଷ୍ଟାଣ୍ଡରୁ ବାରିଥିବା ଶାନ୍ତି ପଦଯାତ୍ରା ନଗର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri