ଅନୁଗୋଳ

ଗଛ ଗଡୁଛି, ତାତି ବଢୁଛି

ବଇଣ୍ଡା, ୧୫।୫(ଡି.ଏନ୍‌.ଏ.): ଚାଲିଛି ଅବାଧ ଗଛକଟା। ଶେଷହେବାକୁ ବସିଲାଣି ମୂଲ୍ୟବାନ ଜଙ୍ଗଲ ସମ୍ପଦ। ବିକାଶ ଆଳରେ ଦୈନିକ ଶତାଧିକ ଗଛ ବଳି ପଡୁଥିବାବେଳେ ଏହାର ଅଭାବ ପୂରଣ ନେଇ ପ୍ରକାଶ ପାଉନାହିଁ ତତ୍ପରତା। ହେଲେ ଏହାର ପ୍ରତିକୂଳ ପ୍ରଭାବରେ ଯେ, ଜଳବାୟୁ ବିଗିଡ଼ିଗଲାଣି…

ଅଣନିଃଶ୍ୱାସୀ କରୁଛି ଅଳିଆ ନିଆଁ

ଅନୁଗୋଳ ଅଫିସ,୧୪।୫ ଦୀର୍ଘବର୍ଷ ପରେ ହେଲା ପୌର ନିର୍ବାଚନ। ନୂଆ ପରିଷଦ ଗଠନ ସହ ଅନୁଗୋଳ ପୌରାଞ୍ଚଳର ପରିମଳ ଦିଗରେ ବିଭିନ୍ନ ଖସଡ଼ା ପ୍ରସ୍ତୁତ କରାଗଲା। ଏପରି କି ଆବର୍ଜନା ପରିଚାଳନାର ସୁଫଳ ଯେପରି ତତ୍‌କ୍ଷଣାତ ମିଳିବ ସେ ନେଇ ବ୍ୟବସ୍ଥା…

ପରିଚାଳନା ଦାୟିତ୍ୱ ନେଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାର ନିଜ ହାତକୁ ନେଇଛନ୍ତି। ମହାନଦୀ କୋଲ୍‌ଫିଲ୍ଡସ ଲିମିଟେଡ(ଏମ୍‌ସିଏଲ) ଦ୍ୱାରା ଦିଆଯାଇଥିବା ଏହି ପ୍ରସ୍ତାବକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନିକ ଅନୁମୋଦନ କରିଛନ୍ତି। ଏହି ମେଡିକାଲ କଲେଜକୁ ମହାନଦୀ ଇନ୍‌ଷ୍ଟିଚ୍ୟୁଟ…

ବଢୁଛି ବର୍ଷା ଜଳ ନିଷ୍କାସନ ଚିନ୍ତା

ଅନୁଗୋଳ ଅଫିସ, ୧୨।୫: ଦୀର୍ଘଦିନ ହେଲା ଅନୁଗୋଳ ସହରର ଡ୍ରେନ୍‌ ଅବସ୍ଥା ଠିକ୍‌ ନାହିଁ। କେଉଁଠି ଡ୍ରେନ୍‌ ପୋତି ହୋଇପଡ଼ିଛି ତ କେଉଁଠି ସଫେଇ ହେଉ ନାହିଁ। ଆଗକୁ ବର୍ଷା ଆସୁଥିବାରୁ ଏହା ପୂର୍ବରୁ କାମ ଶେଷ କରା ନ ଗଲେ ସହରରୁ…

କେନ୍ଦୁପତ୍ର କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

ବଇଣ୍ଡା,୧୨।୫(ଡି.ଏନ.ଏ.): ଆଠମଲ୍ଲିକ କେନ୍ଦୁପତ୍ର ଡିଭିଜନ ଅଧୀନରେ ଥିବା ବଇଣ୍ଡା କେନ୍ଦୁପତ୍ର ରେଞ୍ଜ କାର୍ଯ୍ୟାଳୟରେ ସର୍କଲ ଚେକର ନିଯୁକ୍ତିରେ ଅନିୟମିତତା ହୋଇଥିବା ବୁଧବାର ସର୍କଲ ଚେକର ବସନ୍ତ କୁମାର ସାହୁ ଅନୁଗୋଳ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ଏଥିସହ ସେ ହଣ୍ଡପାଠାରେ ଥିବା ବଇଣ୍ଡା କେନ୍ଦୁପତ୍ର…

ଅଧାରୁ ଅଧିକ ପଦବୀ ଖାଲି

ଆଠମଲ୍ଲିକ,୧୨।୫: ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପ୍ରତି ସରକାରଙ୍କ ଚରମ ଅବହେଳା ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଦୀର୍ଘଦିନ ହେଲା ଏହି ଡାକ୍ତରଖାନାରେ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ମଧ୍ୟରୁ ଅଧାରୁ ଅଧିକ ଖାଲି ପଡ଼ିଛି। ଏପରି କି ଚକ୍ଷୁ…

୩୨ ଅଣ୍ଡାରୁ ବାହାରିଲେ ଘଡ଼ିଆଳ ଛୁଆ

ବନ୍ତଳା,୧୨ା୫(ଡି.ଏନ.ଏ.): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପାଇଁ ସୋମବାର ଆସିଛି ଖୁସି ଖବର। ମହାନଦୀ ଗଣ୍ଡରେ ଘଡ଼ିଆଳ କୁମ୍ଭୀର ଅଣ୍ଡାରୁ ୩୨ ଶାବକ ଜନ୍ମ ହୋଇଛନ୍ତି। ସାତକୋଶିଆ ଡିଏଫ୍‌ଓ ସରୋଜ କୁମାର ପଣ୍ଡା ଏ ନେଇ ଖବରଦାତାମାନଙ୍କୁ ସୂଚନା ଦେଇଛନ୍ତି। ଡିଏଫ୍‌ଓ…

‘ନିବେଶକଙ୍କୁ ଆବଶ୍ୟକ ସହଯୋଗ ଯୋଗାଅ’

ଅନୁଗୋଳ ଅଫିସ, ୧୧।୫ – ଅନୁଗୋଳ ଜିଲାର ଶିଳ୍ପ ଓ ଖଣି କ୍ଷେତ୍ର ପ୍ରତି ନିବେଶକମାନଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ବଅଁରପାଳ ବ୍ଲକ ଆଲୁମିନିୟମ ପାର୍କଠାରେ ଆୟୋଜିତ ୨ ଦିନିଆ ଅନୁଗୋଳ ଆଡଭାଣ୍ଟେଜ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ…

ମିମ୍‌ସାର କାର୍ଯ୍ୟକ୍ଷମ ଆଶା ଉଜ୍ଜୀବିତ

ତାଳଚେର/ ଅନୁଗୋଳ ଅଫିସ,୧୧।୫ – ଅନୁଗୋଳ ଜିଲା ତାଳଚେରଠାରେ ନିର୍ମାଣ ହୋଇଥିବା ୧୦୦ ଶଯ୍ୟା ବିଶିଷ୍ଟ ମହାନଦୀ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ସେଣ୍ଟର (ମିମ୍‌ସାର) ଶୀଘ୍ର କାର୍ଯ୍ୟକ୍ଷମ ଦିଗରେ ଆଶା ଉଜ୍ଜୀବିତ ହୋଇଛି। ମଙ୍ଗଳବାର ତାଳଚେର ବନ୍ଦ…

ଯୋଗ୍ୟତା ଥାଇ ମିଳୁନି ଆବାସ

ମାଧପୁର, ୧୧।୫ – ଆଠମଲ୍ଲିକ ବ୍ଲକ କୁଦଗାଁ ପଞ୍ଚାୟତ ନୀଳକଣ୍ଠପଡ଼ା ଗ୍ରାମର ୧୨ଜଣ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ସେମାନେ ବିଡିଓଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ଅଭିଯୋଗ ଅନୁଯାୟୀ,…

ଜୋର୍‌ଦାର ଚାଲିଛି କୋଇଲା ଚୋରା କାରବାର

ତାଳଚେର,୧୦।୫(ନି.ପ୍ର.) ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ବିଭିନ୍ନ କୋଇଲା ଖଣି ଅଞ୍ଚଳରୁ ଚାଲିଛି ଜୋର୍‌ଦାର କୋଇଲା ଚୋରି। କୋଇଲା ମାଫିଆଙ୍କ ସହ କେତେଜଣ ଅଧିକାରୀ, କର୍ମଚାରୀ, ସୁରକ୍ଷା କର୍ମଚାରୀ, ଡିଡିଏମ୍‌ ଅଫିସରେ ଥିବା କେତେଜଣ କର୍ମଚାରୀ ଓ ପୋଲିସ ଏଥିରେ ସାମିଲ…

ଭାରିଯାନ ଧକ୍କାରେ ଭାଙ୍ଗିଲା ପୋଲ ସୁରକ୍ଷା ବାଡ଼

ଛେଣ୍ଡିପଦା,୧୦।୫(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ତିପଦା ବ୍ଲକ ଦେଇଯାଇଥିବା ଛେଣ୍ଡିପଦା- ଅନୁଗୋଳ ୬୩ ନମ୍ବର ରାଜ୍ୟ ରାଜପଥରେ ଗତ ବିଳମ୍ବିତ ରାତିରେ ଏକ ବଡ଼ ଲୁହା ଯନ୍ତ୍ରାଂଶ ବୋଝେଇ ଭାରିଯାନ ଧକ୍କାରେ କୁମ୍ଭୀରା ନାଳ ପୋଲର ସରକ୍ଷା ବାଡ ଭାଙ୍ଗିଯାଇଛି। ଘଟଣାରୁ ପ୍ରକାଶ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri