ଭଙ୍ଗା ଘରେ କଟୁଛି କରୁଣାକରଙ୍କ ଜୀବନ
ଅନୁଗୋଳ ଅଫିସ, ୩୧।୫- ଅନୁଗୋଳ ବ୍ଲକ ବେଡ଼ାଶାସନ ପଞ୍ଚାୟତ ହମାମୀରା ଗ୍ରାମର କରୁଣାକର ସାହୁଙ୍କ ଛପର ଫନୀରେ କ୍ଷତିଗ୍ରସ୍ତ ହୋଇଥିଲା। ତାଙ୍କ ଘର ମଧ୍ୟ ଭାଙ୍ଗି ଯାଇଥିଲା। କିନ୍ତୁ ସରକାରୀ ସହାୟତା ତ ଦୂରର କଥା ଅଦ୍ୟାବଧି ମୁଣ୍ଡ ଗୁଞ୍ଜିବା ପାଇଁ…
ଅଂଶୁଘାତରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ
ବଇଣ୍ଡା,୩୦।୫(ଡି.ଏନ.ଏ.)-ହଣ୍ଡପା ଥାନା ନାକିଚି ଗ୍ରାମର ସୁରୁଚି ରଣା(୫୮) ଜଣେ ମହିଳାଙ୍କ ବୁଧବାର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣାରୁ ଜଣାପଡ଼ିଛି, ସୁରୁଚି ଅପରାହ୍ନରେ ତାଙ୍କ ଘର ବାରଣ୍ଡାରେ ବସି କାମ କରୁଥିବାବେଳେ ହଠାତ୍ ଅଚେତ ହୋଇପଡ଼ିଥିଲେ। ପରିବାର ଲୋକ ତାଙ୍କୁ…
ଗୌତମପୁରରେ ଜଳ ସଙ୍କଟ: ଲୋକେ ହନ୍ତସନ୍ତ
ମାଧପୁର, ୨୯।୫(ଡି.ଏନ୍.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ବାସୁଦେବପୁର ପଞ୍ଚାୟତ ଗୌତମପୁର ଗ୍ରାମରେ ପାନୀୟଜଳର ଘୋର ଅଭାବ ଦେଖାଦେଇଛି। ଏହି ଗ୍ରାମରେ ଗୋଟିଏ ନଳକୂପ ରହିଛି, ଯାହାର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ଏହି ନଳକୂପ ଚତୁଃପାର୍ଶ୍ୱରେ ଖରାପ ପାଣି…
ତାଣ୍ଡବ ରଚିଲା କାଳବୈଶାଖୀ
ଅନୁଗୋଳ ଅଫିସ/ତାଳଚେର (ନି.ପ୍ର.) /କଣିହାଁ/ବନ୍ତଳା/ଛେଣ୍ଡିପଦା/ ପରଜଙ୍ଗ (ଡି.ଏନ୍.ଏ.), ୨୯ା୫- ଅନୁଗୋଳ ଏବଂ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ତୋଫାନରେ ବ୍ୟାପକ କ୍ଷତି ହୋଇଛି। ପ୍ରବଳ ବେଗରେ ପବନ ବହିବାରୁ ବହୁ ଆଜବେଷ୍ଟସ, ଛପର ଉଡ଼ିଯାଇଛି। ବଡ଼…
ଜାତୀୟ ଖୋ ଖୋ ପ୍ରତିଯୋଗିତା: ଓଡ଼ିଶା ଦଳର ଛତିଶଗଡ଼ ଯାତ୍ରା
ବଅଁରପାଳ, ୨୯।୫ (ଡି.ଏନ୍.ଏ.)- ସେଭେନ୍ କ୍ଲବ ଖୋ ଖୋ ଇଣ୍ଡିଆ ଆନୁକୂଲ୍ୟରେ ଚଳିତ ମାସ ୨୯ ତାରିଖ ଠାରୁ ୩୧ ପର୍ଯ୍ୟନ୍ତ ଛତିଶଗଡ଼ର ଦୁର୍ଗପୁରାଇ ଠାରେ ଆୟୋଜନ ହେବ ସେଭେନ୍ କ୍ଲବ ସବ୍ଜୁନିୟର ଖୋ ଖୋ ଚାମ୍ପିୟନଶିପ୍। ଏହି ପ୍ରତିଯୋଗିତା ପାଇଁ…
ପ୍ରେମିକାଙ୍କୁ ଗର୍ଭବତୀ କରି ପ୍ରେମିକ ଫେରାର: ପରିବାରକୁ ହତ୍ୟା ଧମକ ଦେଉଥିବା ଅଭିଯୋଗ
ଅନୁଗୋଳ ଅଫିସ, ୨୯।୫- ଅନୁଗୋଳ ଜିଲା ଜରପଡ଼ା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିବା ପରେ ଡେରଜାଙ୍ଗ ଅଞ୍ଚଳର ପ୍ରେମିକ ସୁବାସ ବେହେରା ଫେରାର ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏପରି…
ଅନୁଗୋଳ ରକ୍ତଭଣ୍ଡାର ଖାଲି
ଅନୁଗୋଳ ଅଫିସ, ୨୯।୫- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତଭଣ୍ଡାର ଫାଙ୍କା ପଡ଼ିଛି। କୌଣସି ଗୋଟିଏ ହେଲେ ଗ୍ରୁପ୍ର ରକ୍ତ ନାହିଁ। ଫଳରେ ମେଡିକାଲରୁ ଚିଠା ଧରି ରୋଗୀଙ୍କ ସମ୍ପର୍କୀୟ ବାରମ୍ବାର ଧାଉଁଥିଲେ ବି ନିରାଶ ହୋଇ ଫେରିବାକୁ ପଡ଼ୁଛି।…
ପ୍ରତିଶ୍ରୁତି ରଖୁନାହାନ୍ତି କର୍ତ୍ତୃପକ୍ଷ: ଆଲୁମିନିୟମ ପ୍ରକଳ୍ପ କାର୍ଯ୍ୟ ବନ୍ଦ କଲେ ଗ୍ରାମବାସୀ
ବଅଁରପାଳ, ୨୯।୫ (ଡି.ଏନ୍.ଏ.)- ବଅଁରପାଳ ବ୍ଲକ ଲଙ୍ଗୁଳିଆବେଡ଼ା ଗ୍ରାମ ପାଖରେ ନିର୍ମାଣାଧୀନ ଆଲୁମିନିୟମ ପାର୍କ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିଛନ୍ତି ଗ୍ରାମବାସୀ। ମଙ୍ଗଳବାର ସକାଳୁ ଗ୍ରାମର ଶତାଧିକ ଲୋକ ପ୍ରକଳ୍ପ ସ୍ଥାନରେ ପହଞ୍ଚତ୍ ଗ୍ରାମ ସୀମା ଚିହ୍ନଟ କରିବା ସହିତ ସୀମା…
ଏମିତି କରୁଛି ପୋଲିସ କାର୍ଯ୍ୟ: ଅଟୋରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ଅନୁଗୋଳ ଅଫିସ, ୨୯।୫- ଅନୁଗୋଳ ଜିଲା ଜରପଡ଼ା ପୋଲିସ ସୋମବାର ୨ ଅଭିଯୁକ୍ତଙ୍କୁ ଅଟୋରେ କୋର୍ଟଚାଲାଣ କରିଛି। ଜରପଡ଼ାରୁ ଅନୁଗୋଳ କୋର୍ଟର ଦୂରତା ୨୭ କିମି ହୋଇଥିଲେ ବି ମାତ୍ର ୩ କର୍ମଚାରୀ ୨ ଅଭିଯୁକ୍ତଙ୍କୁ ଅଟୋରେ ମେଡିକାଲ ଆଣିବା ଓ…
ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ
ବଇଣ୍ଡା,୨୮।୫(ଡି.ଏନ.ଏ.)- କିଶୋରନଗର କଲେଜ ନିକଟରେ ମହେଶ୍ୱର ସାହୁଙ୍କର ଚାଳ ଛପର ଦୋକାନଟି ମଙ୍ଗଳବାର ଜଳିଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବାବେଳେ ବିଦ୍ୟୁତ୍ ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା ଅଞ୍ଚଳବାସୀ କହିଛନ୍ତି। ଘଟଣାରୁ ଜଣାପଡ଼ିଛି, ବଡ଼ି ଭୋରରୁ ହଠାତ୍ ତାଙ୍କ ଦୋକାନରେ…
ହେଲ୍ମେଟ ନ ପିନ୍ଧିଲେ ଘରକୁ ଯିବ ଚାଲାଣ
ଅନୁଗୋଳ ଅଫିସ, ୨୮।୫ ରାସ୍ତା ଦୁର୍ଘଟଣାକୁ କିପରି ନିୟନ୍ତ୍ରଣ କରାଯାଇପାରିବ ଓ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ସହ ଆହତମାନଙ୍କୁ ତୁରନ୍ତ ଚିକିତ୍ସାସେବା ଯୋଗାଇ ଦିଆଯିବ ସେ ସମ୍ପର୍କରେ ଗଠିତ ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟିର ବୈଠକ ସୋମବାର ଜିଲାପାଳ ମନୋଜ…
ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଛାତ୍ରୀ
ଅନୁଗୋଳ ଅଫିସ, ୨୮।୫ ମା’ ବାପାଙ୍କ ମାନସିକ ସ୍ଥିତି ଠିକ୍ ନ ଥିବାରୁ ପିଲାବେଳୁ ପିଉସୀଙ୍କ ଘରେ ରହି ପାଠ ପଢ଼ୁଥିବା ଜଣେ ଛାତ୍ରୀ ସୋମବାର ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦଶମରେ ଗ୍ରେଡ୍ -ବିରେ ଉତ୍ତୀର୍ଣ୍ଣ ହୋଇଥିବାରୁ…
Archives


