ଅନୁଗୋଳ

ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ: ଚିକିତ୍ସାରେ ଅବହେଳା ଯୋଗୁ ମୃତ୍ୟୁ ଅଭିଯୋଗ

ଅନୁଗୋଳ ଅଫିସ, ୨୭।୯-ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବଅଁରପାଳ ନୂଆହତା ଗ୍ରାମର ବିରଜା ମୋହନ ପଟ୍ଟନାୟକ(୫୧)। ମୃତକଙ୍କ ପୁଅ ପ୍ରତୀକ ପଟ୍ଟନାୟକଙ୍କ ଅଭିଯୋଗ ମୁତାବକ, ବୁଧବାର ସନ୍ଧ୍ୟାରେ…

ପିବିଡିଏରେ ବ୍ୟାପକ ଅର୍ଥ ହେରଫେର ଅଭିଯୋଗ: ଜିଲାପାଳଙ୍କୁ ଜଣାଇଲେ କୃଷି ଅଧିକାରୀ

ପାଲଲହଡ଼ା, ୨୭ା୯(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକର ପାଉଡି ଭୂୟାଁ ଜନଜାତିଙ୍କ ସାମାଜିକ ଓ ଆର୍ଥତ୍କ ବିକାଶ ପାଇଁ ରାଜ୍ୟ ସରକାର ପାଉଡି ଭୂୟାଁ ଉନ୍ନୟନ ସଂସ୍ଥା (ପିବିଡିଏ) ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଦୁଇ ବର୍ଷ ହେବ ସରକାର…

ନାଲ୍‌କୋ ସ୍ମେଲଟର ପୂର୍ବତନ ଜିଏମ୍‌ଙ୍କୁ ୨ ବର୍ଷ ଜେଲ

ଅନୁଗୋଳ ଅଫିସ, ୨୭।୯-ନାଲ୍‌କୋର ପୂର୍ବତନ ମହାପ୍ରବନ୍ଧକ ଶମ୍ଭୁ ଦୟାଲ ଚୌହାରିଆଙ୍କୁ ଅନୁଗୋଳ ଏସ୍‌ଡିଜେଏମ୍‌ କୋର୍ଟ ଗୁରୁବାର ଏକ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଜଜ୍‌ ବିଶ୍ୱଜିତ ନାୟକ ଚୌହାରିଆଙ୍କୁ ଦୁଇ ବର୍ଷ ଜେଲ…

ରାସ୍ତାରେ ଯୁବତୀଙ୍କୁ ପ୍ରେମ ନିବେଦନ ମହଙ୍ଗା ପଡ଼ିଲା, ଗ୍ରାମବାସୀ ଧରି ନିର୍ଧୁମ ଛେଚିଲେ

ଛେଣ୍ଡିପଦା,୨୬।୯(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳର ଜନୈକ ଯୁବକ ରାସ୍ତାରେ ଜଣେ ସ୍କୁଲ ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ନିର୍ଧୁମ ଛେଚା ଖାଇଛନ୍ତି। ସୂଚନାନୁଯାୟୀ, ବିଦ୍ୟାଳୟକୁ ଜନୈକ ଛାତ୍ରୀ ଯିବା ସମୟରେ କୋଶଳା ଗାଁର ଜଣେ ଯୁବକ ଛାତ୍ରୀଙ୍କୁ ରାସ୍ତାରେ…

ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ : ଡାକ୍ତରଖାନା ପରିସରରେ ଉତ୍ତେଜନା

ଅନୁଗୋଳ ଅଫିସ,୨୬।୯: ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଗୁରୁବାର ଜଣଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକଙ୍କ ଘର ବଅଁରପାଳ ବ୍ଲକ ନୂଆହତା ଅଞ୍ଚଳର ବିରଜା ମୋହନ ପଟ୍ଟନାୟକ(୫୧)। ସେ ବୁଧବାର ବିଷପାନ କରି ଡାକ୍ତରଖାନାରେ ଚିକିତ୍ସିତ…

ଡକାୟତି ଯୋଜନା ପଣ୍ଡ, ୪ ଗିରଫ

ଅନୁଗୋଳ ଅଫିସ, ୨୬।୯ – ଅନୁଗୋଳ ହାଟପଡ଼ା ଛକରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଡକାୟତି ଉଦ୍ୟମକୁ ଅନୁଗୋଳ ପୋଲିସ ପଣ୍ଡ କରିଦେଇଛି। ପାଟ୍ରୋଲିଂ କରୁଥିବା ପୋଲିସ ୪ ଦୁର୍ବୃତ୍ତଙ୍କୁ ଗିରଫ କରିଥିବାବେଳେ ଜଣେ ଚକ୍‌ମା ଦେଇ ଫେରାର ହୋଇଯାଇଛନ୍ତି। ଏ…

ଜିଲା କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ

ଅନୁଗୋଳ ଅଫିସ, ୨୬।୯ – ଅନୁଗୋଳ ଜିଲା କାର୍ଯ୍ୟାଳୟ ସମ୍ମୁଖରେ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ବୁଧବାର ୪ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନେତୃତ୍ୱରେ ମଞ୍ଚର ସଭାପତି ମୁରଲୀଧର ସାହୁ ଓ…

କୁଶକିଳା ଡବଲ ମର୍ଡର ମାମଲା: ଅଭିଯୁକ୍ତ ଝସକେତନ ଦୋଷୀ ସାବ୍ୟସ୍ତ

ଅନୁଗୋଳ ଅଫିସ,୨୬।୯ – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୁଶକିଳା ଗ୍ରାମରେ ୨୦୧୬ରେ ଘଟିଥିବା ରାଜ କିଶୋର ସାହୁଙ୍କ ପୁଅ ଯୋଗେଶ୍ୱର ସାହୁ(୩୬) ଏବଂ ପୁତୁରା ହିରଣାକ୍ଷ ସାହୁ(୩୨)ଙ୍କ ହତ୍ୟା ମାମଲାର ଶୁଣାଣି ଶେଷ ହୋଇଛି। ଅନୁଗୋଳ ଜିଲା ଓ ଦୌରାଜଜ୍‌ଙ୍କ…

ଫରେଷ୍ଟ ରେଞ୍ଜର୍ସ କଲେଜର ସମାବର୍ତ୍ତନ ସମାରୋହ ‘ଜଙ୍ଗଲ କ୍ଷେତ୍ରଫଳରେ ଚତୁର୍ଥ ସ୍ଥାନରେ ଓଡ଼ିଶା’

ଅନୁଗୋଳ ଅଫିସ, ୨୬।୯- ଓଡ଼ିଶା ଫରେଷ୍ଟ ରେଞ୍ଜର୍ସ କଲେଜ ଅନୁଗୋଳର ୧୬ତମ ସମାବର୍ତ୍ତନ ସମାରୋହ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟ ଜଙ୍ଗଲ ଓ ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍‌ ଯୋଗଦେଇ ୯୬…

ନାଲ୍‌କୋରେ କୋଇଲା ସଙ୍କଟ: ସ୍ମେଲଟରରେ ବନ୍ଦ ହେଲା ୨୦ ପଟ୍‌

ବଅଁରପାଳ, ୨୬ା୯(ଡି.ଏନ.ଏ.) – ନାଲ୍‌କୋ ବିଦ୍ୟୁତ ପ୍ରକଳ୍ପରେ ଏବେ କୋଇଲା ସଙ୍କଟ ଯୋଗୁ ୧୦ରୁ ୫ଟି ୟୁନିଟ ବନ୍ଦ ରହିଛି। ଫଳରେ ସିପିପି ପ୍ଲାଣ୍ଟରୁ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଛି। ଏହାର କୁପ୍ରଭାବ ସ୍ମେଲଟର ପ୍ଲାଣ୍ଟ ଉପରେ ପଡିଛି। ସ୍ମେଲଟରରେ ୯୬୦…

ଡାକ୍ତରଙ୍କ ବଦଳି ବାତିଲ ଦାବିରେ ବିକ୍ଷୋଭ

ବଇଣ୍ଡା, ୨୬ା୯(ଡି.ଏନ.ଏ.) – କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଚିତ୍ତରଞ୍ଜନ ସାହୁଙ୍କୁ ବୁଧବାର ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଠାକୁରଗଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ସପ୍ତାହକୁ ୩ ଦିନ କାର୍ଯ୍ୟରେ ଯୋଗ ଦେବାକୁ ବଦଳି ନିର୍ଦ୍ଦେଶାନାମା ଆସିଥିଲା। ଏହା ଜଣାପଡିବା ପରେ କିଶୋରନଗର…

ଜଗନ୍ନାଥ ଟ୍ରକ୍‌ ଓନର ଆସୋସିଏଶନ୍‌ର ଖବରଦାତା ସମ୍ମିଳନୀ: ସ୍ଥାନୀୟ ଲୋକଙ୍କୁ ହତାଦର ଅଭିଯୋଗ

ଅନୁଗୋଳ ଅଫିସ, ୨୬।୯ – ଅନୁଗୋଳ ଓ ତାଳଚେର ଅଞ୍ଚଳର ଜଗନ୍ନାଥ ଟ୍ରକ୍‌ ଓନର ଆସୋସିଏଶନ୍‌ କର୍ମକର୍ତ୍ତାମାନେ ଲୋଡିଂ ବ୍ୟବସ୍ଥାକୁ ନେଇ ଖୁସି ନୁହନ୍ତି। ତାଳଚେର ବିଧାୟକ ଏଥିରେ ବାଧା ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରୁଥିବା ଆସୋସିଏଶନ୍‌ର କର୍ମକର୍ତ୍ତାମାନେ ବୁଧବାର ସ୍ଥାନୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri