ଅନୁଗୋଳ

ଭିତରକୁ ଯାଉଛି ବାହାର ଖାଦ୍ୟ

ଅନୁଗୋଳ ଅଫିସ, ୮।୫ – ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ଜେଲ ବିଭାଗ ନିର୍ଦ୍ଦେଶକଙ୍କ ପକ୍ଷରୁ ଜାରି କରାଯାଇଥିବା କଟକଣାକୁ ଅନୁଗୋଳ ଜେଲରେ କଡ଼ାକଡ଼ି ପାଳନ କରାଯାଉ ନ ଥିବା ଅଭିଯୋଗ ହେଉଛି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଉଦାସୀନତାର…

ଗାଁ ମୁଣ୍ଡରେ ନରହନ୍ତା ଦନ୍ତା

ଛେଣ୍ଡିପଦା,୮।୫(ସ୍ବ.ପ୍ର.) – ଅନୁଗୋଳ ଜିଲା ଛେଣ୍ଡିପଦା ଓ ଜରପଡା ବନାଞ୍ଚଳ ସୀମାନ୍ତରେ ଥିବା କୋରଡା, ପୁଟଗାଡିଆ ଗ୍ରାମ ମଧ୍ୟରେ ଗୁରୁବାର ଏକ ନରହନ୍ତା ଦନ୍ତା ବୁଲୁଥିବା ଦେଖିବାକୁ ମିଳିଛି। ଏଥିଯୋଗୁ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି। ଅନେକ ଲୋକଙ୍କ ଜୀବନ ନେଇ ସାରିଥିବା…

ଜଙ୍ଗଲରେ ଚାଲିଥିଲା ଭାଟି, ୮ ଗିରଫ

ଅନୁଗୋଳ ଅଫିସ/କଣିହାଁ, ୮।୫ – ଅନୁଗୋଳ ଜିଲା ରେଙ୍ଗାଲି ଥାନା ଲୋଧାଝରି ଶାଳ ଜଙ୍ଗଲରେ ଭାଟି କରାଯାଇ ଦେଶୀ ମଦ ରନ୍ଧା ଯାଉଥିବା ବେଳେ ଅବକାରୀ କର୍ମଚାରୀମାନେ ଚଢ଼ାଉ କରି ବିପୁଳ ପରିମାଣର ମଦ ଜବତ କରିଛନ୍ତି। ଏଥିସହ ସେଠାରୁ ୮…

ଭାରସାମ୍ୟ ହରାଇ ଓଲଟିଲା ଆମ୍ବୁଲାନ୍ସ

ଛେଣ୍ଡିପଦା,୭।୫(ସ୍ବ.ପ୍ର.): ଅନୁଗୋଳ ଜିଲା ନିଶା ଥାନା ଅନ୍ତର୍ଗତ ଛେଣ୍ଡିପଦା ଅନୁଗୋଳ ଯାଇଥିବା ୬୩ନଂ ରାଜ୍ୟ ରାଜପଥରେ ଗୁରୁବାର ସକାଳେ ଭାରସାମ୍ୟ ହରାଇ ଏକ ୧୦୮ ଆମ୍ବୁଲାନ୍ସ ଓଲଟିପଡିଛି। ଏହି ଦୁର୍ଘଟଣାରେ ରୋଗୀ, ସମ୍ପର୍କୀୟ ଓ ଗାଡି କର୍ମଚାରୀ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା…

କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ମିଳୁ

ଅନୁଗୋଳ ଅଫିସ, ୭।୫ – କରୋନା ଜନିତ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସରକାର ସହାୟତା ପ୍ରଦାନ କରିବାକୁ ଅଲ୍‌ଇଣ୍ଡିଆ କିଶାନ କ୍ଷେତମଜଦୁର ସଙ୍ଗଠନ (ଏଆଇକେକେଏମ୍‌ଏସ୍‌) ସର୍ବଭାରତୀୟ କମିଟି ପକ୍ଷରୁ ଦାବି କରାଯାଇଛି। ଏ ନେଇ କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ…

ଜିଲାପାଳ, ପୋଲିସକୁ ରିପୋର୍ଟ ଦେଲେ ଡିସିପିଓ

ଅନୁଗୋଳ ଅଫିସ, ୭।୫ – ଅନୁଗୋଳ ହୁଲୁରିସିଂହା ଅଞ୍ଚଳରେ ଘଟିଥିବା ନବଜାତ ଶିଶୁପୁତ୍ର ବିକ୍ରି ଅଭିଯୋଗ ଘଟଣା ସମ୍ପର୍କରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ଗୌରୀ ଶଙ୍କର ବେହେରା ଅନୁଗୋଳ ଜିଲାପାଳ ଓ ପୋଲିସକୁ ରିପୋର୍ଟ ପ୍ରଦାନ କରିଛନ୍ତି। ଏଥିସହ…

୩ ବସ୍‌ରେ ଗଲେ ୯୭ ଶ୍ରମିକ

ଅନୁଗୋଳ ଅଫିସ, ୭।୫ – ଅନୁଗୋଳରେ ଅଟକି ରହିଥିବା ବାହାର ରାଜ୍ୟର ଶ୍ରମିକମାନଙ୍କ ମଧ୍ୟରୁ ଯେଉଁମାନଙ୍କ ୧୪ ଦିନିଆ ସଙ୍ଗରୋଧ ସମାପ୍ତ ହୋଇଛି ସେମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ବସ୍‌ ଯୋଗେ ଘରକୁ ପଠାଇବା ପ୍ରକ୍ରିୟା ଜାରି ରହିଛି। ବୁଧବାର ପୂର୍ବାହ୍ନରେ…

ସମ୍ମାନ ଦେଲା ସଙ୍ଗରୋଧ

(ଦିନେଶ ଦେହୁରୀ) ବନ୍ତଳା, ୭ା୫ – ବାହାର ରାଜ୍ୟ ଫେରନ୍ତାଙ୍କ ମଧ୍ୟରୁ ଅନେକେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଏପରି କି କେତେଜଣ ଲୁଚି ପଳାଇ ଯାଇ ନିଜ ସହ ପରିବାର, ସମ୍ପର୍କୀୟଙ୍କ ପାଇଁ ବିପଦ ସାଜିବାର ସମ୍ଭାବନା ସୃଷ୍ଟି…

ନାବାଳକ ଅଭିଯୁକ୍ତଙ୍କୁ ନେଇ ମୁହଁ।ମୁହିଁ

ଅନୁଗୋଳ ଅଫିସ, ୭।୫ – କୋଭିଡ୍‌ ମ୍ୟାପ୍‌ରେ ଗ୍ରୀନ୍‌ ଜୋନରେ ଥିବା ଅନୁଗୋଳ ଜିଲାର ବାଳ ସୁଧାର ଗୃହକୁ ରେଡ୍‌ଜୋନ୍‌ ଭଦ୍ରକ ଜିଲାରୁ ମଙ୍ଗଳବାର ବିଳମ୍ବିତ ରାତିରେ ଆସିଥିବା ଜଣେ ନାବାଳକ ଅଭିଯୁକ୍ତଙ୍କୁ ନେଇ ପୋଲିସ ଓ ବାଳ ସୁଧାର ଗୃହର…

ଜୀବିକା ସହଜ ପାଇଁ ସହଯୋଗ କର

ଅନୁଗୋଳ ଅଫିସ, ୭।୫ – ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହ ଠାରେ ବ୍ୟାଙ୍କ ସମୂହ ଜିଲା ପରାମର୍ଶଦାତା କମିଟିର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ତାଲା ବନ୍ଦ ଯୋଗୁ ଜିଲାର…

କିଶୋରନଗରରେ ଝଡ଼ତୋଫାନ: ଉଡିଗଲା ଚାଳ ଛପର, ଆଜବେଷ୍ଟସ

ବଇଣ୍ଡା,୬ା୫(ଡି.ଏନ୍‌.ଏ)-ଅନୁଗୋଳ ଜିଲା କିଶୋରନଗର ବ୍ଲକର ବିଭିନ୍ନ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଝଡ଼ତୋଫାନ ସହ ବର୍ଷା ହୋଇଛି। ପ୍ରବଳ ବର୍ଷା ସହ ପବନ ହୋଇଥିବା ଯୋଗୁ ଡାଳପକା ଗ୍ରାମର ରଘୁନାଥ ବେହେରାଙ୍କ ୩ ବଖରା ଆଜବେଷ୍ଟସ ଉଡି ଯାଇଛି। ରଘୁନାଥଙ୍କ ସପରିବାର…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ବଇଣ୍ଡା,୬ା୫(ଡି.ଏନ୍‌.ଏ)-କରୋନା ମୁକାବିଲା ପାଇଁ ବୁଧବାର କିଶୋରନଗର ବ୍ଲକ ୫ ଟି ପଞ୍ଚାୟତର ଏମବିକେ ମହିଳା ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୬୩୦୦ ଟଙ୍କା ସହାୟତା ଯୋଗାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଏକାଉଣ୍ଟରେ ଡିପୋଜିଟ କରି ରସିଦକୁ କିଶୋରନଗର ବିଡିଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri