ବାଛରିକୁ ପିଟିପିଟି ମାରିଦେଲେ, ଯୁବକ ଗିରଫ

ବଇଣ୍ଡା,୯।୫(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ତଲେଇପଥର ଗ୍ରାମର ନଥିଲା ଭୋଇଙ୍କ ଏକ ବାଛୁରିକୁ ଶୁକ୍ରବାର ରାତିରେ କଟକ ଜିଲା ମାହାଙ୍ଗା ଥାନା ନିଆଳି ଗ୍ରାମର ଅମରେଶ୍ୱର ବାରିକ ଠେଙ୍ଗାରେ ପିଟିପିଟି ମାରି ଦେଇଥିବା ଶନିବାର ନଥିଲା ଠାକୁରଗ଼ଡ଼ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ନଂ. ୫୬/୨୦ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଅମରେଶ୍ୱରଙ୍କୁ ଗିରଫ କରି ଆଠମଲ୍ଲିକ କୋର୍ଟ ଚାଲାଣ କରିଛି।
ପୋଲିସ କହିଛି, ଅମରେଶ୍ୱର ତାଙ୍କ ସମ୍ପର୍କୀୟ ଚୈତନ୍ୟ ସାହୁଙ୍କ ଘରକୁ ୩ ମାସ ହେବ ବୁଲିବାକୁ ଆସିଥିଲେ। ନଥିଲାଙ୍କ ବାଛୁରି ରାସ୍ତା କଡ଼ରେ ବନ୍ଧା ହୋଇଥିବାବେଳେ କୌଣସି କାରଣରୁ ଅମରେଶ୍ୱର ଉତକ୍ଷିପ୍ତ ହୋଇ ବାଛୁରିକୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଫଳରେ ବାଛୁରିର ମୃତ୍ୟୁ ହୋଇଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେକିଂ ପାଇଁ ଯାଇ ମାଲ୍ୟଗିରି ପାହାଡ଼ରେ ଫସିଯାଇଥିଲେ ୩ ଯୁବକ, ୨୫ ଫୁଟ ଘାଇରୁ….

ପାଳଲହଡା,୯ା୭(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡା ମାଲ୍ୟଗିରି ପାହାଡକୁ ଟ୍ରେକିଂ କରିବାକୁ ଯାଇ ଫସି ରହିଥିବା ୩ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri