ଫୁଲୁପଡ଼ା ଅଞ୍ଚଳରେ ହାତୀପଲ ଉପଦ୍ରବ; ବ୍ୟାପକ ବାଇଗଣ ଫସଲ ନଷ୍ଟ, ଲୋକେ ଭୟଭୀତ
ବଅଁରପାଳ,୯।୫(ଡି.ଏନ.ଏ.)-ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଫୁଲୁପଡା ଓ ସାନ୍ତରାପୁର (ଖ) ଅଞ୍ଚଳରେ ଶନିବାର ଭୋର ସମୟରେ ହାତୀ ଉପଦ୍ରବ କରିଛନ୍ତି। ଖଣ୍ଡହତାରୁ ୮ରୁ ଊର୍ଦ୍ଧ୍ୱ ହାତୀ ପଳାଇ ଆସି ସ୍ଥାନୀୟ ଲୋକଙ୍କ ବାଡ଼ି ବଗିଚାରେ ପଶି ବହୁ ଫସଲ ନଷ୍ଟ କରିଥିଲେ।…
ଆନ୍ଧ୍ର ଫେରନ୍ତା ପରିବାରକୁ କ୍ୱାରାଣ୍ଟାଇନରେ ରଖାଗଲା
ବଇଣ୍ଡା,୯।୫(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳକୁ ଆନ୍ଧ୍ରରୁ ଆସିଥିବା ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ନୁନୁକାପଶି ପଞ୍ଚାୟତ ଓ ହଣ୍ଡପା ପୋଲିସ ପକ୍ଷରୁ ଶନିବାର ବଇଣ୍ଡା ରାମଦେଓ ହାଇସ୍କୁଲଠାରେ ଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା…
ବାଛରିକୁ ପିଟିପିଟି ମାରିଦେଲେ, ଯୁବକ ଗିରଫ
ବଇଣ୍ଡା,୯।୫(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ତଲେଇପଥର ଗ୍ରାମର ନଥିଲା ଭୋଇଙ୍କ ଏକ ବାଛୁରିକୁ ଶୁକ୍ରବାର ରାତିରେ କଟକ ଜିଲା ମାହାଙ୍ଗା ଥାନା ନିଆଳି ଗ୍ରାମର ଅମରେଶ୍ୱର ବାରିକ ଠେଙ୍ଗାରେ ପିଟିପିଟି ମାରି ଦେଇଥିବା ଶନିବାର ନଥିଲା ଠାକୁରଗ଼ଡ଼ ଥାନାରେ ଅଭିଯୋଗ କରିଛନ୍ତି।…
ଅନ୍ୟ ଜିଲାକୁ ଗଲେ ୫୩ ଶ୍ରମିକ
ଅନୁଗୋଳ ଅଫିସ, ୯।୫ – ଅନୁଗୋଳରେ ଥିବା ବାହାର ଜିଲାର ୫୩ ଜଣ ଶ୍ରମିକ ଶୁକ୍ରବାର ସେମାନଙ୍କୁ ଘରକୁ ଫେରିଛନ୍ତି। ଦୁଇଟି ବସ୍ରେ ସେମାନଙ୍କୁ କଳାହାଣ୍ଡି, ବଲାଙ୍ଗୀର ଓ ବୌଦ୍ଧ ଜିଲାକୁ ପଠାଯାଇଛି। ଲକ୍ଡ଼ାଉନ୍ ସମୟରେ ଶ୍ରମିକମାନେ ଅନୁଗୋଳ ଜିଲା ଦେଇ…
୨୯୦ ପରିବାରକୁ ରାଶନ ପ୍ରଦାନ
ଅନୁଗୋଳ ଅଫିସ, ୯।୫ – ଅନୁଗୋଳ ସ୍ଥିତ ସାତକୋଶିଆ ଅଭୟାରଣ୍ୟ ଓ ପାର୍ଶ୍ୱବର୍ତ୍ତୀ ୧୫ଟି ପଞ୍ଚାୟତର ୨୯୦ ଅସହାୟ ପରିବାରଙ୍କୁ ଏଫ୍ଇଏସ୍ ପକ୍ଷରୁ ରାଶନ ସାମଗ୍ରୀ ପ୍ରଦାନ କରାଯାଇଛି। ଅଭୟାରଣ୍ୟ ମଧ୍ୟରେ ଥିବା ଅନୁଗୋଳ ଓ ଆଠମଲ୍ଲିକର ସାଲର, କଟରଙ୍ଗ, ଅସନବାହାଳି,…
କ୍ୱାରାଣ୍ଟାଇନ କଡ଼ାକଡ଼ି କରିବାକୁ ଦାବି
ତାଳଚେର,୯ା୫(ନି.ପ୍ର.) – ଓଡ଼ିଶା ବାହାରୁ ଅନୁଗୋଳ ଜିଲାକୁ ଆସୁଥିବା ଶ୍ରମିକ, ଛାତ୍ରୀଛାତ୍ର ତଥା ବ୍ୟକ୍ତି ବିଶେଷଙ୍କ ସମ୍ପର୍କରେ ଠିକ୍ ଭାବେ ସର୍ଭେ କରାଯାଇ ସେମାନଙ୍କୁ ମାସେ କିମ୍ବା ଅଧିକ ଦିନ ପର୍ଯ୍ୟନ୍ତ କାରାଣ୍ଟାଇନରେ ରଖିବାକୁ ତାଳଚେର ପରିବେଶ ସୁରକ୍ଷା ସମିତି ପକ୍ଷରୁ…
ବିଧାୟକଙ୍କ ପକ୍ଷରୁ ଖାଦ୍ୟ ବଣ୍ଟନ
ଅନୁଗୋଳ ଅଫିସ,୯ା୫ – ଲକ୍ଡାଉନ ଯୋଗୁ ଅସୁବିଧାରେ ଥିବା ଅନୁଗୋଳ ସହରର ଗରିବ ଓ ଅସହାୟମାନଙ୍କୁ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହଙ୍କ ପକ୍ଷରୁ ଖାଦ୍ୟ ବଣ୍ଟନ କରାଯାଉଛି। ଗତ ୫ ତାରିଖ ଠାରୁ ପୌରପାଳିକା ଜରିଆରେ ଦୈନିକ ୧୫୦ ଜଣଙ୍କୁ ସକାଳେ…
ହେଲେନି ସଚେତନ
ଅନୁଗୋଳ ଅଫିସ, ୯ା୫ – ସକାଳୁ ଅନୁଗୋଳ ପୋଲିସ ପକ୍ଷରୁ ସହରରେ ଫ୍ଲାଗ୍ମାର୍ଚ୍ଚ ସହ ଲୋକଙ୍କୁ ସଚେତନ କରାଯାଇଥିଲା। ହେଲେ ପୋଲିସ ଯିବା ପରେ ସହରର ଚିତ୍ର ବଦଳି ଯାଇଥିଲା। ଦୋକାନୀମାନେ ବିଭିନ୍ନ ସାମଗ୍ରୀ ବାହାରେ ରଖିବା ସହ ଗାଡ଼ିଗୁଡ଼ିକ ମଧ୍ୟ…
ସବୁଜ ଜୋନ୍ ପାଇଁ ସହଯୋଗ କର
ଅନୁଗୋଳ ଅଫିସ, ୯।୫ – ଓଡ଼ିଶାର ଗୋଟିଏ ପରେ ଗୋଟିଏ ଜିଲା କରୋନା ମ୍ୟାପ୍ରେ ସାମିଲ ହେଉଥିବା ବେଳେ ଅନୁଗୋଳ ଏବେ ବି ଗ୍ରୀନ୍ ଜୋନ୍ରେ ରହିଛି। ଆଗାମୀ ଦିନରେ ଏପରି ସ୍ଥିତି ବଜାୟ ରଖିବାକୁ ହେଲେ ଜିଲାବାସୀଙ୍କୁ ଲକ୍ଡାଉନ ସହ…
କରୋନା ମୁକାବିଲା ଲାଗି ଛେଣ୍ଡିପଦା ପୋଲିସର ଫ୍ଲାଗ୍ମାର୍ଚ୍ଚ
ଛେଣ୍ଡିପଦା,୮ା୫(ସ୍ବ.ପ୍ର.) : ସାମ୍ପ୍ରତିକ ପରିସ୍ଥିତିରେ କରୋନା ସଂକ୍ରମଣ ମୁକାବିଲା ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଥିବା ବେଳେ ଲୋକଙ୍କ ମନରେ ସଚେତନତା ଓ କୋଭିଡ-୧୯ ନିୟମକୁ ମାନି ଚଳିବା ପାଇଁ ଛେଣ୍ଡିପଦା ଥାନା ଅଧିକାରୀ କନକ ମାଝିଙ୍କ ନେତୃତ୍ୱରେ…
କର୍ଫ୍ୟୁ ସମୟରେ ଘରୁ ଗୋଡ଼ କାଢ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ଅନୁଗୋଳ ପୋଲିସ
ଅନୁଗୋଳ ଅଫିସ,୮ା୫: ଅନୁଗୋଳ ପୋଲିସ ପ୍ରଶାସନ ପକ୍ଷରୁ ଶୁକ୍ରବାର ସକାଳେ ଫ୍ଲାଗ୍ମାର୍ଚ୍ଚ କରାଯାଇଛି। ଏହି ଫ୍ଲାଗ୍ମାର୍ଚ୍ଚ ସମୟରେ କରୋନା ଭାଇରସ୍ ସଂକ୍ରମଣ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା। ଅନୁଗୋଳରେ ବୁଧବାର ସନ୍ଧ୍ୟା ୭ରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଥିଲା।…
ଗଛରେ ପିଟିହେଲା କାର୍, ଜଣଙ୍କ ଜୀବନଗଲା, ୨ ଗୁରୁତର
ବଅଁରପାଳ,୮ା୫(ଡି.ଏନ୍.ଏ.) : ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ବଉଳିଗଡ଼ ବ୍ରିଜ୍ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ କାର୍ ସମ୍ମୁଖରେ ବସିଥିବା ଯତୀନ୍ ସାହୁଙ୍କ ମୃତ୍ୟୁ ଘଟିଥିବା ବେଳେ ଚାଳକ ତ୍ରିଲୋଚନ କୁମାର ଓ…
Archives


