ଅପରାଧ

ଦାଦାବଟିକୁ କେନ୍ଦ୍ର କରି ଆକ୍ରମଣ: ଦୁର୍ବୃତ୍ତମାନଙ୍କ ଇଟା ମାଡ଼ରେ ଜଣେ ଆହତ, ସିସିଟିଭି ଯାଞ୍ଚ କରୁଛି ପୋଲିସ

ପୁରୀ ଅଫିସ,୧୫।୭: ଦାଦାବଟିକୁ କେନ୍ଦ୍ର କରି ଟାଉନ୍‌ ଥାନା ଅନ୍ତର୍ଗତ ନରେନ୍ଦ୍ରକୋଣସ୍ଥିତ ଏକ ଶୋ’ରୁମ୍‌ରେ ଦୁର୍ବୃତ୍ତମାନେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ମାରଣାସ୍ତ୍ରରେ ଶୋ’ରୁମ୍‌ର ଝରକା କାଚ ଭାଙ୍ଗିବା ସହ କର୍ମଚାରୀଙ୍କୁ ଧମକଚମକ ଦେଇଛନ୍ତି। ଏଥିସହ ରାସ୍ତା ଉପରୁ ଇଟା ମାଡ଼...

ଗୋରୁ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍‌: ପୋଲିସ-ଅପରାଧୀ ମୁହାଁମୁହିଁ; ବିସ୍ଫୋରଣରେ ଡକାୟତ ମୃତ

ଭଞ୍ଜନଗର/ଆସିକା,୧୬।୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କଣ୍ଟେଇପଲ୍ଲୀ ଜଙ୍ଗଲ ରାସ୍ତାରେ ସୋମବାର ସକାଳେ ଜଣେ ଗୋରୁ ବ୍ୟବସାୟୀଙ୍କୁ ଆକ୍ରମଣ କରି ୧ଲକ୍ଷ ୧୦ ହଜାର ଟଙ୍କା ଲୁଟ୍‌ ହୋଇଥିଲା। ଏହି ମାମଲାରେ ଜଡ଼ିତ ୭ଜଣ ଅପରାଧୀ ଗଞ୍ଜାମ କନ୍ଧମାଳ ଜିଲା...

ଖଲ୍ଲିକୋଟ କଲେଜ ଏମ୍‌ସିଏ ଛାତ୍ରୀ ତୃପ୍ତିମୟୀ ପଣ୍ଡା ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଚିଙ୍କାରା ଗିରଫ, ଆନ୍ଧ୍ର ପୋଲିସକୁ ହସ୍ତାନ୍ତର

ଛତ୍ରପୁର,୧୫।୭(ଡି.ଏନ୍‌.ଏ)- ଗଞ୍ଜାମ ଜିଲା ଖଲ୍ଲିକୋଟ କଲେଜର ଏମ୍‌ସିଏ ଛାତ୍ରୀ ତଥା ଛତ୍ରପୁରର ବିବେକାନନ୍ଦ ପଣ୍ଡାଙ୍କ ଝିଅ ତୃପ୍ତିମୟୀଙ୍କୁ ୨୦୧୬ ଅଗଷ୍ଟ ୨୫ ତାରିଖରେ ହତ୍ୟା କରାଯାଇଥିଲା। ଏହି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଛତ୍ରପୁର ଷ୍ଟେଶନ ରୋଡ୍‌ର ଚିଙ୍କାରା...

ପରଜଙ୍ଗ ପୋଲିସକୁ ଦୁର୍ବୃତ୍ତଙ୍କ ଖୋଲା ଚ୍ୟାଲେଞ୍ଜ: ଥାନାଠାରୁ ଅନତି ଦୂରରେ ପୁଣି ଲୁଟ୍‌ ଉଦ୍ୟମ, ଅଳ୍ପକେ ବର୍ତ୍ତିଲେ ଯୁବକ

ପରଜଙ୍ଗ,୧୫।୭(ଡି.ଏନ୍‌.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ- ଭାଲୁମୁଣ୍ଡା ପୂର୍ତ୍ତ ବିଭାଗ ରାସ୍ତାର ଗଣ୍ଡତଇଲା ଗାଁ ନିକଟରେ ସୋମବାର ପୁଣି ଜଣେ ଯୁବକଙ୍କଠାରୁ ଲୁଟ ଉଦ୍ୟମ ହୋଇଛି। ସେ ହେଲେ ବିଶ୍ୱଜିତ ସାହୁ। ବିଶ୍ୱଜିତ ପଥରଖମ୍ବ ପଞ୍ଚାୟତର...

ଘରୋଇ କଳହକୁ ନେଇ ମା’ଙ୍କୁ ଟାଙ୍ଗିଆରେ ହାଣି ହତ୍ୟାକଲେ ପୁଅ

ଚୌଦ୍ୱାର, ୧୫।୭(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ କଖଡ଼ି ବଜାର ସାହି ପାଖ ଗୋପୀନାଥ ପଡ଼ାରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅର ଟାଙ୍ଗିଆ ଚୋଟରେ ମା’ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ମହିଳା...

ବ୍ରାଉନସୁଗାର ବ୍ୟବସାୟୀ ଛୋଟାଙ୍କ ବେଆଇନ ଘର ଉଚ୍ଛେଦ: ମାଟିରେ ମିଶିଲା ୧୪ ବଖରା, ପୋତା ହେଲା ସୁଇମିଂ ପୁଲ୍‌

ଖୋର୍ଦ୍ଧା ଅଫିସ,୧୫।୭: ନିଶା ସୌଦାଗର ସୁଧାଂଶୁ ପରିଡ଼ା ଓରଫ ଛୋଟାଙ୍କ ଜବରଦଖଲରେ ଥିବା ଗୁରୁଜଙ୍ଗ ଜବରଦସ୍ତପୁର ଦ୍ୱାରିକାନଗରର ଘରକୁ ସୋମବାର ଉଚ୍ଛେଦ କରାଯାଉଛି। ତହସିଲଦାର ଶୁଭେନ୍ଦ୍ର ସାମଲଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଛୋଟା...

ଚମ୍ପୁଆରୁ ଝାଡ଼ଖଣ୍ଡକୁ ଚୋରାଚାଲାଣ, କାର୍‌ରୁ ୮୦ କେଜି ଗଞ୍ଜେଇ ଜବତ

କେନ୍ଦୁଝର,୧୫।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଚମ୍ପୁଆ ଥାନା ପୋଲିସ ସୋମବାର ୮୦ କେଜି ଗଞ୍ଜେଇ ଜବତ କରିଛି। କୌଣସି ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରି ଏକ କାର୍‌ରୁ ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି। ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ...

ପୋଲିସ ଜାଲରେ ନକଲୀ ମାଓବାଦୀ ଗ୍ୟାଙ୍ଗ: ବନ ଅଧିକାରୀଙ୍କ ସମେତ ୨ ଭାଇଗିରଫ

ବରଗଡ଼ ଅଫିସ୍‌,୧୪।୭: ବରଗଡ଼ ଜିଲା ଭଟଲି ପୋଲିସ ହାତରେ ରବିବାର ନକଲୀ ମାଓବାଦୀ ଗ୍ୟାଙ୍ଗ ଧରାପଡ଼ିଛନ୍ତି । ପୋଲିସ ଉକ୍ତ ଗ୍ୟାଙ୍ଗର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ବନ ବିଭାଗ ଅଧୀନ ସମ୍ବଲପୁର ରେଞ୍ଜର...

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା: ୭ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

କେନ୍ଦୁଝର,୧୪।୭( ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ସେଣ୍ଡକାପ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଣିଗାରେଡ଼ି ସନ୍ଦେହରେ ଶନିବାର ବିଳମ୍ବିତ ରାତିରେ ଗ୍ରାମର ଦୀନବନ୍ଧୁ ମୁଣ୍ଡାଙ୍କୁ ହତ୍ୟା କରାଯାଇଛି । ଗ୍ରାମର ୭ ଜଣ ଲୋକ ମିଶି...

ବିଜୟ ଶର୍ମା ହୋଇପାରନ୍ତି ପୋଲିସ ଡିଜି

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ବର୍ତ୍ତମାନର ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଡା. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଲୋକାୟୁକ୍ତ ସଦସ୍ୟ ଭାବେ ରାଜ୍ୟ ସରକାର ମନୋନୀତ କରିଥିବା ନେଇ ଚର୍ଚ୍ଚା ହେଉଛି। ଡା. ଶର୍ମା ଲୋକାୟୁକ୍ତ ସଦସ୍ୟ ନିଯୁକ୍ତ ହେଲେ ନୂଆ ଡିଜିପି କାହାକୁ ନିଯୁକ୍ତ...

ଚେକିଂ ଆଳରେ ମହିଳାଙ୍କଠାରୁ ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ଭବାନୀପାଟଣା୧୩।୭(ଡି.ଏନ୍‌.ଏ.): ଶ୍ରୀ ଜଗନ୍ନାଥଙ୍କ ବାହୁଡା ଯାତ୍ରା ଅବସରରେ ଭବାନୀପାଟଣା ସହର ଚଳଚଞ୍ଚଳ ଥିଲା ବେଳେ ସ୍ଥାନୀୟ ଜଗନ୍ନାଥ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିବା ଜଣେ ମହିଳାଙ୍କ ଠାରୁ ନାଟକୀୟ ଭାବେ ସୁନା ଗହଣା ଲୁଟ୍‌ ହୋଇଛି। ପୋଲିସ ସୂତ୍ରରୁ ପ୍ରକାଶ...

ଭିଜିଲାନ୍ସ ଜାଲରେ ପୁରୀ ଡିଇଓ: ୧ ଲକ୍ଷ ୧୧ ହଜାର ଟଙ୍କା, ବୋଲେରୋ ଜବତ

ପୁରୀ ଅଫିସ,୧୩ା୭: ପୁରୀ ଜିଲା ଶିକ୍ଷାଧିକାରୀ (ଡିଇଓ) ହୃଷୀକେଶ କାଣ୍ଡି ପୁରୀ ଭିଜିଲାନ୍ସ ଦ୍ୱାରା ଶନିବାର ଗିରଫ ହୋଇଛନ୍ତି। ଭିଜିଲାନ୍ସ ତାଙ୍କ ନିକଟରୁ ୧ ଲକ୍ଷ ୧୧ ହଜାର ଟଙ୍କା ଓ ଏକ ବୋଲେରୋ ଗାଡ଼ି ଜବତ କରିଛି। ପୁରୀସ୍ଥିତ...

ଫଳକ ଲଗା କାନ୍ଥ ଭୁଷୁଡ଼ି ଛାତ୍ରଙ୍କ ମୃତ୍ୟୁ ଘଟଣା: କନିଷ୍ଠ ଯନ୍ତ୍ରୀଙ୍କ ନାମରେ ମାମଲା, ପୋଲିସର ତନାଘନା

ପୁରୁଷୋତ୍ତମପୁର,୧୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ବାଘଳା ପଞ୍ଚାୟତ ଆଙ୍ଗୁ ନୂତନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ସୂଚନା ଫଳକ କାନ୍ଥ ଭୂଷୁଡ଼ି ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବୁଦ୍ଧିଆ ଦାସଙ୍କ ପୁଅ ଶ୍ୟାମ ଦାସଙ୍କ ମୃତ୍ୟୁ ଘଟିଥିଲା। ଏହି...

ପାଟ୍ରୋଲିଂ ବେଳେ ଟ୍ରକ୍‌ ସହ କେନ୍ଦୁପତ୍ର ଜବତ, ଚାଳକ ଫେରାର

ଜମନକିରା, ୧୨।୭: ସମ୍ବଲପୁର ଜିଲା ଜମନକିରା ବ୍ଲକ ବାମରା ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନ ବଡ଼ରମା ବନଖଣ୍ଡ ବନବିଭାଗ ପକ୍ଷରୁ ଷଣ୍ଢପଥରଠାରୁ କଦଳୀପାଳ ମଧ୍ୟରେ ପାଟ୍ରୋଲିଂ ଚାଲିଥିବା ବେଳେ ଏକ ୪୦୭ ଟ୍ରକ୍‌ ସହ କେନ୍ଦୁପତ୍ର ଜବତ କରାଯାଇଛି। ତେବେ ଚାଳକଜଣକ...

ଘରେ ଲୁଚାଇ ରଖିଥିଲେ ମୂଲ୍ୟବାନ ଶାଳ, ଶାଗୁଆନ ପଟ୍ଟା: ଚଢ଼ାଉକରି ଜବତ କଲା ବନବିଭାଗ

ଓଡ଼ଗାଁ, ୧୨।୭(ସ୍ବ.ପ୍ର.)- ଓଡ଼ଗାଁ ବନାଞ୍ଚଳ ଓ ବାହାଡ଼ାଝୋଲା ସେକ୍ସନ ଅନ୍ତର୍ଗତ ସିଙ୍ଗାରପଲୀ ଗ୍ରାମରୁ ବନ ବିଭାଗ ପ୍ରାୟ ୨ ଲକ୍ଷ ଟଙ୍କାର ମୂଲ୍ୟବାନ ଶାଳ ଓ ଶାଗୁଆନ କାଠ ଜବତ କରିଛି। ଗ୍ରାମର ଏକ ବନ୍ଦ ଘରେ ବହୁ ପରିମାଣର...

ଯୁବତୀଙ୍କ ବେକରୁ ଚେନ୍‌ ଝାମ୍ପି ଫେରାର ହେଉଥିବା ବେଳେ ଦୁର୍ଘଟଣା: ୨ ଲୁଟେରା ଗୁରୁତର, ଭଦ୍ରକ ଚିକିତ୍ସାଳୟରେ ଭର୍ତ୍ତି

ଭଣ୍ଡାରିପୋଖରୀ,୧୨।୭(ଡି.ଏନ୍‌.ଏ.): ସ୍କୁଟିରେ ଯାଉଥିବା ଯୁବତୀଙ୍କ ବେକରୁ ଚେନ୍‌ ଝାମ୍ପି ନେଇ ଫେରାର ହେବାକୁ ଚେଷ୍ଟା କରିବା ବେଳେ ଦୁର୍ଘଟଣାର ଶିକାର ହେଲେ ଦୁଇ ଲୁଟେରା। ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥର...

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଦେଓଗାଁ ଆଡିସନାଲ ତହସିଲଦାର

ବଲାଙ୍ଗୀର ଅଫିସ, ୧୨।୭: ବଲାଙ୍ଗୀର ଜିଲା ଦେଓଗାଁ ତହସିଲର ଆଡିସନାଲ ତହସିଲଦାର ରାଜେନ୍ଦ୍ର ଚୈଧୁରୀ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବଲାଙ୍ଗୀର ଭିଜିଲାନ୍ସ ଟିମ୍‌ ଏହି ଚଢ଼ାଉକରି ତାଙ୍କୁ ଧରିଛନ୍ତି। ରାଜେନ୍ଦ୍ରଙ୍କ ନିକଟରୁ...

ଗଞ୍ଜେଇ ବ୍ୟବସାୟକୁ ନେଇ ୨ଭାଇଙ୍କୁ ଅପହରଣ ଉଦ୍ୟମ: ଜେଲ କର୍ମଚାରୀଙ୍କ ସମେତ ୭ ଗିରଫ

ଦାରିଙ୍ଗବାଡ଼ି,୧୧।୭(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଗୁରୁବାର ୨ ଅପହୃତ ଯୁବକଙ୍କୁ ଉଦ୍ଧାର କରିବା ସହ ୭ ଅପହରଣକାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ବାଲିଗୁଡ଼ା ସବ୍‌ଜେଲର କର୍ମଚାରୀ ସୁବାସ ଚନ୍ଦ୍ର ବେହେରଦଳାଇ ଏବଂ ସୁପାରି ନେଇଥିବା...