ଅପରାଧ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବ୍ରହ୍ମପୁର ଅଫିସ,୭।୬- ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ସେ ହେଲେ ପୋଲସରା ଥାନା ସୋଡ଼କ ଗ୍ରାମପଞ୍ଚାୟତ ମଦରଙ୍ଗାପଲ୍ଲୀ ଗ୍ରାମର ଗନ୍ଧର୍ବ ନାହାକ। ସୂଚନାଯୋଗ୍ୟ ଗନ୍ଧର୍ବ କୌଣସି କାମରେ ପୋଲସରା ଆସିଥିଲେ। ଫେରିବା ବାଟରେ ପୂର୍ବରୁ...

ଭିଜିଲାନ୍ସ ଜାଲରେ ଅମିନ

ବାରିପଦା ଅଫିସ,୭।୬: ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଅମିନ ସୁମନ୍ତ ସାହୁ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ଶୁକ୍ରବାର ସାହୁଙ୍କ ବେତନଟୀ ସ୍ଥିତ ବାସଭବନ...

ପିତାଙ୍କୁ ହତ୍ୟା ଅଭିଯୋଗରେ ପୁଅ ଅଟକ

ବୌଦ୍ଧ,୭ା୬(ସ୍ବ.ପ୍ର.): ବୌଦ୍ଧ ସହର ନିକଟବର୍ତ୍ତୀ ମୁରୁଷୁଣ୍ଡି ପଞ୍ଚାୟତର ସରଣ୍ଡା ଗ୍ରାମରେ ପିତାଙ୍କୁ ହତ୍ୟା ଅଭିଯୋଗରେ ପୁଅ ଅଟକ ଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ସଦାଶିବ ପାତ୍ର (୪୫) ପ୍ରଚୁର ମଦ୍ୟପାନ କରି ଘରକୁ ଫେରିବା...

କେନାଲ ପାର୍ଶ୍ୱରୁ ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର

ସୁକିନ୍ଦା,୭ା୬(ଡି.ଏନ୍‌.ଏ.):  ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ବିରିଗୋଡା ରେଙ୍ଗାଲି କେନାଲ ପାର୍ଶ୍ୱରୁ ଗୁରୁବାର ସକାଳେ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ଯୁବକ ଜଣକ ଲେମ୍ବୋ ପଞ୍ଚାୟତ ସିଙ୍ଗାଡିଆ ଗ୍ରାମର ଇନ୍ଦ୍ରମଣି ଦାସ। ସେ କଳିଙ୍ଗନଗର ଶିଳ୍ପାଞ୍ଚଳରେ...

ପରକୀୟା ପ୍ରୀତି ସନ୍ଦେହ : ସ୍ତ୍ରୀକୁ ମାରିଦେବାକୁ ଉଦ୍ୟମ, ସ୍ବାମୀ କୋର୍ଟ ଚାଲାଣ

ରସୁଲପୁର,୭ା୬ (ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ବଡକଇଁଚି ପଞ୍ଚାୟତ ପାଞ୍ଚଗୋଛିଆ ଗ୍ରାମରେ ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ସ୍ବାମୀଙ୍କୁ ଗୁରୁବାର ପୋଲିସ କୋର୍ଟଚାଲାଣ କରିଛି। ଅଭିଯୁକ୍ତ ସ୍ବାମୀ ହେଲେ ପ୍ରଶାନ୍ତ ତରେଇ। ପ୍ରକାଶ ଯେ,...

ଗୁଳିମାଡ଼ରେ ବ୍ୟବସାୟୀ ଗୁରୁତର

ଚିକିଟି,୬।୬(ଡି.ଏନ.ଏ.)-ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ବୀରସିଂହ ଲକ୍ଷ୍ମୀ ନାରାୟଣପୁର ଗ୍ରାମର ଜଣେ ବ୍ୟବସାୟୀଙ୍କୁ ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟାରେ ଗୁଳିମାଡ଼ ହୋଇଛି। ସେ ହେଲେ ସୁବାସ ଚନ୍ଦ୍ର ପଣ୍ଡା। ତାଙ୍କ ମୁହଁରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ...

ମାଡ଼ ମାରି ବାଇକ ସହ ଲକ୍ଷାଧିକ ଟଙ୍କା ଲୁଟ୍‌

ବୁଗୁଡ଼ା,୬।୬(ଡି.ଏନ.ଏ.)- ବୁଗୁଡ଼ା ଥାନା ଏ.କରଡ଼ାବାଡ଼ି-ସୋରଡ଼ ଗ୍ରାମ ରାସ୍ତା ମଧ୍ୟରେ ଗୁରୁବାର ଅପରାହ୍ନରେ ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ମାଡ଼ ମାରି ବାଇକ୍‌ ସହ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ବୁଗୁଡ଼ା ଅରବିନ୍ଦ ନଗରରେ ଥିବା ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀ...

ବଞ୍ଚିଥିବା ପର୍ଯ୍ୟନ୍ତ ଭଞ୍ଜ ମାଟିର ବିକାଶ କରିବି

ଭଞ୍ଜନଗର/ଜଗନ୍ନାଥପ୍ରସାଦ,୬।୬(ଡି.ଏନ.ଏ)- ନୂତନ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବା ପରେ ସ୍ଥାନୀୟ ବିଧାୟକ ତଥା ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୁରୁବାର ଭଞ୍ଜନଗର ନିର୍ବାଚନମଣ୍ଡଳୀ ଗସ୍ତରେ ଆସିଛନ୍ତି। ବିଜେଡ଼ି କର୍ମୀମାନେ ବାଇକ ଶୋଭାଯାତ୍ରାରେ...

ତାଲା ଭାଙ୍ଗି ଚୋରି

ଆସିକା,୬।୬(ଡି.ଏନ୍‌.ଏ.)- ଆସିକା ସହରାଞ୍ଚଳରେ ପୁଣି ଲୁଟେରା ସକ୍ରିୟ ହୋଇଉଠିଛନ୍ତି। ବୁଧବାର ରାତିରେ ଆସିକା ଏନ୍‌ଏସିର ଅଶୋକା ସିନେମା ରୋଡରେ ଦୁର୍ବୃତ୍ତ ଏକ ସେଲୁନ୍‌ ଦୋକାନ ତାଲା ନଗଦ ଟଙ୍କା ଲୁଟି ନେଇଛନ୍ତି। ସେଲୁନ୍‌ଠାରୁ ପ୍ରାୟ ଶହେ ଫୁଟ ଦୂର ମାଲସାହିରେ...

ଗାଡ଼ି ଡ୍ରାଇଭରଙ୍କୁ ଅପହରଣ ଅଭିଯୋଗ: ୩ ଗିରଫ, ୪ ଫେରାର, ବୋଲେରୋ ଜବତ

ବଇଣ୍ଡା,୬।୬(ଡି.ଏନ.ଏ.)-କିଶୋରନଗର ବ୍ଲକ ହଣ୍ଡପା ଥାନା ବୁଦୁଲିମୁଣ୍ଡା ଗ୍ରାମର ଗା଼ଡ଼ି ଡ୍ରାଇଭର ଅଜୟ ବେହେରାଙ୍କୁ ମଙ୍ଗଳବାର ରାତିରେ ଅପରହଣ କରାଯାଇଥିବା ନେଇ ସ୍ତ୍ରୀ ଅନିତା ବେହେରା ବୁଧବାର ହଣ୍ଡପା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ନଂ. ୯୫/୧୯ରେ...

ସରପଞ୍ଚଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ : ଥାନାରେ ଏତଲା, ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୬ା୬(ଡି.ଏନ୍‌.ଏ.): ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ସରପଞ୍ଚ ଭୀମସେନ ସାହୁଙ୍କ ସମ୍ପର୍କରେ ସୋସିଆଲ ମିଡିଆରେ ଅସମ୍ମାନସୂଚକ ତଥା ଅଶାଳୀନ ମନ୍ତବ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ଫଟୋ ସହ ଅଶ୍ଳୀଳ ଭାଷାରେ ସମ୍ବୋଧନ କରି ଫେସବୁକ୍‌ରେ ପୋଷ୍ଟ କରିଥିବା କଇଠଡ଼ା...

ସାହି ଗଣ୍ଡଗୋଳ : ୨ ଭାଇଙ୍କୁ ହତ୍ୟା

କେନ୍ଦୁଝର,୬ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ମଲଦା ପଞ୍ଚାୟତ କାଶିଆ ଗ୍ରାମ ନାଏକ ସାହିରେ ଗୁରୁବାର ଅପରାହ୍ନରେ ମାଡପିଟ୍‌ ହୋଇ ୨ ଭାଇଙ୍କୁ ହତ୍ୟା କରାଯାଇଛି। ସାହି ଗଣ୍ଡଗୋଳକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି। ମୃତକ  ଦ୍ୱୟ...

ବିଷାକ୍ତ ଭୋଗ ଖାଇ ଏମ୍‌ଭି-୨୫ ଗ୍ରାମର ୧୫୦ରୁ ଊର୍ଦ୍ଧ୍ୱ ଅସୁସ୍ଥ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

କୋରକୋଣ୍ଡା/ମାଲକାନଗିରି,୬।୬(ଡି.ଏନ୍‌.ଏ./ସ୍ବ.ପ୍ର.): ମାଲକାନଗିରି ଜିଲା ଏମ୍‌ଭି-୨୫ ଗ୍ରାମରେ ବିଷାକ୍ତ ଭୋଗ ଖାଇ ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ପାଗଳ କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀରରେ ପ୍ରସ୍ତୁତ ଭୋଗ ଖାଇବା ଦ୍ୱାରା ଗ୍ରାମର ୧୫୦ରୁ ଊର୍ଦ୍ଧ୍ୱ ଲୋକେ ଆକ୍ରାନ୍ତ ହୋଇଛନ୍ତି।...

ପାଟଣା ଅବକାରୀ ବିଭାଗର ଚଢ଼ାଉ: ୧୧୩ ଲିଟର ଦେଶୀ ମହୁଲି ଜବତ, ୪ ଗିରଫ

ପାଟଣା,୬।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଅବକାରୀ ଥାନା ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ପାଟଣା ଥାନା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ବ୍ୟାପକ ଅବକାରୀ ଚଢ଼ାଉ କରାଯାଇଛି। ଏଥିରେ ୧୧୩ ଲିଟରରୁ ଊଦ୍ଧର୍‌ବ ବେଆଇନ ଦେଶୀ ମହୁଲି ଜବତ କରାଯିବା ସହ...

ଦାରିଙ୍ଗବାଡ଼ି ଅଞ୍ଚଳରେ ପୁଣି ଲଜ୍ଜା: ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଜଣେ ଗିରଫ

ଦାରିଙ୍ଗବାଡି,୫।୬(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଛନ୍ତି। ଜଣେ ବିବାହିତ ବ୍ୟକ୍ତି ଗତ କିଛିମାସ ତଳେ ତାଙ୍କୁ ବଳାତ୍କାର କରିଥିବା ମଙ୍ଗଳବାର ସନ୍ଧ୍ୟାରେ ଥାନାରେ...

ବଡ଼ବିଲ ଥାନା ଅଞ୍ଚଳରୁ ମୋବାଇଲ ଚୋରି ଘଟଣା: ଅଭିଯୁକ୍ତ ଗିରଫ, ୩ ମୋବାଇଲ ଜବତ

ବଡ଼ବିଲ,୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ପୋଲିସ ବୁଧବାର ମୋବାଇଲ ଚୋରି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୩ ଟି ମୋବାଇଲ ଜବତ କରିଛି। ଅଭିଯୁକ୍ତ ଜଣକ ହେଲେ ବାକଲ ହଟିଂ ଅଞ୍ଚଳର ସଞ୍ଜୟ...

ପାରିବାରିକ କଳହ: ସାନଭାଇ କଟୁରି ଚୋଟରେ ବଡ଼ଭାଇ ମୃତ

ନୟାଗଡ଼ ଅଫିସ,୫।୬: ପାରିବାରିକ କଳହକୁ କେନ୍ଦ୍ରକରି ସାନଭାଇ କଟୁରି ଚୋଟରେ ବଡ଼ଭାଇର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛିି ନୟାଗଡ଼ ଜିଲା ଶରଣକୁଳ ଥାନା ଚଢ଼େୟାପଲ୍ଲୀ ଗ୍ରାମରେ। ମୃତକ ବଡ଼ଭାଇ ଜଣଙ୍କ ହେଲେ କୁବେର ସାହୁ। ପ୍ରକାଶ...

୧୦ ଗାଡ଼ିରୁ ଜରିମାନା ଆଦାୟ

ହିଞ୍ଜିଳିକାଟୁ,୪ା୬(ଡି.ଏନ୍‌.ଏ.)- ଘୋଡ଼ାହାଡ଼ ଓ ଋଷିକୁଲ୍ୟା ନଦୀରୁ ବେଆଇନ ଭାବେ ବାଲି ଏବଂ ବିଭିନ୍ନ ପାହାଡ଼ରୁ ମୋରମ ଓ ମାଟି ଚୋରାଚାଲାଣ ହେଉଥିବା ବେଳେ ହିଞ୍ଜିଳିକାଟୁ ତହସିଲ ପକ୍ଷରୁ ଚଢ଼ାଉ କରାଯାଇ ୧୦ ଗାଡ଼ିକୁ ଜବତ କରାଯାଇଛି। ମଙ୍ଗଳବାର ହିଞ୍ଜିଳିକାଟୁ ତହସିଲଦାର...