ରାସ୍ତାକଡ଼ରେ ପଡ଼ି ରହିଛି ମହିଳାଙ୍କ ମୃତଦେହ: ପରିଚୟ ଖୋଜୁଛି ପାଟଣାଗଡ଼ ପୋଲିସ
ପାଟଣାଗଡ଼,୧୧।୧୨: ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଧୁବଲପଡ଼ା ଗ୍ରାମ ନିକଟରେ ଥିବା ଏକ ଚିନାବାଦାମ କ୍ଷେତରୁ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ତଦନ୍ତ ଜାରି...
ଆତ୍ମହତ୍ୟା କଲେ ୨୮ ବର୍ଷୀୟ ପ୍ରତିଷ୍ଠିତ ଯୁବ ବ୍ୟବସାୟୀ, ଡାଏରୀରେ ଲେଖିଲେ ଆଇ ଲଭ୍ ୟୁ…
ମୁମ୍ବାଇ,୧୦ା୧୨: ମୁମ୍ବାଇସ୍ଥିତ ୪ଟି ଇଭେଣ୍ଟ କମ୍ପାନୀର ମାଲିକ ତଥା ପ୍ରତିଷ୍ଠିତ ଯୁବ ବ୍ୟବସାୟୀ ଆତ୍ମହତ୍ୟା କରିଛନ୍ତି। ତେବେ ପ୍ରେମ ସମ୍ପର୍କ ଯୋଗୁ ସେ ଇନ୍ଦୋରରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ଦଦନ୍ତରୁ ଜାଣିବାକୁ ପାଇଛି। ପୋଲିସ ଘଟଣାସ୍ଥଳରୁ...
ରତ୍ନପଥର ଚୋରା ଚାଲାଣ ଘଟଣା: ୨ ଗିରଫ
ରାୟଗଡ଼ା ଅଫିସ,୧୦ା୧୨: ରତ୍ନପଥର ଚୋରାଚାଲାଣ ଘଟଣାରେ ରାୟଗଡ଼ା ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବୌଦ୍ଧ ଜିଲା ସୁଧାସାହିର ସରକାରୀ ଶିକ୍ଷକ ରାଧାମୋହନ ମାହାନା (୫୩) ଓ ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକର ସୁବାସ ରତ୍ନାଲୁ (୪୫)...
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ
ପଦ୍ମପୁର,୯।୧୨(ଡି.ଏନ୍.ଏ.): ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ଦହିତା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ଇଓ) ପୁରନ୍ଦର ସାହୁଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦହିତା ପଞ୍ଚାୟତ ଅଫିସ ଏବଂ ଇଓ ସାହୁଙ୍କ ପଦ୍ମପୁରସ୍ଥିତ ବାସଭବନରେ...
କପିଳାସ ଅଭୟାରଣ୍ୟରୁ ବନ୍ୟଜନ୍ତୁ ଶିକାର: ଶିକ୍ଷକଙ୍କୁ ବାନ୍ଧିଲା ବନବିଭାଗ
ଢେଙ୍କାନାଳ ଅଫିସ, ୭।୧୨: ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟ ଓ କଙ୍କଡ଼ାହାଡ ଥାନା କଳସପୁର ଅଞ୍ଚଳ ବନବିଭାଗ ପକ୍ଷରୁ ରବିବାର ବିଳମ୍ବିତ ରାତିରେ ଚଢ଼ାଉ କରାଯାଇଥିଲା। ଚଢ଼ାଉବେଳେ ୨ଟି କଲରାପତରିଆ ବାଘ ଛାଲ ଜବତ ହୋଇଥିବା ବେଳେ ୧ ହରିଣ...
ପରୀ ହତ୍ୟା ଘଟଣାର ତଦନ୍ତ ଜୋର୍ଦାର: ହତ୍ୟାକାରୀଙ୍କୁ ଧରାଇଲେ ମିଳିବ ୧ ଲକ୍ଷ
ନୟାଗଡ଼ ଅଫିସ,୬ା୧୨: ନୟାଗଡ଼ ସଦର ଥାନା ଯଦୁପୁରର ପରୀ ହତ୍ୟା ଘଟଣାରେ ସ୍ପେଶାଲ ଇନ୍ଭେଷ୍ଟିଗେଶନ୍ ଟିମ୍(ଏସ୍ଆଇଟି) ତଦନ୍ତ ଜୋର୍ଦାର କରିଛି। ହତ୍ୟା ଘଟଣାର ଗୁମର ଖୋଲିବାକୁ ଏସ୍ଆଇଟି ମୁଖ୍ୟ ପୋଲିସ ଆଇଜି ଅରୁଣ ବୋଥ୍ରା ୨ ସପ୍ତାହ ଅପେକ୍ଷା କରିବାକୁ...
ଷଡ଼ଯନ୍ତ୍ର ଚାଲିଛି, ଫେରିଲେ ଗୁମର ଖୋଲିବି : ଆକାଶ
ଭୁବନେଶ୍ୱର,୬ା୧୨(ବ୍ୟୁରୋ): ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ପାସେଞ୍ଜର କାର୍ ଡିଭିଜନର ପରିଚାଳନା ନିର୍ଦ୍ଦେଶକ ପରିଚୟ ଦେଇ ଗଞ୍ଜାମ ଜିଲା ଗୋପାଳପୁର ଅଞ୍ଚଳର ବହୁ ଯୁବତୀଯୁବକଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଟାଟା କମ୍ପାନୀ ପକ୍ଷରୁ ଆକାଶଙ୍କ ଚାକିରିକୁ...
ତାମିଲନାଡୁରୁ ବ୍ରହ୍ମପୁର ସୁନା ଚାଲାଣ : ୪କେଜି ସୁନା, ୨୩୫କେଜି ରୂପା ଅଳଙ୍କାର ଜବତ
ବ୍ରହ୍ମପୁର ଅଫିସ,୫ା୧୨- ଅନ୍ଧପସରା ରୋଡ୍ରେ ଗାଡିମୋଟର ଯାଞ୍ଚ ବେଳେ ଶନିବାର ଏକ ଗହଣା ଚାଲାଣ ରାକେଟ୍ର ପର୍ଦ୍ଦାଫାସ୍ କରିଛି ବ୍ରହ୍ମପୁର ଗୋଷାଣୀ ନୂଆଗଁା ପୋଲିସ। ଏକ କାରରୁ ୪ କେଜି ସୁନା ଓ ୨୩୫ କେଜି ରୂପା ଅଳଙ୍କାର ଜବତ...
କାର୍ଯ୍ୟରେ ଅବହେଳା: ନିଲମ୍ବିତ ହେଲେ କାର୍ଯ୍ୟନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ
ପଦ୍ମପୁର,୫।୧୧(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ମ୍ୟୁନିସପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରି ତାପସ ରଞ୍ଜନ ଜେନା ଓ କନିଷ୍ଠ ଯନ୍ତ୍ରୀ ଦେବକାନ୍ତ ନାୟକଙ୍କୁ ଶନିବାର କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅବହେଳା ଓ ଲକ୍ଷ୍ୟ ଧାର୍ଯ୍ୟ ପୂରଣ ନ କରିବାରୁ ସେମାନଙ୍କୁ ନିଲମ୍ବନ...
ଉତ୍ତରପ୍ରଦେଶ ଗାଡ଼ିରେ ୨ କୁଇଣ୍ଟାଲ ଗଞ୍ଜେଇ ଚୋରାଚାଲାଣ ବେଳେ ଧରିଲା ଚିତ୍ରକୋଣ୍ଡା ପୋଲିସ: ୪ ଅଭିଯୁକ୍ତଙ୍କୁ ବାନ୍ଧିଲା
ଚିତ୍ରକୋଣ୍ଡା,୪।୧୨-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୋଲିସ ୨ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଏହାଛଡ଼ା ୪ ମୋଟର ସାଇକେଲ, ୩ ମୋବାଇଲ, ନଗଦ ୫୬୭୦ ଟଙ୍କା ସହ ଗଞ୍ଜେଇ ଚାଲାଣ କରୁଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଶୁକ୍ରବାର କୋର୍ଟ ଚାଲାଣ...
ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ୭ ମାସର ଗର୍ଭବତୀ ସ୍ତ୍ରୀଙ୍କ ଜୀବନ ଗଲା
ବଣାଇ,୪ା୧୨(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବଣାଇ ଉପଖଣ୍ଡର କୋଇଡ଼ା ଥାନା ଅନ୍ତର୍ଗତ ପୋଡାଡିହି ବସ୍ତିରେ ଘରୋଇ କଳିକୁ କେନ୍ଦ୍ର କରି ସ୍ବାମୀଙ୍କ ଅମାନୁଷିକ କାଣ୍ଡ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ସାମାନ୍ୟ ବଚସାକୁ କେନ୍ଦ୍ରକରି ସ୍ବାମୀ ଟାଙ୍ଗିଆ ଚୋଟରେ...
୪୬ ଚୋରା ଗାଡ଼ି ଜବତ: ୫ ଗିରଫ
ଭୁବନେଶ୍ୱର,୪।୧୨(ବ୍ୟୁରୋ): ରାଜଧାନୀରେ ସକ୍ରିୟ ଥିବା ଦୁଇଟି ଗାଡ଼ି ଚୋରି ଗ୍ୟାଙ୍ଗ୍ ଧରିଛି କମିଶନରେଟ ପୋଲିସ। ନୟାପଲ୍ଲୀ ଥାନା ପୋଲିସ ଦୁଇ ପୃଥକ ମାମଲାରେ ୪୬ ବାଇକ୍ ଜବତ କରିବା ସହ ସମ୍ପୃକ୍ତ ଥିବା ଦୁଇ ଗ୍ୟାଙ୍ଗ୍ର ୫ ଜଣଙ୍କୁ ଗିରଫ...