ମାଓବାଦୀ ଦମ୍ପତି ଗିରଫ, ଶହେରୁ ଊର୍ଦ୍ଧ୍ୱ ମାମଲାରେ ଜଡ଼ିତ ଥିଲେ
ମାଲକାନଗିରି,୯।୧(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ଗୁଡେମ୍ ଥାନା ଅନ୍ତର୍ଗତ ଅଦିରି ବିଡି ଗ୍ରାମରୁ ବିଶାଖାପାଟଣା ପୋଲିସ ଗୁରୁବାର ହାର୍ଡକୋର ମାଓବାଦୀ ଦମ୍ପତିଙ୍କୁ ଗିରଫ କରିଛି। ସେମାନେ ହେଲେ ଦାମୋଦର ଓରଫ ବାଲେମ ନାରାୟଣ ସ୍ବାମୀ ଓ ସ୍ତ୍ରୀ ଫୁଲବତୀ। ଦାମୋଦର…
ଲୁହାପଥର ବୋଝେଇ ହାଇଓ୍ବା ଜବତ: ମାଷ୍ଟରମାଇଣ୍ଡ ସମେତ ୬ କୋର୍ଟ ଚାଲାଣ
ବଡ଼ବିଲ,୮।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରାଚାଲାଣ ହେଉଥିବା ୨୭ ମେଟ୍ରିକ ଟନ୍ ସାଇଜ ଲୁହାପଥର ବୋଝେଇ ହାଇଓ୍ବା ଜବତ କରିବା ସହ ଘଟଣାରେ ସଂପୃକ୍ତ ୬ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି।…
ତନ୍ତ୍ରସାଧକ ଭାଇର ନାରକୀୟ କାଣ୍ଡ ଘଟଣାର ପର୍ଦ୍ଦାଫାଶ : ଭଉଣୀର ତଣ୍ଟି କାଟି ବଳି ଦେଇଥିଲେ
ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା, ୭ା୧ (ଡି.ଏନ୍.ଏ.): ନିଜ ମାମୁପୁଅ ଭାଇକୁ ଅପହରଣ କରି ତଣ୍ଟି କାଟି ବଳି ଦେବାର ୧୪ ମାସ ପରେ ଅଭିଯୁକ୍ତ ତନ୍ତ୍ରସାଧକ ଜେଲରୁ ଜାମିନରେ ବାହାରି ସମାନ ଢଙ୍ଗରେ ନିଜ ସାନ ଭଉଣୀକୁ ଅପହରଣ କରି ତଣ୍ଟି କାଟି…
ବିଦ୍ୟୁତ୍ ବିଭାଗ ଯନ୍ତ୍ରୀଙ୍କୁ ଆକ୍ରମଣ ମାମଲା: ଜେଲ୍ ଗଲେ ପୁଅ, ବାପା ଫେରାର
ରୂପ୍ସା, ୭।୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ହଳଦୀପାଳ ବଜାରରେ ସୋମବାର ବିଦ୍ୟୁତ୍ ବିଭାଗ ଜେଇ ଗୌରୀଶଙ୍କର ବାଗଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଅଭିଯୁକ୍ତ ପୁଅ ରାମକୃଷ୍ଣ ଦାସଙ୍କୁ ଗିରଫ କରିଛି। ଏ ସଂକ୍ରାନ୍ତରେ ବସ୍ତା ଥାନାରେ ଏକ ମାମଲା (ନଂ. ୩/୨୦) ରୁଜୁ…
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସମବାୟ ସମିତି ସମ୍ପାଦକ
କଟକ ଅଫିସ, ୭ା୧- ଅଢେଇ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲିଅନ୍ତା ଥାନା ଅଧୀନ କାକରୁଦ୍ରପୁର ସେବା ସମବାୟ ସମିତି ସମ୍ପାଦକ ହେମନ୍ତ କୁମାର ନାୟକ। ଉକ୍ତ ଥାନା ଅଧୀନ ପଞ୍ଚାଳୋ ଗ୍ରାମର ନିରଞ୍ଜନ ଦାସ ୨୦୦୯ରେ…
୨୪ ଘଣ୍ଟା ପରେ ଧରାପଡ଼ିଲେ ଜେଲରୁ ଚମ୍ପଟ ବଳାତ୍କାର ଅଭିଯୁକ୍ତ
ଛତ୍ରପୁର,୭।୧(ଡି.ଏନ.ଏ)-ଗଞ୍ଜାମ ଜିଲା ଛତ୍ରପୁର ସବ୍ଜେଲ ପାଚେରି ଡେଇଁ ସୋମବାର ସନ୍ଧ୍ୟାରେ ଚମ୍ପଟ ମାରିଥିବା ବଳାତ୍କାର ଅଭିଯୁକ୍ତ ୨୪ ଘଣ୍ଟା ପରେ ମଙ୍ଗଳବାର ସନ୍ଧ୍ୟାରେ ଧରାପଡ଼ିଛନ୍ତି। ସେ ହେଲେ ପୁରୁଷୋତ୍ତମପୁର ଥାନା ଅଧୀନ ସୁନାଥର ଗାଁର କବିରାଜ ବେହେରା। ଜେଲ ନିକଟସ୍ଥ ବିଲପାର୍ଶ୍ୱ…
ବଡ଼ ର଼୍ୟାକେଟର ପର୍ଦ୍ଦାଫାଶ କଲା ଏସ୍ଟିଏଫ୍: ଗୋଟିଏ ରାତିରେ ୮ ବ୍ରାଉନସୁଗାର ବେପାରୀ ଗିରଫ
ଭୁବନେଶ୍ୱର,୬ା୧(ବ୍ୟୁରୋ): ନିଶା ମାଫିଆଙ୍କୁ ଟାର୍ଗେଟ କରିଥିବା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍କୁ ଆଉଏକ ସଫଳତା ମିଳିଛି। ରାଜ୍ୟରେ ସକ୍ରିୟ ଥିବା ବଡ଼ ବ୍ରାଉନସୁଗାର ର଼୍ୟାକେଟକୁ ଠାବ କରିଛି। ଗୋଟିଏ ରାତିରେ ୮ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୪୫ ଗ୍ରାମ୍ର ବ୍ରାଉନ…
ଅଳିଆ ପକାଇବାକୁ କେନ୍ଦ୍ରକରି ଦୁଇ ପରିବାର ମୁହାଁମୁହିଁ
ଭୁବନେଶ୍ୱର,୬ା୧(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ସମେଇ ଗାଡିଆ ଅଞ୍ଚଳରେ ଅଳିଆ ପକାଇବାକୁ କେନ୍ଦ୍ରକରି ଦୁଇ ପରିବାର ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ପରିବାରର ଭୁଜାଲି ଓ ରଡ଼୍ ଆକ୍ରମଣରେ ଅନ୍ୟ ପରିବାର ୪ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି…
ଅବସରପ୍ରାପ୍ତ ରେଲ୍ଓ୍ବେ କର୍ମଚାରୀଙ୍କ ତଣ୍ଟିକାଟି ହତ୍ୟା ଘଟଣା: ଅଭିଯୁକ୍ତ ଟିକେଟ ବିକ୍ରି କରୁଥିବାବେଳେ ଧରିଲା ପୋଲିସ
କଟକ ରୋଡ୍,୬ା୧(ଡି.ଏନ.ଏ.): ଭୁବନେଶ୍ୱରର ଏକ ଲଜିଂରେ ଜଣେ ଅବସରପ୍ରାପ୍ତ ରେଲଓ୍ବେ କର୍ମଚାରୀଙ୍କୁ ତଣ୍ଟିକାଟି ହତ୍ୟା ଘଟଣାର ସୁରାକ ପାଇଛି କମିଶନରେଟ ପୋଲିସ। ଏହି ଘଟଣାରେ ସମ୍ପୃକ୍ତି ଥିବା ଜଣେ ଯୁବକଙ୍କୁ ଲକ୍ଷ୍ମୀସାଗର ପୋଲିସ ରବିବାର ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।…
ମହିଳାଙ୍କ ଅଶ୍ଳୀଳ ଭିଡିଓ ଉତ୍ତୋଳନ: ୩ ଯୁବକଙ୍କୁ ପଡ଼ିଲା ମହଙ୍ଗା
ଭୋଗରାଇ,୫।୧(ଡି.ଏନ୍.ଏ.): ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରେ ମହିଳାଙ୍କ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିବା ୩ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଭିଡିଓ ଉତ୍ତୋଳନ ସମୟରେ ଗ୍ରାମବାସୀ ସେମାନଙ୍କୁ କାବୁ କରି ବାନ୍ଧି ରଖିଛନ୍ତି। ସୂଚନା ଅନୁଯାୟୀ, ୩ ଯୁବକ ଶନିବାର ବିଳମ୍ବିତ ରାତିରେ…
କୂଅରୁ ମିଳିଲା ମିଠା ବ୍ୟବସାୟୀଙ୍କ ମୃତଦେହ
ଭୁବନେଶ୍ୱର,୫।୧(ବ୍ୟୁରୋ): ନୟାପଲ୍ଲୀ ଥାନା ବେହେରାସାହିସ୍ଥିତ କ୍ରିଷ୍ଣା ଟାଓ୍ବାର ନିକଟ ଏକ ପରିତ୍ୟକ୍ତ କୂଅରୁ ଜଣେ ମିଠା ବ୍ୟବସାୟୀଙ୍କ ମୃତଦେହକୁ ପୋଲିସ ଶନିବାର ଉଦ୍ଧାର କରିଛି। ମୃତ ଯୁବକ ହେଲେ ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧୀନ ଜୋହଳ ଗ୍ରାମର ନୀହାର ରଞ୍ଜନ…
ବ୍ରାଉନସୁଗାର ଜବତ: ଯୁବକ ଗିରଫ
ପୁରୀ ଅଫିସ, ୫।୧: ବ୍ରହ୍ମଗିରି ଅଞ୍ଚଳରେ ଜଣେ ଯୁବକଙ୍କଠାରୁ ୫.୩ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ। ବ୍ରାଉନସୁଗାର କାରବାର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସେ ହେଲେ ଅଲରାପୁରର ସୁକାନ୍ତ ସେଠୀ। ଏ ନେଇ ଥାନାରେ ଏକ ମାମଲା (୩/୨୦୨୦)…
Archives


