ରୋମାନ୍ସବେଳେ ଗୁଳି ଫୁଟି ଯୁବତୀ ଆହତ ଘଟଣା: ପୋଲିସକୁ ଭୁଆଁ ବୁଲାଇ ଗିରଫ ହେଲେ ରାଜେଶ

ଭୁବନେଶ୍ୱର,୧୭।୨(ବ୍ୟୁରୋ): ଇନ୍‌ଫୋସିଟି ଥାନା ବଜରଙ୍ଗବିହାରରେ ଗତ ୧୦ ତାରିଖରେ ରୋମାନ୍ସବେଳେ ଗୁଳି ଫୁଟି ଯୁବତୀଙ୍କ ଜଙ୍ଘରେ ପଶିଯିବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଧରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବନ୍ଧୁକ ଜବତ କରିପାରିନାହିଁ। ଏପରି କି ବନ୍ଧୁକ ଲୁଚାଇ ରଖିଥିବା ରାଜେଶ ତରାଇ ପ୍ରଥମ ଦିନରୁ ହିଁ ପୋଲିସକୁ ଭୁଆଁ ବୁଲାଇଥିଲେ। ତାଙ୍କର ଭିନ୍ନ ଭିନ୍ନ ବୟାନ ଆଧାରରେ ପୋଲିସ ରଘୁନାଥପୁର ଗଙ୍ଗୁଆନାଳରେ ବନ୍ଧୁକ ଖୋଜିଥିଲେ। ଏପରିକି ପୋଲିସ ରାଜେଶଙ୍କୁ ନେଇ ଉକ୍ତ ସ୍ଥାନ ବୁଲାଇଥିଲେ ମଧ୍ୟ ବନ୍ଧୁକ ପାଇ ନ ଥିଲେ। ପରେ ପୁଣି ସେ ବନ୍ଧୁକକୁ ଅନ୍ୟଜଣେ ସାଙ୍ଗକୁ ଦେଇଦେଇଥିବା କହିଥିଲେ। ଏହିଭଳି ପୋଲିସ ତଦନ୍ତ ପାଇଁ ତାଙ୍କୁ ସକାଳେ ଥାନାକୁ ଡାକିବା ସହ ସନ୍ଧ୍ୟାରେ ଘରକୁ ଛାଡୁଥିଲେ। କିନ୍ତୁ ସେ ବନ୍ଧୁକ କେଉଁଠି ଲୁଚାଇ ରଖିଛନ୍ତି, ସେନେଇ ସତ କଥା କହୁ ନ ଥିବାବେଳେ ଶେଷରେ ରବିବାର ପୋଲିସ ରାଜେଶଙ୍କୁ ଗିରଫ କରିଛି। ରାଜେଶଙ୍କ ଘର ନିଆଳି ଅଞ୍ଚଳରେ ହୋଇଥିବାବେଳେ ସେ ରଘୁନାଥପୁର ମାରୁତିଭିଲା ଆପାର୍ଟମେଣ୍ଟରେ ରହୁଛନ୍ତି। ତେବେ ରାଜେଶ ଉକ୍ତ ବନ୍ଧୁକକୁ ତାଙ୍କର ଜଣେ ସାଙ୍ଗଙ୍କୁ ଦେଇଥିବା ପୋଲିସକୁ ଶେଷ ମୁହୂର୍ତ୍ତରେ କହିବା ପରେ ଖୋଳତାଡ଼ ଆରମ୍ଭ ହୋଇଛି। ବନ୍ଧୁକ ନେଇଥିବା ରାଜେଶର ସାଙ୍ଗ ଏବେ ଫେରାର ଥିବାରୁ ତାଙ୍କୁ ଧରିବା ପାଇଁ ସ୍ପେଶାଲ ସ୍କ୍ବାଡ୍‌କୁ ଉକ୍ତ ମାମଲା ହସ୍ତାନ୍ତର କରାଯାଇପାରେ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ରାଜେଶଙ୍କ ବିରୋଧରେ ପୋଲିସ ଦଫା ୩୦୭, ୨୦୧, ୩୪ ଏବଂ ୨୫, ୨୭ ଆମର୍‌ସ ଆକ୍ଟ ଲଗାଇ କୋର୍ଟ ଚାଲାଣ କରିଛି। ପୂର୍ବରୁ ଏହି ଗୁଳିମାଡ଼ ମାମଲା ପୋଲିସ ଜଗତ୍‌ସଂହପୁର ଜିଲାର ଆଶିଷ କୁମାର ନାୟକ ଏବଂ ପ୍ରଦୀପ ଅଗସ୍ତିଙ୍କୁ ଗିରଫ କରିଛି।
ତେବେ ଗିରଫ ରାଜେଶଙ୍କଠାରୁ ପୋଲିସ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି। ପଚରାଉଚରାବେଳେ ଘଟଣା ସଂକ୍ରାନ୍ତରେ ସେ କହିଛନ୍ତି, ଗୁଳି ଫୁଟିବା ପୂର୍ବ ରାତିରେ ପ୍ରଦୀପ ଯୁବତୀଙ୍କ ରୁମ୍‌ରେ ରହୁଥିଲେ। ପରଦିନ ସକାଳ ୧୧ଟାରେ ପ୍ରଦୀପ ଫୋନ୍‌ କରି ଖାଇବା ଆଣିବା ପାଇଁ ଆଶିଷଙ୍କୁ କହିଥିଲେ। ଆଶିଷ ଖାଇବା ଆଣି ଉକ୍ତ ରୁମ୍‌କୁ ଯାଇଥିଲେ। ହେଲେ ତାଙ୍କ ଅଣ୍ଟାରେ ବନ୍ଧୁକ ଦେଖି ଯୁବତୀ ଜଣକ କିଭଳି ଫୁଟୁଛି ବୋଲି ପଚାରିଥିଲେ। ବନ୍ଧୁକ ଦେଖାଦେଖି ଭିତରେ ଅସାବଧାନତା ବଶତଃ ଟ୍ରିଗର ଉପରେ ହାତ ପଡିଯାଇଥିଲା। ଫଳରେ ଗୁଳିଟି ଫୁଟିଯିବା ସହ ସିଧା ଯୁବତୀଙ୍କ ଜଙ୍ଘରେ ପଶିଯାଇଥିଲା। ଯୁବତୀଙ୍କୁ ଉଦ୍ଧାର କରି ପ୍ରଦୀପ ଓ ଆଶିଷ ହସ୍ପିଟାଲ ନେଇଥିବା ବେଳେ ରାଜେଶ ଉକ୍ତ ରୁମ୍‌କୁ ଯାଇ ବନ୍ଧୁକ ନେଇ ଲୁଚାଇ ଦେଇଥିଲେ। ପରେ ଜଣେ ସାଙ୍ଗଙ୍କୁ ଉକ୍ତ ବନ୍ଧୁକ ଦେଇଥିଲେ ବୋଲି ପୋଲିସ ନିକଟରେ ରାଜେଶ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ମହିଳାଙ୍କ ହାତରେ ରାଜଧାନୀର ୧୧୩ ପାର୍କ

ଭୁବନେଶ୍ୱର,୨୦।୪ (ଅନୁରାଧା ମହାରଣା)ରାଜଧାନୀ ଭୁବନେଶ୍ୱରରେ ବନ ବିଭାଗ ଅଧୀନରେ ୭ରୁ ଅଧିକ ଉଦ୍ୟାନ ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପାଖାପାଖି ୬୦ଟି ଛୋଟ ବଡ଼ ପାର୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri