ବିବାହ ପାଇଁ ଜିଦ୍‌, ସମ୍ପତ୍ତିରେ ଭାଗ ମାଗିବା ହୋଇଥିଲା କାଳ: ହମିରପୁର ଜଙ୍ଗଲରେ ମା’ଝିଅଙ୍କୁ ହତ୍ୟା ପରେ ଗାଡ଼ି ଚଢ଼ାଇଥିଲେ ଅନୁପ ସାଏ

ଝାରସୁଗୁଡ଼ା ଅଫିସ,୧୪।୨-ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଅନୁପ ସାଏ ଗିରଫ ହେବା ପରେ ପୋଲିସ ଆଗରେ ମୁହଁ ଖୋଲିଛନ୍ତି। ଗୁରୁବାର ଦିନ ତମାମ ପଚରା ଉଚରା ପରେ କିଭଳି ଭାବେ ସେ ବ୍ରଜରାଜନଗର ଅଞ୍ଚଳର କଳ୍ପନା ଦାଶ ଓ ତାଙ୍କ ଝିଅ ବବଳୀଙ୍କ ହତ୍ୟା କରିଥିଲେ ତାହା ପ୍ରକାଶ କରିଥିଲେ। ଶୁକ୍ରବାର ରାୟଗଡ ଜିଲା ପୋଲିସ ଏସ୍‌ପି ସନ୍ତୋଷ ସିଂ ଏକ ଖବରଦାତା ସମ୍ମିଳନୀରେ ହତ୍ୟାକାଣ୍ଡ ନେଇ ସବିଶେଷ ସୂଚନା ଦେଇଛନ୍ତି ।

ହତ୍ୟାର କାରଣ:କଳ୍ପନା ଜଣେ ସ୍ବାମୀ ପରିତ୍ୟକ୍ତା ମହିଳା ଥିଲେ। ତାଙ୍କର ଗୋଟିଏ ଶିଶୁ କନ୍ୟା ମଧ୍ୟ ଥିଲା। ତେବେ ୨୦୧୧ ମସିହାରୁ ସେ ଅନୁପଙ୍କ ସଂସ୍ପର୍ଶରେ ଆସିଥିଲେ। ଏହା ମଧ୍ୟରେ କଳ୍ପନାଙ୍କୁ ଅନୁପ ଭୁବନେଶ୍ୱର ନେଇ ଏକ ଫ୍ଲାଟରେ ରଖୁଥିଲେ। ସେଠାରେ ଉଭୟେ ସ୍ତ୍ରୀ ସ୍ବାମୀ ଭାବେ ରହି ଆସୁଥିଲେ। ହେଲେ କିନ୍ତୁ ସ୍ତ୍ରୀର ମର୍ଯ୍ୟାଦା ପାଇପାରୁ ନ ଥିଲେ କଳ୍ପନା। ସେଥିପାଇଁ ଉଭୟଙ୍କ ମଧ୍ୟରେ ବିଭିନ୍ନ ସମୟରେ ଝଗଡା ଲାଗି ରହୁଥିଲା। ତେବେ ତାଙ୍କୁ ବିବାହ କରିବା ଓ ସମ୍ପତ୍ତିରେ ଭାଗ ଦେବା ପାଇଁ କଳ୍ପନା ଦାବି କରିଆସୁଥିଲେ, ଯାହା ପାଇଁ ଅନୁପ ଏହି ହତ୍ୟା କାଣ୍ଡ ଭିଆଇ ଥିଲେ।

କେମିତି ହତ୍ୟା କଲେ: କଳ୍ପନାଙ୍କଠାରୁ ଦୂରେଇଯିବା ପାଇଁ ଅନୁପ ହତ୍ୟା ଯୋଜନା କରିଥିଲେ। ଏବଂ ଓଡ଼ିଶାରେ ହତ୍ୟା ନ କରି ଛତିଶଗଡ଼ ରାଜ୍ୟରେ ହତ୍ୟାକଲେ କେହି ଜାଣି ପାରିବେ ନାହିଁ ଏବଂ ସେ ମଧ୍ୟ ଆରାମରେ ରହିପାରିବେ ବୋଲି ଚିନ୍ତା କରିଥିଲେ। ଏହା ପରେ କଳ୍ପନାଙ୍କୁ ଛତିଶଗଡ଼ ରାଜ୍ୟ ରାୟଗଡ଼ଠାରେ ବିବାହ କରିବେ ବୋଲି କହିଥିଲେ। ପୂର୍ବ ଯୋଜନା ମୁତାବକ କଳ୍ପନା ଓ ତାଙ୍କ ଝିଅ ବବଳୀକୁ ସେ ସାଙ୍ଗରେ ନେଇ ରାୟଗଡ ଯାଇଥିଲେ। ରାତି ଅନ୍ଧାର ସହ ଜଙ୍ଗଲ ରାସ୍ତାର ସୁଯୋଗ ନେଇ ଲୁହା ରଡରେ ମାରି ହତ୍ୟା କରିଥିଲେ। ପରେ ସେମାନଙ୍କୁ ଯେମିତି କେହି ନ ଚିହ୍ନି ନ ପାରନ୍ତି ସେଥିଲାଗି ଉଭୟଙ୍କ ଉପରେ ଗାଡି ଚଢେଇଦେଇ ସେଠାରୁ ଖସି ଆସିଥିଲେ।

ଅନୁପଙ୍କ ହେବ ନାର୍କୋ ଟେଷ୍ଟ ଓ ଡିଏନ୍‌ଏ ଟେଷ୍ଟ:
ଏହି ମାମଲାର ଅଧିକ ତଥ୍ୟ ପାଇଁ ଅନୁପଙ୍କ ନାର୍କୋ ଟେଷ୍ଟ କରାଯିବ। ସେହିପରି ଡିଏନ୍‌ଏ ଟେଷ୍ଟ ମଧ୍ୟ କରାଯିବ। ଏବଂ ରିମାଣ୍ଡରେ ମଧ୍ୟ ଅଣାଯିବ ବୋଲି ଏସ୍‌ପି ସନ୍ତୋଷ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରିସରି ଯାଉଛି ପଞ୍ଜୀକରଣ ଅବଧି, ତୁଟୁନି ଚାଷୀଙ୍କ ସମସ୍ୟା: ଉପୁଜୁଛି ନୂଆ ନୂଆ ସମସ୍ୟା

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ):ସମୟ ଗଡ଼ି ଚାଲିଛି। ପଞ୍ଜୀକରଣ ଅବଧି ମଧ୍ୟ ସରିସରି ଯାଉଛି। ଏଭଳି ସ୍ଥିତିରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ନୂଆଁ ନୂଆଁ ସମସ୍ୟାର ସମ୍ମୁଖୀନ ହେବାକୁ…

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri