ଅପରାଧ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ୬ଟି ସ୍ଥାନରେ ୪୦ ଜଣିଆ ଟିମ୍‌ର ଚଢ଼ାଉ

ସୁନ୍ଦରଗଡ଼,୧୫।୧୨(ଡି.ଏନ୍‌.ଏ.): ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନ। ମଙ୍ଗଳବାର ସକାଳେ ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗର ୪୦ ଜଣିଆ ଟିମ୍‌ ନାରାୟଣଙ୍କ ଘର ସମେତ ଏକକାଳୀନ…

ଚାଲିଥିଲା ମଉଜ, ୪ ବାର୍‌ ସିଲ୍‌

ଭୁବନେଶ୍ୱର,୧୩ା୧୨(ବ୍ୟୁରୋ): ରାଜଧାନୀର ବାର୍‌ରେ ମଦ ସହ ମଉଜ ଚାଲିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ନାଚଗୀତଠାରୁ ଆରମ୍ଭ କରି ଚିତ୍ତବିନୋଦନ ପାଇଁ ସବୁକିଛି ମିଳୁଛି। କରୋନା କଟକଣାକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ଏ ସମ୍ପର୍କରେ ଅଭିଯୋଗ ଆସିବା ପରେ କମିଶନରେଟ ପୋଲିସ ପକ୍ଷରୁ…

ସ୍ବାମୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ସ୍ତ୍ରୀ

ଜଗତ୍‌ସିଂହପୁର ଅଫିସ,୧୩ା୧୨: ସ୍ବାମୀ ଯୌନ ନିର୍ଯାତନା ଦେଉଛନ୍ତି ବୋଲି ଜଗତ୍‌ସିଂହପୁର ଥାନାରେ ଶନିବାର ଜଣେ ମହିଳା ଅଭିଯୋଗ କରିଛନ୍ତି। ଏହାକୁ ଭିତ୍ତିକରି ଥାନାରେ ମାମଲା (ନଂ.୪୭୦/୨୦) ରୁଜୁ ହୋଇଛିି। ପୋଲିସ ତଦନ୍ତ ଆରମ୍ଭ କରିଛି। ସମ୍ପୃକ୍ତ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଜଗତ୍‌ସିଂହପୁର…

ନିର୍ବନ୍ଧ ପୂର୍ବରୁ ଯୁବକଙ୍କୁ ହତ୍ୟା: ବରଯାତ୍ରୀ ଯାଇ ନିଖୋଜ ଥିଲେ

ଖୋର୍ଦ୍ଧା ଅଫିସ/ନିରାକାରପୁର,୧୨।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ଡ଼ିଆ ଗ୍ରାମର ବିକାଶ ସାହୁ(୨୯)ଙ୍କୁ ହତ୍ୟା କରାଯାଇଛି। ତାଙ୍କ ମୃତଦେହକୁ ଜଙ୍କିଆ ଥାନା ରମାବିଲି ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଶୁକ୍ରବାର ପୋଲିସ ଜବତ କରିଛି। ଶନିବାର ବିକାଶଙ୍କ ନିର୍ବନ୍ଧ ହେବାକୁ…

ରାସ୍ତାକଡ଼ରେ ପଡ଼ି ରହିଛି ମହିଳାଙ୍କ ମୃତଦେହ: ପରିଚୟ ଖୋଜୁଛି ପାଟଣାଗଡ଼ ପୋଲିସ

ପାଟଣାଗଡ଼,୧୧।୧୨: ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଧୁବଲପଡ଼ା ଗ୍ରାମ ନିକଟରେ ଥିବା ଏକ ଚିନାବାଦାମ କ୍ଷେତରୁ ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।…

ଆତ୍ମହତ୍ୟା କଲେ ୨୮ ବର୍ଷୀୟ ପ୍ରତିଷ୍ଠିତ ଯୁବ ବ୍ୟବସାୟୀ, ଡାଏରୀରେ ଲେଖିଲେ ଆଇ ଲଭ୍‌ ୟୁ…

ମୁମ୍ବାଇ,୧୦ା୧୨: ମୁମ୍ବାଇସ୍ଥିତ ୪ଟି ଇଭେଣ୍ଟ କମ୍ପାନୀର ମାଲିକ ତଥା ପ୍ରତିଷ୍ଠିତ ଯୁବ ବ୍ୟବସାୟୀ ଆତ୍ମହତ୍ୟା କରିଛନ୍ତି। ତେବେ ପ୍ରେମ ସମ୍ପର୍କ ଯୋଗୁ ସେ ଇନ୍ଦୋରରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ଦଦନ୍ତରୁ ଜାଣିବାକୁ ପାଇଛି। ପୋଲିସ ଘଟଣାସ୍ଥଳରୁ ଏକ…

ରତ୍ନପଥର ଚୋରା ଚାଲାଣ ଘଟଣା: ୨ ଗିରଫ

ରାୟଗଡ଼ା ଅଫିସ,୧୦ା୧୨: ରତ୍ନପଥର ଚୋରାଚାଲାଣ ଘଟଣାରେ ରାୟଗଡ଼ା ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବୌଦ୍ଧ ଜିଲା ସୁଧାସାହିର ସରକାରୀ ଶିକ୍ଷକ ରାଧାମୋହନ ମାହାନା (୫୩) ଓ ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକର ସୁବାସ ରତ୍ନାଲୁ (୪୫) ବୋଲି…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ପଦ୍ମପୁର,୯।୧୨(ଡି.ଏନ୍‌.ଏ.): ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ଦହିତା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ଇଓ) ପୁରନ୍ଦର ସାହୁଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦହିତା ପଞ୍ଚାୟତ ଅଫିସ ଏବଂ ଇଓ ସାହୁଙ୍କ ପଦ୍ମପୁରସ୍ଥିତ ବାସଭବନରେ ବରଗଡ଼…

କପିଳାସ ଅଭୟାରଣ୍ୟରୁ ବନ୍ୟଜନ୍ତୁ ଶିକାର: ଶିକ୍ଷକଙ୍କୁ ବାନ୍ଧିଲା ବନବିଭାଗ

ଢେଙ୍କାନାଳ ଅଫିସ, ୭।୧୨: ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟ ଓ କଙ୍କଡ଼ାହାଡ ଥାନା କଳସପୁର ଅଞ୍ଚଳ ବନବିଭାଗ ପକ୍ଷରୁ ରବିବାର ବିଳମ୍ବିତ ରାତିରେ ଚଢ଼ାଉ କରାଯାଇଥିଲା। ଚଢ଼ାଉବେଳେ ୨ଟି କଲରାପତରିଆ ବାଘ ଛାଲ ଜବତ ହୋଇଥିବା ବେଳେ ୧ ହରିଣ ଛାଲ,…

ପରୀ ହତ୍ୟା ଘଟଣାର ତଦନ୍ତ ଜୋର୍‌ଦାର: ହତ୍ୟାକାରୀଙ୍କୁ ଧରାଇଲେ ମିଳିବ ୧ ଲକ୍ଷ

ନୟାଗଡ଼ ଅଫିସ,୬ା୧୨: ନୟାଗଡ଼ ସଦର ଥାନା ଯଦୁପୁରର ପରୀ ହତ୍ୟା ଘଟଣାରେ ସ୍ପେଶାଲ ଇନ୍‌ଭେଷ୍ଟିଗେଶନ୍‌ ଟିମ୍‌(ଏସ୍‌ଆଇଟି) ତଦନ୍ତ ଜୋର୍‌ଦାର କରିଛି। ହତ୍ୟା ଘଟଣାର ଗୁମର ଖୋଲିବାକୁ ଏସ୍‌ଆଇଟି ମୁଖ୍ୟ ପୋଲିସ ଆଇଜି ଅରୁଣ ବୋଥ୍ରା ୨ ସପ୍ତାହ ଅପେକ୍ଷା କରିବାକୁ କହିଛନ୍ତି।…

ଷଡ଼ଯନ୍ତ୍ର ଚାଲିଛି, ଫେରିଲେ ଗୁମର ଖୋଲିବି : ଆକାଶ

ଭୁବନେଶ୍ୱର,୬ା୧୨(ବ୍ୟୁରୋ): ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ପାସେଞ୍ଜର କାର୍‌ ଡିଭିଜନର ପରିଚାଳନା ନିର୍ଦ୍ଦେଶକ ପରିଚୟ ଦେଇ ଗଞ୍ଜାମ ଜିଲା ଗୋପାଳପୁର ଅଞ୍ଚଳର ବହୁ ଯୁବତୀଯୁବକଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଟାଟା କମ୍ପାନୀ ପକ୍ଷରୁ ଆକାଶଙ୍କ ଚାକିରିକୁ ଅସ୍ବୀକାର…

ତାମିଲନାଡୁରୁ ବ୍ରହ୍ମପୁର ସୁନା ଚାଲାଣ : ୪କେଜି ସୁନା, ୨୩୫କେଜି ରୂପା ଅଳଙ୍କାର ଜବତ

ବ୍ରହ୍ମପୁର ଅଫିସ,୫ା୧୨- ଅନ୍ଧପସରା ରୋଡ୍‌ରେ ଗାଡିମୋଟର ଯାଞ୍ଚ ବେଳେ ଶନିବାର ଏକ ଗହଣା ଚାଲାଣ ରାକେଟ୍‌ର ପର୍ଦ୍ଦାଫାସ୍‌ କରିଛି ବ୍ରହ୍ମପୁର ଗୋଷାଣୀ ନୂଆଗଁା ପୋଲିସ। ଏକ କାରରୁ ୪ କେଜି ସୁନା ଓ ୨୩୫ କେଜି ରୂପା ଅଳଙ୍କାର ଜବତ କରଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri