ନିର୍ବନ୍ଧ ପୂର୍ବରୁ ଯୁବକଙ୍କୁ ହତ୍ୟା: ବରଯାତ୍ରୀ ଯାଇ ନିଖୋଜ ଥିଲେ

ଖୋର୍ଦ୍ଧା ଅଫିସ/ନିରାକାରପୁର,୧୨।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ଡ଼ିଆ ଗ୍ରାମର ବିକାଶ ସାହୁ(୨୯)ଙ୍କୁ ହତ୍ୟା କରାଯାଇଛି। ତାଙ୍କ ମୃତଦେହକୁ ଜଙ୍କିଆ ଥାନା ରମାବିଲି ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଶୁକ୍ରବାର ପୋଲିସ ଜବତ କରିଛି। ଶନିବାର ବିକାଶଙ୍କ ନିର୍ବନ୍ଧ ହେବାକୁ ଥିବାବେଳେ ଏହାପୂର୍ବରୁ ତାଙ୍କର ମୃତ୍ୟୁକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ସହ ଜଙ୍କିଆ ଥାନାଧିକାରୀଙ୍କ ବଦଳି ଦାବିରେ ପରିବାର ଓ ଗ୍ରାମବାସୀ ୫ଘଣ୍ଟା ଧରି ରମାବିଲି ଗଁା ମୁଣ୍ଡରେ ନୂଆ ଜଗନ୍ନାଥ ସଡ଼କ ରାସ୍ତା ଅବରୋଧ କରିଥିଲେ। ଅନ୍ୟପକ୍ଷରେ ବାପା କେଦାରନାଥଙ୍କ ଅଭିଯୋଗ ପରେ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ୫ ଜଣଙ୍କୁ ଅଟକ ରଖାଯାଇଥିବା ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ କହିଛନ୍ତି।

ଗତ ୯ ତାରିଖରେ ବିକାଶ ଗ୍ରାମର ଜଣେ ଯୁବକଙ୍କ ବାହାଘରରେ ରମାବିଲି ଗାଁକୁ ଅନ୍ୟମାନଙ୍କ ସହ ବରଯାତ୍ରୀ ଯାଇଥିଲେ। ଶୋଭାଯାତ୍ରା ଯାଉଥିବାବେଳେ ବର ବସିଥିବା କାର ଭିତର ଅନ୍ଧାର ଥିବାରୁ ସ୍ଥାନୀୟ ଜଣେ ଯୁବକ ଚାଳକଙ୍କୁ ଏକ ଚାପୁଡ଼ା ମାରିଥିଲେ। ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା। ପରେ ରମାବିଲି ଗ୍ରାମର ମାଡ଼ ମାରିଥିବା ଯୁବକଙ୍କ ସହ ୨୦ରୁ ୩୦ଜଣ ବରଯାତ୍ରୀଙ୍କୁ ଆକ୍ରମଣ କରିଥିଲେ। ସମସ୍ତ ବରଯାତ୍ରୀ ସେଠାରୁ ଛତ୍ରଭଙ୍ଗ ଦେଇ ଘରକୁ ଫେରିଥିବା ବେଳେ ବିକାଶ ଫେରି ନ ଥିଲେ। ଗ୍ରାମବାସୀ ଓ ପରିବାର ଲୋକେ ରମାବିଲିରେ ପହଞ୍ଚତ୍ ବିକାଶଙ୍କୁ ଖୋଜାଖୋଜି କରି ପାଇ ନ ଥିଲେ। କନ୍ୟା ଘର ନିକଟରେ ବିକାଶଙ୍କ ବାଇକ୍‌ (ଏପି ୨୮ବିୟୁ ୬୪୦୧)ଥିବା ଦେଖିବା ପରେ ପରିବାରଲୋକେ ଜଙ୍କିଆ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ଜଙ୍କିଆ ପୋଲିସ ନିରାକାରପୁର ଥାନାରେ ଅଭିଯୋଗ କରିବାକୁ କହି ଫେରାଇ ଦେଇଥିଲା। ନିରାକାରପୁର ପୋଲିସ ମଧ୍ୟ ଅଭିଯୋଗପତ୍ର ରଖିବାକୁ ମନା କରିଦେଇଥିଲା। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ସନ୍ଧ୍ୟାରେ ଜଙ୍କିଆ ପୋଲିସ ନିଖୋଜ ମାମଲା ରୁଜୁ କରିଥିଲା। ଶୁକ୍ରବାର ପୋଲିସ ତଦନ୍ତ ବେଳେ ରମାବିଲି ମଠସାହି କୂଅରୁ ବିକାଶଙ୍କ ମୃତଦେହ ମିଳିବା ପରେ ରାସ୍ତାରୋକୋ ହୋଇଥିଲା। ଏସ୍‌ପି ସ୍ବାଇଁ ଓ ଉପଜିଲାପାଳ ଅଶୋକ ବେହେୁରିଆ,ଏସ୍‌ଡିପିଓ ସୁଶିଲ ମିଶ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ବୁଝାଶୁଝା କରିବା ସହ ଅଭିଯୁକ୍ତଙ୍କୁ ଗିରଫ ପ୍ରତଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri