ଅପରାଧ

ନାଳ ନିକଟରେ ପଡ଼ିଛି ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ: ପରିଚୟ ଖୋଜୁଛି ବନ୍ଧମୁଣ୍ଡା ପୋଲିସ

ରାଉରକେଲା ଅଫିସ, ୧୯।୧୨: ସୁନ୍ଦରଗଡ଼ ଜିଲା ବନ୍ଧମୁଣ୍ଡା ପ୍ରେମନଗର ନାଳ ନିକଟରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପୋଲିସ ଜବତ କରିଛି। ମୃତଦେହ ନିକଟରେ ରକ୍ତ ଭିଜା ପଥର ପଡ଼ିଥିବାରୁ ତାଙ୍କୁ ପଥରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି l…

ଶିଶୁପୁତ୍ର କାଳିଆ ମୃତ୍ୟୁ ମାମଲା: ଗିରଫ ହେଲେ ସମ୍ପର୍କୀୟ ଖୁଡ଼ୀ

ଢେଙ୍କାନାଳ ଅଫିସ, ୧୮।୧୨: ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଝଙ୍କିରା ଗ୍ରାମରେ ଚନ୍ଦନ ସାହୁଙ୍କ ୩ ବର୍ଷର ଶିଶୁପୁତ୍ର କାଳିଆ ଓରଫ ଆୟୁଷ ସାହୁ ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ମୃତ କାଳିଆଙ୍କ ସମ୍ପର୍କୀୟ ଖୁଡି ଭାରତୀ ସାହୁ…

ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା

କେନ୍ଦୁଝର/ଢେଙ୍କିକୋଟ,୧୭।୧୨(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ଜିଲା ଘଟଗାଁ ଥାନା ଭୋଳବେଡ଼ା ଗ୍ରାମର ମୁଣ୍ଡା ସାହିରେ ବୁଧବାର ଡାହାଣୀ ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଘଟଣାରେ ଜନୈକା ନାବାଳିକା ଓ ଜଣେ ନାବାଳକ ପୋଲିସ ନିକଟରେ ଆତ୍ମସମର୍ପଣ…

ବିଧାୟକ ପାଣିଗ୍ରାହୀଙ୍କ ସହଯୋଗୀ ଗିରଫ

ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର ରାଓଙ୍କୁ ଗୁରୁବାର ଗିରଫ କରାଯାଇଛି। ଚାକିରି କରାଇଦେବା ପାଇଁ ଟଙ୍କା ଆଦାୟ ଅଭିଯୋଗରେ ସେ ଗିରଫ ହୋଇଛନ୍ତି। ତେବେ ଜେରା ପରେ କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

ପୁଣି ମାଓବାଦୀଙ୍କ ବର୍ବରତା: ଠିକାଦାରଙ୍କୁ ହତ୍ୟା କରି ଜାହିର କଲେ ସ୍ଥିତି

ମାଲକାନଗିରି,୧୭ା୧୨(ଡି.ଏନ୍‌.ଏ.): ଦୀର୍ଘଦିନର ନୀରବତା ପରେ ପୁଣି ମାଓବାଦୀମାନେ ବର୍ବର କାଣ୍ଡ ଭିଆଇ ନିଜର ସ୍ଥିତି ଜାହିର କରିଛନ୍ତି। ଠିକାଦାରଙ୍କୁ ହତ୍ୟା କରି ରାସ୍ତା କାର୍ଯ୍ୟରେ ନିୟୋଜିତ ମେଶିନ ଓ ଗାଡ଼ି ଜାଳି ଦେଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା…

ରାସ୍ତାରୁ ହାତଗୋଡ଼ ବନ୍ଧା ଅଚିହ୍ନା ଯୁବକଙ୍କ ମୃତଦେହ ଜବତ କଲା ପୋଲିସ

ଲଖନପୁର,୧୭ା୧୨(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ଲଖନପୁର ଥାନା ଅନ୍ତର୍ଗତ ବେଲପାହାଡ଼ରୁ ସୁନ୍ଦରଗଡ଼ ଯାଇଥିବା ଗ୍ରୀଣ୍ଡୋଲା-କାଉଧର ରାସ୍ତାରୁ ପୋଲିସ ଏକ ଅଚିହ୍ନା ଯୁବକଙ୍କ ମୃତଦେହ ଜବତ କରିଛି। ମୃତ ଯୁବକଙ୍କ ହାତ, ଗୋଡ଼ ଏବଂ ମୁହଁ ବନ୍ଧା ହୋଇଛି । ପ୍ରମାଣ ନଷ୍ଟ କରିବା…

ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ନବୀନଙ୍କ ସୁପାରିସ

ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ବରିଷ୍ଠ ଆଇଏଫଏସ ଅଧିକାରୀ ତଥା ନିଲମ୍ବିତ ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପାରିସ କରିଥିବା ଗୁରୁବାର ସୂଚନା ମିଳିଛି। ତେବେ ପ୍ରଥମ ଥର ପାଇଁ ଜଣେ ସର୍ବଭାରତୀୟ…

ନକଲି ନୋଟ କାରବାର କରୁଥିଲେ: ୨ ଆନ୍ତଃରାଜ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ

ବାରିପଦା ଅଫିସ,୧୭।୧୨: ବାରିପଦା ସହରରେ ନକଲି ନୋଟ କାରବାର କରୁଥିବା ୨ ଆନ୍ତଃରାଜ୍ୟ ଅଭିଯୁକ୍ତଙ୍କୁ ଟାଉନ ଥାନା ପୋଲିସ ଗୁରୁବାର ସକାଳେ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାନ୍ତ ବୋହଡ଼ାଗୁଡ଼ା ଅଞ୍ଚଳର ରକ୍ଷାହରୀ ରଣା ଓ ରାସ…

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ଶିକ୍ଷକ

ବରଗଡ଼ ଅଫିସ,୧୬।୧୨: ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଗଣ୍ଠିଆପାଲି ଗ୍ରାମସ୍ଥିତ ପଞ୍ଚାୟତ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ପାଣିଗ୍ରାହୀଙ୍କ ବାସଭବନରେ ବୁଧବାର ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପାଣିଗ୍ରାହୀଙ୍କ ତିଲେଇମାଲ,…

ଓଡ଼ିଶାରେ ନାହିଁ ଜମତାରା ଗ୍ୟାଙ୍ଗର ଲିଙ୍କ୍‌

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ଡିଜିଟାଲ୍‌ ଯୁଗରେ ଡିଜିଟାଲ୍‌ ଲୁଟ୍‌ ସମଗ୍ର ବିଶ୍ୱ ପାଇଁ ଏକ ସମସ୍ୟା ଭାବେ ଉଭା ହୋଇଛି। ସାମାନ୍ୟ ସତର୍କ ନ ରହିଲେ ଠକେଇର ଶିକାର ହେବାକୁ ପଡିବ। ଜନସାଧାରଣଙ୍କୁ ଆହୁରି ଚାଲାକ ଓ ସେଚେତନ ହେବାକୁ ପଡିବ। ସାଧାରଣତଃ ଅସଚେତନ…

ଚାକିରି ନାଁରେ ୨୭ ଲକ୍ଷ ଠକେଇ

ଜଗନ୍ନାଥପ୍ରସାଦ,୧୬ା୧୨(ଡି.ଏନ.ଏ.): ବିଶାଖାପାଟଣା ପୋର୍ଟରେ ଚାକିରି ଦେବା ନାଁରେ ୨୭ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ମଙ୍ଗଳବାର ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ପୋଲିସ ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେ ହେଲେ ଏହି ଥାନା ଅନ୍ତର୍ଗତ ସରକୁମ୍ପା ଗ୍ରାମର ବଂଶୀଧର…

ଏଟିଏମ୍‌ କାଟି ସାଢ଼େ ୨୬ ଲକ୍ଷ ଲୁଟ୍‌

ଢେଙ୍କାନାଳ ଅଫିସ, ୧୬ା୧୨: ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅଧୀନ ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ନିମବାହାଳି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ର ଏକ ଏଟିଏମ୍‌ରୁ ବଡ଼ ଧରଣର ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ଗ୍ୟାସ୍‌ କଟର ସହାୟତାରେ ଏଟିଏମ୍‌ କ୍ୟାଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri