ଅପରାଧ

୭ ବର୍ଷ ବୟସରେ ଅପହରଣ, ୯ ବର୍ଷ ପରେ ଫେରିଲେ: ଭାବୁକ କରିବ ‘କେସ୍‌ ନଂ ୧୬୬’ର କାହାଣୀ

ବମ୍ବେ,୯।୮: କେସ୍‌ ନଂ ୧୬୬। ଏକ ୭ ବର୍ଷୀୟ ନାବାଳିକାର ନିଖୋଜ ହେବାର ଏହି ମାମଲା ଏବେ ଚର୍ଚ୍ଚାରେ। କାରଣ ବମ୍ବେର ଜଣେ ପୋଲିସ ଅଫିସର ନିଜ ଚାକିରିକାଳ ସମୟରେ ୧୬୫ ନିଖୋଜ ପିଲାଙ୍କୁ ଖୋଜିଥିଲେ ହେଁ ୧୬୬ ନଂ କେସ୍‌ରେ…

ଘର ସାମ୍ନାରୁ ବୋଲେରୋ ନେଇଗଲେ ଦୁର୍ବୃତ୍ତ

ବାଲିଗୁଡ଼ା,୮ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ାରେ ମାତିଛନ୍ତି ଗାଡ଼ି ଚୋର। ରବିବାର ରାତିରେ ଏକ ବୋଲେରୋ ଚୋରି ହୋଇଥିବା ନେଇ ବାଲିଗୁଡ଼ା ଥାନାରେ ଏତଲା ଦେଇଛନ୍ତି ଗାଡ଼ିମାଲିକ ସୀମା ସାହୁ। ଏତଲାରୁ ପ୍ରକାଶ ଯେ, ବାଲିଗୁଡ଼ା ସହର ସୁନାପାଙ୍ଗା ସାହିରେ ନିଜ ଘର…

ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌ କରି ଖସି ପଳାଉଥିଲେ, ଧରି ଛେଚିଲେ ଗ୍ରାମବାସୀ

ବାଲେଶ୍ୱର ଅଫିସ,୮ା୮: ବାଲେଶ୍ୱର ଜିଲା ସୋର ଅନନ୍ତପୁର ରାସ୍ତା ପାଖ ଛକ ନିକଟରେ ବିଳମ୍ବିତ ରାତିରେ ଦୁଇଟି ବାଇକ୍‌ରେ ୩ ଜଣ ଯୁବକ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟ୍‌ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଛନ୍ତି। ଗ୍ରାମବାସୀ…

କୋଲକାତା ମ୍ୟୁଜିୟମ ଗୁଳିକାଣ୍ଡ ଘଟଣା: ୧୪ ଦିନ ପାଇଁ ହାଜତକୁ ଗଲେ ଓଡ଼ିଆ ଯବାନ

ଢେଙ୍କାନାଳ ଅଫିସ/ କାମାକ୍ଷାନଗର(ଡି.ଏନ୍‌.ଏ.),୮।୮: କେନ୍ଦ୍ରୀୟ କୋଲକାତାର ବ୍ୟସ୍ତବହୁଳ ପାର୍କଷ୍ଟ୍ରିଟ୍‌ ଅଞ୍ଚଳରେ ଥିବା ଇଣ୍ଡିଆନ ମ୍ୟୁଜିୟମ୍‌କୁ ଲାଗି ରହିଥିବା ବାରାକ୍‌ରେ ଗତ ଶନିବାର ସନ୍ଧ୍ୟାରେ ଘଟିଥିବା ଗୁଳିକାଣ୍ଡ ଘଟଣାର ଅଭିଯୁକ୍ତ ଜଣେ ଓଡ଼ିଆ ଯବାନ ବୋଲି ସ୍ପଷ୍ଟ ହୋଇଛି। ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି…

ବାଣିଜ୍ୟ କର ଓ ଜିଏସ୍‌ଟି ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଯାଜପୁର ଅଫିସ,୮ା୮: ବାଣିଜ୍ୟ କର ଓ ଜିଏସଟି,କଟକର ଅତିରିକ୍ତ କମିଶନର ପୀୟୁଷ ପାଣିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ସୋମବାର ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ବ୍ୟାସନଗର,କଟକ, ଭୁବନେଶ୍ବର ସମେତ…

୧୦ ଆନ୍ତଃରାଜ୍ୟ ଡକାୟତ ଗିରଫ: ଖବରଦାତା ସମ୍ମିଳନୀରେ ସୂଚନା ଦେଲେ ଏସ୍‌ପି

ଭବାନୀପାଟଣା,୬ା୮(ସ୍ବ.ପ୍ର.): କଳାହାଣ୍ଡି ପୋଲିସ ଶନିବାର ଏକ ଡକାୟତି ଗ୍ୟାଙ୍ଗର ଫର୍ଦ୍ଦାଫାଶ କରିଛି। ଦୀର୍ଘମାସ ଧରି କଳାହାଣ୍ଡି ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଡକାୟତି କରି ପୋଲିସକୁ ଚକ୍‌ମା ଦେଇ ଖସି ପଳାଇବାରେ ସକ୍ଷମ ହୋଇ ଆସୁଥିଲେ ଏହି ଡକାୟତ ଦଳ। ଶେଷରେ…

ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ୨୦ ଭରି ସୁନା ସହ ଲୁଟିନେଲେ ନଗଦ ୨ ଲକ୍ଷ ଟଙ୍କା

ପାରଳାଖେମୁଣ୍ଡି,୬ା୮(ଡି.ଏନ୍‌.ଏ.): ଦିନ ଦ୍ୱିପ୍ରହରରେ ଜନଗହଳି ପୂର୍ଣ୍ଣ ଅଞ୍ଚଳରୁ ଶନିବାର ଚୋରି ହୋଇଛି। ବାହାଘର ଭୋଜିରେ ପରିବାର ଲୋକେ ବ୍ୟସ୍ତ ଥିବା ବେଳେ ଘରେ କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ। ପାରଳାଖେମୁଣ୍ଡି ଟାଉନ୍‌ହଲ୍‌ ନିକଟରେ ଥିବା ଜି.ଗୋବିନ୍ଦଙ୍କ ଘରୁ ୨୦ ଭରି ସୁନା…

ବୃଦ୍ଧ ବାପାଙ୍କୁ ବିଦ୍ୟୁତ୍‌ଖୁଣ୍ଟରେ ବାନ୍ଧି ପିଟିପିଟି ମାରିଦେଲେ ପୁଅବୋହୂ

କୋରାପୁଟ,୬।୮(ସ୍ବ.ପ୍ର.): ନାନାଦି ଦୁଃଖ, କଷ୍ଟ, ଯନ୍ତ୍ରଣା ସହି ପିଲାମାନଙ୍କୁ ଛୋଟରୁ ବଡ଼ କରିଥାନ୍ତି ମାତାପିତା। ହେଲେ ସେମାନେ ପରିଣତ ବୟସରେ ପିଲାମାନଙ୍କ ପାଇଁ ଅଲୋଡା ହୋଇପଡ଼ନ୍ତି। ଏପରି ଏକ ହୃଦୟ ବିଦାରକ ଘଟଣା କୋରାପୁଟରେ ଦେଖିବାକୁ ମିଳିଛି। ଜିଲାର ଲକ୍ଷ୍ମୀପୁର ଥାନା…

ପୁଅଙ୍କ ଶକ୍ତ ଚାପୁଡ଼ାରେ ମା’ଙ୍କ ଜୀବନ ଗଲା

କୁଆଁରମୁଣ୍ଡା,୬ା୮(ଡି.ଏନ୍‌.ଏ.): ଜନ୍ମକଲା ପୁଅ ନିଜ ମା’କୁ ଶକ୍ତ ଚାପୁଡ଼ା ମାରିବାରୁ ମା’ଙ୍କ ଜୀବନ ଯାଇଛି। ଏଭଳି ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଞ୍ଚଳର ତଳ ବସ୍‌ଷ୍ଟାଣ୍ଡ ନିକଟ କୁମ୍ଭାରବସ୍ତିରେ ଦେଖିବାକୁ ମିଳିଛି। ଅଭିଯୁକ୍ତ ପୁଅ ସରୋଜ ତନ୍ତୀ(୩୮)ଙ୍କୁ ପୋଲିସ…

ଅଗଷ୍ଟ ୧୮ ଯାଏ ଜେଲରେ ରହିବେ ପାର୍ଥ-ଅର୍ପିତା

କୋଲକାତା,୫।୮: ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କୁ ଅଗଷ୍ଟ ୧୮ ଯାଏ ଅର୍ଥାତ ଆସନ୍ତା ୧୪ ଦିନ ଯାଏ ଜେଲରେ ରହିବେ। ଉଭୟଙ୍କୁ ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଇଡି ଗିରଫ କରି ଜେରା…

କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର ଅଫିସ/ପାତ୍ରପୁର,୫ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜୟନ୍ତୀପୁର ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ଜନାର୍ଦ୍ଦନ ସାହୁଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଲୁନା ମହାନ୍ତିଙ୍କ ସର୍ଚ୍ଚ ଓ୍ବାରେଣ୍ଟ ବଳରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌…

ଟିପ୍ପର ଧକ୍କାରେ ମୃତ୍ୟୁ ଘଟଣା ଭିନ୍ନ ମୋଡ଼ ନେଲା: ମା’ଝିଅଙ୍କୁ ଗାଡ଼ି ମଡ଼ାଇ ହତ୍ୟା

ଧର୍ମଶାଳା/ଜେନାପୁର,୫ା୮(ଡି.ଏନ.ଏ.): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ବରଡ଼ା ଛକ ନିକଟରେ ବୁଧବାର ଟିପ୍ପର ଧକ୍କାରେ ମା’ଝିଅଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ଗୁରୁବାର ଭିନ୍ନମୋଡ଼ ନେଇଛି। ଟିପ୍ପର ଚାଳକ ସାମାନ୍ୟ ବଚସାରେ ଉତ୍ତ୍ୟକ୍ତ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?