ପୁଅଙ୍କ ଶକ୍ତ ଚାପୁଡ଼ାରେ ମା’ଙ୍କ ଜୀବନ ଗଲା

କୁଆଁରମୁଣ୍ଡା,୬ା୮(ଡି.ଏନ୍‌.ଏ.): ଜନ୍ମକଲା ପୁଅ ନିଜ ମା’କୁ ଶକ୍ତ ଚାପୁଡ଼ା ମାରିବାରୁ ମା’ଙ୍କ ଜୀବନ ଯାଇଛି। ଏଭଳି ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଞ୍ଚଳର ତଳ ବସ୍‌ଷ୍ଟାଣ୍ଡ ନିକଟ କୁମ୍ଭାରବସ୍ତିରେ ଦେଖିବାକୁ ମିଳିଛି। ଅଭିଯୁକ୍ତ ପୁଅ ସରୋଜ ତନ୍ତୀ(୩୮)ଙ୍କୁ ପୋଲିସ ଗିରଫ କରି ଅଧିକ ପଚରାଉଚରା ଚଳାଇଛି। ଅନ୍ୟପକ୍ଷରେ ପୋଲିସ ମୃତ ମା’ ପୁନି ତନ୍ତୀ(୭୨)ଙ୍କ ମୃତଦେହ ଜବତ କରିଛି। ଘଟଣାସ୍ଥଳରେ ଶନିବାର ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଚଳାଇଛି। ମୃତ ପୁନିଙ୍କ ସାନଝିଅ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ପୁଅ ସରୋଜଙ୍କୁ ଗିରଫ କରିଥିଲା।

ସୂଚନାନୁଯାୟୀ, ଶୁକ୍ରବାର ରାତିରେ ସରୋଜ ତାଙ୍କ ମା’ଙ୍କୁ ଟଙ୍କା ମାଗିଥିଲେ। ହେଲେ ପୁଅ ସବୁବେଳେ ମଦ ପିଉଥିବାରୁ ତାଙ୍କୁ ଟଙ୍କା ଦେବା ପାଇଁ ମନା କରିଥିଲେ ମା’ ପୁନି। ଏଥିରେ ଉତ୍‌କ୍ଷିପ୍ତ ହୋଇ ସରୋଜ ମା’ଙ୍କ ଗାଲରେ ଶକ୍ତଚାପୁଡା ମାରିଥିଲେ। ଫଳରେ ଘଟଣାସ୍ଥଳରେ ଅଚେତ୍‌ ହୋଇପଡ଼ିଥିଲେ ପୁନି। ସରୋଜଙ୍କ ସାନ ଭଉଣୀ ଏହା ଦେଖିଥିଲେ। ସଙ୍ଗେ ସଙ୍ଗେ ମା’ଙ୍କୁ ଚିକିସତ୍ା ନିମନ୍ତେ ସାନ ଭଉଣୀ ପାଖ ପଡ଼ିଶାଙ୍କ ସହାୟତାରେ ନିକଟସ୍ଥ ବୀରମିତ୍ରପୁର ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧାରେ ବଢୁଛି ମାଦକ ଦ୍ରବ୍ୟ କାରବାର

ଖୋର୍ଦ୍ଧା ଅଫିସ,୧୨ା୧୧: ଖୋର୍ଦ୍ଧାରେ ବ୍ରାଉନସୁଗାର ପରେ ମାଦକଦ୍ରବ୍ୟ କାରବାର କାୟା ବିସ୍ତାର କରିବାରେ ଲାଗିଛି। ଏଥିରେ ଏକ ରାକେଟ କାର୍ଯ୍ୟ କରୁଛି। ନାମୀଦାମୀ ବିଦେଶୀ କମ୍ପାନୀ...

ଭୁଶୁଡ଼ିଲା କାନଝରୀ ଡ୍ୟାମ୍‌ କେନାଲ ଆଡ଼ିବନ୍ଧ

କେନ୍ଦୁଝର, ୧୬ା୪ (ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ରଘୁନାଥପୁର ପଞ୍ଚାୟତର କାଳିଆବେଡ଼ା ଗଁା ନିକଟରେ କାନଝରୀ ଡ୍ୟାମ୍‌ର ୨୫ଫୁଟ୍‌ କେନାଲ ଆଡ଼ିବନ୍ଧ ଭୁଶୁଡି ପଡିଛି। ଫଳରେ...

ପୌରାଞ୍ଚଳ ନିର୍ବାଚନ ପାଇଁ ବଢିଲା ନିର୍ବାଚନୀ ଖର୍ଚ୍ଚ: ଜାଣନ୍ତୁ କେତେ ପର୍ଯ୍ୟନ୍ତ କରିପାରିବେ

ଭୁବନେଶ୍ୱର,୮।୨(ବ୍ୟୁରୋ): ପୌରାଞ୍ଚଳ ନିର୍ବାଚନ ପାଇଁ ନିର୍ବାଚନୀ ଖର୍ଚ୍ଚ ବଢ଼ିଛି। ଏନ୍‌ଏସି ମ୍ୟୁନିସିପାଲିଟି ଏବଂ ମ୍ୟୁନିସିପାଲ କର୍ପୋରେଶନ  ନିର୍ବାଚନୀ ଖର୍ଚ୍ଚ ବଢ଼ିଥିବା ବେଳେ ରାଜ୍ୟ ନିର୍ବାଚନ ଆୟୋଗ...

ପଞ୍ଜୀକରଣ କଲେଣି ୬୯୩୬ ପ୍ରବାସୀ ଓଡ଼ିଆ

ଏରସମା,୭ା୫ (ସ୍ବ.ପ୍ର.): ଲକ୍‌ଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଏବେ ଘରକୁ ଫେରିବାକୁ ତତ୍ପର ହୋଇଛନ୍ତି। ଏହିକ୍ରମରେ ମଙ୍ଗଳବାର ସୁଦ୍ଧା ଜଗତ୍‌ସିଂହପୁର...

ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁପଡ଼ିଲେ କିନ୍ନର

ପୁରୀ ଅଫିସ,୧।୫: ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ ଜଣେ କିନ୍ନର ରବିବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ବଳରାମ ରାଉତ ଓ ଘର ନିମାପଡ଼ା...

ସ୍କୁଲ ପାଣିଟାଙ୍କିରେ ପଡ଼ି ନାବାଳିକା ମୃତ

ଲଖନପୁର,୪।୧୧(ଡି.ଏନ୍‌.ଏ): ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅଧୀନ ବନ୍ଧବାହାଲ ଶାନ୍ତିନଗରସ୍ଥିତ ଏକ ପ୍ଲେ ସ୍କୁଲ ପାଣିଟାଙ୍କିରେ ପଡ଼ି ସୋମବାର ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି ।...

ମଧ୍ୟାହ୍ନଭୋଜନ ପାଇଁ ୧ କି.ମି. ଦୂରରୁ ଆସୁଛି ପାଣି

ଆରଡ଼ି,୨।୧୨(ଡି.ଏନ.ଏ.):ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ପାଳସାହି ପଞ୍ଚାୟତ ଗାନ୍ଧିଘାଟ ଶାସନ ଗଁାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ନଳକୂପଟି ୨୦୦୮ରୁ ଅଦରକାରୀ ହୋଇପଡ଼ିଛି। ଏଥିରୁ...

ହତାଦର କଲେ ଦୁଇ ପୁଅବୋହୂ: ଶେଷରେ ଜରାଶ୍ରମ ସାଜିଲା ନୂଆ ଠିକଣା…

ରାହାମା,୧୭ା୩(ଡି.ଏନ.ଏ.): ବାର୍ଦ୍ଧକ୍ୟ ଆସିଲେ ବୋହୂ ପୁଅଙ୍କ ସାହାରା ଲୋଡ଼ା ପଡ଼େ। ନାତି, ନାତୁଣୀଙ୍କ କୋଳାହଳ ଭିତରେ ସମୟ କାଟିବାକୁ ଇଚ୍ଛା ହୁଏ। ପାଟିକୁ ରୁଚୁ ନ...

Advertisement
Archives

Model This Week