ଅପରାଧ

ଶ୍ୱଶୁର ଘରେ ପହଞ୍ଚି ନବବିବାହିତା ସ୍ତ୍ରୀଙ୍କୁ ବେଲ୍ଟରେ ନିର୍ଧୂମ ପିଟିଲେ ସ୍ବାମୀ, ଆଉ ତା’ ପରେ…

ଭୋପାଳ,୬ା୯: ଗ୍ବାଲିଅରରେ ଜଣେ ନବବିବାହିତାଙ୍କୁ ତାଙ୍କ ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରି ଘରୁ ତଡ଼ି ଦେଇଥିଲେ। ଫଳରେ ସେ ତାଙ୍କ ବାପଘରକୁ ଚାଲିଯାଇଥିଲେ। ଏଥିରେ କ୍ରୋଧାନ୍ବିତ ହୋଇ ଜ୍ୱାଇଁ ପହଞ୍ଚିଥିଲେ ଶ୍ୱଶୁର ଘରେ। ପରେ ମାର୍‌ପିଟ୍‌ ଆରମ୍ଭ କରିଥିଲେ।…

ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ, ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ

ପାଟଣା,୬ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ସାହୁ କମ୍ପ୍ଲେକ୍ସ ଭିତରୁ ଏସ୍‌ବିଆଇର ଏଟିଏମ୍‌କୁ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଭାଙ୍ଗି ଲୁଟ୍‌ ଉଦ୍ୟମ କରିଛନ୍ତି। ସୋମବାର ସକାଳୁ କିଛି…

ମହିଳାଙ୍କୁ ନିର୍ମମ ହତ୍ୟା, ୪ ଅଟକ

ରେଢ଼ାଖୋଲ,୬ା୯(ଡି.ଏନ୍‌.ଏ.):  ସମ୍ବଲପୁର ଜିଲା ରେଢ଼ାଖୋଲ ଥାନା ଲଇଣ୍ଡାମାଳ ଗ୍ରାମରେ ରବିବାର ରାତିରେ ବନିତା ମିର୍ଦ୍ଧା (୩୦) ନାମକ ଜଣେ ମହିଳାଙ୍କୁ ତାଙ୍କ ଘର ଅଗଣାରେ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଖବରପାଇ ରେଢ଼ାଖୋଲ ଏସ୍‌ଡିପିଓ ପ୍ରଶାନ୍ତ କୁମାର ମେହେର,ଥାନା ଅଧିକାରୀ…

ଫେସବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲି ନାବାଳିକାଙ୍କ ଅଶ୍ଳୀଳ ଫଟୋ ଛାଡ଼ିଲେ ଦୁଇ ଯୁବକ, ଆଉ ତା’ ପରେ

ପାଟଣା,୬ା୯(ସ୍ବ.ପ୍ର.): ଫେସବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲି କେନ୍ଦ୍ରାପଡ଼ା ଟାଉନ ଥାନା ଅଞ୍ଚଳର ଜଣେ ନାବଳିକାଙ୍କୁ ଅଶ୍ଳୀଳ ମେସେଜ ସହ ନାବାଳିକାଙ୍କ ଫଟୋକୁ ଏଡିଟ୍‌ କରି ଫେସବୁକ୍‌ରେ ଛାଡ଼ିବା ଦୁଇ ଯୁବକଙ୍କୁ ମହଙ୍ଗା ପଡ଼ିଛି। ନାବାଳିକାଙ୍କ ବାପାଙ୍କ ନାମରେ ଫେକ୍‌ ଆକାଉଣ୍ଟ ଖୋଲି…

ରାଜଧାନୀକୁ ବନ୍ଧୁକ ବିକ୍ରି କରିବାକୁ ଆସିଥିବା ପଶ୍ଚିମବଙ୍ଗ ବେପାରୀ ଗିରଫ

ଭୁବନେଶ୍ୱର,୬।୯(ବ୍ୟୁରୋ): ରାଜଧାନୀରେ ବନ୍ଧୁକ ବିକ୍ରି କରିବାକୁ ଆସିଥିବା ପଶ୍ଚିମବଙ୍ଗର ଜଣେ ବେପାରୀଙ୍କୁ କମିଶନରେଟ ପୋଲିସ କାବୁ କିରିଛି। ରବିବାର ପୂର୍ବାହ୍ନରେ ଭରତପୁର ଥାନା ଅନ୍ତର୍ଗତ କୋଳଥିଆ ପଡିଆ ନିକଟରେ ବନ୍ଧୁକ ବିକ୍ରି ପାଇଁ ଗରାଖଙ୍କୁ ଅପେକ୍ଷା କରିଥିବାବେଳେ ପୋଲିସ ଗିରଫ କରିଛି।…

ବ୍ରାଉନ୍‌ସୁଗାର କାରବାର: ଖୋର୍ଦ୍ଧାର ବିଟେକ୍‌ ଛାତ୍ରଙ୍କୁ ବାନ୍ଧିଲା ଏସ୍‌ଟିଏଫ୍‌

ଖୋର୍ଦ୍ଧା ଅଫିସ,୪।୯ : ଖୋର୍ଦ୍ଧା ପାଲଟିଛି ବ୍ରାଉନସୁଗାରର ପେଣ୍ଠସ୍ଥଳୀ। ଯେତିକି ଧରପଗଡ ଚାଲିଛି, ସେତିକି କାରବାର ବଢିଚାଲିଛି। ବାଲେଶ୍ବର ଜଳେଶ୍ବରଠାରୁ ଚେର ଖୋର୍ଦ୍ଧା ପର୍ଯ୍ୟନ୍ତ ଲମ୍ବିଛି। ଏଠାରୁ ଜିଲାର ବିଭିନ୍ନ ଗ୍ରାମକୁ ବ୍ରାଉନସୁଗାର ପଠାଯାଉଛି। ବାରମ୍ବାର ଏସ୍‌ଟିଏଫ୍‌ ପକ୍ଷରୁ ଧରପଗଡ ସତ୍ତ୍ବେ…

ହତ୍ୟା, ଭାଇରାଲ ଭିଡିଓ ଖୋଲିଲା ଗୁମର

ଖୋର୍ଦ୍ଧା ଅଫିସ/ ନିରାକାରପୁର,୩।୯ (ଡି.ଏନ୍‌.ଏ.): ମାନବବାଦ ସଙ୍ଗଠନର ମୁଖ୍ୟ ତଥା ଆତ୍ମଘୋଷିତ ଗୁରୁଜୀ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନଙ୍କୁ ଗୁରୁବାର ପୋଲିସ ଭୁବନେଶ୍ୱର ଶହୀଦନଗରସ୍ଥିତ ବାସଭବନରୁ ଉଠାଇ ନେଇଥିଲା। କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ପୋଲିସ ସେମାନଙ୍କୁ…

ବନ୍ୟଜନ୍ତୁ ଶିକାର ପାଇଁ ବୁଲୁଥିଲେ ଜଙ୍ଗଲରେ, ୨ ଗିରଫ

ଭଞ୍ଜନଗର,୨ା୯(ଡି.ଏନ୍‌.ଏ.): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜ ସଂରକ୍ଷିତ ଜଙ୍ଗଲରୁ ବୁଧବାର ରାତିରେ ବନ ବିଭାଗ କର୍ମଚାରୀ ବନ୍ଧୁକ ସହ ୨ ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ଜଗନ୍ନାଥପ୍ରସାଦର ସନ୍ତୋଷ ବେହେରା ଓ ଆଙ୍କୁଲକୁମ୍ପାର ଜଳନ୍ଧର ଜାନି।…

ସୌମ୍ୟଙ୍କ ପରିବାରଲୋକଙ୍କ ବୟାନ ରେକର୍ଡ କଲା କ୍ରାଇମ୍‌ବ୍ରାଞ୍ଚ

ଖଇରା,୧।୯(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଥିବା ବେଳେ ବୁଧବାର ସୌମ୍ୟଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ ପାଇଁ ଉକ୍ତ ଟିମ୍‌ ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ…

ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ହତ୍ୟା

ରାୟଗଡ଼ା ଅଫିସ,୧ା୯: ଇନ୍‌ଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ହତ୍ୟା। ରାୟଗଡ଼ା ଜିଲା ଅମ୍ବାଦଳା ଥାନା ଅନ୍ତର୍ଗତ ଟିକରପଡ଼ା ଗାଁ ନିକଟରେ ଗତ ରାତିରେ ଇନ୍‌ଫର୍ମର ସନ୍ଦେହରେ ଜଣେ ଗ୍ରାମରକ୍ଷୀକୁ ମାଓବାଦୀ ହତ୍ୟା କରିଛନ୍ତି। ଗ୍ରାମରକ୍ଷୀ ହେଲେ ସନ୍ତୋଷ ଦଣ୍ଡସେନା। ହତ୍ୟା ପରେ ମୃତଦେହ…

କୋରିଅରରେ ଦିଲ୍ଲୀକୁ ଗଞ୍ଜେଇ ଚାଲାଣ

ଭୁବନେଶ୍ୱର,୩୦।୮(ବ୍ୟୁରୋ): ଟ୍ରେନ୍‌ରେ ଯାଞ୍ଚ କଡ଼ାକଡ଼ି ହେଉଥିବାରୁ କୋରିଅରରେ ଗଞ୍ଜେଇ ଚାଲାଣ ହେଉଛି। ଭୁବନେଶ୍ୱରରେ ଭଡ଼ାରେ ରହି ଅଣଓଡ଼ିଆ ଯୁବକମାନେ ଏହି ବେଆଇନ ବେପାର କରୁଛନ୍ତି। ଗଜପତିରୁ ଭାୟା ଭୁବନେଶ୍ୱର ଦେଇ ଦିଲ୍ଲୀକୁ ଗଞ୍ଜେଇ ଚାଲାଣବେଳେ କମିଶନରେଟ ପୋଲିସ ହାତରେ ଧରାପଡିଛି। ର଼୍ୟାକେଟରେ…

ଦୁଇ ବ୍ୟବସାୟୀଙ୍କୁ ମୁଣ୍ଡଜାମିନ ରଖି ନିର୍ଯାତନା: ଉଲଗ୍ନ କରି ରଡ୍‌ରେ ପିଟି ନଚାଉଥିଲେ

ଭୁବନେଶ୍ୱର,(ବ୍ୟୁରୋ)/ ବାରଙ୍ଗ, ୨୯।୮(ଡି.ଏନ୍‌.ଏ.): ଦୁଇ ବ୍ୟବସାୟୀଙ୍କୁ ଦୁଇଦିନ ମୁଣ୍ଡଜାମିନ ରଖି ଅକଥନୀୟ ନିର୍ଯାତନା ଦେଲେ। ଉଲଗ୍ନ କଲି ଲୁହା ରଡରେ ବାଡେଇବା ସହ ନାଚିବା ପାଇଁ ବାଧ୍ୟ କରୁଥିଲେ। ନ ନାଚିଲେ ଦେହରେ ମଦ ଢାଳି ସିଗାରେଟ ଚେଙ୍କ ଦେଉଥିଲେ। ଲୁହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri