ହତ୍ୟା, ଭାଇରାଲ ଭିଡିଓ ଖୋଲିଲା ଗୁମର

ଖୋର୍ଦ୍ଧା ଅଫିସ/ ନିରାକାରପୁର,୩।୯ (ଡି.ଏନ୍‌.ଏ.): ମାନବବାଦ ସଙ୍ଗଠନର ମୁଖ୍ୟ ତଥା ଆତ୍ମଘୋଷିତ ଗୁରୁଜୀ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନଙ୍କୁ ଗୁରୁବାର ପୋଲିସ ଭୁବନେଶ୍ୱର ଶହୀଦନଗରସ୍ଥିତ ବାସଭବନରୁ ଉଠାଇ ନେଇଥିଲା। କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ପୋଲିସ ସେମାନଙ୍କୁ କଡ଼ା ସୁରକ୍ଷା ବଳୟରେ ଆଣି ଜଙ୍କିଆ ଥାନାରେ ପ୍ରାୟ ୨ଘଣ୍ଟା ପଚରାଉଚରା କରିଥିଲା। ଶାନ୍ତିଶୃଙ୍ଖଳା ପାଇଁ ଥାନା ଆଗରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ପରେ ପୋଲିସ ସେମାନଙ୍କୁ କଡ଼ା ସୁରକ୍ଷା ବଳୟରେ ଖୋର୍ଦ୍ଧା ନେବା ସହ ଗିରଫ ଦର୍ଶାଇ କୋର୍ଟରେ ହାଜର କରିଥିଲା। ସେଠାରେ ଜାମିନ ନାମଞ୍ଜୁର ପରେ ଉଭୟଙ୍କୁ ଖୋର୍ଦ୍ଧା ସବ୍‌ଜେଲକୁ ପଠାଇ ଦିଆଯାଇଛି। ମାନସଙ୍କ ବିରୋଧରେ ଅପହରଣ, ଆପରାଧିକ ଷଡ଼ଯନ୍ତ୍ର, ହତ୍ୟା, ହତ୍ୟା ଉଦ୍ୟମ, ପ୍ରମାଣ ନଷ୍ଟ ଏବଂ ଧମକ ଭଳି ଏକାଧିକ ମାମଲା ରହଛି। ବେଗୁନିଆ ଥାନା ଅଞ୍ଚଳର ସତ୍ୟବ୍ରତ ନାୟକଙ୍କ ହତ୍ୟା ମାମଲାରେ ମାନସଙ୍କୁ ଗିରଫ କରାଯାଇଛି। ସେହିପରି କଡ଼ବ ଗ୍ରାମର ବାପପୁଅଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ମନୋରଞ୍ଜନଙ୍କୁ ଗିରଫ କରାଯାଇଛି ବୋଲି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି।
ସଙ୍ଗଠନରେ ନ ମିଶିବାରୁ ସତ୍ୟବ୍ରତଙ୍କୁ ହତ୍ୟା
ମାନବବାଦ ସଙ୍ଗଠନର କେତେଜଣ କର୍ମକର୍ତ୍ତା ବେଗୁନିଆ ଥାନା ଅଞ୍ଚଳର ସତ୍ୟବ୍ରତ ନାୟକଙ୍କୁ ଅଗଷ୍ଟ ୧ରେ ଘରୁ ଡାକି ନେଇ କଡ଼ବଗାଡିଆରେ ନିର୍ଯାତନା ଦେବା ସହ ପିଟିପିଟି ହତ୍ୟା କରିଥିଲେ। ଏନେଇ ମୃତକଙ୍କ ପୁତୁରା ବସନ୍ତ ନାୟକ ସଙ୍ଗଠନ ବିରୋଧରେ ଅଭିଯୋଗ କରିଥିଲେ। ସଙ୍ଗଠନର ମୁଖ୍ୟ ମାନସ ଦାସଙ୍କ ଇଙ୍ଗିତରେ ଏହି ହତ୍ୟାକାଣ୍ଡ ଘଟିଥିବା ସେ ଏତଲାରେ ଦର୍ଶାଇଥିଲେ। ପୋଲିସ ଏକ ମାମଲା (ନଂ.୧୪୯/୨୧)ରୁଜୁକରି ୬ଜଣଙ୍କୁ ଗିରଫ କରିଥିଲା। ସେମାନେ ହେଲେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ମାନପୁର ଗ୍ରାମର ସ୍ବପ୍ନେଶ୍ୱର ନାୟକ, ସହଯୋଗୀ ସଦର ଥାନା କରଡଗାଡିଆର ଟୁଲୁ ବେହେରା, ଖୋର୍ଦ୍ଧା ଟାଉନ ଥାନା ହଳଦୀପଦାର ବିଜୟ ନାୟକ, ପୁରୀ ଜିଲା ନିମାପଡ଼ା ଥାନା ଅଧୀନ ତାକତମାଳର ଶ୍ୟାମଘନ ନାୟକ, ପିପିିଲି ଥାନା ଅଧୀନ ଯୁନିପଦିଆର ବୈକୁଣ୍ଠ ନାୟକ, ଅନୁଗୋଳ ଜିଲା ତାଳଚେର ସଦର ଥାନା ଗଣିଆନାଳର ଯୋଗେଶ୍ୱର ନାୟକ। ଅନ୍ୟପଟେ ଏହି ସଙ୍ଗଠନ ବିରୋଧରେ ବେଗୁନିଆ ଅଞ୍ଚଳର ଭୂମିପୁତ୍ର ସ୍ବାଭିମାନ ମଞ୍ଚ ଏବଂ ନୀଳମାଧବ ଆଦିବାସୀ ସଂଘ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ।
ଗିରଫ ଦାବିରେ ଏକାଠି ହୋଇଥିଲେ ୧୧ ଅନୁଷ୍ଠାନ
ମାନବବାଦ ସଙ୍ଗଠନର ମୁଖ୍ୟ ତଥା ଗୁରୁଜୀ ମାନସ ଦାସଙ୍କ ଗିରଫ ଦାବିରେ ୧୧ଟି ଆଦିବାସୀ ଏବଂ ସାମାଜିକ ଅନୁଷ୍ଠାନ ଏସ୍‌ପି ଏବଂ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ। ଦଳିିତ ଆଦିବାସୀ ସୁରକ୍ଷା ମଞ୍ଚ, ଏକଲବ୍ୟ ଶବର ସଂଘ, ନୀଳମାଧବ ଆଦିବାସୀ ସଂଘ, ଅଲ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦ, ନୟାଗଡ ଜିଲା ଶବର ସଂଘ, ରାଜ୍ୟ ଆମ୍ବେଦର ବିଚାର ମଞ୍ଚ, ଖୋର୍ଦ୍ଧା ଜିଲା ଶବର ସଂଘ, ବହୁଜନ ଏକତା ପରିଷଦ, ବିଶ୍ୱାବସୁ ଶବର ସଂଘ, ଦାଣ୍ଡିମାଳ ସେବକ ସଂଘ, ହିନ୍ଦୁ ଜାଗରଣ ମଞ୍ଚ ପ୍ରମୁଖ ସଙ୍ଗଠନ ଏଥିରେ ସାମିଲ ହୋଇଥିଲେ।
ପୀଡ଼ିତଙ୍କୁ ଭେଟିଥିଲା ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚା
ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଭୁ ପ୍ରସାଦ ତରାଇଙ୍କ ନେତୃତ୍ୱରେ ଏକ ଟିମ୍‌ ମାନବବାଦ ସଙ୍ଗଠନ ଦ୍ୱାରା ନିର୍ଯାତିତ ପରିବାକୁ ଭେଟିଥିଲେ। ଏଥିସହ ଏହି ଟିମ୍‌ ଏସ୍‌ପି ରାଜକିଶୋର ଦୋରାଙ୍କୁ ଭେଟି ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଥିଲେ। ଏହି ଟିମ୍‌ରେ ଭାଜପା ଜିଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର, ନିକୁଞ୍ଜ ପଟ୍ଟନାୟକ, ଶିବ ପ୍ରସାଦ ମଲିକା, ରବି ବେହେରା, ଜଗନ୍ନାଥ ବେହେରା, ଶ୍ରୀରଞ୍ଜନ ମଙ୍ଗରାଜ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?