ହତ୍ୟା, ଭାଇରାଲ ଭିଡିଓ ଖୋଲିଲା ଗୁମର

ଖୋର୍ଦ୍ଧା ଅଫିସ/ ନିରାକାରପୁର,୩।୯ (ଡି.ଏନ୍‌.ଏ.): ମାନବବାଦ ସଙ୍ଗଠନର ମୁଖ୍ୟ ତଥା ଆତ୍ମଘୋଷିତ ଗୁରୁଜୀ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନଙ୍କୁ ଗୁରୁବାର ପୋଲିସ ଭୁବନେଶ୍ୱର ଶହୀଦନଗରସ୍ଥିତ ବାସଭବନରୁ ଉଠାଇ ନେଇଥିଲା। କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ପୋଲିସ ସେମାନଙ୍କୁ କଡ଼ା ସୁରକ୍ଷା ବଳୟରେ ଆଣି ଜଙ୍କିଆ ଥାନାରେ ପ୍ରାୟ ୨ଘଣ୍ଟା ପଚରାଉଚରା କରିଥିଲା। ଶାନ୍ତିଶୃଙ୍ଖଳା ପାଇଁ ଥାନା ଆଗରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ପରେ ପୋଲିସ ସେମାନଙ୍କୁ କଡ଼ା ସୁରକ୍ଷା ବଳୟରେ ଖୋର୍ଦ୍ଧା ନେବା ସହ ଗିରଫ ଦର୍ଶାଇ କୋର୍ଟରେ ହାଜର କରିଥିଲା। ସେଠାରେ ଜାମିନ ନାମଞ୍ଜୁର ପରେ ଉଭୟଙ୍କୁ ଖୋର୍ଦ୍ଧା ସବ୍‌ଜେଲକୁ ପଠାଇ ଦିଆଯାଇଛି। ମାନସଙ୍କ ବିରୋଧରେ ଅପହରଣ, ଆପରାଧିକ ଷଡ଼ଯନ୍ତ୍ର, ହତ୍ୟା, ହତ୍ୟା ଉଦ୍ୟମ, ପ୍ରମାଣ ନଷ୍ଟ ଏବଂ ଧମକ ଭଳି ଏକାଧିକ ମାମଲା ରହଛି। ବେଗୁନିଆ ଥାନା ଅଞ୍ଚଳର ସତ୍ୟବ୍ରତ ନାୟକଙ୍କ ହତ୍ୟା ମାମଲାରେ ମାନସଙ୍କୁ ଗିରଫ କରାଯାଇଛି। ସେହିପରି କଡ଼ବ ଗ୍ରାମର ବାପପୁଅଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ମନୋରଞ୍ଜନଙ୍କୁ ଗିରଫ କରାଯାଇଛି ବୋଲି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି।
ସଙ୍ଗଠନରେ ନ ମିଶିବାରୁ ସତ୍ୟବ୍ରତଙ୍କୁ ହତ୍ୟା
ମାନବବାଦ ସଙ୍ଗଠନର କେତେଜଣ କର୍ମକର୍ତ୍ତା ବେଗୁନିଆ ଥାନା ଅଞ୍ଚଳର ସତ୍ୟବ୍ରତ ନାୟକଙ୍କୁ ଅଗଷ୍ଟ ୧ରେ ଘରୁ ଡାକି ନେଇ କଡ଼ବଗାଡିଆରେ ନିର୍ଯାତନା ଦେବା ସହ ପିଟିପିଟି ହତ୍ୟା କରିଥିଲେ। ଏନେଇ ମୃତକଙ୍କ ପୁତୁରା ବସନ୍ତ ନାୟକ ସଙ୍ଗଠନ ବିରୋଧରେ ଅଭିଯୋଗ କରିଥିଲେ। ସଙ୍ଗଠନର ମୁଖ୍ୟ ମାନସ ଦାସଙ୍କ ଇଙ୍ଗିତରେ ଏହି ହତ୍ୟାକାଣ୍ଡ ଘଟିଥିବା ସେ ଏତଲାରେ ଦର୍ଶାଇଥିଲେ। ପୋଲିସ ଏକ ମାମଲା (ନଂ.୧୪୯/୨୧)ରୁଜୁକରି ୬ଜଣଙ୍କୁ ଗିରଫ କରିଥିଲା। ସେମାନେ ହେଲେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ମାନପୁର ଗ୍ରାମର ସ୍ବପ୍ନେଶ୍ୱର ନାୟକ, ସହଯୋଗୀ ସଦର ଥାନା କରଡଗାଡିଆର ଟୁଲୁ ବେହେରା, ଖୋର୍ଦ୍ଧା ଟାଉନ ଥାନା ହଳଦୀପଦାର ବିଜୟ ନାୟକ, ପୁରୀ ଜିଲା ନିମାପଡ଼ା ଥାନା ଅଧୀନ ତାକତମାଳର ଶ୍ୟାମଘନ ନାୟକ, ପିପିିଲି ଥାନା ଅଧୀନ ଯୁନିପଦିଆର ବୈକୁଣ୍ଠ ନାୟକ, ଅନୁଗୋଳ ଜିଲା ତାଳଚେର ସଦର ଥାନା ଗଣିଆନାଳର ଯୋଗେଶ୍ୱର ନାୟକ। ଅନ୍ୟପଟେ ଏହି ସଙ୍ଗଠନ ବିରୋଧରେ ବେଗୁନିଆ ଅଞ୍ଚଳର ଭୂମିପୁତ୍ର ସ୍ବାଭିମାନ ମଞ୍ଚ ଏବଂ ନୀଳମାଧବ ଆଦିବାସୀ ସଂଘ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ।
ଗିରଫ ଦାବିରେ ଏକାଠି ହୋଇଥିଲେ ୧୧ ଅନୁଷ୍ଠାନ
ମାନବବାଦ ସଙ୍ଗଠନର ମୁଖ୍ୟ ତଥା ଗୁରୁଜୀ ମାନସ ଦାସଙ୍କ ଗିରଫ ଦାବିରେ ୧୧ଟି ଆଦିବାସୀ ଏବଂ ସାମାଜିକ ଅନୁଷ୍ଠାନ ଏସ୍‌ପି ଏବଂ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ। ଦଳିିତ ଆଦିବାସୀ ସୁରକ୍ଷା ମଞ୍ଚ, ଏକଲବ୍ୟ ଶବର ସଂଘ, ନୀଳମାଧବ ଆଦିବାସୀ ସଂଘ, ଅଲ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦ, ନୟାଗଡ ଜିଲା ଶବର ସଂଘ, ରାଜ୍ୟ ଆମ୍ବେଦର ବିଚାର ମଞ୍ଚ, ଖୋର୍ଦ୍ଧା ଜିଲା ଶବର ସଂଘ, ବହୁଜନ ଏକତା ପରିଷଦ, ବିଶ୍ୱାବସୁ ଶବର ସଂଘ, ଦାଣ୍ଡିମାଳ ସେବକ ସଂଘ, ହିନ୍ଦୁ ଜାଗରଣ ମଞ୍ଚ ପ୍ରମୁଖ ସଙ୍ଗଠନ ଏଥିରେ ସାମିଲ ହୋଇଥିଲେ।
ପୀଡ଼ିତଙ୍କୁ ଭେଟିଥିଲା ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚା
ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଭୁ ପ୍ରସାଦ ତରାଇଙ୍କ ନେତୃତ୍ୱରେ ଏକ ଟିମ୍‌ ମାନବବାଦ ସଙ୍ଗଠନ ଦ୍ୱାରା ନିର୍ଯାତିତ ପରିବାକୁ ଭେଟିଥିଲେ। ଏଥିସହ ଏହି ଟିମ୍‌ ଏସ୍‌ପି ରାଜକିଶୋର ଦୋରାଙ୍କୁ ଭେଟି ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଥିଲେ। ଏହି ଟିମ୍‌ରେ ଭାଜପା ଜିଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର, ନିକୁଞ୍ଜ ପଟ୍ଟନାୟକ, ଶିବ ପ୍ରସାଦ ମଲିକା, ରବି ବେହେରା, ଜଗନ୍ନାଥ ବେହେରା, ଶ୍ରୀରଞ୍ଜନ ମଙ୍ଗରାଜ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟଣାରେ ଚାଞ୍ଚଲ୍ୟ: କାଠ ଫାଳିଆରେ ପିଟି ସ୍ତ୍ରୀଙ୍କୁ ହତ୍ୟା, ସ୍ୱାମୀ ଅଟକ

ପାଟଣା, ୨୯/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ…

ନେପାଳ ପରେ, ଚାଇନାରେ ବିପର୍ଯ୍ୟୟ; ୪୯ ଭାରତୀୟ ନିଖୋଜ, ହେଲ୍ପଲାଇନ ନମ୍ବର ଜାରି

ବେଜିଂ,୩୦।୮: ଅଗଷ୍ଟ ୨୬ ରେ ଚାଇନା-ନେପାଳ ସୀମାରେ ଥିବା ଗାଇରୋଙ୍ଗ ବନ୍ଦରରେ ହୋଇଥିବା ଭୂସ୍ଖଳନ ପରେ ପରିସ୍ଥିତି ଜଟିଳ ରହିଛି। ଦକ୍ଷିଣ-ପଶ୍ଚିମ ଚାଇନାର ଜିଜାଙ୍ଗ ସ୍ବୟଂଶାସିତ ଅଞ୍ଚଳର…

ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ: ସାମ୍ବାଦିକତା କେବଳ ଏକ ବିଷୟ ନୁହେଁ, ଏହା ସମାଜ ପ୍ରତି ଦାୟିତ୍ୱବୋଧ ସହ…

ଭଞ୍ଜନଗର, ୩୦/୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଯୁକ୍ତ ୩ର ନବାଗତ ଛାତ୍ରୀଛାତ୍ରଙ୍କୁ…

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

ଆଜି ମେଷ-ସିଂହ ରାଶି ଉପରେ ବର୍ଷିବ କୃପା: ଧନଲାଭ ସହ ମିଳିବ ବଡ଼ ଖୁସି ଖବର

୩୦ ଅଗଷ୍ଟ, ରବିବାର ଦିନ ଗ୍ରହ-ନକ୍ଷତ୍ରମାନଙ୍କର ଚାଲ ଦୃଷ୍ଟିରୁ ଅନେକ ରାଶି ପାଇଁ ବିଶେଷ ରହିବାକୁ ଯାଉଛି। ଆଜି କିଛି ଜାତକଙ୍କୁ କ୍ୟାରିୟର ଏବଂ ବ୍ୟବସାୟରେ ଅଗ୍ରଗତିର…

ପୂର୍ବତନ ମନ୍ତ୍ରୀଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା

ନବରଙ୍ଗପୁର,୩୦ା୮(ସଦାଶିବ ପ୍ରହରାଜ): ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ (୮୭)ଙ୍କ ରବିବାର ସକାଳ ପ୍ରାୟ ୫ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri