ବନ୍ୟଜନ୍ତୁ ଶିକାର ପାଇଁ ବୁଲୁଥିଲେ ଜଙ୍ଗଲରେ, ୨ ଗିରଫ

ଭଞ୍ଜନଗର,୨ା୯(ଡି.ଏନ୍‌.ଏ.): ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜ ସଂରକ୍ଷିତ ଜଙ୍ଗଲରୁ ବୁଧବାର ରାତିରେ ବନ ବିଭାଗ କର୍ମଚାରୀ ବନ୍ଧୁକ ସହ ୨ ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ଜଗନ୍ନାଥପ୍ରସାଦର ସନ୍ତୋଷ ବେହେରା ଓ ଆଙ୍କୁଲକୁମ୍ପାର ଜଳନ୍ଧର ଜାନି। ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ଦିଆସିଲି, ହେଡଲାଇଟ୍‌, ବାରୁଦ ଜବତ କରାଯାଇଛି। ଗୁରୁବାର ସେମାନଙ୍କୁ ଭଞ୍ଜନଗର କୋର୍ଟକୁ ଚାଲାଣ କରାଯାଇଛି।

ପ୍ରକାଶ ଯେ, ଅଭିଯୁକ୍ତମାନେ ବୁଧବାର ରାତିରେ ଅରୁଣାଞ୍ଚଳ କ୍ଷୁଦ୍ରଜଳସେଚନ ପ୍ରକଳ୍ପ ନିକଟରେ ବନ୍ୟଜନ୍ତୁ ଶିକାର ପାଇଁ ବନ୍ଧୁକ ଧରି ଘୂରି ବୁଲୁଥିଲେ । ଏନେଇ ଡିଏଫ୍‌ଓ ଅଭୟ କୁମାର ଦଳେଇଙ୍କ ପାଖରେ ଖବର ପହଞ୍ଚିଥିଲା। ଏହାପରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଡିଏଫ୍‌ଓ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରେଞ୍ଜର ଉମାକାନ୍ତ ଦାସ, ବନପାଳ ଇଶୁଆ ଗଣେଶ, ବନରକ୍ଷୀ ବିଦ୍ୟୁତ୍‌ଲତା ତ୍ରିପାଠୀ, ସଞ୍ଜୀବ ଗନ୍ତାୟତ, ଲମ୍ବୋଦର ଗୌଡ଼ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ ବୋଲି ଏସିଏଫ୍‌ ସୁଦର୍ଶନ ବାଦୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିକ୍‌ଅପ୍‌ ଭ୍ୟାନ, ୧୫ ଆହତ

ପଦ୍ମପୁର,୧୨ା୧୦(ଡି.ଏନ୍‌.ଏ.)- ରାୟଗଡ଼ା ଜିଲା ହର୍ଲାଗୁଡା ଗ୍ରାମ ନିକଟ ବୁଲାଣି ରାସ୍ତାରେ ଏକ ପିକ୍‌ଅପ୍‌ ଭ୍ୟାନ ଓଲଟି ପଡିବାରୁ ୧୫ ଜଣ ଆହତ ହୋଇଛନ୍ତି ା ସେମାନଙ୍କୁ...

ଡକାୟତି ଉଦ୍ୟମ ପଣ୍ଡ: ୭ ଡକାୟତ ଜେଲ ଗଲେ

ରଣପୁର,୨୧ା୯(ସ୍ବ.ପ୍ର.): ରଣପୁର ଥାନା ପୋଲିସ ଅସୁରକୁମାରୀ ଚଟେଇପଡାରୁ ୭ ଆନ୍ତଃଜିଲା ଡକାୟତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ...

କାଠଚୋରଙ୍କୁ ଧରିବା ବେଳେ ବନ କର୍ମଚାରୀଙ୍କୁ ଆକ୍ରମଣ : ବାପ ଗିରଫ, ପୁଅ ଫେରାର

ଦେବଗଡ, ୬ା୧୧(ଡି.ଏନ.ଏ.) : ଜଙ୍ଗଲରୁ ବେଆଇନ ଗଛ କାଟି ଆଣିବା ସହ ବନ କର୍ମଚାରୀଙ୍କୁ ଆକ୍ରମଣ କରି ୨ ଭାଇ ଫେରାର ହୋଇଯାଇଥିବା ବେଳେ ବେଆଇନ...

ପୂର୍ବରୁ ଦୁଇଥର ଗଡ଼ିନି ସର୍ବୋଚ୍ଚ ରଥ

କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବଜୀଉ। ସେ ବଡଠାକୁର ଭାବେ ବିଦିତ ହୋଇଥିଲେବି ଏଠାରେ ତାଙ୍କ ରଥର ନାମ ନନ୍ଦିଘୋଷ। ଚଳିତ ବର୍ଷ କରୋନା ମହାମାରୀକୁ...

ସରକାରୀ ଅର୍ଥରେ ବେସରକାରୀ ସଂସ୍ଥାକୁ ରାସ୍ତା

ସୁନାବେଡ଼ା/ସେମିଳିଗୁଡ଼ା, ୧୯।୫ (ସ୍ବ.ପ୍ର.): ସରକାରୀ ଅର୍ଥରେ ବେସରକାରୀ ରାସ୍ତା ସୁନାବେଡ଼ା ପୌର ପରିଷଦ ଅଞ୍ଚଳରେ ନିର୍ମାଣ ହୋଇଥିବା ଏବେ ନଜରକୁ ଆସିଛି। ୨୬ ନଂ. ଜାତୀୟ ରାଜପଥ...

ଦୋକାନ ଗୃହ ଅନିୟମିତତାର ତଦନ୍ତ ହେଉନି

ବାଲିଚନ୍ଦ୍ରପୁର,୨୨ା୭(ସ୍ବ.ପ୍ର.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅଧୀନ ବାଲିଚନ୍ଦ୍ରପୁର ବଜାରରେ ନିର୍ମାଣାଧୀନ ଦୋକାନ ଗୃହରେ ବ୍ୟାପକ ଅନିୟମିତତା ହୋଇଛି। ଗୋଟିଏ ଗୃହ ପ୍ରଦାନ ପାଇଁ ବେଆଇନ...

ଦୁଖିକଁର ପିଛା ନାଇଁ ଛାଡ଼ବାର ଦୁଖ୍‌

ଲୋଇସିଂହା,୧୬।୯(ଡି.ଏନ୍‌.ଏ.)-  ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ଗାଁର ଦୁଖି ପଧାନ(୪୫)।  ଟଁକା ପଏସା ଅଭାବୁ ମାଏକିନାର ପଥରୀ ରୋଗ୍‌ର ଚିକିଛା କରେଇ ନାଇଁପାରବାର। ଏନ୍‌ତାଥି...

ସମ୍ବଲପୁର ହାତୀ ମୃତ୍ୟୁର ଫର୍ଦ୍ଦଫାଶ କଲେ ଡିଏଫ୍‌ଓ

ସମ୍ବଲପୁର,୨୩।୬(ବ୍ୟୁରୋ): ସମ୍ବଲପୁର ସାପଲହରା ଦନ୍ତାହାତୀ ମୃତ୍ୟୁ ଘଟଣାରେ ସମ୍ବଲପୁର ଡିଏଫ୍‌ଓ ମୃତଦେହ ବ୍ୟବଚ୍ଛେଦ ପରେ ଘଟଣାକ୍ରମ ବର୍ଣ୍ଣନା କରିଛନ୍ତି। ଡିଏଫଓଙ୍କ କହିବା ଅନୁଯାୟୀ, ବ୍ୟବଚ୍ଛେଦ ବେଳେ...

Advertisement
Archives

Model This Week