ବ୍ରାଉନ୍‌ସୁଗାର କାରବାର: ଖୋର୍ଦ୍ଧାର ବିଟେକ୍‌ ଛାତ୍ରଙ୍କୁ ବାନ୍ଧିଲା ଏସ୍‌ଟିଏଫ୍‌

ଖୋର୍ଦ୍ଧା ଅଫିସ,୪।୯ : ଖୋର୍ଦ୍ଧା ପାଲଟିଛି ବ୍ରାଉନସୁଗାରର ପେଣ୍ଠସ୍ଥଳୀ। ଯେତିକି ଧରପଗଡ ଚାଲିଛି, ସେତିକି କାରବାର ବଢିଚାଲିଛି। ବାଲେଶ୍ବର ଜଳେଶ୍ବରଠାରୁ ଚେର ଖୋର୍ଦ୍ଧା ପର୍ଯ୍ୟନ୍ତ ଲମ୍ବିଛି। ଏଠାରୁ ଜିଲାର ବିଭିନ୍ନ ଗ୍ରାମକୁ ବ୍ରାଉନସୁଗାର ପଠାଯାଉଛି। ବାରମ୍ବାର ଏସ୍‌ଟିଏଫ୍‌ ପକ୍ଷରୁ ଧରପଗଡ ସତ୍ତ୍ବେ ଏହି କାରବାର ଥମିବାର ନାଁ ନେଉନାହିଁ। ଯୁବପୀଢ଼ି ମଧ୍ୟ ସ୍ବଳ୍ପ ସମୟରେ ଅଧିକ ଟଙ୍କା ରୋଜଗାର ଆଶାରେ ବ୍ରାଉନସୁଗାର କାରବାରରେ ଲିପ୍ତ ରହୁଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ଶନିବାର ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ପେଟ୍ରୋଲ ପମ୍ପ ନିକଟରୁ ଏସ୍‌ଟିଏଫ୍‌ ୧ କେଜି ୩୪ ଗ୍ରାମ ବ୍ରାଉନସୁଗର ଜବତ କରିଛି। ଏହାର ମୂଲ୍ୟ କୋଟିଏରୁ ଉଦ୍ଧର୍‌ବ ହେବ। ଏଥିରେ ସମ୍ପୃକ୍ତ ଥିବା ମନୋରଞ୍ଜନ ଦାସ ନାମକ ଜଣେ ବି-ଟେକ ଛାତ୍ରଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ଘର ଖୋର୍ଦ୍ଧା ଗୁରୁଜଙ୍ଗରେ ବୋଲି ଜଣାପଡ଼ିଛି। ତେବେ ଏଯାବତ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଦ୍ବାରା ୩୯ କେଜିରୁ ଅଧିକ ବ୍ରାଉନସୁଗାର ଜବତ ହୋଇସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଘର ଭାଙ୍ଗିଲା, ଫସଲ ଉଜାଡ଼ିଲା ହାତୀ

ବଡ଼ଗାଁ,୭।୮(ଡି.ଏନ୍‌.ଏ.) : ସୁନ୍ଦରଗଡ଼ ଜିଲା ବଡ଼ଗାଁ ବନଖଣ୍ଡ ଅଧୀନ ଜଙ୍ଗଲକୁ ଆସିଥିବା ୧୪ଟି ହାତୀ ଶନିବାର ଉପଦ୍ରବ କରିଥିବା ବେଳେ ମଙ୍ଗଳବାର ରାତିରେ ଏମାନଙ୍କ ମଧ୍ୟରୁ...

ପୁଣି କରୋନାରେ ଆଖିବୁଜିଲେ ୧୭ ଆକ୍ରାନ୍ତ

ଭୁବନେଶ୍ୱର,୧୦।୫(ବ୍ୟୁରୋ): ରାଜ୍ୟରେ ସୋମବାର କରୋନାରେ ୧୭ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୧୯୭ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର...

କୁକୁଡ଼ା ଚାଷୀଙ୍କ ପାଇଁ କ୍ଷତିପୂରଣ ଦାବି କଲା ଭାଜପା

ଭୁବନେଶ୍ୱର, ୧୭।୩(ବ୍ୟୁରୋ): କୁକୁଡ଼ା ମାଂସ ଖାଇଲେ କରୋନା ହେବ ଏକଥା ମିଛ ପ୍ରମାଣିତ ହୋଇ ସାରିଛି। ଏହାର କୌଣସି ବୈଜ୍ଞାନିକ ଆଧାର ନାହିଁ । ହେଲେ...

ଗଛରେ ପିଟିହେଲା ଟ୍ୟାଙ୍କର

ମାଧପୁର,୧୯।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲିକ ବ୍ଲକ ଅନ୍ତର୍ଗତ ଲାଉପାଳ ଭଗାମୁଣ୍ଡା ଛକ ନିକଟ ଶନିବାର ବିଳମ୍ବିତ ରାତିରେ ଏକ ଆମ୍ବଗଛରେ ଟ୍ୟାଙ୍କର ପିଟି ହୋଇ ଦୁର୍ଘଟଣାଗ୍ରସ୍ତ...

ସାଢେ ୩ କୋଟିଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ

ଭୁବନେଶ୍ୱର,୧୭।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ୭୫ ତମ ସ୍ବାଧୀନତା ଦିବସ ଅବସରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କ ପାଇଁ ସ୍ମାର୍ଟ ହେଲ୍‌ଥ କାର୍ଡର...

ପୁଣି କ୍ଷମତାକୁ ଫେରିବୁ: ବିଜେଡି

ଭୁବନେଶ୍ୱର,୨୧।୫(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନେତାମାନଙ୍କ ମନରେ ହାରିବା କିମ୍ବା ଜିତିବା ନେଇ ଛନକା ପଶିଯାଇଛି। କ’ଣ ହେବ ନିଜର ରାଜନୈତିକ ଭାଗ୍ୟ,...

ସାମ୍ବାଦିକତାରେ ବିଚାରଶକ୍ତି ଗୁରୁତ୍ୱପୂର୍ଣ୍ଣ

ଢେଙ୍କାନାଳ ଅଫିସ, ୧୬।୨ – ସାମ୍ବାଦିକତା ବୃତ୍ତିରେ ସାଧାରଣ ବିଚାରଶକ୍ତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ସମୟରେ ଡିଜିଟାଲ ମିଡିଆର ବହୁଳ ପ୍ରଚଳନ ଆହ୍ବାନ ପାଲଟିଛି। ତେଣୁ...

ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ

ଭୁବନେଶ୍ୱର, ୪।୬(ବ୍ୟୁରୋ)- ସ୍କୁଲ ବନ୍ଦ ଥିବାରୁ ପିଲାଙ୍କୁ ପୂର୍ବରୁ ୩ ମାସ ପାଇଁ ମଧ୍ୟାହ୍ନ ଭୋଜନ ରାଶନ ମିଳିଥିଲା। ଏବେ ରୋଷେଇ ଖର୍ଚ୍ଚ ମିଳିବ। ଏନେଇ...

Advertisement


Archives

Model This Week