ଏପଟେ ଚାଲିଛି ସାଇବର ସଚେତନ ପକ୍ଷ, ସେପଟେ ୫୬ ହଜାର ଟଙ୍କା ଠକେଇର ଶିକାର ଛାତ୍ରୀ
କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): ଦିନକୁ ଦିନ ସାଇବର ଠକେଇ ବଢ଼ିବାରେ ଲାଗିଛି। ଏହି ସାଇବର ଠକାମୀରୁ ବଞ୍ଚିବା ପାଇଁ ପୋଲିସ ବିଭାଗ ପକ୍ଷରୁ ସାଇବର ସଚେତନ ଅଭିଯାନ ସାରା ରାଜ୍ୟରେ ପାଳନ କରାଯାଉଛି। ସରକାରଙ୍କ ତରଫରୁ ମଧ୍ୟ ବ୍ୟାପକ ସଚେତନ କରାଯାଉଛି। ତଥାପି…
ଜୁନାଗଡ଼ରେ ଟ୍ରିପଲ୍ ମର୍ଡର: କାରଣ ଖୋଜୁଛି ପୋଲିସ
ଭବାନୀପାଟଣା/ଜୁନାଗଡ଼,୨ା୧୦(ଉତ୍ତମ କୁମାର ଦାଶ/ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଶଙ୍କରପଲା ଗ୍ରାମରେ ରବିବାର ଟ୍ରିପଲ ମର୍ଡର ହୋଇଥିବା ସୂଚନା ମିଳିଛି। କେହି ଦୁର୍ବୃତ୍ତ ୩ଜଣଙ୍କୁ ଗଳାକାଟି ହତ୍ୟା କରି ଫେରାର ହୋଇଯାଇଛି। ମୃତକମାନେ ହେଲେ ଶଙ୍କରପଲା ଗ୍ରାମର ରାଏମତି…
କୌଣସି ଓକିଲ ଲଢ଼ିବେ ନାହିଁ ଉଜ୍ଜୟିନୀ ବଳାତ୍କାର ଅଭିଯୁକ୍ତଙ୍କ କେସ୍
ଉଜ୍ଜୟିନୀ,୨୯।୯: ମଧ୍ୟପ୍ରଦେଶ ଧର୍ମନଗରୀ ଉଜ୍ଜୟିନୀରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ମାମଲା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ରାଜ୍ୟର ଆଇନଜୀବୀମାନେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଭଳି ଅଭିଯୁକ୍ତଙ୍କ ତରଫରୁ ମାମଲାକୁ…
ଦିନ ମଜୁରିଆଙ୍କ ଟଙ୍କା ହଡ଼ପ ଅଭିଯୋଗରେ ଜଣେ ଗିରଫ
କୋରାପୁଟ/ନାରାୟଣପାଟଣା,୨୮ା୯(ଅମିତାଭ ବେହେରା/ରାଜକିଶୋର ଜେନା): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକରେ ଜଣେ ଦିନ ମଜୁରିଆଙ୍କ ପାରିଶ୍ରମିକ ଟଙ୍କା ହଡ଼ପ କରିଥିବା ନଜରକୁ ଆସିଛି। ଏନେଇ ଗୁରୁବାର ହଡ଼ପକାରୀଙ୍କୁ ନାରାୟଣପାଟଣା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ବାଲିପେଟା…
ଝାରପଡ଼ା ଜେଲରେ ଡିଆଇଜିଙ୍କ ଖୋଳତାଡ଼
ଭୁବନେଶ୍ୱର,୨୪।୯(ସୂର୍ଯ୍ୟକାନ୍ତ ବେହେରା): ଝାରପଡ଼ା ସ୍ପେଶାଲ ଜେଲ୍ରେ ଥିବା ଜଣେ ଠକେଇ ଅଭିଯୁକ୍ତଙ୍କୁ ଜାମିନ ମିଳିଥିଲା। କିନ୍ତୁ ତାଙ୍କ ପରିବର୍ତ୍ତେ ଗତ ୨୦ ତାରିଖରେ ମୁକୁଳିଥିଲେ ଜଣେ ବଳାତ୍କାର ଅଭିଯୁକ୍ତ। ଜେଲ୍ ଡିଆଇଜି ଗରିବ ସାହୁ ଶନିବାର ଝାରପଡ଼ା ଜେଲରେ ଏଭଳି ସାଂଘାତିକ…
୨ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି,୨୪।୯ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକ୍ମା ଜିଲା ପୋଲିସ ନିକଟରେ ଶନିବାର ୨ଜଣ ଜନମିଲିସିଆ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ତାତି ଜଗା ଓ ଦୁଧି ମୁକା। ଏହି ୨ଜଣ କିସ୍ତାରାମ ଥାନା ଅଞ୍ଚଳ ନିବାସୀ…
ଚିନ୍ତା ବଢ଼ାଇଛି ସାଇବର ଅପରାଧ, ୨ରୁ ଗଡ଼ିବ ସଚେତନତା ରଥ
ଭୁବନେଶ୍ୱର,୨୪।୯(ଅନିଲ ଦାସ): ରାଜ୍ୟରେ ସାଇବର ଅପରାଧ ବଢ଼ି ଚାଲିଥିବାବେଳେ ଅପରାଧୀଙ୍କ କବଳରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସରକାର ସଚେତନତା ଉପରେ ଗୁରୁତ୍ୱ ଦେଇଛନ୍ତି। ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ସାଇବର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେବ। ଆସନ୍ତା ୨ରୁ…
ପ୍ରଭାତ, ସ୍ତ୍ରୀ ଲକ୍ଷ୍ମୀ ବିଳାସିନୀଙ୍କ ନାଁରେ ଚାର୍ଜଫ୍ରେମ୍
ଭୁବନେଶ୍ୱର,୨୪।୯(ସୂର୍ଯ୍ୟକାନ୍ତ ବେହେରା): ବହୁଚର୍ଚ୍ଚିତ ସିଶୋର ଚିଟ୍ଫଣ୍ଡ ଠକେଇ ମାମଲାର ୯ବର୍ଷ ପରେ ଭୁବନେଶ୍ୱର ସିବିଆଇ-୧ କୋର୍ଟରେ ଚାର୍ଜଫ୍ରେମ ହୋଇଛି। କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବିଳାସିନୀଙ୍କ ନାଁରେ ବେଆଇନ ଅର୍ଥ କାରବାର ଅଭିଯୋଗରେ ଚାର୍ଜଫ୍ରେମ…
କେବିଏନ୍ ଗ୍ୟାଙ୍ଗ ମୁଖ୍ୟ ବୁବୁ ଗିରଫ
ଭୁବନେଶ୍ୱର,୧୬ା୯(ସୂର୍ଯ୍ୟକାନ୍ତ ବେହେରା): ରାଜଧାନୀରେ ମାରଣାସ୍ତ୍ର ଧରି ଆତଙ୍କ ସୃଷ୍ଟି କରିବା ସହ ଏହାର ଭିଡିଓ ଭାଇରାଲ କରି ଚର୍ଚ୍ଚାକୁ ଆସିଥିବା କେବିଏନ (କୋଇ ଭି ନହିଁ) ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନା ପୁଣି ଥରେ ଗିରଫ ହୋଇଛନ୍ତି। ବରମୁଣ୍ଡା ବସ୍ଷ୍ଟାଣ୍ଡ ପରିସରରେ…
ରିଅଲ ଇଷ୍ଟେଟ୍ ବ୍ୟବସାୟୀ ତପନ ମହାନ୍ତିଙ୍କୁ ଇଓଡବ୍ଲ୍ୟୁର ଜେରା
ଭୁବନେଶ୍ୱର,୧୬ା୯(ସୂର୍ଯ୍ୟକାନ୍ତ ବେହେରା): କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲ୍ୟୁ) ରାଜ୍ୟର ଜଣାଶୁଣା ରିଅଲ ଇଷ୍ଟେଟ ବ୍ୟବସାୟୀ ତଥା ଜେଡ୍ ଓ୍ବାନର ମାଲିକ ତପନ ମହାନ୍ତିଙ୍କୁ ଶନିବାର କାର୍ଯ୍ୟାଳୟକୁ ଡାକି ଜେରା କରିଛି। ଇଓଡବ୍ଲ୍ୟୁର ଜଣେ ମହିଳା ଡିଏସ୍ପି ରାଙ୍କର ଅଧିକାରୀଣୀ ତାଙ୍କୁ…
ଦମ୍ପତିଙ୍କଠାରୁ ଲୁଟ୍
ହିଞ୍ଜିଳିକାଟୁ,୧୬ା୯(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବସ୍ଷ୍ଟାଣ୍ଡ ପରିସରରୁ ଶନିବାର ପୂର୍ବାହ୍ନରେ ଦମ୍ପତିଙ୍କଠାରୁ କିଛି ଦୁର୍ବୃତ୍ତ ବ୍ୟାଗ୍ ଝାମ୍ପି ନେଇଛନ୍ତି। ଲୁଟ୍ର ଶିକାର ହୋଇଥିବା ଦମ୍ପତି କୋରାପୁଟ ଅଞ୍ଚଳର ସୁରେନ୍ଦ୍ର ଦାଶ ଓ ସୁମିତ୍ରା ଦାଶ। ସେମାନେ ବିଶାଖାପାଟଣାଠାରେ ଏକ ମେଡ଼ିକାଲରୁ ଚିକିତ୍ସିତ ହୋଇ…
ବଲିଉଡ୍ ଷ୍ଟାର ଗୋବିନ୍ଦାଙ୍କୁ ଜେରା କରିବ ଇଓଡବ୍ଲ୍ୟୁ
ଭୁବନେଶ୍ୱର,୧୫।୯(ସୂର୍ଯ୍ୟକାନ୍ତ ବେହେରା): ଏସ୍ଟିଏ ଟୋକନ କ୍ରିପ୍ଟୋ ପୁଞ୍ଜି ନିବେଶ ନାଁରେ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ମାମଲାରେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ତଦନ୍ତ ଜାରି ରଖିଛି। ତେବେ ଏହି ମାମଲାରେ ବଲିଉଡ ଷ୍ଟାର୍ ଗୋବିନ୍ଦାଙ୍କୁ ସମନ…

