ପ୍ରଭାତ, ସ୍ତ୍ରୀ ଲକ୍ଷ୍ମୀ ବିଳାସିନୀଙ୍କ ନାଁରେ ଚାର୍ଜଫ୍ରେମ୍‌

ଭୁବନେଶ୍ୱର,୨୪।୯(ସୂର୍ଯ୍ୟକାନ୍ତ ବେହେରା): ବହୁଚର୍ଚ୍ଚିତ ସିଶୋର ଚିଟ୍‌ଫଣ୍ଡ ଠକେଇ ମାମଲାର ୯ବର୍ଷ ପରେ ଭୁବନେଶ୍ୱର ସିବିଆଇ-୧ କୋର୍ଟରେ ଚାର୍ଜଫ୍ରେମ ହୋଇଛି। କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବିଳାସିନୀଙ୍କ ନାଁରେ ବେଆଇନ ଅର୍ଥ କାରବାର ଅଭିଯୋଗରେ ଚାର୍ଜଫ୍ରେମ ହୋଇଛି। ଉଭୟଙ୍କ ନାଁରେ ଆଇପିସି ଦଫା ୪୨୦, ୧୨୦ (ବି), ୪୦୯, ୪୬୭, ୪୬୮ ଏବଂ ୪୭୧ରେ ମାମଲା ଶୁଣାଣି ହେବ। ସିଶୋର ଚିଟଫଣ୍ଡ ଗ୍ରୁପ୍‌ ସହ ଏକ ଜମି କିଣାବିକାକୁ ନେଇ ପୂର୍ବତନ ବିଧାୟକ ବିଶ୍ୱାଳ ଓ ତାଙ୍କ ସ୍ତ୍ରୀ ଟଙ୍କା କାରବାର କରିଥିବା ଅଭିଯୋଗ ହୋଇଥିଲା। ମାମଲାର ଶୁଣାଣି ଆରମ୍ଭ ଆସନ୍ତା ନଭେମ୍ବରରେ ହେବ ବୋଲି ଜଣାପଡ଼ିଛି। ଶନିବାର ସିବିଆଇ କୋର୍ଟରେ ଉଭୟ ପ୍ରଭାତ ବିଶ୍ୱାଳ ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବିଳାସିନୀ କୋର୍ଟରେ ଉପସ୍ଥିତ ଥିଲେ। ଉଭୟଙ୍କ ଉପସ୍ଥିତିରେ କୋର୍ଟ ଚାର୍ଜ ଫ୍ରେମ୍‌ କରିଥିଲେ। ପରେ କୋର୍ଟ ଉଭୟଙ୍କୁ ସେମାନଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ସ୍ବୀକାର କରିବେ କି ଶୁଣାଣିର ସମ୍ମୁଖୀନ ହେବେ ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ବିଶ୍ୱାଳ ମାମଲା ଲଢ଼ିବାକୁ କହିବା ସହ ବିନା ବିଳମ୍ବରେ ଶୁଣାଣି କରିବାକୁ କହିଥିଲେ।

ସୂଚନାଯୋଗ୍ୟ, ରାଜ୍ୟରେ ସିଶୋର ଚିଟ୍‌ଫଣ୍ଡ କମ୍ପାନୀ ବିଭିନ୍ନ ସ୍କିମ୍‌ ମାଧ୍ୟମରେ ଅଧିକ ଲାଭ ଦେବାର ପ୍ରଲୋଭନ ଦେଖାଇ ଲୋକଙ୍କଠୁ ପ୍ରାୟ ୫୦୦କୋଟି ଟଙ୍କା ସଂଗ୍ରହ କରିଥିଲା। ହେଲେ ପରବର୍ତ୍ତୀ ସମୟରେ ଜମାକାରୀମାନେ ଠକେଇର ଶିକାର ହୋଇଥିବା ଜଣାପଡ଼ିଥିଲା। ଅଭିଯୋଗ ପରେ ସିଶୋର ଚିଟ୍‌ଫଣ୍ଡ ସ୍କାମ୍‌ର ତଦନ୍ତ ପ୍ରଥମେ ଓଡିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଆପରାଧିକ ଶାଖା କରୁଥିଲା। ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଏହି ମାମଲା ହସ୍ତାନ୍ତର ହୋଇଥିଲା। ୨୦୧୪ ଡିସେମ୍ବରରେ ଆଇପିଏସ୍‌ ଅଫିସର ରାଜେଶ କୁମାର, କେନ୍ଦ୍ରାପଡାର ତତ୍କାଳୀନ ଏସ୍‌ପି ସତିଶ ଗଜଭିୟେ ଓ ଆର.ପି. କୋଚେଙ୍କୁ ସିବିଆଇ ଜେରା କରିଥିଲା। ମଧ୍ୟସ୍ଥ କୁହାଯାଉଥିବା ଶୁଭଙ୍କର ନାୟକଙ୍କ ଡାଏରିରେ ଏମାନଙ୍କ ନାଁ ଥିବାରୁ ଏମାନଙ୍କୁ ଜେରା କରାଯାଇଥିଲା । ହେଲେ ସେମାନଙ୍କର ଏଥିରେ ସଂପୃକ୍ତ ଅଛି କି ନାହିଁ ତାହା ଏଯାବତ ମଧ୍ୟ କୌଣସି ଖୁଲାସ କରାଯାଇ ନାହିଁ । ପରବର୍ତ୍ତୀ ସମୟରେ ପ୍ରଭାତ ବିଶ୍ୱାଳଙ୍କୁ ୨୦୧୭ ସେପ୍ଟେମ୍ବର ୧୯ତାରିଖରେ ସିବିଆଇ ଗିରଫ କରିଥିଲା। ତାଙ୍କ ବିରୋଧରେ ମନି ଲଣ୍ଡରିଂ ଆକ୍ଟରେ ମାମଲା ରୁଜୁ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୨୦୨୨ ଜୁଲାଇରେ ତାଙ୍କର ପ୍ରାୟ ୩କୋଟି ୯୨ଲକ୍ଷ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରିଥିଲେ। ଏଥିରେ କଟକସ୍ଥିତ ଷ୍ଟେଟ୍‌ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଥିବା ୨୫ଲକ୍ଷ ଟଙ୍କା ସାମିଲ ଅଛି। ବିଶ୍ୱାଳ ଏବେ ଜାମିନରେ ଅଛନ୍ତି। ଚିଟ୍‌ଫଣ୍ଡ ମାମଲାରେ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିବା ସହ ତାଙ୍କ ନାଁ ଚାର୍ଜଶିଟରୁ ବାଦ୍‌ ଦେବା ଓ ଏଫ୍‌ଆଇଆର ଖାରଜ କରିବା ପାଇଁ ବିଧାୟକ ବିଶ୍ୱାଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଗତ ଏପ୍ରିଲରେ ସିବିଆଇ କୋର୍ଟକୁ ୨ମାସ ମଧ୍ୟରେ ବିଶ୍ୱାଳଙ୍କ ବିରୋଧରେ ଚାର୍ଜ ଫ୍ରେମ କରିବା ସହ ବର୍ଷକ ମଧ୍ୟରେ ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଏହି ମାମଲାରେ ଏକାଧିକ ରାଜନେତା ଏବଂ ବଡବଡ଼ିଆ ବ୍ୟକ୍ତିଙ୍କ ସମ୍ପୃକ୍ତ ରହିଥିବା ଅଭିଯୋଗ ହୋଇଥିଲା। ଇତିମଧ୍ୟରେ ଏହି ମାମଲାରେ ସିଶୋର ଚିଟଫ୍‌ଣ୍ଡର ମୁଖ୍ୟ ପ୍ରଶାନ୍ତ ଦାସଙ୍କ ସମେତ ଏକାଧିକ ବ୍ୟକ୍ତି ଗିରଫ ହୋଇଛନ୍ତି। ସାଧାରଣ ନିର୍ବାଚନକୁ କିଛି ମାସ ଥିବାବେଳେ ବିଶ୍ୱାଳଙ୍କ ବିରୋଧରେ ସିବିଆଇ କୋର୍ଟ ଚାର୍ଜଫ୍ରେମ କରିଛି। ପ୍ରିଭେନ୍‌ସନ ଅଫ୍‌ ମନି ଲଣ୍ଡରିଂ ଆକ୍ଟ ,୨୦୦୨ ଅଧୀନରେ ୨୦୧୪ ଡିସେମ୍ବର ୩ରେ ସିଶୋର ଚିଟ୍‌ ଫଣ୍ଡ କମ୍ପାନୀର ୧୫୭ କୋଟି ଓ ୨୦୧୫ ରେ ୮୪ କୋଟି ଟଙ୍କାର ସମ୍ପତ୍ତି ଆଟାଚମେଣ୍ଟ ହୋଇଥିଲା।
ପୂର୍ବତନ ବିଧାୟକ ବିଶ୍ୱାଳ ୫୦୦କୋଟି ଟଙ୍କା ଚିଟ୍‌ ଫଣ୍ଡ ସ୍କାମ୍‌ରେ ଅଭିଯୁକ୍ତଙ୍କ ସହ ସନ୍ଦେହଜନକ ଜମି କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବିଳାସିନୀ ଏବଂ ମୁଖ୍ୟ ଅଭିଯୁକ୍ତ ସିଶୋର ଗ୍ରୁପ ମୁଖ୍ୟ ପ୍ରଶାନ୍ତ ଦାସଙ୍କ ମଧ୍ୟରେ ଯାଜପୁର ଜିଲାରେ ୨୫ଲକ୍ଷ ଟଙ୍କାରେ ଏକ ଜମି କାରବାର ଚୁକ୍ତି ହୋଇଥିବାରୁ ସେ ସିବିଆଇ ସ୍କାନରରେ ରହିଥିଲେ। ୨୦୧୪ ନଭେମ୍ବର ୨୧ରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟରେ ବିଶ୍ୱାଳ ଏବଂ ତାଙ୍କ ସ୍ତ୍ରୀଙ୍କୁ ସିବିଆଇ ପଚରାଉଚରା କରିଥିଲା। ଏହାପୂର୍ବରୁ ଜାନୁୟାରୀ ମାସରେ ଭୁବନେଶ୍ୱର ଏବଂ କଟକସ୍ଥିତ ବିଶ୍ୱାଳଙ୍କ ବାସଭବନରେ ସିବିଆଇ ଏକକାଳୀନ ଚଢ଼ାଉ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡବ୍ଲ୍ୟୁଏଚ୍‌ଓ-ୟୁନିସେଫ୍‌ ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ, ଭାରତର ୫ କୋଟି ସ୍କୁଲ ପିଲାଙ୍କୁ ମିଳୁନି…

ନୂଆଦିଲ୍ଲୀ,୨୯।୯(ପି.ଟି.): ଭାରତର ବିଦ୍ୟାଳୟଗୁଡ଼ିକରେ ପାଖାପାଖି ଏକ-ପଞ୍ଚମାଂଶ ପିଲାଙ୍କୁ ପରିମଳ ସେବା ଉପଲବ୍ଧ ହେଉନାହିଁ, ଯାହାକି ବିଶ୍ୱରେ ସର୍ବାଧିକ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏବଂ ୟୁନିସେଫ୍‌ର ଯୁଗ୍ମ…

ମହାନଦୀ ସହ ସଂଯୋଗ ହେବ ଗଞ୍ଜାମ ଜିଲାର ୨ ନଦୀ: ଚାଲିଛି ଅନୁଧ୍ୟାନ

ଭଞ୍ଜନଗର, ୨୯।୯ (ବାବୁଲା ପ୍ରଧାନ): ଗ୍ରୀଷ୍ମ ଋତୁରେ ଗଞ୍ଜାମ ଜିଲାର ଅନେକ ନଦୀ ଶୁଖିଯିବା ସହ ବର୍ଷା ଋତୁରେ ମଧ୍ୟ କେତେକ ସମୟରେ ଜଳପ୍ରବାହ ହ୍ରାସ ପାଉଥିବାରୁ…

ଏମଏମଡିଆର୍‌ ଆଇନ ପ୍ରତ୍ୟାହାର ଦାବିରେ ଗର୍ଜିଲା ବିଜେଡି: ୧୦ ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ କଲେ ବିଶାଳ ପ୍ରତିବାଦ

କେସିଙ୍ଗା, ୨୯।୯(ତୁମେଶ୍ୱର ସାହୁ):ଏମଏମଡିଆର୍‌ ଆଇନର ପ୍ରତିବାଦ ଓ ଏହାକୁ ପ୍ରତ୍ୟାହାର ଦାବିରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜିତ…

ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା; ଟଙ୍କା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ, ଅଞ୍ଚଳରେ ଚାଞ୍ଚଲ୍ୟ

ପାଟଣା,୨୯।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପୋଷି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ୧୦ଟା…

୨୭ ସେପ୍ଟେମ୍ବର କ୍ରିକେଟର ଐତିହାସିକ ଦିନ: ଗୋଟିଏ ଦିନରେ ଦେଖିବାକୁ ମିଳିଲା ୬ ଶତକ, ତାଲିକାରେ ଦେଖନ୍ତୁ ଅଛନ୍ତି କିଏ…

ନୂଆଦିଲ୍ଲୀ,୨୯।୯: ୨୭ ସେପ୍ଟେମ୍ବର ରବିବାର ଦିନିକିଆ କ୍ରିକେଟ ପାଇଁ ଏକ ଐତିହାସିକ ଦିନ ହୋଇଛି। ଗୋଟିଏ ଦିନରେ ଖେଳାଯାଇଥିବା ୩ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ମୋଟ ୬ଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?