କରୋନା ଭାଇରସ୍‌

ସୋମବାରଠାରୁ ଏସ୍‌ଭି ନିରତାରେ ୩୩ ଭାଗ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ: ପାନଛେପ ନ ପକାଇବା, ସାମାଜିକ ଦୂରତ୍ୱ ପ୍ରତି ଗୁରୁତ୍ୱ

କଣ୍ଟାପଡ଼ା,୩ା୫(ଡି.ଏନ୍‌.ଏ.) : କେନ୍ଦ୍ର ସରକାର ମହାମାରୀ କରୋନା ନିୟନ୍ତ୍ରଣ କରିବାକୁ ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ସାରାଦେଶରେ ପୁନର୍ବାର ଲକ୍‌ଡାଉନ ଘୋଷଣା କରିଛନ୍ତି। ତେବେ ଦେଶର ବିଭିନ୍ନ ଜିଲାକୁ ରେଡ୍‌, ଅରେଞ୍ଜ ଓ ଗ୍ରୀନ ଜୋନରେ ଚିହ୍ନଟ କରି କେତେକ ନିର୍ଦ୍ଦେଶାବଳୀ…

ଭାରତୀୟ ସେନା ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ: ଭୁବନେଶ୍ୱର କିମ୍ସ କୋଭିଡ୍‌ ହସ୍ପିଟାଲରେ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ପୁଷ୍ପ ବର୍ଷା

ଭୁବନେଶ୍ୱର,୩।୫(ବ୍ୟୁରୋ): କରୋନା ସହ ଲଢ଼େଇରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ସ୍ବାସ୍ଥ୍ୟକର୍ମୀ, ପୋଲିସ ଏବଂ ସ୍ବେଚ୍ଛାସେବୀମାନେ। ବିଶେଷକରି ସ୍ବାସ୍ଥ୍ୟକର୍ମୀମାନେ ପ୍ରତ୍ୟକ୍ଷ ଭାବେ ଏହି ଲଢ଼େଇକୁ ସାମ୍ନା କରୁଛନ୍ତି। ଏହାକୁ ନେଇ ସେମାନଙ୍କୁ ‘କରୋନା ଯୋଦ୍ଧା’ ଭାବେ ଅଭିହିତ କରାଯାଇଛି। ଦେଶରେ କରୋନା…

୪୦ ହଜାର ଛୁଇଁବାକୁ ବସିଲାଣି କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୩।୫: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୬୪୪ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ରବିବାର ସକାଳ ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୩୯,୯୮୦ରେ। ଏମାନଙ୍କ ମଧ୍ୟରୁ…

କରୋନା ଯୋଦ୍ଧାଙ୍କ ପିପିଇ ଅସୁରକ୍ଷିତ

ବେଜିଂ,୩।୫: ମହାମାରୀ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ୍‌ଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ଅନିବାର୍ଯ୍ୟ। ଏହାଦ୍ୱାରା ସେମାନେ ଚିକିତ୍ସା କରିବାବେଳେ ନିଜେ କରୋନା ସଂକ୍ରମଣରୁ ରକ୍ଷା ପାଇବେ। ହେଲେ ଏକ ନୂତନ ଅଧ୍ୟୟନ…

ଚାଇନାରେ ସଂକ୍ରମଣ ୧କୁ ହ୍ରାସ

ବେଜିଂ,୩।୫: କରୋନା ଭୂତାଣୁର ଉତ୍ପତ୍ତିସ୍ଥଳ ଚାଇନାରେ ଶୁକ୍ରବାର ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତାହା ବାହାରୁ ଆସିଥିବା ମାମଲା ବୋଲି କୁହାଯାଉଛି। ଡିସେମ୍ବର ମାସରେ ପ୍ରଥମେ ଏହି ଭୂତାଣୁ ସଂକ୍ରମଣ ଜଣାପଡିଥିଲା। ସେଠାରେ କରୋନାରେ ୪୬୩୩ ଜଣଙ୍କର ମୃତ୍ୟୁ ଘଟିଥିଲା। ମୁଖ୍ୟ…

ଚିନ୍ତା ବଢ଼ାଇଲେଣି ପ୍ରବାସୀ: ଗଞ୍ଜାମରେ ୨ ସୁରଟ ଫେରନ୍ତାଙ୍କୁ କରୋନା

ବ୍ରହ୍ମପୁର ଅଫିସ, ୩।୫- ଗଞ୍ଜାମରୁ ୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲାକୁ ମିଶାଇ ରାଜ୍ୟରେ ଏବେ ମୋଟ ୧୬ ଜିଲା ସଂକ୍ରମିତ ତାଲିକାରେ ସାମିଲ ହୋଇଛନ୍ତି। ଜିଲାରେ ଚିହ୍ନଟ ୨ କରୋନା ସଂକ୍ରମିତ ୩ ଦିନ ତଳେ ସୁରଟରୁ…

ଦିନକରେ ୩୮ ହଜାର ନୂଆ ମାମଲା

ଓ୍ବାଶିଂଟନ/ରୋମ୍‌/ ଲଣ୍ଡନ, ୩।୫: କରୋନା ମହାମାରୀ ଯୋଗୁ ବିଶ୍ୱ ଏବେ ଥରହର। ୨୧୨ ଦେଶରେ ଏହି ଭୂତାଣୁ ରାଜୁତି କରୁଥିବା ବେଳେ ଅନାୟାସରେ ଗୋଟିକ ପରେ ଗୋଟିଏ ଜୀବନ ଯାଉଛି। ଶନିବାର ସୁଦ୍ଧା ବିଶ୍ୱରେ ୩୪.୩ ଲକ୍ଷରୁ ଊର୍ଦ୍ଧ୍ୱ ଭୂତାଣୁ ଆକ୍ରାନ୍ତ…

ବିଶ୍ୱକୁ ମିଛ କହିଥିଲା ଚାଇନା

ବେଜିଂ, ୩।୫: କରୋନା ଭୂତାଣୁ ସାରାବିଶ୍ୱରେ ଆତଙ୍କ ଖେଳାଇଛି। ବିଶ୍ୱକୁ ବ୍ୟାପିଥିବା ଏହି ଭୂତାଣୁର ଉତ୍ପତ୍ତି ଓ ସଂକ୍ରମଣ ସମ୍ପର୍କରେ ଚାଇନା ଜାଣିଶୁଣି ତଥ୍ୟ ଲୁଚାଇଥିଲା, ଯାହା ଫଳରେ ଏହି ପ୍ରାଣଘାତୀ ଭୂତାଣୁ କବଳରୁ ରକ୍ଷା ପାଇବା ଲାଗି ସଫଳ ଔଷଧ…

ତୃତୀୟ ପର୍ଯ୍ୟାୟରେ କୋହଳ

ନୂଆଦିଲ୍ଲୀ,୩।୫(ପି.ଟି.): ଦୀର୍ଘ ୪୦ ଦିନ ଧରି ଦେଶରେ ଲକ୍‌ଡାଉନ ଜାରି ରହିବା ସତ୍ତ୍ୱେ କରୋନା ସଂକ୍ରମଣ କମିନାହିଁ। ଲକ୍‌ଡାଉନ ଉଠାଇଦେଲେ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ ବୋଲି ବିଭିନ୍ନ ରାଜ୍ୟ ସରକାର ଓ ବିଶେଷଜ୍ଞମାନେ ମତ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି…

କରୋନା ଯୋଦ୍ଧାଙ୍କୁ ସଲାମ

ନୂଆଦିଲ୍ଲୀ,୩।୫: କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧାଙ୍କୁ ସଲାମ କରିଛନ୍ତି ଦେଶର ବୀର ଯୋଦ୍ଧା। ଭାରତୀୟ ସ୍ଥଳସେନା, ନୌସେନା ଓ ବାୟୁ ସେନା ପକ୍ଷରୁ କରୋନା ଯୋଦ୍ଧାଙ୍କୁ ରବିବାର ଆକାଶ ମାର୍ଗରୁ ପୁଷ୍ପ ବୃଷ୍ଟି କରି ସଲାମ ଦିଆଯାଇଛି। କରୋନା ଯୁଦ୍ଧରେ ନିଜ…

ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ନିର୍ଦ୍ଦେଶାବଳୀ: ପୋର୍ଟାଲରେ ନାମ ପଞ୍ଜୀକରଣ ଜରୁରୀ

ଭୁବନେଶ୍ୱର,୩।୫(ବ୍ୟୁରୋ): ଲକ୍‌ଡାଉନ ଯୋଗୁ ଅନ୍ୟ ରାଜ୍ୟରେ ଥିବା ଶ୍ରମିକ, ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଛାତ୍ରୀଛାତ୍ର ଏବଂ ଲୋକମାନେ ଓଡ଼ିଶାକୁ ଫେରିବା ଆରମ୍ଭ କରିଛନ୍ତିି। ସେମାନଙ୍କ ପାଇଁ ରାଜ୍ୟ ସରକାର ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା…

କ୍ୱାରାଣ୍ଟାଇନ୍‌ କେନ୍ଦ୍ରରେ ମହିଳା, ଶିଶୁଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ଦାବି

ବାଲେଶ୍ୱର ଅଫିସ,୨।୫: ଅନ୍ୟ ରାଜ୍ୟରୁ ବାଲେଶ୍ୱର ଜିଲାକୁ ଆସୁଥିବା ବହିରାଗତଙ୍କ ପାଇଁ କ୍ୱାରଣ୍ଟାଇନ୍‌ ବ୍ୟବସ୍ଥା କରାଯାଇଛି। ଏହି କେନ୍ଦ୍ରରେ ମହିଳା ଓ ଶିଶୁମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବାକୁ ଭାଜପା ମହିଳାମୋର୍ଚ୍ଚା ଜିଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?