କରୋନା ଯୋଦ୍ଧାଙ୍କ ପିପିଇ ଅସୁରକ୍ଷିତ

ବେଜିଂ,୩।୫: ମହାମାରୀ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ୍‌ଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ଅନିବାର୍ଯ୍ୟ। ଏହାଦ୍ୱାରା ସେମାନେ ଚିକିତ୍ସା କରିବାବେଳେ ନିଜେ କରୋନା ସଂକ୍ରମଣରୁ ରକ୍ଷା ପାଇବେ। ହେଲେ ଏକ ନୂତନ ଅଧ୍ୟୟନ ଅନୁଯାୟୀ, ପିପିଇ ୧୦୦% ସୁରକ୍ଷିତ ନୁହେଁ। ମାସ୍କ, ଗଗଲ୍ସ, ଫେସ୍‌ ସିଲ୍ଡ, ପ୍ରୋଟେକ୍ଟିଭ ଗାଉନ୍‌ ଆଦି ପିପିଇ ଦ୍ୱାରା ଗୁରୁତର ଚର୍ମରୋଗ ସୃଷ୍ଟି ହୋଇପାରେ। ୪୨.୮% ମେଡିକାଲ ଷ୍ଟାଫଙ୍କ ଚର୍ମରେ ପିପିଇ ଦ୍ୱାରା ଗମ୍ଭୀର କ୍ଷତ ହୋଇଥିବା ଉକ୍ତ ଅଧ୍ୟୟନରୁ ଜଣାପଡ଼ିଛି। ଚାଇନା ଗବେଷକମାନଙ୍କ ଦ୍ୱାରା ଉକ୍ତ ଅଧ୍ୟୟନ ରିପୋର୍ଟ ଏକ ପତ୍ରିକା ‘ଆଡ୍‌ଭାନ୍ସେସ୍‌ ଇନ୍‌ ଓ୍ବାଉଣ୍ଡ କେୟାର’ରେ ପ୍ରକାଶ ପାଇଛି। ସେଥିରେ ଗବେଷକମାନେ କହିଛନ୍ତି ଯେ, ଚର୍ମରେ ଯେଉଁ କ୍ଷତ ସୃଷ୍ଟି ହେଉଛି ତାହାଦ୍ୱାରା ମେଡିକାଲ ଷ୍ଟାଫଙ୍କୁ କରୋନା ସଂକ୍ରମଣ ହେବା ଆଶଙ୍କା ବଢ଼ାଉଛି। କାରଣ ଏହାକୁ ଏଡାଇବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ଏବଂ ଚିକିତ୍ସାର ଅଭାବ ରହିଛି। ଆମେ ମେଡିକାଲ ଷ୍ଟାଫ୍‌ ବ୍ୟବହାର କରୁଥିବା ପିପିଇର ବିଶେଷତା, ନିବାରକ ସ୍ଥିତି ଓ ଚର୍ମରେ କେତେମାତ୍ରାରେ କ୍ଷତ ସୃଷ୍ଟି ହେଉଛି ତାହା ଯାଞ୍ଚ କରିଥିଲୁ। ଏଥିପାଇଁ ଫେବୃୟାରୀ ୮ରୁ ୨୨ ମଧ୍ୟରେ କରୋନା ଯୋଦ୍ଧା ସାଜିଥିବା ମେଡିକାଲ ଷ୍ଟାଫ୍‌ମାନଙ୍କୁ ନେଇ ଏକ ଅନ୍‌ଲାଇନ ସର୍ଭେ କରିଥିଲୁ। ସେମାନେ ଫୋନ ମାଧ୍ୟମରେ ସ୍ବେଚ୍ଛାକୃତ ଭାବେ ଆମ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୨.୮% ଜଣଙ୍କ ଚର୍ମରେ ପିପିଇ ଦ୍ୱାରା ଚାପ ପଡ଼ିବା, ଆର୍ଦ୍ରତା ସୃଷ୍ଟି ହେବା ଏବଂ କଟି କ୍ଷତ ହେବା ଭଳି ୩ ପ୍ରକାରର ଆଘାତ ଲାଗିଛି ବୋଲି ଗବେଷକମାନେ କହିଛନ୍ତି। ଚର୍ମରେ ଆଘାତ ଲାଗିବାର ଏକାଧିକ କାରଣ ରହିଛି। ବିଶେଷକରି ପିପିଇକୁ ଅଧିକ ସମୟ ପିନ୍ଧିବା, ଅତ୍ୟଧିକ ଝାଳ ବାହାରିବା ଏବଂ ଗ୍ରେଡ୍‌-୨ ବଦଳରେ ଗ୍ରେଡ୍‌-୩ ପିପିଇ ବ୍ୟବହାର ଦ୍ୱାରା ଚର୍ମ ନଷ୍ଟ ହେବାର ଆଶଙ୍କା ବଢ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ: ବନ୍ଧୁକ, ଖଣ୍ଡା ସହ ବାଇକ୍‌ ଜବତ କରି…

ପୁରୁଷୋତ୍ତମପୁର,୨୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ଏକ ବଡ଼ସଫଳତା ମିଳିଥିବା ବେଳେ ସହ ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ…

ଭିଜିଲାନ୍ସ ଜାଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, SHG ମହିଳାଙ୍କଠାରୁ…

ଭବାନୀପାଟଣା,୨୨ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସ୍କୁଲରେ ନିୟୋଜିତ…

ଗଞ୍ଜେଇ ଚୋରା ଚାଲାଣର ସାମ୍ରାଜ୍ୟ ଚଳାଇଥିଲେ, ୨ ଯୁବକଙ୍କୁ ଧରି..

ଦାରିଙ୍ଗବାଡ଼ି,୨୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଗଞ୍ଜେଇ ପ୍ୟାକିଂ କରି ବାହାରକୁ ଚାଲାଣ କରୁଥିବା ୨ ଜଣିଆ ଟିମ୍‌କୁ…

ରାଜରାସ୍ତାରେ କଂଗ୍ରେସ-ଭାଜପାକର୍ମୀଙ୍କ ମଧ୍ୟରେ ସଂଘର୍ଷ; ମୁଣ୍ଡ ଫାଟିଲା, ଗାଡ଼ିର କାଚ…

ପାଟନା,୨୨।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ନେତାମାନେ ଧାରଣାରେ ବସିଥିଲେ । ଏହାପରେ ବୁଧବାର ଭାଜପା ପକ୍ଷରୁ ପାଟନାରେ ଏକ ପ୍ରତିବାଦ ଶୋଭାଯାତ୍ରା…

ଜମ୍ମୁ-କାଶ୍ମୀରର ବଡ଼ ଆତଙ୍କବାଦୀ ଆକ୍ରମଣ: ଶହୀଦ ହୋଇଗଲେ…

ଶ୍ରୀନଗର,୨୨।୭: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ ଚୌକ ନିକଟରେ ଆତଙ୍କବାଦୀ ଆକ୍ରମଣରେ ଜଣେ କନଷ୍ଟେବଳ ଶହୀଦ ହୋଇଛନ୍ତି। ଆକ୍ରମଣକାରୀ…

ଦିଲ୍ଲୀରୁ ଆସି ବିସ୍ଫୋରକ ବୟାନ ଦେଲେ ନବୀନ: ସବୁଠି ଚାଲିଲା ଚର୍ଚ୍ଚା

ଭୁବନେଶ୍ୱର, ୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ପୁଣିଥରେ ଦୋହରାଇଛନ୍ତି ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

୬୩ ବର୍ଷ ବୟସରେ ୪୫ ବର୍ଷର ପୂରୁଣା ସ୍ବପ୍ନ ପୂରଣ କଲେ ସୁଶୀଳା ଦେବୀ

ଚଣ୍ଡିଗଡ,୨୨।୭:ଶିକ୍ଷା ପାଇଁ କୌଣସି ବୟସ ସୀମା ନାହିଁ ବୋଲି ଆପଣ ହୁଏତ ଏହି କଥାଟି ଶୁଣିଥିବେ। ହରିୟାଣାର ଜଣେ ୬୩ ବର୍ଷୀୟା ଜେଜେମା ଏହାକୁ ସତ୍ୟ ପ୍ରମାଣିତ…

କେତେ ଟଙ୍କାର ମାଲିକ ଧର୍ମେନ୍ଦ୍ର ପ୍ରଧାନ? ମୋଟ ସମ୍ପତ୍ତି ଜାଣିଲେ…

ନୂଆଦିଲ୍ଲୀ,୨୨ା୭: ଦେଶବ୍ୟାପୀ ଛାତ୍ର ପ୍ରତିବାଦ ଜାରି ରହିଛି। ଛାତ୍ରମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କ ପଦବୀରୁ ଇସ୍ତଫା ଦେବାକୁ ଦାବି କରୁଛନ୍ତି। ତେବେ ଏହାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri