କରୋନା ଭାଇରସ୍‌

ଆଜି ବିନା ସୂଚନାରେ ରାଜ୍ୟକୁ ଆସୁଛନ୍ତି ୨୦ ହଜାରରୁ ଅଧିକ ପ୍ରବାସୀ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ତେଲଙ୍ଗାନାରୁ ଶନିବାର ରାତିରୁ ଓଡ଼ିଶାକୁ ୧୨ଟି ସ୍ବତନ୍ତ୍ର ଟ୍ରେନ୍‌ ବାହାରିଛି। ଏହି ଟ୍ରେନ୍‌ ବିଷୟରେ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଭାରତୀୟ ରେଳବାଇ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏ ନେଇ ସୂଚନା ମିଳିଛି। ୨୦ହଜାରୁ ଅଧିକ ପ୍ରବାସୀ…

ରାଜ୍ୟକୁ ଆସିବା ପୂର୍ବରୁ ସୂଚନା ଦିଅ, ନଚେତ ସରକାରୀ ସୁବିଧା ମିଳି ନ ପାରେ: ଏସ୍‌ଆର୍‌ସି

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଦିନକୁ ଦିନ ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ସ୍ବତନ୍ତ୍ର ନିୟମ ଅନୁଯାୟୀ ସବୁକିଛି ବ୍ୟବସ୍ଥିତ ଭାବେ ଚାଲିଥିଲା। ଫଳରେ ରାଜ୍ୟରେ କୋଭିଡ-୧୯ ସଂକ୍ରମଣକୁ ଅନେକାଂଶରେ ପ୍ରତିହତ କରାଯାଇପାରିଛି। ହେଲେ ଆଗାମୀ…

ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ; ସରପଞ୍ଚ-ଏସ୍‌ଏଚ୍‌ଜି-ଜନସାଧାରଣଙ୍କ ପାଇଁ ସମ୍ଭବ: ଏସ୍‌ଆର୍‌ସି

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଦୁଇ ମାସ ଧରି ସରକାର ରାଜ୍ୟବାସୀଙ୍କ ସହ କରୋନା ସହ ଯୁଦ୍ଧ ଲଢ଼ି ଆସୁଛନ୍ତି। ଏବେ ରାଜ୍ୟରେ କରୋନା ସ୍ଥିତି ବହୁମାତ୍ରାରେ ନିୟନ୍ତ୍ରଣରେ ରହିଛି। ଗତ ଦୁଇ ସପ୍ତାହରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟିଥିଲେ ସୁଦ୍ଧା ଏହା ଚିନ୍ତାଜନକ…

ଶେଷ ହେବାକୁ ଯାଉଛି କରୋନା !

ଲଣ୍ଡନ,୨୪।୫: କରୋନା ସଂକ୍ରମଣରେ ଏବେ ସାରା ବିଶ୍ୱର ଜୀବନଯାତ୍ରା ବଦଳି ଯାଇଛି। ଏବେ ସମସ୍ତଙ୍କ ନଜର କରୋନା ଭ୍ୟାକ୍ସିନ ଉପରେ। ଅନ୍ୟପଟେ କେବେ କରୋନା ବିଶ୍ୱରୁ ବିଦାୟ ନେବ ତାକୁ ନେଇ ଚାଲିଛି ଗବେଷଣା। ନିକଟରେ କରାଯାଇଥିବା ଏକ ଅଧ୍ୟୟନରେ କେତେଜଣ…

ବିଶ୍ୱରେ ୫୪ ଲକ୍ଷ ଆଡକୁ ଗତି କରୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ଓ୍ବାଶିଂଟନ,୨୪।୫: କରୋନା ଭାଇରସ ସଂକ୍ରମଣ ବିଶ୍ୱର ପ୍ରାୟ ସମସ୍ତ ଦେଶକୁ ବ୍ୟାପି ସାରିଲାଣି। ତେବେ ଆଫ୍ରିକା ଓ ନର୍ଥ ଆମେରିକା ଏବେ ଏହାର ହଟ୍‌ସ୍ପଟ୍‌ ଥିବା ବେଳେ ଭାରତ ମଧ୍ୟ ଧିରେ ଧିରେ ଆଗକୁ ଅଗ୍ରସର ହେଉଛି। ଏବେ ଆମେରିକାରେ କରୋନା…

କଳାହାଣ୍ଡିରେ ମା’ ଝିଅ କରୋନା ପଜିଟିଭ୍‌ : ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ ପହଞ୍ଚିଲା

ଜୁନାଗଡ଼,୨୪ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ର ଏକ ଦେୟଯୁକ୍ତ ଟିଏମ୍‌ସିରେ ଥିବା ୨ ଜଣ ମହିଳାଙ୍କ ସ୍ବାବ୍‌ ନମୁନା କରୋନା ପଜିଟିଭ୍‌ ଆସିଛି। ସେମାନେ ଉଭୟ ମା’ ଝିଅ । ଗତ ୧୨ ତାରିଖରେ ସେମାନେ ପଶ୍ଚିମବଙ୍ଗରୁ ଟ୍ରେନ୍‌ ଯୋଗେ ସମ୍ବଲପୁର ଆସି…

ଗତ ୨୪ ଘଣ୍ଟାରେ ୮୭ ପୋଲିସ କରୋନା ପଜିଟିଭ

ମୁମ୍ବାଇ,୨୪।୫: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସ୍ଥିତି ବେଳକୁ ବେଳ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୮୭ ଜଣ ପୋଲିସ କରୋନାରେ ସଂକ୍ରମିତ ହେବା ଜଣାପଡିବା ପରେ ଚିନ୍ତା ଆହୁରି ବଢିଯାଇଛି। ଏହାକୁ ମିଶାଇ…

ପିଏମ୍‌ କେୟାର୍ସ ଫଣ୍ଡକୁ ପ୍ରତି ମାସରେ ୫୦ ହଜାର ଟଙ୍କା ଦାନ କରିବେ ସିଡିଏସ୍‌ ଜେନରାଲ ବିପିନ ରାଓ୍ବତ

ନୂଆଦିଲ୍ଲୀ,୨୪।୫: କୋଭିଡ-୧୯ ମହାମାରୀ ସହ ଲଢିବାକୁ ଗଠନ କରାଯାଇଛି ପିଏମ୍‌ କେୟାର୍ସ ଫଣ୍ଡ। ଏହି ଫଣ୍ଡକୁ ବିଭିନ୍ନ ଆଡୁ ସହାୟତା ମିଳୁଥିବା ବେଳେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନେରାଲ ବିପିନ ରାଓ୍ବତ ମଧ୍ୟ ସହଯୋଗର ହାତ ବଢାଇଛନ୍ତି। ପ୍ରତିମାସରେ ସେ…

ଢେଙ୍କାନାଳରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ

ଢେଙ୍କାନାଳ ଅଫିସ,୨୪ା୫: ଜିଲାରେ ରବିବାର ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ସୁରଟ ଫେରନ୍ତା। ତାଙ୍କ ବୟସ ୩୫ ବର୍ଷ। ସେ କଙ୍କଡ଼ାହାଡ଼ ବ୍ଲକ ଘାଗରାମୁଣ୍ଡା ପଞ୍ଚାୟତ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ। ଜିଲାରେ ୫୨ ଜଣଙ୍କ ସ୍ବାବ୍‌…

ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଛୁଇଁଲା ୧,୩୧,୮୬୮

ନୂଆଦିଲ୍ଲୀ,୨୪।୫: ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୬,୭୬୭ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସହ ଏବେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୩୧,୮୬୮ରେ ପହଞ୍ଚିଛି ବୋଲି ରବିବାର ସକାଳେ…

ବଲାଙ୍ଗୀର: ଗୋଟିଏ ଦିନରେ ୭ କରୋନା ପଜିଟିଭ୍‌ ଚିହ୍ନଟ; ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୧୬ ଛୁଇଁଲା

ବଲାଙ୍ଗୀର ଅଫିସ, ୨୪ା୫- ବଲାଙ୍ଗୀର ଜିଲାରେ ଗୋଟିଏ ଦିନରେ ୭ଟି କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲାର ପଜିଟିିଭ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ଶନିବାର ରାତି ସୁଦ୍ଧା ଜିଲାରେ ୭ଟି ନୂଆ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଥିଲା…

ଅନୁଗୋଳରେ ପୁଣି ୫ କରୋନା ପଜିଟିଭ୍‌ ଚିହ୍ନଟ: ୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଅନୁଗୋଳ ଅଫିସ,୨୪ା୫: ଅନୁଗୋଳ ଜିଲାରେ ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୫ଜଣଙ୍କୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ୱେବ୍‌ସାଇଟ୍‌ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ରାଜ୍ୟରେ ରବିବାର ୬୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?