ରାଜ୍ୟକୁ ଆସିବା ପୂର୍ବରୁ ସୂଚନା ଦିଅ, ନଚେତ ସରକାରୀ ସୁବିଧା ମିଳି ନ ପାରେ: ଏସ୍‌ଆର୍‌ସି

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଦିନକୁ ଦିନ ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ସ୍ବତନ୍ତ୍ର ନିୟମ ଅନୁଯାୟୀ ସବୁକିଛି ବ୍ୟବସ୍ଥିତ ଭାବେ ଚାଲିଥିଲା। ଫଳରେ ରାଜ୍ୟରେ କୋଭିଡ-୧୯ ସଂକ୍ରମଣକୁ ଅନେକାଂଶରେ ପ୍ରତିହତ କରାଯାଇପାରିଛି। ହେଲେ ଆଗାମୀ ଦିନରେ ତାହା ସମ୍ଭବ ହେବାରେ ଅନିଶ୍ଚିତତା ଦେଖାଯାଇଥିବା ରବିବାର ଏସ୍‌ଆର୍‌ସି ପ୍ରଦୀପ ଜେନା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏସ୍‌ଆର୍‌ସି କହିଛନ୍ତି, ଏଯାବତ୍‌ ଲକ୍‌ଡାଉନ୍‌ ଯୋଗୁ ବାହାର ରାଜ୍ୟରୁ ଏବଂ ବାହାର ଦେଶରୁ ପ୍ରବାସୀମାନେ କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ରେଳ ଓ ଉଡାଜାହାଜ ମାଧ୍ୟମରେ ନିୟନ୍ତ୍ରିତ ଭାବେ ରାଜ୍ୟକୁ ଆସୁଥିଲେ। ରାଜ୍ୟରେ ପହଞ୍ଚିବା ପରେ ସୀମା ଚେକ୍‌ପୋଷ୍ଟ, ରେଳ ଷ୍ଟେଶନ, ବିମାନବନ୍ଦରରେ ଟେଷ୍ଟ ହେବା ପରେ ନିୟନ୍ତ୍ରିତ ବ୍ୟବସ୍ଥା କରାଯାଇ ସେମାନଙ୍କୁ ନିଜ ଜିଲା, ନିଜ ସହର ଅଥବା ନିଜ ପଞ୍ଚାୟତକୁ ପଠାଯାଉଥିଲା। ଏହାପୂର୍ବରୁ ସେମାନଙ୍କର ସମସ୍ତ ତଥ୍ୟ ଅଣାଯାଉଥିଲା। ତଦନୁଯାୟୀ ସେମାନଙ୍କ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା କରାଯାଉଥିଲା। ଗ୍ରାମାଞ୍ଚଳରେ ପଞ୍ଚାୟତ/ସରପଞ୍ଚ ଏବଂ ସହରାଞ୍ଚଳରେ ସହରାଞ୍ଚଳ କର୍ତ୍ତୃପକ୍ଷ ତଥା ଓ୍ବାର୍ଡ ଅଧିକାରୀମାନେ ପ୍ରବାସୀଙ୍କ କ୍ୱାରାଣ୍ଟାଇନ୍‌କୁ ସୁପରିଚାଳନା ତଦାରଖ କରୁଥିଲେ। ଇତିମଧ୍ୟରେ କେନ୍ଦ୍ର ସରକାର ପ୍ରବାସୀମାନେ ରାଜ୍ୟକୁ ଫେରିବା ପଦ୍ଧତିରେ ଅନେକ ପରିବର୍ତ୍ତନ କରିଛନ୍ତି। ଏପର୍ଯ୍ୟନ୍ତ କେବଳ ଶ୍ରମିକ ସ୍ପେଶାଲ, ସ୍ବତନ୍ତ୍ର ଉଡାଣ ମାଧ୍ୟମରେ ପ୍ରବାସୀମାନେ ଏବଂ କେତେକ ସ୍ବତନ୍ତ୍ର ବସ୍‌ ମାଧ୍ୟମରେ ପୂର୍ବରୁ ପ୍ରାକ୍‌ ପଞ୍ଜୀକରଣ କରି ଆମ ରାଜ୍ୟକୁ ଆସୁଥିଲେ। କିଛି ଦିନ ତଳେ କେନ୍ଦ୍ର ସରକାର ସ୍ବତନ୍ତ୍ର ଏସି ସ୍ପେଶାଲ ଟ୍ରେନ୍‌କୁ ନୂଆଦିଲ୍ଲୀ-ଭୁବନେଶ୍ୱର ମଧ୍ୟରେ ଚଳାଚଳ କରାଇଛନ୍ତି। ଏହାଛଡ଼ା ସୋମବାରଠାରୁ ସାଧାରଣ ବିମାନ ଚଳାଚଳ ବ୍ୟବସ୍ଥା ପୁଣି ଆରମ୍ଭ ହେବ। ଉଭୟ ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ବିମାନବନ୍ଦରରୁ ରାଜ୍ୟକୁ ଏବଂ ରାଜ୍ୟରୁ ବାହାରକୁ ସାଧାରଣ ବିମାନସେବା ହେବ। ସେହିଭଳି ନିକଟ ଭବିଷ୍ୟତରେ ସାଧାରଣ ବ୍ୟବସାୟୀକ ଯାତ୍ରୀବାହୀ ରେଳ ଚଳାଚଳ ମଧ୍ୟ ଆରମ୍ଭ ହେବ। ଫଳରେ ଆଗୁଆ ସୂଚନା ବିନା ରାଜ୍ୟକୁ ବାହାର ରାଜ୍ୟରୁ ଅଥବା ଦେଶରୁ ଅନେକ ଯାତ୍ରୀ ଆସିବାର ସମ୍ଭାବନା ରହିଛି। ବିନା ସୂଚନା, ବିନା ପ୍ରାକ୍‌ ପଞ୍ଜୀକରଣରେ ବହୁ ପ୍ରବାସୀ ରାଜ୍ୟକୁ ଆସିବା ଫଳରେ ବ୍ୟବସ୍ଥିତ ତଥା ନିୟନ୍ତ୍ରୀତ ଢ଼ଙ୍ଗରେ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ କରିବାରେ ଅସୁବିଧା ଦେଖାଦେଇପାରେ।

ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଜନସାଧାରଣଙ୍କୁ ଜଣାଇ ଦିଆଯାଉଛି ଯେ, କୌଣସି ବ୍ୟକ୍ତି ଯଦି ରାଜ୍ୟ ବାହାରୁ ଆସନ୍ତି ତାହାହେଲେ ଜଣେ ସୁନାଗରିକ ହିସାବରେ ଏ ସମ୍ପର୍କିତ ତଥ୍ୟ ନିକଟସ୍ଥ ପଞ୍ଚାୟତ ଅଥବା ସହରାଞ୍ଚଳ ଅଧିକାରୀଙ୍କୁ ଦେବାରେ ସାହାଯ୍ୟ କରନ୍ତୁ। ଦେଶର ବିଭିନ୍ନ ରାଜ୍ୟରୁ ଶ୍ରମିକ ଓ ପ୍ରବାସୀମାନେ ସ୍ବତନ୍ତ୍ର ସ୍ପେଶାଲ ଟ୍ରେନ୍‌ ଯୋଗେ ଆମ ରାଜ୍ୟକୁ ଆସୁଛନ୍ତି। ପୂର୍ବ ନିୟମ ଅନୁସାରେ ଓଡ଼ିଶା ସରକାରଙ୍କ ସହମତି କ୍ରମେ ଅନ୍ୟ ରାଜ୍ୟରୁ ଟ୍ରେନ୍‌ ଚଳାଚଳ ହେଉଥିଲା। ଯାତ୍ରୀମାନେ ଆସିବା ପୂର୍ବରୁ/ ଟ୍ରେନ୍‌ ଛାଡ଼ିବା ପୂର୍ବରୁ ସେମାନଙ୍କ ତଥ୍ୟ ରାଜ୍ୟ ସରକାରଙ୍କୁ ଦିଆଯାଇଥାଏ। ତଦନୁଯାୟୀ ସେମାନେ କେଉଁ ଜିଲାର ଲୋକ, କେଉଁଠିକୁ ଯିବେ ସମସ୍ତ ସୂଚନା ଭାରତୀୟ ରେଳବାଇ କର୍ତ୍ତୃପକ୍ଷ ରାଜ୍ୟକୁ ଦିଅନ୍ତୁ। ଉକ୍ତ ତଥ୍ୟନୁଯାୟୀ, ରାଜ୍ୟର କେଉଁ ନିର୍ଦ୍ଧିଷ୍ଟ ଷ୍ଟେଶନରେ ରେଳ ରହିବ, ସେଠାରୁ କେଉଁ ଜିଲାକୁ ଯାତ୍ରୀ ଯିବେ, କେତେ ସଂଖ୍ୟକ ଯାତ୍ରୀ ଯିବେ ଆକଳନ କରି ପୂର୍ବରୁ ବ୍ୟବସ୍ଥା କରାଯାଏ। ସବୁ ଜିଲାକୁ ବସ୍‌ ଯେଗେ ଯାତ୍ରୀମାନେ ସରକାରୀ ଖର୍ଚ୍ଚରେ ଯାଇଥାନ୍ତି। ଜିଲାରେ ପହଞ୍ଚିବା ପରେ ସ୍ବାସ୍ଥ୍ୟବିଭାଗ ନିୟମାନୁଯାୟୀ ତାଙ୍କୁ ସରକାରଙ୍କ ତରଫରୁ ବ୍ୟବସ୍ଥିତ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥାଏ। କିନ୍ତୁ କିଛି ଦିନ ତଳେ କେନ୍ଦ୍ର ସରକାରଙ୍କ ନିୟମାନୁଯାୟୀ ଆମ ରାଜ୍ୟର ବିନା ସହମତିରେ ବି ଟ୍ରେନ୍‌ ଆସିପାରିବେ। ଫଳରେ ଅନେକ ଗୁଡ଼ିଏ ଟ୍ରେନ୍‌ ଏକାସାଙ୍ଗରେ ଆମ ରାଜ୍ୟକୁ ବାହାରୁଛି। ଫଳରେ ନିର୍ଦ୍ଧିଷ୍ଟ ଷ୍ଟେଶନରେ କେତେ ସଂଖ୍ୟକ ଯାତ୍ରୀ ଆସିବେ, ସେମାନଙ୍କ ପାଇଁ କି ବ୍ୟବସ୍ଥା ଗ୍ରହଣ କରାଯିବ ତାହା ଅନିଶ୍ଚିତତା ମଧ୍ୟରେ ରହିଛି। ଏଣୁ ବିନା ତଥ୍ୟରେ ଏଭଳି ସମସ୍ୟା ଉପୁଜିପାରେ।

ତେଲଙ୍ଗାନାରୁ ଶନିବାର ରାତିରୁ ଓଡ଼ିଶାକୁ ୧୨ଟି ସ୍ବତନ୍ତ୍ର ଟ୍ରେନ୍‌ ବାହାରିଛି। ଏହି ଟ୍ରେନ୍‌ ବିଷୟରେ ତେଲେଙ୍ଗାନା ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଫଳରେ ଭାରତୀୟ ରେଳବାଇ ପକ୍ଷରୁ ଏ ନେଇ ସୂଚନା ମିଳିଛି। ୨୦ହଜାରୁ ଅଧିକ ପ୍ରବାସୀ ପାଖାପାଖୀ ସମୟରେ ପହଞ୍ଚିବେ। ଏନେଇ କୌଣସି ସୂଚନା ନାହିଁ। ଏଣୁ ସରକାର ଯୋଗାଇ ଆସୁଥିବା ସୁବିଧା ସେମାନଙ୍କୁ ଯୋଗାଇ ଦିଆଯାଇ ନ ପାରେ। ଫଳରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ଏଣୁ ବିନା ସୂଚନାରେ ଆସିଲେ, ପୂର୍ବରୁ ସୂଚନା ଦିଅନ୍ତୁ। ପ୍ରବାସୀ ଓଡ଼ିଆଙ୍କୁ ପଠାଇବାର ଥିଲେ ଆଗକୁ ସୂଚନା ଦେବାରେ ସାହାଯ୍ୟ କରନ୍ତୁ। ଫଳରେ ପ୍ରବାସୀମାନେ ସେମାନେ ଅସୁବିଧାର ସମ୍ମୁଖୀନ ନ ହେବେ ତାହାର ବ୍ୟବସ୍ଥା କରିହେବ। ବିନା ସୂଚନାରେ ପହଞ୍ଚିଲେ ହଇରାଣ ହେବେ। ଏଣୁ ରାଜ୍ୟକୁ ଆଗୁଆ ସୂଚନା ଦେବାକୁ ଚେଷ୍ଟା କରନ୍ତୁ।

ପ୍ରବାସୀଙ୍କୁ ରେଳ ଭଡ଼ା ଛାଡ଼ କରାଯାଇ ସାଢ଼େ ୫ କୋଟି ଟଙ୍କା ଡିପୋଜିଟ୍‌ କରାଯାଇସାରିଛି। ଫଳରେ ପ୍ରବାସୀମାନେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ଆଶା କରାଯାଉଥିଲା। କିନ୍ତୁ ପ୍ରବାସୀମାନେ ବିନା ସୂଚନାରେ ଆସିଲେ ପହଞ୍ଚିବା ପରେ ଗନ୍ତବ୍ୟସ୍ଥଳକୁ ଯାତ୍ରା ବ୍ୟବସ୍ଥା କରାଯାଇପାରୁ। ଏପରିକି ଦାଦନ ଟିକେଟ ବ୍ୟବସ୍ଥାକୁ ଲାଗୁ କରାଯିବ ନାହିଁ। ଏଣୁ ସ୍ବତନ୍ତ୍ର ଟ୍ରେନ୍‌ରେ ଆସିବା ପୂର୍ବରୁ ସୂଚନା ଦିଅନ୍ତୁ ବୋଲି ଏସ୍‌ଆର୍‌ସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri