କରୋନା ଭାଇରସ୍‌

ଜୁନ ୭ରୁ ୧୦୦ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସମସ୍ତ ଘରୋଇ, ସରକାରୀ କାର୍ଯ୍ୟାଳୟ

ଅହମଦାବାଦ, ୪।୬: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଏବେବି ଜାରି ରହିଛି। ହେଲେ ଦୈନିକ ସଂକ୍ରମଣର ପଜିଟିଭ୍‌ ହାର ତଳକୁ ଖସିଛି। ଗତ ୨ ମାସ ତଳେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୪ହଜାରରୁ ଊର୍ଦ୍ଧ୍ୱ ରହିଥିବା ବେଳେ ବର୍ତ୍ତମାନ ଦୈନିକ…

ସେପ୍ଟେମ୍ବର ସୁଦ୍ଧା ୭୦କୋଟି ଲୋକଙ୍କୁ ଟିକା ଦିଆଯିବା ଲକ୍ଷ୍ୟ: ସିଇଏ

ନୂଆଦିଲ୍ଲୀ,୪।୬: ଦେଶରେ କରୋନା ଟିକାକରଣକୁ ଆହୁରି ତ୍ୱରାନ୍ବିତ କରାଯିବ। ସେପ୍ଟେମ୍ବର ସୁଦ୍ଧା ଦେଶର ୭୦କୋଟି ଲୋକଙ୍କୁ କରୋନା ଭାକ୍ସିନର ପ୍ରଥମ ଡୋଜ୍‌ ଦିଆଯିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା(ସିଇଏ) କେ.ବି ସୁବ୍ରମଣ୍ୟମ କହିଛନ୍ତି।…

କରୋନାରେ ଡ୍ରିମ୍‌ଗର୍ଲ ଫେମ୍‌ ରିଙ୍କୁ ସିଂଙ୍କ ପରଲୋକ

ମୁମ୍ବାଇ,୪।୬: ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ଷ୍ଟାରର ଫିଲ୍ମ ‘ଡ୍ରିମ୍‌ଗର୍ଲ’ର ଅଭିନେତ୍ରୀ ରିଙ୍କୁ ସିଂହ ନିକୁମ୍ଭଙ୍କ ପରଲୋକ ଘଟିଛି। କରୋନାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମେ’୨୫ରେ ରିଙ୍କୁ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ସେ ହୋମ୍‌ ଆଇସୋଲେଶନ୍‌ରେ ରହିଥିଲେ।…

ଗତ ୨୪ ଘଣ୍ଟାରେ ୭୪ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ

ଚଣ୍ଡିଗଡ଼,୪।୬: ହରିଆଣାରେ ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୪ ନୂଆ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଥିବା ବେଳେ ୬ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ…

ଚାଇନା ଭାକ୍ସିନ ଲଗାଇବା ଏହି ଦେଶକୁ ପଡ଼ିଲା ଭାରି, ସାମ୍ନାକୁ ଆସିଲା ସତ

ଓ୍ବାଶିଂଟନ,୪ା୬: ବାହାରେନ୍‌ ଏବଂ ସେଚେଲ୍ସ ଦେଶ ଚାଇନା ଭାକ୍ସିନ ସିନୋଭାକ୍‌ ଏବଂ ସିନୋଫର୍ମକୁ ଅଧିକାଂଶ ନାଗରିକଙ୍କୁ ପ୍ରଦାନ କରିଛନ୍ତି। ଏହା ସତ୍ତ୍ୱେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଫଳରେ ଏହି ଦେଶରେ ବର୍ତ୍ତମାନ ଫାଇଜର ଭାକ୍ସିନ ଲଗାଇବା…

ମୃତ କର୍ମଚାରୀଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା ରିଲାଏନ୍ସ

ନୂଆଦିଲ୍ଲୀ,୪।୬: ଦେଶରେ କରୋନା ପ୍ରକୋପ ଜାରି ରହିଛି। କରୋନା ମହାମାରୀ ସମୟରେ ଅନେକ ଲୋକ ନିଜ ଆତ୍ମୀୟଙ୍କୁ ହରାଇ ବେସାହାରା ହୋଇଯାଇଛନ୍ତି। କିଏ ନିଜ ବାପାମା’ଙ୍କୁ ହରାଇଛି ତ କିଏ ନିଜ ପୁଅକୁ ହରାଇଛି। ଏଭଳି ସ୍ଥିତିରେ ଅନେକ ସେଲିବ୍ରିଟି ଓ…

୨ମାସରୁ ବନ୍ଦ ଥିବା ଓପିଡି ସେବା ପୁଣି ଖୋଲିବାକୁ ସରକାରଙ୍କ ନିର୍ଦ୍ଦେଶ

ଲକ୍ଷ୍ନୌ,୪।୬: ଦେଶରେ ଜାରି ରହିଥିବା କରୋନାର ଦ୍ୱିିତୀୟ ଲହର ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଦେଶର ବିଭିନ୍ନ ରାଜ୍ୟରେ ଦୈନିକ ସଂକ୍ରମଣ ବର୍ତ୍ତମାନ ହ୍ରାସ ପାଇବାରେ ଲାଗିଛି। ଗତ ୨ମାସ ମଧ୍ୟରେ ପ୍ରଥମ ଥର ଉତ୍ତରପ୍ରଦେଶରେ ୧୫୦୦ରୁ କମ୍‌ ନୂଆ…

ରାଜ୍ୟରେ ଆଜି ୭,୭୨୯ ସଂକ୍ରମିତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୪।୬(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୭,୭୨୯କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୪୩୩୧ ଜଣ କ୍ୱାରାଣ୍ଟାଇନ୍‌ରେ ଥିଲେ। ବାକି ୩୩୯୮ଟି ହେଉଛି…

ଉହାନ୍‌ ଲ୍ୟାବ୍‌କୁ ଆର୍ଥିକ ସହାୟତା: ସନ୍ଦେହ ଘେରରେ ଆମେରିକା ମହାମାରୀ ବିଶେଷଜ୍ଞ…

ଓ୍ବାଶିଂଟନ,୩।୬: ପୃଥିବୀରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଚାଇନାର ଉହାନ୍‌ ଲ୍ୟାବ୍‌କୁ ଆର୍ଥିକ ସହାୟତା ଯୋଗାଇ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଆମେରିକାର ମହାମାରୀ ବିଶେଷଜ୍ଞ ଆନ୍ଥୋନୀ ଫୌସି ସନ୍ଦେହ ଘେରରେ ରହିଛନ୍ତି। ଆମେରିକା ଗଣମାଧ୍ୟମ ସଂସ୍ଥା…

ପାଦୁକ ପାଣି ପିଇଲେ ଭଲ ହେଉଛି କରୋନା: ଭିଡ଼ିଓ ଭାଇରାଲ…

ରାଜଗଡ଼,୩।୬: କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ଦେଶରେ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ମଧ୍ୟପ୍ରଦେଶର ରାଜଗଡ଼ ଜିଲାରେ ପାଦୁକ ପାଣି ପିଇଲେ କରୋନା ଭଲ ହେଉଥିବା ପ୍ରଚାର ହେବାରେ ଲାଗିଛି। ଏହାର ୫୫ ସେକେଣ୍ଡର ଏକ ଭିଡ଼ିଓ ଟୁଇଟରରେ ଅପଲୋଡ୍‌…

ଭୟ କରନାହିଁ , ଭାକ୍ସିନ୍‌ ନିଅ, ମାଗଣାରେ ବିୟର ପିଅ: ରାଷ୍ଟ୍ରପତି…

ଓ୍ବାଶିଂଟନ,୩।୬: କରୋନା ମହାମାରୀ ବିରୋଧରେ ପୃଥିବୀ ବ୍ୟାପୀ ଲଢ଼େଇ ଜାରି ରହିଛି। କରୋନା ଲଢ଼େଇରେ ଭାକ୍ସିନ୍‌ ଏକମାତ୍ର ବିକଳ୍ପ ସାବ୍ୟସ୍ତ ହୋଇଛି। ଏପରିସ୍ଥଳେ ଜନସାଧାରଣଙ୍କୁ ଭାକ୍ସିନ୍‌ ନେବା ଲାଗି ସଚେତନ କରାଇବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିଆରା ଉଦ୍ୟମ…

କରୋନା ମୁକାବିଲା ପାଇଁ ନିଆରା ଉପାୟ ଆପଣାଇଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ,୩।୬: କରୋନା ଭାଇରସ୍‌ ପ୍ରଥମ ଲହରରେ ଗ୍ରାମାଞ୍ଚଳ ସୁରକ୍ଷିତ ରହିଥିଲା କିନ୍ତୁ ଦ୍ୱିତୀୟ ଲହରରେ କରୋନା କାବୁରେ ରହିଛି ଗ୍ରାମାଞ୍ଚଳ। ପୂର୍ବରୁ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ଅତ୍ୟଧିକ ରହିଥିବା ବେଳେ ବର୍ତ୍ତମାନ ଗାଁଗୁଡ଼ିକରେ ସଂକ୍ରମଣ ଅଧିକ ବ୍ୟାପିବାରେ ଲାଗିଛି। ଇତିମଧ୍ୟରେ ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?