ଗତ ୨୪ ଘଣ୍ଟାରେ ୭୪ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ

ଚଣ୍ଡିଗଡ଼,୪।୬: ହରିଆଣାରେ ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୪ ନୂଆ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଥିବା ବେଳେ ୬ଜଣଙ୍କ ମୃତ୍ୟୁ ଘଟିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୧ହଜାରରୁ ଊର୍ଦ୍ଧ୍ୱ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇସାରିଲେଣି। ସୂଚନା ମୁତାବକ ମେ’ ୭ରେ ରାଜ୍ୟରେ ପ୍ରଥମ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଥିଲେ। ତେବେ ୨୭ଦିନ ମଧ୍ୟରେ ୧ହଜାରରୁ ଊର୍ଦ୍ଧ୍ୱ ରୋଗୀ ଚିହ୍ନଟ ହୋଇସାରିଲେଣି। ସେଥିରୁ ୫୦୦ରୋଗୀ ମାତ୍ର ୧୧ ଦିନରେ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ହରିଆଣାରେ ଏପର୍ଯ୍ୟନ୍ତ ମୋଟ ୧୦୨୫ ବ୍ଲାକ୍‌ ଫଙ୍ଗସ୍‌ ରେଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୩୮ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ୭୮୪ଜଣଙ୍କ ଚିକିତ୍ସା ଚାଲିଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି। ଅନ୍ୟପଟେ ରାଜ୍ୟରେ ଇଞ୍ଜେକ୍ସନ ଅଭାବରୁ ରୋଗୀଙ୍କ ଚିକିତ୍ସା କରାଯାଇ ପାରୁନାହିଁ ବୋଲି ଗୃହମନ୍ତ୍ରୀ ଅନୀଲ ବିଜ କହିଛନ୍ତି। ତେବେ ଏନେଇ ସେ କେନ୍ଦ୍ରକୁ ଅବଗତ କରାଇଛନ୍ତି। ଖୁବ୍‌ଶୀଘ୍ର ରାଜ୍ୟରେ ଇଞ୍ଜେକ୍ସନ ଉପଲବ୍ଧ କରାଇ ରୋଗୀଙ୍କ ଚିକିତ୍ସାକୁ ତ୍ୱରାନ୍ବିତ କରାଯିବ ବୋଲି ଅନୀଲ ବିଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପିଏଲ୍‌ ତାଲିକାରୁ ୧୨ ପ୍ରତିଶତ ମୁକ୍ତି ପାଇଛନ୍ତି…

ରାଞ୍ଚି, ୫।୬ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ରାଞ୍ଚିଠାରେ ଆଦିବାସୀ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ ଯେତେବେଳେ ଭାରତରେ...

କରୋନା ଭୟ ସତ୍ତ୍ୱେ ଭେଙ୍କଟେଶ୍ୱର ମନ୍ଦିରରେ ହେଲା ବିବାହ

ହାଇଦ୍ରାବାଦ,୨୧।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ କୌଣସି ସ୍ଥାନରେ ଲୋକେ ଏକାଠି ହେବାକୁ ସରକାର ବାରଣ କରିଛନ୍ତି। ଏହି ସମୟରେ...

ଭିଡିଓ କନଫରେନସିଂ ଜରିଆରେ କରୋନା ୱାରିୟର୍ସଙ୍କୁ ସମ୍ବୋଧିତ କଲେ ମୋଦି

ବାରାଣସୀ,୨୨ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବାରାଣସୀର କରୋନା ଯୋଦ୍ଧାଙ୍କୁ ସମ୍ବୋଧିତ କରିଛନ୍ତି । ମୋଦି କହିଥିଲେ ୨୦୨୧ର ଆରମ୍ଭ ଶୁଭ ରହିଛି ।...

ଆଜି ନାମାଙ୍କନପତ୍ର ଦାଖଲ କରିବେ ମାର୍ଗାରେଟ୍‌ ଆଲ୍‌ଭା

ନୂଆଦିଲ୍ଲୀ,୧୯।୭: ଉପରାଷ୍ଟ୍ରପତି ନିର୍ବାଚନ ଲାଗି ମଙ୍ଗଳବାର ନାମାଙ୍କନପତ୍ର ଦାଖଲ କରିବେ ବିରୋଧୀ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ୍‌ ଆଲ୍‌ଭା। ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ମାର୍ଗାରେଟ୍‌ଙ୍କ...

ବିନା ଡ୍ରାଇଭରରେ ଚାଲିବ ଟ୍ରେନ୍‌

ନୂଆଦିଲ୍ଲୀ,୧୫।୧୦: ପ୍ରଥମ ଥର ପାଇଁ ବିନା ଡ୍ରାଇଭରରେ ଚାଲିବ ଟ୍ରେନ୍‌। ଏମିତି ଟ୍ରେନକୁ ଜର୍ମାନୀର ହାମବର୍ଗରେ ତିଆରି କରାଯାଇଛି। ଦୁଇ ଜର୍ମାନୀ କମ୍ପାନୀ ଡଏଚ୍‌ ବାହାନ...

ସ୍ପେଶାଲ ଲିଭ୍‌ ପିଟିଶନ ଦାଖଲ କଲେ ପଓ୍ବନ

ନୂଆଦିଲ୍ଲୀ,୧୭।୧: ନିର୍ଭୟା ଗଣବଳାତ୍କାର ଦୋଷୀ ପଓ୍ବନ ଗୁପ୍ତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଶୁକ୍ରବାର ସେ ସୁପ୍ରିମକୋର୍ଟରେ ଏକ ସ୍ପେଶାଲ ଲିଭ୍‌ ପିଟିଶନ(ଏସ୍‌ଏଲ୍‌ପି) ଦାଖଲ କରିଛନ୍ତି। ସେଥିରେ...

‘ସ୍କାଏ ବୁରିଆଲ୍‌’ ପାର୍ସୀ ପରମ୍ପରାରେ କରୋନା ମୃତକଙ୍କ ଅନ୍ତିମ ସଂସ୍କାର କରିବା ଲାଗି ନୋଟିସ୍‌ ଜାରି…

ନୂଆଦିଲ୍ଲୀ,୭।୧୨: ଦେଶରେ କରୋନାର ନୂତନ ଭାରିଆଣ୍ଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ପାର୍ସୀ ସମ୍ପ୍ରଦାୟ ପକ୍ଷରୁ ‘ସ୍କାଏ ବୁରିଆଲ୍‌’ ପରମ୍ପରାରେ କରୋନା...

ଟିକାକରଣରେ ଆମେରିକାକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ,୨୮।୬: ଭାରତରେ କରୋନା ଭାଇରସ୍‌ ସଂକ୍ରମଣ ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। କିନ୍ତୁ କରୋନାର ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ ଏବେ ଚିନ୍ତା ବଢ଼ାଇଦେଇଛି। ଅନେକ...

Advertisement
Archives

Model This Week