ପାଇକାରୀ ମୁଦ୍ରାସ୍ଫୀତି ୦.୫୮%କୁ ବୃଦ୍ଧି
ନୂଆଦିଲ୍ଲୀ,୧୭-୧୨: ନଭେମ୍ବରରେ ପାଇକାରୀ ମୂଲ୍ୟ ଭିତ୍ତିକ ମୁଦ୍ରାସ୍ଫୀତି ୦.୫୮%କୁ ବୃଦ୍ଧି ଘଟିଛି। ଏହା ଅକ୍ଟୋବରରେ ୦.୧୬% ରହିଥିଲା। ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ଯୋଗୁ ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧି ଘଟିଥିବା ଜଣାପଡିଛି। ମାସିକ ପାଇକାରୀ ମୂଲ୍ୟ ସୂଚୀ(ଡବ୍ଳ୍ୟୁପିଆଇ) ୨୦୧୮ ନଭେମ୍ବରରେ...
ଜିଡିପି ପୂର୍ବାନୁମାନ ୪.୯%କୁ ଖସାଇଲା ମୁଡିସ୍
ନୂଆଦିଲ୍ଲୀ,୧୭-୧୨:ମୁଡିସ୍ ଇନଭେଷ୍ଟର୍ସ ସର୍ଭିସ ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି ଭାରତର ବିକାଶ ପୂର୍ବାନୁମାନକୁ ୪.୯%କୁ ଖସାଇଛି। ଚାହିଦାରେ ହ୍ରାସ ଯୋଗୁ ଅଭିବୃଦ୍ଧି ଖସିବାର ପ୍ରମୁଖ କାରଣ ବୋଲି ଏହା ପ୍ରକାଶ କରିଛି। ସେହିଭଳି ଭାରତରେ ଋଣ ଯୋଗାଣ କ୍ଷେତ୍ରରେ ସମସ୍ୟା...
ବିତ୍ତୀୟ ନିଅଣ୍ଟ ନିୟନ୍ତ୍ରଣ ଉପରେ ଧ୍ୟାନ ଦେଉ ଭାରତ: ଗୀତା ଗୋପୀନାଥ
ନୂଆଦିଲ୍ଲୀ,୧୭-୧୨: ଭାରତ ଏହାର ବିତ୍ତୀୟ ନିଅଣ୍ଟ ନିୟନ୍ତ୍ରଣ ଉପରେ ଧ୍ୟାନ ଦେଉ। ରାଜସ୍ବ ସଂଗ୍ରହ ଉନ୍ନତ ହେବା ନେଇ ଆଶା କରାଯାଉଥିଲେ ମଧ୍ୟ ବିତ୍ତୀୟ ନିଅଣ୍ଟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍ଏଫ୍)ର ମୁଖ୍ୟ ଅର୍ଥନୀତିଜ୍ଞ...
ନାଲ୍କୋ ଅଧ୍ୟକ୍ଷ ହେଲେ ଶ୍ରୀଧର ପାତ୍ର
ଭୁବନେଶ୍ୱର,୧୭-୧୨: ରାଷ୍ଟ୍ରାୟତ୍ତ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲ୍କୋ)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଶ୍ରୀଧର ପାତ୍ର ନିୟୁକ୍ତ ହୋଇଛନ୍ତି। କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ସୋମବାର ଏକ ଅର୍ଡର ଜାରି ହୋଇଛି। ପାତ୍ର ବର୍ତ୍ତମାନ ନାଲ୍କୋର ବିତ୍ତ...
ଡିସେମ୍ବର ୩୧ ସୁଦ୍ଧା ପାନ୍-ଆଧାର ସଂଯୋଗ ଅନିବାର୍ଯ୍ୟ
ନୂଆଦିଲ୍ଲୀ,୧୬-୧୨: ଚଳିତ ବର୍ଷ ଶେଷ ସୁଦ୍ଧା ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର(ପାନ୍)ର ଆଧାର ସହ ସଂଯୋଗ ବାଧ୍ୟତାମୂଳକ କରାଯାଇଛି। ରବିବାର ଆୟକର ବିଭାଗ ପକ୍ଷରୁ ଏ ନେଇ ଏକ ନୋଟିସ ଜାରି କରାଯାଇଛି। ଏକ ଉନ୍ନତ ଭବିଷ୍ୟତ ଗଠନ ସହ ନିରନ୍ତର...
୨୪ ଘଣ୍ଟିଆ ହେବ ଏନ୍ଇଏଫ୍ଟି ନେଣଦେଣ
ନୂଆଦିଲ୍ଲୀ,୧୬-୧୨: ଯଦି ଆପଣ ଅନଲାଇନ ନେଣଦେଣ ନ୍ୟାଶନାଲ ଇଲେକଟ୍ରୋନିକ୍ସ ଫଣ୍ଡ ଟ୍ରାନ୍ସଫର(ଏନ୍ଇଏଫ୍ଟି) ଦ୍ୱାରା କରୁଥାନ୍ତି ତେବେ ଏହା ଆହୁରି ସୁବିଧା ଜନକ ହୋଇଛି। ୧୬ ଡିସେମ୍ବରଠାରୁ ଏନ୍ଇଏଫ୍ଟି ନେଣଦେଣ ୨୪ ଘଣ୍ଟିଆ ହେବ। ଏହା ପୂର୍ବରୁ ଏହାର ୨୪ ଘଣ୍ଟିଆ...
ଟିକସ ଫାଙ୍କିବା ଲାଗି ନୂଆ ଠିକଣା ଖୋଜୁଛନ୍ତି କୋଟିପତି
ନୂଆଦିଲ୍ଲୀ,୧୬-୧୨: ଋଣ ଶୁଝିବାକୁ ସକ୍ଷମ ନ ହେଉଥିବା, ସରକାରୀ ଏଜେନ୍ସିଠାରୁ ବଞ୍ଚିବା ଏବଂ ନିଲାମଠାରୁ ନିଜ ସମ୍ପତ୍ତିକୁ ରକ୍ଷା କରିବା ଲାଗି ଭାରତୀୟ କୋଟିପତିମାନେ ନୂଆ ତରିକା ଆପଣାଉଥିବା ଦେଖାଯାଇଛି। ଏମାନେ ମାଲ୍ଟା, ଦୁବାଇ, ସିଙ୍ଗାପୁର ଭଳି ସ୍ଥାନଗୁଡିକରେ ଟ୍ରଷ୍ଟ...
ଆଇବିସି ପ୍ରକ୍ରିୟା ପୂର୍ବରୁ ୯ ହଜାରରୁ ଉର୍ଦ୍ଧ୍ୱ ମାମଲା ଫଇସଲା
ନୂଆଦିଲ୍ଲୀ,୧୬-୧୨: ଇନସଲଭେନ୍ସି ଆଇନରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ପ୍ରି ଆଡମିଶନ ଷ୍ଟେଜରେ ୯ ହଜାରରୁ ଉର୍ଦ୍ଧ୍ୱ ମାମଲା ଫଇସଲା କରାଯାଇଛି। ଏହି ମାମଲାଗୁଡିକ ସହ ୩.୭୪ ଲକ୍ଷ କୋଟି ଟଙ୍କା ଜଡିତ ରହିଥିବା ସରକାରଙ୍କ ପକ୍ଷରୁ ସୂଚନା...
ପ୍ରାକ ବଜେଟ ପରାମର୍ଶ ପ୍ରକ୍ରିୟା;ଆଜି ଅଂଶୀଦାରଙ୍କୁ ଭେଟିବେ ସୀତାରାମନ
ନୂଆଦିଲ୍ଲୀ,୧୬-୧୨: ଆର୍ଥତ୍କ ବର୍ଷ ୨୦୨୦-୨୧ର ସାଧାରଣ ବଜେଟ ଲାଗି ପ୍ରାକ୍ ବଜେଟ ପରାମର୍ଶ ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହେଉଛି। ଏଥିଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଅଂଶୀଦାରଙ୍କୁ ଭେଟିବେ। ଏହା ମଧ୍ୟରେ ଶିଳ୍ପ ସଂଘ, କୃଷକଙ୍କ ସଂଘ ଏବଂ ଅର୍ଥନୀତିଜ୍ଞମାନେ ରହିଛନ୍ତି।...
ସତର୍କ କରାଇଲେ ପୂର୍ବତନ ସିଇଏ;ଆଇସିୟୁକୁ ଯାଉଛି ଅର୍ଥ ବ୍ୟବସ୍ଥା
କେମ୍ବ୍ରିଜ,୧୫-୧୨: ଭାରତ ଏବେ ମାନ୍ଦାବସ୍ଥା ସହ ଜୁଝୁଥିବା ବେଳେ ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) ଅରବିନ୍ଦ ସୁବ୍ରମଣ୍ୟନ ସତର୍କ କରାଇଛନ୍ତି। ବର୍ତ୍ତମାନର ମାନ୍ଦାବସ୍ଥା ଗ୍ରେଟ୍ ସ୍ଲୋଡାଉନ ବା ବହୁତ ବଡ । ଭାରତୀୟ...
ଶିଳ୍ପ ସଂଘ ଫିକିର ଦାବି;ଆୟକର ସ୍ଲାବରେ ସଂଶୋଧନ ହେଉ
ନୂଆଦିଲ୍ଲୀ,୧୫-୧୨: ୨୦୨୦-୨୧ ଆର୍ଥତ୍କ ବର୍ଷର ସାଧାରଣ ବଜେଟ ଫେବୃୟାରୀ ପହିଲାରେ ଆସିପାରେ। ଏହି ସମୟରେ ୩୧ ଜାନୁୟାରୀରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଆସିବ ବୋଲି ଅର୍ଥ ମନ୍ତ୍ରଣାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଫେବୃୟାରୀ ପହିଲା ଶନିବାର ପଡୁଛି। ୨୦୧୫-୧୬ପରେ...
୨୧ ଗୁରୁତ୍ୱପୂର୍ଣ୍ଣ ଔଷଧର ମୂଲ୍ୟ ବଢିବ
ନୂଆଦିଲ୍ଲୀ,୧୫-୧୨: ଆଣ୍ଟି ବାୟୋଟିକ, ଆଣ୍ଟି ଆଲର୍ଜିକ, ମ୍ୟାଲେରିଆ ଏବଂ ଭିଟାମିନ ସି ଭଳି ୨୧ ଗୁରୁତ୍ୱପୂର୍ଣ୍ଣ ଔଷଧର ମୂଲ୍ୟ ବଢିବ। ଏହି ଔଷଧର ମୂଲ୍ୟ ୫୦% ବଢାଇବା ଲାଗି କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଔଷଧ ମୂଲ୍ୟ ନିୟାମକ...
Archives


