ବିତ୍ତୀୟ ନିଅଣ୍ଟ ନିୟନ୍ତ୍ରଣ ଉପରେ ଧ୍ୟାନ ଦେଉ ଭାରତ: ଗୀତା ଗୋପୀନାଥ

ନୂଆଦିଲ୍ଲୀ,୧୭-୧୨: ଭାରତ ଏହାର ବିତ୍ତୀୟ ନିଅଣ୍ଟ ନିୟନ୍ତ୍ରଣ ଉପରେ ଧ୍ୟାନ ଦେଉ। ରାଜସ୍ବ ସଂଗ୍ରହ ଉନ୍ନତ ହେବା ନେଇ ଆଶା କରାଯାଉଥିଲେ ମଧ୍ୟ ବିତ୍ତୀୟ ନିଅଣ୍ଟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(ଆଇଏମ୍‌ଏଫ୍‌)ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ ସୋମବାର କହିଛନ୍ତି। ୨୦୧୮ରେ ଭାରତର ପ୍ରକୃତ ଜିଡିପି ଅଭିବୃଦ୍ଧି ହାର ୬.୮% ରହିଛି। ୨୦୧୯ରେ ଭାରତର ବିକାଶ ହାର ୬.୧% ରହିବ ବୋଲି ଆଇଏମ୍‌ଏଫ୍‌ ପୂର୍ବାନୁମାନରେ କହିଛି। ସେହିଭଳି ୨୦୨୦ ବର୍ଷ ଲାଗି ଭାରତର ବିକାଶ ହାର ୭% ରହିବା ନେଇ ଏହା ଅନୁମାନ ଲଗାଇଛି। ଭାରତର ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ଅଧିକ କାମ କରିବାର ଆବଶ୍ୟକତା ରହିଛି ବୋଲି ଗୋପୀନାଥ କହିଛନ୍ତି। ବାଣିଜି୍ୟକ ବ୍ୟାଙ୍କଗୁଡିକର ବାଲାନ୍ସ ସିଟ୍‌ ସ୍ବଚ୍ଛ ରଖିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri