ପାଇକାରୀ ମୁଦ୍ରାସ୍ଫୀତି ୦.୫୮%କୁ ବୃଦ୍ଧି

ନୂଆଦିଲ୍ଲୀ,୧୭-୧୨: ନଭେମ୍ବରରେ ପାଇକାରୀ ମୂଲ୍ୟ ଭିତ୍ତିକ ମୁଦ୍ରାସ୍ଫୀତି ୦.୫୮%କୁ ବୃଦ୍ଧି ଘଟିଛି। ଏହା ଅକ୍ଟୋବରରେ ୦.୧୬% ରହିଥିଲା। ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ଯୋଗୁ ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧି ଘଟିଥିବା ଜଣାପଡିଛି। ମାସିକ ପାଇକାରୀ ମୂଲ୍ୟ ସୂଚୀ(ଡବ୍ଳ୍ୟୁପିଆଇ) ୨୦୧୮ ନଭେମ୍ବରରେ ୪.୪୭% ରହିଥିଲା। ଚଳିତବର୍ଷ ନଭେମ୍ବରରେ ଖାଦ୍ୟ ସାମଗ୍ରୀ ଦର ୧୧ % ବଢିଛି। ଏହା ଗତ ମାସରେ ୯.୮୦% ବଢିଥିଲା। ଏହି ସମୟରେ ଅଣ ଖାଦ୍ୟ ସାମଗ୍ରୀ ଦର ୧.୯୩% ବୃଦ୍ଧି ଘଟିଛି। ଯାହା ଅକ୍ଟୋବରରେ ୨.୩୫% ରହିଥିଲା ବୋଲି ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଦେଇଥିବା ତଥ୍ୟରୁ ସାମ୍ନାକୁ ଆସିଛି। ମାନୁଫାକଚର୍ଡ ପ୍ରଡକ୍ଟ କ୍ଷେତ୍ରରେ ପାଇକାରୀ ମୂଲ୍ୟସୂଚୀ (-) ୦.୮୪% ରହିଛି। ଗତ ସପ୍ତାହରେ ପ୍ରକାଶ ପାଇଥିବା ଖୁଚୁରା ମୁଦ୍ରାସ୍ଫୀତି ନଭେମ୍ବରରେ ୩ ବର୍ଷର ସର୍ବୋଚ୍ଚ ସ୍ତର ୫.୫୪% ସ୍ତରରେ ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri