ଅଭିବୃଦ୍ଧି ପୂର୍ବାନୁମାନ ୪.୮%କୁ ଖସାଇଲା ଆଇଏମ୍ଏଫ୍
ନୂଆଦିଲ୍ଲୀ,୨୧-୧: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି( ଆଇଏମ୍ଏଫ୍) ସୋମବାର ଆର୍ଥତ୍କ ବର୍ଷ ୨୦୧୯-୨୦ ଲାଗି ଭାରତର ବିକାଶ ହାର ପୂର୍ବାନୁମାନକୁ ୪.୮%କୁ ଖସାଇଛି। ଏହି ଏଜେନ୍ସି ଭାରତ ବଜାର ଲାଗି ପୂର୍ବରୁ କରାଯାଇଥିବା ଅନୁମାନ ତୁଳନାରେ ବର୍ତ୍ତମାନ ୧.୩% ହ୍ରାସ କରିଛି।...
ସୋସିଆଲ୍ ମୋବିଲିଟି ସୂଚକାଙ୍କ: ୭୬ ତମ ସ୍ଥାନରେ ଭାରତ
ନୂଆଦିଲ୍ଲୀ,୨୧-୧: ଓ୍ବାର୍ଲଡ ଇକୋନୋମିକ ଫୋରମ୍ (ଡବ୍ଲ୍ୟୁଇଏଫ୍) ପକ୍ଷରୁ ସୋମବାର ପ୍ରକାଶିତ ନିୟୁ ସୋସିଆଲ ମୋବିଲିଟି ସୂଚକାଙ୍କରେ ୮୨ ଦେଶ ମଧ୍ୟରୁ ଭାରତ ୭୬ତମ ସ୍ଥାନରେ ରହିଛି। ଡେନମାର୍କ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି। ପ୍ରଥମ ୫ ସ୍ଥାନରେ ଥିବା...
ଅର୍ଥ ବ୍ୟବସ୍ଥାର ପ୍ରକୃତ ସ୍ଥିତି ମାପିବେ ସରକାର
ନୂଆଦିଲ୍ଲୀ,୨୦-୧: ଦେଶ ମଧ୍ୟରେ ଡାଟାର ଗୁଣବତ୍ତା ନ ଥିବା ଯୋଗୁ ସରକାରଙ୍କୁ ଅନେକେ ସମାଲୋଚନା କରିଥାନ୍ତି। ସେହିଭଳି ଡାଟା ହେରଫେରର ଅଭିଯୋଗ ସରକାରଙ୍କ ବିରୋଧରେ ଆସିଛି। ଏସବୁ ପ୍ରସଙ୍ଗକୁ ବିଚାର କରି ସରକାରୀ ପରିସଂଖ୍ୟାନ ଡାଟାର ସଂଶୋଧନ କରିବା ଲାଗି...
ଟିକସ କ୍ଷେତ୍ରରେ ଆସିପାରେ ବଡ ଘୋଷଣା
ନୂଆଦିଲ୍ଲୀ,୨୦-୧: ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ରହିଛି। ସୋମବାର ହାଲଓ୍ବା ସେରିମନି ଅନୁଷ୍ଠିତ ହୋଇଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ସମେତ ବଜେଟ ପ୍ରସ୍ତୁତିରେ ସାମିଲ ଅଧିକାରୀମାନେ ବଜେଟ ଉପସ୍ଥାପନ ହେବା ଯାଏ ନର୍ଥ ବ୍ଲକରୁ ବାହାରିବା ବନ୍ଦ ହୋଇଯିବ।...
ବଜେଟକୁ ନେଇ ସୋସିଆଲ ମିଡିଆ କ୍ୟାମ୍ପେନ
ନୂଆଦିଲ୍ଲୀ,୨୦-୧: ବଜେଟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ସୋସିଆଲ ମିଡିଆ କ୍ୟାମ୍ପେନ୍ ଆରମ୍ଭ କରାଯିବ। ଏହା ଚଳିତ ମାସ ୨୨ ଠାରୁ ଶୁଭାରମ୍ଭ ହେବ ବୋଲି...
୩୧ରୁ ୨ ଦିନିଆ ବ୍ୟାଙ୍କ ଧର୍ମଘଟ
ନୂଆଦିଲ୍ଲୀ,୨୦-୧: ୟୁନାଇଟେଡ୍ ଫୋରମ ଫର ବ୍ୟାଙ୍କ ୟୁନିୟନ୍ସ(ୟୁଏଫ୍ବିୟୁ) ପକ୍ଷରୁ ଆସନ୍ତା ମାସ ୩୧ରୁ ୨ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ୟୁଏଫ୍ବିୟୁ ମଧ୍ୟରେ ୯ ଶ୍ରମିକ ସଙ୍ଗଠନ ସାମିଲ ଅଛନ୍ତି। ସେହିଭଳି ସଂଘ ମାର୍ଚ୍ଚ ୧୧ରୁ ଏହା ୩ ଦିନିଆ...
ଆର୍ବିଆଇ ବୋର୍ଡ ବୈଠକରେ ଉଠିପାରେ ଡିଭିଡେଣ୍ଡ ପ୍ରସଙ୍ଗ
ନୂଆଦିଲ୍ଲୀ,୨୦-୧: ବର୍ତ୍ତମାନ ସରକାର ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ହାସଲ କରିବା ଦିଗରେ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି। ଟିକସ ସଂଗ୍ରହ କମିଥିବାରୁ ରାଜକୋଷ ଉପରେ ଏବେ ଚାପ ରହିଛି। ଏହାକୁ ଧ୍ୟାନରେ ରଖି ସରକାର କେନ୍ଦ୍ରୀୟ ବ୍ୟାଙ୍କଠାରୁ ଅଧିକ ଅର୍ଥ...
୨୦ରେ ହାଲଓ୍ବା ସେରିମନି
ନୂଆଦିଲ୍ଲୀ,୧୯-୧: ଚଳିତ ମାସ ୨୦ ତାରିଖରେ ହାଲଓ୍ବା ସେରିମନି ଅନୁଷ୍ଠିତ ହେବ। ପ୍ରଥା ଅନୁସାରେ ଏହି ଦିନ ବଜେଟ ଦସ୍ତାବିଜ ପ୍ରିଣ୍ଟ ଆରମ୍ଭ ହୋଇଥାଏ। ଫେବୃୟାରୀ ପହିଲାରୁ ସାଧାରଣ ବଜେଟ ଆସିବାକୁ ଥିବା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦ରେ...
ପୂର୍ବତନ ଭୂଷଣ ସିଏମ୍ଡିଙ୍କ ୨୦୦ କୋଟିର ସମ୍ପତ୍ତି ଜବତ
ନୂଆଦିଲ୍ଲୀ,୧୯-୧: ଭୂଷଣ ପାଓ୍ବାର ଆଣ୍ଡ ଷ୍ଟିଲ ଲିମିଟେଡର ପୂର୍ବତନ ସିଏମ୍ଡି ସଞ୍ଜୟ ସିଂଘଲଙ୍କ ୨୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ସମ୍ପତ୍ତି ଜବତ କରାଯାଇଛି। ବେଆଇନ ଅର୍ଥ କାରବାର ନିରୋଧି ଆଇନ ଅନୁସାରେ ଦିଲ୍ଲୀ ଏବଂ ଲଣ୍ଡନସ୍ଥିତ ସମ୍ପତ୍ତି ଜବତ ହୋଇଥିବା...
୭ ଲକ୍ଷ କୋଟି ଟଙ୍କା ବଢିଲା ଆଲଫାବେଟର ବଜାର ପୁଞ୍ଜୀକରଣ
ନୂଆଦିଲ୍ଲୀ,୧୯-୧: ଗୁଗଲର ମୂଳ କମ୍ପାନୀ ଆଲ୍ଫାବେଟର ବଜାର ପୁଞ୍ଜୀକରଣ ପ୍ରଥମଥର ଲାଗି ୧ ଟ୍ରିଲିୟନ ଡଲାର(୭୧ ଲକ୍ଷ କୋଟି ଟଙ୍କା) ଟପିଛି। ପ୍ରବାସୀ ଭାରତୀୟ ସୁନ୍ଦର ପିଚାଇ କମ୍ପାନୀର ସିଇଓ ହେବାର ଦେଢ ମାସ ପରେ ଆଲ୍ଫାବେଟର ବଜାର ପୁଞ୍ଜୀକରଣ...
ଘରକ୍ରେତା, ବ୍ୟାଙ୍କ ଟଙ୍କା ବିଦେଶୀରେ ନିବେଶ କରିଛି ୟୁନିଟେକ୍
ନୂଆଦିଲ୍ଲୀ,୧୯-୧: ରିୟଲ ଇଷ୍ଟେଟ କମ୍ପାନୀ ୟୁନିଟେକ୍ ଗ୍ରାହକଙ୍କ ଝାଳବୁହା ଧନକୁ ଠକେଇ କରି ବିଦେଶର ଅଫସୋର କମ୍ପାନୀରେ ନିବେଶ କରିଛି। ସେହିଭଳି ବ୍ୟାଙ୍କର ଋଣ ଅର୍ଥକୁ କମ୍ପାନୀ ଏଭଳି କାର୍ଯ୍ୟରେ ଲଗାଇଛି। ଏହି ଭାବେ ୟୁନିଟେକ ୨୯,୮୦୦ ଗ୍ରାହକ ଏବଂ...
ଜିଏସ୍ଟି ଆଦାୟ ଲକ୍ଷ୍ୟ ବଢିଲା
ନୂଆଦିଲ୍ଲୀ,୨୦-୧: ଜାନୁୟାରୀ, ଫେବୃୟାରୀ ମାସ ଲାଗି ସାମଗ୍ରୀ ଓ ସେବା ଟିକସ(ଜିଏସ୍ଟି) ଆଦାୟ ଲକ୍ଷ୍ୟ ବୃଦ୍ଧି କରାଯାଇ ୧.୧୫ ଲକ୍ଷ କୋଟି ଟଙ୍କା କରାଯାଇଛି। ରାଜସ୍ବ ବିଭାଗ ପକ୍ଷରୁ ଶୁକ୍ରବାର ଏଭଳି ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି। ସେହିଭଳି ମାର୍ଚ୍ଚ ମାସ...
Archives


