ବାଣିଜ୍ୟ

କମିଲା ଏଲପିଜି ଗ୍ୟାସ୍‌ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧୧: ନଭେମ୍ବର ମାସ ଆରମ୍ଭର ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଛି। ଆଜିଠାରୁ ଏଲପିଜ ଗ୍ୟାସ ସିଲିଣ୍ଡର ୧୧୫ ଟଙ୍କା ଶସ୍ତା ହୋଇଛି। ତେବେ ସାରା ଦେଶରେ କମର୍ସିଆଲ୍‌ ଏଲପିଜି ସିଲିଣ୍ଡର ମୂଲ୍ୟରେ ଏହି ହ୍ରାସ କରାଯାଇଛି। ବର୍ତ୍ତମାନ ଘରୋଇ ସିଲିଣ୍ଡରର…

ଏସ୍‌ବିଆଇର ବିଶାଳ ସିଏସ୍‌ପି ସମାବେଶ

ଭୁବନେଶ୍ୱର,୧।୧୧: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ)ର ଭୁବନେଶ୍ବର ମଣ୍ଡଳ ଅଧୀନ ଗ୍ରାହକ ସେବା କେନ୍ଦ୍ରର ପରିଚାଳକମାନଙ୍କର ଏକ ବିଶାଳ ସମାବେଶ ନିକଟରେ ସ୍ଥାନୀୟ ରେଳ କୁଞ୍ଜ ଅଡିଟୋରିୟମଠାରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଏସବିଆଇର ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମା…

‘ସତ୍ୟନିଷ୍ଠ ଓ ସ୍ବଚ୍ଛତା ଆଣିବାକୁ ଶପଥ ପାଠ’

ଭୁବନେଶ୍ୱର,୧।୧୧: ପୂର୍ବତଟ ରେଳପଥ ପକ୍ଷରୁ ସ୍ଥାନୀୟ ରେଳ ମୁଖ୍ୟାଳୟ ‘ରେଳସଦନ’ଠାରେ ସତର୍କତା ସଚେତନତା ସପ୍ତାହ-୨୦୨୨ ପାଳିତ ହୋଇଯାଇଛି। ଏପରିକି ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ରେଳବାଇ…

ସାଧୁତା ଅବଲମ୍ବନକୁ ଗୁରୁତ୍ୱ ଦେବା ଆବଶ୍ୟକ

ଭୁବନେଶ୍ୱର,୧।୧୧: ଓଡିଶା ଶିଳ୍ପ ଭିତ୍ତିଭୂମି ଊନ୍ନୟନ ନିଗମ (ଇଡ୍‌କୋ) ପକ୍ଷରୁ ‘ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୨’ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସୋମବାର ଭୁବନେଶ୍ୱ୍‌ର ସ୍ଥିତ ଇଡକୋ ମୁଖ୍ୟ କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଇଡକୋ ମୁଖ୍ୟ ସତର୍କତା ଅଧିକାରୀ…

ଆଜିଠାରୁ ଡିଜିଟାଲ କରେନ୍ସି

ନୂଆଦିଲ୍ଲୀ,୧।୧୧: ଚଳିତ ବର୍ଷ ନଭେମ୍ବର ୧ ତାରିଖ(ମଙ୍ଗଳବାର)ଠାରୁ ସାରା ଦେଶରେ ଡିଜିଟାଲ କରେନ୍ସିର ପ୍ରଚଳନ ହେବାକୁ ଯାଉଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଘୋଷଣା କରାଯାଇଛି। ଏପରିକି ମଙ୍ଗଳବାରଠାରୁ ଭାରତରେ ଡିଜିଟାଲ କରେନ୍ସି ‘ଇ-ରୂପୀ’ର ପାଇଲଟ ପ୍ରୋଜେକ୍ଟ ମଧ୍ୟ…

ବ୍ଲୁ ଟିକ୍‌ ପାଇଁ ଏଣିକି ଟୁଇଟର୍‌ ୟୁଜର୍ସଙ୍କୁ ଦେବାକୁ ପଡ଼ିପାରେ ଚାର୍ଜ

ନ୍ୟୁୟର୍କ,୩୧।୧୦: ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର୍‌ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛି। ଏଲନ ମସ୍କ ଟୁଇଟର୍‌ କିଣିବା ପରେ ଟୁଇଟର୍‌ର ଅନେକ ନୀତିରେ ପରିବର୍ତ୍ତନ ସାମ୍ନାକୁ ଆସିଛି। କିଛି ଦିନ ପୂର୍ବରୁ, ମସ୍କ ଟୁଇଟର୍‌ ଯାଞ୍ଚ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ…

ବନ୍ଧନ ବ୍ୟାଙ୍କର ୨ୟ ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୩୧।୧୦: ବନ୍ଧନ ବ୍ୟାଙ୍କ୍‌ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ବ୍ୟାଙ୍କ୍‌ର ମୋଟ କାରବାର (ଜମା ଓ ଅଗ୍ରୀମ) ୨୦୨୨ ସେପ୍ଟେମ୍ବର ୩୦ ସୁଦ୍ଧା ବର୍ଷକୁ ବର୍ଷ ଭିତରେ ୧୯.୫%…

ଜିଓର ୫ଜି କନେକ୍ଟେଡ୍‌ ଆମ୍ବୁଲାନ୍ସ ସେବା

ନୂଆଦିଲ୍ଲୀ,୩୧।୧୦: ଦେଶର ପ୍ରମୁଖ ଟେଲିକମ୍‌ ସଂସ୍ଥା ରିଲାଏନ୍ସ ଜିଓ ପକ୍ଷରୁ ଏକ ଅତ୍ୟାଧୁନିକ ୫ଜି କନେକ୍ଟେଡ୍‌ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରାଯାଇଛି। ବିଶେଷ କରି ଉକ୍ତ ଆମ୍ବୁଲାନ୍ସରେ ଅନେକ ବୈଶିଷ୍ଟ୍ୟ ରହିଛି। ଏପରିକି ଡାକ୍ତରଖାନାରେ ରୋଗୀ ପହଞ୍ଚିବା ପୂର୍ବରୁ ରୋଗୀ ସମ୍ପର୍କିତ…

ଜୁପିଟର ଡିଗ୍ରୀ କଲେଜର ସଫଳତା

ଭୁବନେଶ୍ୱର: ୩୧।୧୦: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଟାନ ଜୁପିଟର ଡିଗ୍ରୀ କଲେଜ ଚଳିତ ବର୍ଷର ସ୍ନାତକ ଫଳାଫଳରେ ସଫଳତା ଅର୍ଜନ କରିଛି। ଏପରିକି ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ସଦ୍ୟ ପ୍ରକାଶିତ +୩ ପରୀକ୍ଷା ଫଳର ମେଧା ତାଲିକାରେ କଲେଜର ଛାତ୍ରୀଛାତ୍ରୀ ପ୍ରଥମ…

‘କାର୍ଯ୍ୟ କ୍ଷେତ୍ରରେ ଶୂନ କ୍ଷତି’କୁ ପ୍ରଶଂସା

ଭୁବନେଶ୍ୱର,୩୧।୧୦: ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡର ଗଂଜାମ ଜିଲ୍ଲା ଗୋପାଳପୁରସ୍ଥିତ ଫେରୋ ଆଲଏଜ୍‌ ପ୍ଲାଂଟ୍‌ ଓ ଗୋପାଳପୁର ଶିଳ୍ପ ପାର୍କରେ ଥିବା ଟାଟା ଷ୍ଟିଲ୍‌ ସ୍ପେସିଆଲ୍‌ ଇକୋନମିକ୍‌ ଜୋନ୍‌ ଲିମିଟେଡ୍‌ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ…

୬ ହଜାର କୋଟିର କାରବାର କରିଛି କ୍ରାକର ଇଣ୍ଡଷ୍ଟ୍ରି

ନୂଆଦିଲ୍ଲୀ,୩୧।୧୦: କୋଭିଡ୍‌ ଯୋଗୁ ଗତ ଦୁଇବର୍ଷ ହେଲା ପାର୍ବଣ ଓ ଦୀପାବଳି ଭଳି ପ୍ରମୁଖ ପର୍ବ ବନ୍ଦ ରହିଥିଲା। ହେଲେ ଚଳିତବର୍ଷ କୋଭିଡ୍‌ ସଂକ୍ରମଣ ନିୟନ୍ତ୍ରଣରେ ଥିବାରୁ ପାର୍ବଣ ଓ ଦୀପାବଳି ପୂର୍ବ ବର୍ଷ (୨୦୧୯) ଭଳି ସ୍ବାଭାବିକ ଭାବେ ପାଳିତ…

ସହରୀ ଭାରତୀୟଙ୍କୁ ଘାରିଛି ବେକାରୀ-ଦୁର୍ନୀତି-ଦରଦାମ୍‌ ବୃଦ୍ଧି-ମୁଦ୍ରାସ୍ଫୀତି ଚିନ୍ତା: ସର୍ଭେ ରିପୋର୍ଟ…

ପ୍ୟାରିସ୍‌/ନୂଆଦିଲ୍ଲୀ,୩୦।୧୦ : ସହରରେ ବାସ କରୁଥିବା ଭାରତୀୟମାନେ ବେକାରୀ, ଦୁର୍ନୀତି, ଦରଦାମ୍‌ ବୃଦ୍ଧି ଏବଂ ମୁଦ୍ରାସ୍ଫୀତି ପାଇଁ ଚିନ୍ତିତ। ଫ୍ରାନ୍ସର ପ୍ୟାରିସରେ ଥିବା ଆଇପିଏସଓଏସ(ଇସସ୍ପୋସ୍‌)ର ମୁଖ୍ୟାଳୟ ପକ୍ଷରୁ ହୋଇଥିବା ସର୍ବଶେଷ ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି । ରିପୋର୍ଟରେ କୁହାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?