ପ୍ରଶାନ୍ତ କୁମାର ଏଏଏଆଇର ସଭାପତି ନିର୍ବାଚିତ

ନୂଆଦିଲ୍ଲୀ,୧।୧୨: ସାଉଥ ଏସିଆ ଅଫ୍‌ ଗ୍ରୁପ୍‌-ଏମ୍‌ ମିଡିଆ (ଇଣ୍ଡିଆ) ପ୍ରାଇଭେଟ୍‌ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପ୍ରଶାନ୍ତ କୁମାର ବିଜ୍ଞାପନ ଶିଳ୍ପର ଜଣାଶୁଣା ସଂଘ ଆଡଭର୍ଟାଇଜିଂ ଏଜେନ୍ସି ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏଏଏଆଇ)ର ନୂତନ ସଭାପତି ଭାବେ ବୁଧବାର ନିର୍ବାଚିତ ହୋଇଛନ୍ତି। ଏପରିକି ଏଏଏଆଇର ବାର୍ଷିକ ସାଧାରଣ ଅଧିବେଶନରେ ପ୍ରଶାନ୍ତ ୨୦୨୨-୨୩ ବର୍ଷ ପାଇଁ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଥିବା ଏଏଏଆଇ ପକ୍ଷରୁ କୁହାଯାଇଛି।

ସେହିଭଳି ହାଭାସ୍‌ ଗ୍ରୁପ୍‌ ଇଣ୍ଡିଆର ଗ୍ରୁପ୍‌ ସିଇଓ ରାଣା ବରୁଆ ଉପସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ମ୍ୟାଟ୍ରିକ୍ସ ପବ୍ଲିକେଶନ୍ସ ଏବଂ ମିଡିଆ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ବିଶନଦାସ ହର୍ଦାସାନି, କ୍ରାୟନ୍ସ ଆଡଭର୍ଟାଇଜିଂ ପ୍ରା.ଲି.ର କୁନାଲ ଲାଲାନି, କିନ୍ନେକ୍ଟ ପ୍ରା.ଲି.ର ରୋହନ ମେହେଟା, କୋଚିନ୍‌ର ମୈତ୍ରୀ ଆଡଭର୍ଟାଇଜିଂ ଓ୍ବାର୍କସ୍‌ ପ୍ରା.ଲି.ର ଚନ୍ଦ୍ରମୌଳି ମୁଥୁ,ବିଇହାଇଭ କମ୍ୟୁନିକେଶନ୍ସ ପ୍ରା.ଲି.ର ଶ୍ରୀଧର ରାମାସୁବ୍ରମଣ୍ୟନ୍‌, ଇନିସିଏଟିଭ୍‌ ମିଡିଆ ଇଣ୍ଡିଆ ପ୍ରା.ଲି.ର ଶଶିଧର ସିହ୍ନା, ହାଇଦ୍ରାବାଦର ସ୍ଲୋକା ଆଡଭର୍ଟାଇଜିଂ ପ୍ରା.ଲି.ର କେ. ଶ୍ରୀନିବାସ ଏବଂ ଇନ୍‌ଓସେନ ଓ୍ବାଲର୍ଡଓ୍ବାଇଡ୍‌ କମ୍ୟୁନିକେଶନ ପ୍ରା.ଲି.ର ବିବେକ ଶ୍ରୀବାସ୍ତବ ସଂଘର ବୋର୍ଡକୁ ପର୍ଯ୍ୟାୟକ୍ରମେ ମନୋନୀତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ସଂଘର ପୂର୍ବତନ ସଭାପତି ଅନୁପ୍ରିୟା ଆଚାର୍ଯ୍ୟ ୨୦୨୨-୨୩ ପାଇଁ ଏଏଏଆଇ ବୋର୍ଡର ପୂର୍ବତନ ଅଫିସିଆଲ ସଦସ୍ୟ ଭାବେ କାର୍ଯ୍ୟ କରିବେ। ଏ ସମ୍ପର୍କରେ ଏଏଏଆଇର ସଭାପତି ପ୍ରଶାନ୍ତ କୁମାର (ପି.କେ.) କହିଛନ୍ତି ,ଏଭଳି ଏକ ସମ୍ମାନଜନକ ସଙ୍ଗଠନର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ଏପରିକି ଯଦି ଆମେ ଏକାଠି କାମ କରିବା ତେବେ ଆମେ ଲକ୍ଷ୍ୟ ହାସଲ କରିବାକୁ ସକ୍ଷମ ହୋଇପାରିବା ବୋଲି ସେ ମତପ୍ରକାଶ କରିଛନ୍ତି। ଏଏଏଆଇ ମଧ୍ୟରେ ଥିବା ମୋର ସାଥୀ ଏବଂ ସହକର୍ମୀମାନେ ଆଗାମୀ ଦିନରେ ଆବଶ୍ୟକ ସହଯୋଗ କରିବେ ବୋଲି ମୋର ଆଶା ରହିଛି। ସେହିଭଳି ଏଏଏଆଇର ବିଦାୟୀ ସଭାପତି ଅନୁପ୍ରିୟା ଆଚାର୍ଯ୍ୟ କହିଛନ୍ତି, ଗତ ୨ ବର୍ଷ ଧରି ଏଏଏଆଇର ସଭାପତି ଭାବେ କାର୍ଯ୍ୟ କରିବା ମୋ ପାଇଁ ଏକ ସୌଭାଗ୍ୟର ବିଷୟ ଥିଲା।

ସେ ଦୀର୍ଘଦିନ ଧରି ଭାରତୀୟ ଗଣମାଧ୍ୟମ ଏବଂ ବିଜ୍ଞାପନ ଶିଳ୍ପର ପ୍ରମୁଖ ସଦସ୍ୟ ରହି ଆସିଛନ୍ତି। ମୁଁ ନିଶ୍ଚିତ ଯେ ସେ ଆସୋସିଏସନକୁ ଆହୁରି ଅଧିକ ଶକ୍ତିଶାଳୀ କରିବା ସହ ବିକାଶମୂଳକ କାର୍ଯ୍ୟ ଜାରି ରଖିବେ।ଉଲ୍ଲେଖଯୋଗ୍ୟ, ଦୀର୍ଘ ୨୫ ବର୍ଷରୁ ଅଧିକ ସମୟ ହେବ ପି.କେ. ଗ୍ରୁପ୍‌-ଏମ୍‌ ସହ ଜଡ଼ିତ ରହିବା ସହିତ ବିଜ୍ଞାପନ ଶିଳ୍ପରେ କାର୍ଯ୍ୟ କରିସାରିଛନ୍ତି। ସେ ଏହା ପୂର୍ବରୁ ପେପ୍‌ସି, ଦି ହିନ୍ଦୁ, ଦି ମିଡିଆ ଏଜ୍‌ ଏବଂ ମ୍ୟାକ୍‌କାନ୍‌ ଏରିକ୍ସନ୍‌ ଭଳି ସଂସ୍ଥାରେ କାର୍ଯ୍ୟ କରୁଛନ୍ତି। ସେ ମଧ୍ୟ ୨୦୨୦-୨୨ ପର୍ଯ୍ୟନ୍ତ ଏଏଏଆଇର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?