‘ଆଲୁମିନିୟମ ୱାର୍ଲଡ’ ଉଦ୍‌ଘାଟିତ

ଭୁବନେଶ୍ୱର,୧।୧୨: ମେକ୍‌ ଇନ୍‌ ଓଡ଼ିଶା (ଏମ୍‌ଆଇଓ) କନ୍‌କ୍ଲେଭ-୨୨ ବୁଧବାର ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଉକ୍ତ କନ୍‌କ୍ଲେଭରେ ବେଦାନ୍ତ ଆଲୁମିନିୟମ ମଧ୍ୟ ଅଂଶଗ୍ରହଣ କରିଛି। ଏହି ପରିପ୍ରେକ୍ଷୀରେ ବେଦାନ୍ତ ଆଲୁମିନିୟମର ଏକ ସର୍ବବୃହତ୍‌ ଷ୍ଟଲ୍‌ର ମଧ୍ୟ ଶୁଭାରମ୍ଭ ହୋଇଯାଇଛି।

ଏମ୍‌ଆଇଓରେ କମ୍ପାନୀର ‘ଆଲୁମିନିୟମ ୱାର୍ଲଡ’ ନାମରେ ଏକ ବୃହତ୍‌ ମଣ୍ଡପ ଉଦ୍‌ଘାଟିତ ହୋଇଯାଇଛି। ଏ ସମ୍ପର୍କରେ କମ୍ପାନୀର ସିଇଓ (ଆଲୁମିନିୟମ ବ୍ୟବସାୟ) ରାହୁଲ ଶର୍ମା କହିଛନ୍ତି, ଏମ୍‌ଆଇଓର ୩ୟ ସଂସ୍କରଣରେ ଅଂଶ ଗ୍ରହଣ କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି କଳା ସଂସ୍କୃତି ଓ ଇତିହାସ ସାଙ୍ଗକୁ ପ୍ରାକୃତିକ ସମ୍ପଦର ଗନ୍ଥାଘର ଓଡ଼ିଶାରେ କମ୍ପାନୀ ତା’ର କାର୍ଯ୍ୟକ୍ଷେତ୍ର ସହ ବିକାଶ ଦିଗରେ ଅଗ୍ରସର ହେଉଛି। ବିଶେଷକରି ଏସ୍‌ଆଇଓରେ କମ୍ପାନୀ ମଣ୍ଡପ ସବୁ ବର୍ଗର ଦର୍ଶକଙ୍କୁ ଆକୃଷ୍ଠ କରିପାରିଛି ବୋଲି ସେ ମତପ୍ରକାଶ କରିଛନ୍ତି।

ଭାରତରେ ଆଲୁମିନିୟମର ସର୍ବବୃହତ୍‌ ଉତ୍ପାଦକ ‘ବେଦାନ୍ତ ଆଲୁମିନିୟମ’ ଷ୍ଟଲ୍‌ରେ ଉଭୟ ଭର୍ଚୁଆଲ୍‌ ଏବଂ ବର୍ଦ୍ଧିତ ବାସ୍ତବତା ସହ ଲାଇଭ୍‌ ଆର୍ଟ ଏବଂ ହସ୍ତତନ୍ତ ତିଆରି ଓ ଅନ୍ୟାନ୍ୟ ଇମର୍ସିଭ୍‌ ଟେକ୍ନୋଲୋଜିର ସମ୍ଭାର ଏକାଠି କରିପାରିଛି। ଉଦ୍‌ଘାଟନୀ ଅବସରରେ ଆଲୁମିନିୟମ୍‌ ୱାର୍ଲଡକୁ ଅନୁଭବ କରିବାକୁ ଆସିଥିବା ଅସଂଖ୍ୟ ପରିଦର୍ଶକ ଷ୍ଟଲ୍‌ରେ ଭିଡ଼ ଜମାଇଥିବା ଦେଖାଯାଇଥିଲା। ଆଗାମୀ ଦିନରେ ମଧ୍ୟ କମ୍ପାନୀ ଦର୍ଶକମାନଙ୍କ ପାଇଁ ଆହୁରି ଅନେକ ପଦକ୍ଷେପ ଏବଂ କାର୍ଯ୍ୟକଳାପ ଆଣିଦେବ ବୋଲି କୁହାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?