ଚକ୍ରାକାର ଅର୍ଥନୀତିରେ ୨୩୭୨ କୋଟି ନିବେଶ ପ୍ରସ୍ତାବ
ଭୁବନେଶ୍ୱର, ୪।୧୨: ବର୍ତ୍ତମାନର ଦ୍ରୂତ ଶିଳ୍ପାୟନ୍ ଓ ଅର୍ଥନୈତିକ ପ୍ରଗତି ସମୟରେ ବର୍ଜ୍ୟବସ୍ତୁକୁ ସଂପଦରେ ପରିବର୍ତ୍ତନ କରିବା ସବୁଠାରୁ ବଡ଼ ଆବଶ୍ୟକତା। ସରଳ ଭାଷାରେ ଚକ୍ରାକାର ଅର୍ଥନୀତିରେ ଅର୍ଥ ହେଉଛି କୌଣସି ବସ୍ତୁର ପୁନଃବ୍ୟବହାର ବୋଲି ମେକ୍ ଇନ୍ ଓଡ଼ିଶାର...
ରାଜ୍ୟରେ ବଢ଼ିବ ଷ୍ଟାର୍ଟଅପ୍, ଇନ୍କ୍ୟୁବେଶନ-ଇନୋଭେଶନ
ଭୁବନେଶ୍ୱର,୪।୧୨: ଚଳିତ ବର୍ଷର ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ର ୩ୟ ସଂସ୍କରଣର ୩ୟ ଦିନରେ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ କେତେକ ରାଜିନାମା ସ୍ବାକ୍ଷରିତ ହୋଇଯାଇଛି। ବିଶେଷ କରି ବାୟୋଟେକ୍ନୋଲୋଜି କ୍ଷେତ୍ରରେ ବ୍ୟାପକ ବିକାଶ ପାଇଁ ଏ ସବୁ...
ହ୍ବାଟ୍ସଆପ୍ରେ ମିଳିବ ଏଲ୍ଆଇସି ସେବା
ନୂଆଦିଲ୍ଲୀ,୪।୧୨: ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ପକ୍ଷରୁ ଏକ ସ୍ବତନ୍ତ୍ର ସେବା ‘ ହ୍ବାଟ୍ସଆପ୍ ସର୍ଭିସ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହି ସେବା ବୀମାଧାରୀ ଓ ନିଗମ ମଧ୍ୟରେ ଏକ ସମତୁଲ ସମ୍ପର୍କ ସୃଷ୍ଟି କରିବ...
ସ୍ବୟଂସହାୟକ ଗୋଷ୍ଠୀରୁ ସଫଳ ଉଦ୍ୟୋଗୀ
ଭୁବନେଶ୍ୱର,୪।୧୨(ବ୍ୟୁରୋ): ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ର ତୃତୀୟ ଦିବସରେ ମିଶନ ଶକ୍ତି ବିଭାଗ ଦ୍ୱାରା ମହିଳା ଉଦ୍ୟୋଗୀ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଶନିବାର ପୂର୍ବାହ୍ନରେ ଏହାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ବୟଂସହାୟକ ଗୋଷ୍ଠୀ(ଏସ୍ଏଚ୍ଜି)ଗୁଡ଼ିକ...
ଗୁଗଲର ଆର୍ଥିକ ସହାୟତା, ଶିକ୍ଷାର୍ଥୀଙ୍କୁ ୭୫ ହଜାର ଟଙ୍କାର ଛାତ୍ରବୃତ୍ତି…
ଓ୍ବାଶିଂଟନ,୩।୧୨ : ଗ୍ରାଜୁଏଶନରେ ଅଧ୍ୟୟନ କରୁଥିବା ଶିକ୍ଷାର୍ଥୀଙ୍କ ପାଇଁ ଖୁସି ଖବର ଆସିଛି। ଗୁଗଲ ସେମାନଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଯାଉଛି। ଗୁଗୁଲ ନିର୍ଦ୍ଦିଷ୍ଟ ସର୍ତ୍ତରେ ଶିକ୍ଷାର୍ଥୀମାନଙ୍କୁ ପ୍ରାୟ ୭୫ ହଜାର ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରିବ। ଛାତ୍ରବୃତ୍ତି ପାଇଁ...
ଓୟୋ ବି କରିବ ଛଟେଇ, ଚାକିରି ହରାଇବେ ୬୦୦ କର୍ମଚାରୀ
ନୂଆଦିଲ୍ଲୀ,୩।୧୨: ଛଟେଇ କରିବ ଓୟୋ। ମୋଟ ୩,୭୦୦ କର୍ମଚାରୀଙ୍କ ମଧ୍ୟରୁ ଅନେକଙ୍କୁ ଛଟେଇ କରିବାର ଯୋଜନା ରହିଥିବା ନେଇ ଶନିବାର କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। କମ୍ପାନୀ ଏକ ବିବୃତ୍ତି ଜାରି କରି କହିଛି, ଆମେ ଆମର ଉତ୍ପାଦ ଏବଂ...
ଓପନ ଓ୍ବାର୍କ ପରିମିଟ ଘୋଷଣା କଲେ କାନାଡା ସରକାର : ଭାରତୀୟଙ୍କ ପାଇଁ ସୁଯୋଗ…
ଓଟଓ୍ବା/ନୂଆଦିଲ୍ଲୀ,୩।୧୨ : କାନାଡାର ଓପନ ୱାର୍କ ପରିମିଟ (ଓଡବ୍ଲୁପି) ଧାରକମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ବାସ୍ତବରେ ସରକାର ଖୋଲା କାର୍ଯ୍ୟ ଅନୁମତି ବିସ୍ତାର କରିବାକୁ ଯାଉଛନ୍ତି। ଓଡବ୍ଲୁପି ଧାରକଙ୍କ ପରିବାରକୁ ଏକାଠି ରଖିବା ପାଇଁ ସମସ୍ତ ଅସ୍ଥାୟୀ...
ଅମିତାଭ ବଚ୍ଚନ ନେକ୍ସସ୍ ମଲ୍ର ବ୍ରାଣ୍ଡ୍ ଆମ୍ବାସାଡର
ଭୁବନେଶ୍ୱର,୩ା୧୨: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ବ୍ଲାକ୍ଷ୍ଟୋନ୍ ଗ୍ରୁପ୍ର ସହଯୋଗୀ କମ୍ପାନୀ ବ୍ଲାକ୍ଷ୍ଟୋନ୍ ରିୟଲ ଇଷ୍ଟେଟ ଦ୍ୱାରା ପରିଚାଳିତ ଏବଂ ମାଲିକାନାଧୀନ ‘ନେକ୍ସସ୍ ମଲ୍’ ନିକଟରେ ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ତା’ର ‘ସୁଖର ଆମ୍ବାସାଡର’ ଭାବେ ନିଯୁକ୍ତ...
‘ହ୍ବାଟ୍ସଆପ୍ ଜରିଆରେ ଜିଓମାର୍ଟରୁ କାରବାର’
ମୁମ୍ବାଇ,୩ା୧୨: ରିଲାଏନ୍ସ ରିଟେଲର ପ୍ରମୁଖ ସଂସ୍ଥା ‘ଜିଓମାର୍ଟ’ ବର୍ତ୍ତମାନ ହ୍ବାଟ୍ସଆପ୍ ଜରିଆରେ କାରବାର କରିବାକୁ ଯାଉଛି। ଏପରିକି ଜିଓମାର୍ଟର ସମସ୍ତ ସେବାର ଅର୍ଡରକୁ ଗ୍ରହଣ କରିବା ସହ କାର୍ଯ୍ୟକାରୀ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ସେବା ପାଇଁ...
ବିଓବିର ମିଡ୍ କର୍ପୋରେଟ୍ ଶାଖା ଉଦ୍ଘାଟିତ
ଭୁବନେଶ୍ୱର,୩ା୧୨: ବ୍ୟାଙ୍କ ଅଫ୍ ବରୋଦା (ବିଓବି)ର ମିଡ୍ କର୍ପୋରେଟ୍ ଶାଖା ଉଦ୍ଘାଟିତ ହୋଇଯାଇଛି। ଏପରିକି ଭୁବନେଶ୍ୱରର ଗଙ୍ଗନଗରଠାରେ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦେବଦତ୍ତ ଚାନ୍ଦଙ୍କ ଦ୍ୱାରା ଉକ୍ତ ଶାଖାର ଉଦ୍ଘାଟନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଚାନ୍ଦ କହିଛନ୍ତି, ମଧ୍ୟମ ଆକାରର...
ରୁନାୟା ପକ୍ଷରୁ ନୂତନ ଉତ୍ପାଦ ଉନ୍ମୋଚିତ
ଭୁବନେଶ୍ୱର,୩ା୧୨: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ରୁନାୟାର ନୂତନ ଉତ୍ପାଦ ‘ରୁବିକ୍ୟୁ ଓ ରୁକାଲ ଗ୍ରୀନ୍’ର ଉନ୍ମୋଚିତ କରାଯାଇଛି। ବିଶେଷକରି ନୂତନ ଖଣି କ୍ଷେତ୍ର ପାଇଁ ଭାରତର ପ୍ରଥମ ସ୍ଥିରତା ସମାଧାନ କରୁଥିବା କମ୍ପାନୀ ରୁନାୟା ଗ୍ରୀନ୍ ବ୍ରାଣ୍ଡ୍ ନାମରେ...
ଖିମ୍ଜୀ ଜୁଏଲର୍ସର ଚନ୍ଦ୍ରଶେଖରପୁର ଷ୍ଟୋରର ୮ମ ବାର୍ଷିକୀ ଉତ୍ସବ
ଭୁବନେଶ୍ୱର,୩ା୧୨: ଖିମ୍ଜୀ ଜୁଏଲର୍ସର ଚନ୍ଦ୍ରଶେଖରପୁର ଷ୍ଟୋରର ୮ମ ବାର୍ଷିକ ଉତ୍ସବ ମଙ୍ଗଳବାର ମହା ଆଡମ୍ବର ସହକାରେ ପାଳନ କରାଯିବ। ଏପରିକି ଉକ୍ତ ଷ୍ଟୋରର ୮ମ ପୂର୍ତ୍ତି ଉତ୍ସବ ଅବସରରେ ମୂଲ୍ୟବାନ୍ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି। ବିଶେଷକରି...
Archives


